Posted inଜାତୀୟ

ଗ୍ରେଟର ନଏଡ଼ାରେ ଖୋଲିଲା ପ୍ରଥମ ଇଲେକ୍ଟ୍ରିକ୍‌ କାର୍‌ ଚାର୍ଜିଂ ଷ୍ଟେଶନ

ଗ୍ରେଟର ନଏଡ଼ା,୨୯।୮: ପରିବେଶ ପ୍ରଦୂଷଣକୁ ରୋକିବାକୁ ବହୁ ଦିନରୁ ଚାଲିଥିବା ପ୍ରୟାସ ଶେଷରେ ଫଳବତି ହୋଇଛି। ପେଟ୍ରୋଲ, ଡିଜେଲ ବାହନ ବ୍ୟତୀତ ଇଲେକ୍ଟ୍ରୋନିକ୍‌ ବାହନ ବ୍ୟବହାର କରିବାକୁ ଲୋକଙ୍କୁ ଉତ୍ସାହିତ କରାଯାଉଥିବା ବେଳେ ଏବେ ଉତ୍ତର ପ୍ରଦେଶର ଗ୍ରେଟର ନଏଡାରେ ଖୋଲିଛି ପ୍ରଥମ ଇଲେକ୍ଟ୍ରିକ୍‌ କାର୍‌ ଚାର୍ଜିଂ ଷ୍ଟେଶନ। ଇଣ୍ଡିଆନ୍‌ ଅଏଲ ଓ ନାଶନାଲ ଥର୍ମାଲ ପାଓ୍ବାର କର୍ପୋରେଶନ(ଏନ୍‌ଟିପିସି)ର ମିଳିତ ସହଯୋଗରେ ଏହି ଇଲେକ୍ଟ୍ରିକ୍‌ କାର୍‌ ଚାର୍ଜିଂ ଷ୍ଟେଶନ ଖୋଲାଯାଇଛି। ଏଠାରେ ମାଗଣାରେ ଏକାଥରେ ୪ଟି ଗାଡି ଚାର୍ଜ କରିବାକୁ ସୁବିଧା ରହିଛି। ଅଗଷ୍ଟ ୨୩ରୁ ଏହା ଖୋଲିଥିବା ବେଳେ ଏପର୍ଯ୍ୟନ୍ତ କୌଣସି ବାହନ ଚାର୍ଜ କରାଯାଇ ନ ଥିବା କହିଛନ୍ତି ଏଠାରେ ଥିବା ଜଣେ କର୍ମଚାରୀ। ସୂଚନାଯୋଗ୍ୟ, ଗତବର୍ଷ ଦିଲ୍ଲୀର ବାୟୁ ପ୍ରଦୂଷଣ ବହୁ ମାତ୍ରାରେ ବଢି ଯାଇଥିବା ବେଳେ ଏବେ ଯଦି ଏଠାରେ ଲୋକେ ବିଦ୍ୟୁତ୍‌ ଚଳିତ ଯାନ ବ୍ୟବହାର କରିବେ ତେବେ ଏହି ପ୍ରଦୂଷଣର ମାତ୍ରା କମ୍‌ ହେବ ବୋଲି ଆଶା କରାଯାଉଛି।


All Right Reserved By

ବଳାତ୍କାର ପୀଡ଼ିତା ନାବାଳିକାଙ୍କ ସହାୟତା କରନ୍ତୁ କେନ୍ଦ୍ର ସରକାର: ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୨୫।୭: କେନ୍ଦ୍ର ସରକାର ବଳାତ୍କାର ପୀଡ଼ିତା ନାବାଳିକାଙ୍କ ସହାୟତା କରନ୍ତୁ ବୋଲି ସୁପ୍ରିମ୍‌କୋର୍ଟ ଗୁରୁବାର କହିଛନ୍ତି। ବାଳ ଯୌନ ଶୋଷଣ ମାମଲାର ବିଚାର କରି ସର୍ବୋଚ୍ଚ...

ଜେଟ୍‌ ଏୟାରଓ୍ବେଜର କର୍ମଚାରୀଙ୍କୁ ଆମେରିକାରୁ ମିଳୁଛି ଅଫର୍‌

ନୂଆଦିଲ୍ଲୀ,୨୫।୪: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଜେଟ୍‌ ଏୟାରଓ୍ବେଜ୍‌ କିଛିଦିନ ତଳେ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଯାଇଛି। ଫଳରେ ଏଥିରେ କାର୍ଯ୍ୟରତ ଥିବା ଶହ...

‘ଗର୍ଲଫ୍ରେଣ୍ଡଙ୍କ ନାଁରେ ଗୋଟିଏ ଗଛ ଲଗାନ୍ତୁ, ବ୍ରେକ୍‌ଅପ୍‌ ହେବ ନାହିଁ’

ନୂଆଦିଲ୍ଲୀ, ୧।୭: ପ୍ରଦୂଷଣକୁ ନେଇ ବଢୁଛି ଚିନ୍ତା। ଦିନକୁଦିନ ବାୟୁ ପ୍ରଦୂଷଣ ବଢିବାରେ ଲାଗିଛି। ଶିଳ୍ପର ବିକାଶ ସାଙ୍ଗକୁ ଜଙ୍ଗଲ କ୍ଷୟ ଏହାର ମୁଖ୍ୟ କାରଣ...

ରେଲଓ୍ବେ ଏବେ ଖାଲି ପ୍ଲାଷ୍ଟିକ ବୋତଲ ବଦଳରେ ଦେବ ୫ ଟଙ୍କା

ନୂଆଦିଲ୍ଲୀ,୨୭।୭: ଦିନକୁ ଦିନ ପ୍ଲାଷ୍ଟିକର ବ୍ୟବହାର ବଢିଥିବା ବେଳେ ଏହାକୁ ନେଇ ପରିବେଶ ପ୍ରଦୂଷଣର ମାତ୍ରା ମଧ୍ୟ ବଢିବାରେ ଲାଗିଛି। ଏହି ଅସୁବିଧାରୁ ମୁକ୍ତି ପାଇବା...

ଜମ୍ମୁ ପୋଲିସର ଆଡ୍‌ଭାଇଜରି: ସନ୍ଦିଗ୍ଧଙ୍କ ସମ୍ପର୍କରେ ତୁରନ୍ତ ଜଣାଅ

ଜମ୍ମୁ,୧୩ା୮(ପି.ଟି.): ଅନୁଚ୍ଛେଦ ୩୭୦ ଉଚ୍ଛେଦ ଓ ଜମ୍ମୁ-କଶ୍ମୀର ଦୁଇଭାଗ ହେବା ପରେ ସୀମାରେ ଉତ୍ତେଜନା ବୃଦ୍ଧି ପାଇଛି। ଭାରତର ନିଷ୍ପତ୍ତିକୁ ଦୃଢ଼ ବିରୋଧ କରୁଥିବା ପାକିସ୍ତାନ...

କଶ୍ମୀର ପ୍ରସଙ୍ଗରେ ମୋଦି-ଟ୍ରମ୍ପ ଆଲୋଚନା :‘ତୃତୀୟ ପକ୍ଷକୁ କଷ୍ଟ ଦେବାକୁ ଚାହୁଁନୁ’

ନୂଆଦିଲ୍ଲୀ/ବାଇରିଜ୍‌, ୨୭ା୮(ପି.ଟି.): କଶ୍ମୀର ପ୍ରସଙ୍ଗରେ ତୃତୀୟ ପକ୍ଷର ମଧ୍ୟସ୍ଥତାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୋକ୍‌ଠୋକ୍‌ ମନା କରିଛନ୍ତି। ଏହା ଭାରତ ଓ ପାକିସ୍ତାନ ମଧ୍ୟରେ ଦ୍ୱିପାକ୍ଷିକ...

ଅଫିସରୁ ଘରକୁ ଫେରୁଥିବା ବେଳେ ଯୁବତୀଙ୍କୁ ଆକ୍ରମଣ କଲେ ଦୃର୍ବୁତ୍ତ

ନୂଆଦିଲ୍ଲୀ,୧୮।୫: ଦିଲ୍ଲୀରେ ଦିନକୁ ଦିନ ଅପରାଧ ବୃଦ୍ଧି ପାଇବାରେ ଲାଗିଛି। ଏଠାରୁ ପ୍ରତିଦିନ ଅପରାଧ ଜଡ଼ିତ ଖବର ସାମ୍‌ନାକୁ ଆସୁଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଦିଲ୍ଲୀର ପାଣ୍ଡବ...

ଭାରତରେ ପିଆଜ କିଲୋ ୫୦: ଜାଣନ୍ତୁ ବାଂଲାଦେଶ, ପାକିସ୍ତାନରେ କେତେ ରହିଛି ଦାମ୍‌

ନୂଆଦିଲ୍ଲୀ,୭।୧୦: ଗତ କିଛି ଦିନ ଧରି ଅହେତୁକ ଭାବେ ବଢୁଥିବା ପିଆଜ ଦର ଏବେ କିଲୋ ପିଛା ୫୦ ଟଙ୍କା ଟପିଛି। ଫଳରେ ସରକାର ଅନ୍ୟ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *