ସେପ୍ଟେମ୍ବର ୬ରେ ଓଡ଼ିଶା ଆସିବେ ଜଗା-କାଳିଆ: ସ୍ବାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର,୨୯।୮(ବ୍ୟୁରୋ): ସେପ୍ଟେମ୍ବର ୬ରେ ଓଡ଼ିଶା ଆସିବେ ଯୋଡ଼ାମୁଣ୍ଡ ଶିଶୁ ଜଗା ଓ କାଳିଆ। ଅସ୍ତ୍ରୋପଚାର ମାଧ୍ୟମରେ ଅଲଗା ହେବା ପରେ ଏଯାବତ ଦିଲ୍ଲୀ ଏମ୍ସରେ ଉଭୟ ଚିକିତ୍ସାଧୀନ ଥିବା ବେଳେ ଏବେ କଟକ ଏସ୍‌ସିବିରେ ତାଙ୍କ ଚିକିତ୍ସା କରାଯିବ। ତେବେ ସେମାନେ ୬ ତାରିଖରେ ରାଜଧାନୀ ଏକ୍ସପ୍ରେସ୍‌ ଯୋଗେ ବାହାରି ୭ରେ କଟକ ପହଞ୍ଚିବେ। ସେମାନଙ୍କ ସହ ଏମ୍‌ସ ଡାକ୍ତର ଓ ଓଡ଼ିଶା ଭବନ କର୍ମଚାରୀ ମଧ୍ୟ ଆସିବେ ବୋଲି ଗୁରୁବାର ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ସୂଚନା ଦେଇଛନ୍ତି।

ଜଗା ଓ କାଳିଆଙ୍କ ପରବର୍ତ୍ତୀ ଚିକିତ୍ସା ଓ ରହଣି ଲାଗି କଟକ ଏସ୍‌ସିବିରେ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ଏଥିପାଇଁ ଏସ୍‌ସିବିରେ ୬ଜଣିଆ ବିଶେଷଜ୍ଞ ଡାକ୍ତରୀ ଦଳ ଗଠନ କରାଯାଇଛି। ନ୍ୟୁରୋସର୍ଜରୀ ବିଭାଗ ମୁଖ୍ୟ ପ୍ରଫେସର ସୁଧାଂଶୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ଟିମ୍‌ରେ ଶିଶୁରୋଗ ବିଭାଗ ମୁଖ୍ୟ ପ୍ରଫେସର ଜେ.ଏନ୍‌. ବେହେରା, ନ୍ୟୁରୋଲୋଜି ବିଭାଗ, ସର୍ଜରୀ ବିଭାଗ ଭଳି ଅନ୍ୟ ବିଭାଗର ବରିଷ୍ଠ ଡାକ୍ତର ମଧ୍ୟ ଏଥିରେ ସାମିଲ ଅଛନ୍ତି। ଦୁଇ ଭାଇଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ ସହ ପ୍ରତିଟି ମୁହୂର୍ତ୍ତ ଉପରେ ଡାକ୍ତରୀ ଟିମ ନଜର ରଖିବ। ଯଦି ଆବଶ୍ୟକ ପଡ଼େ, ଜଣେ ଡାଏଟିସିଆନ ଓ ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜି ବିଶେଷଜ୍ଞଙ୍କୁ ମଧ୍ୟ ଏହି ଟିମ୍‌ରେ ରଖାଯିବ ବୋଲି ଏସ୍‌ବିି ଜରୁରିକାଳୀନ ଅଧିକାରୀ ଡା. ଭୁବନାନନ୍ଦ ମହାରଣା ପୂର୍ବରୁ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ୨୦୧୭ ଜୁଲାଇ ୧୪ରେ କନ୍ଧମାଳ ଜିଲା ମିଲିପଡ଼ା ଗାଁର ଯୋଡ଼ାମୁଣ୍ଡ ଶିଶୁ ଜଗା କାଳିଆଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା। ଅସ୍ତ୍ରୋପଚାର କରି ଦୁଇ ଶିଶୁଙ୍କୁ ଅଲଗା କରାଯାଇଥିଲା। ସେବେଠାରୁ ଏହି ଦୁଇ ଭାଇ ଏମ୍ସରେ ରହିଥିବାବେଳେ କିଛିଦିନ ତଳେ ଓଡ଼ିଶା ଆସିପାରିବେ ବୋଲି କର୍ତ୍ତୃପକ୍ଷ କହିଥିଲେ। ଏହାପରେ ଦୁଇଜଣଙ୍କୁ ଭୁବନେଶ୍ୱର ଏମ୍ସରେ ରଖିବା ପାଇଁ ସ୍ବାସ୍ଥ୍ୟ ବିଭାଗ ସ୍ଥିର କରି ଅନୁମତି ମାଗିଥିଲେ। କିନ୍ତୁ ଭୁବନେଶ୍ୱର ଏମ୍ସରୁ କୌଣସି ଉତ୍ତର ନ ମିଳିବାରୁ ଏସ୍‌ସିବିରେ ରଖିବା ପାଇଁ ନିଷ୍ପତ୍ତି ହୋଇଛି।


All Right Reserved By Dharitri.Com

ବସ୍‌ ଚକାତଳେ ଚାପି ହୋଇ ସ୍କୁଟି ଆରୋହୀ ମୃତ: କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଖଲ୍ଲିକୋଟ,୨ା୧୧(ଡି.ଏନ.ଏ.)-ଖଲ୍ଲିକୋଟ ସହର କରଣ ସାହି ରାସ୍ତାରେ ଶୁକ୍ରବାର ଅପରାହ୍ନରେ ବସ୍‌ ଚକାତଳେ ଚାପିହୋଇ ଜଣେ ସ୍କୁଟି ଆରୋହୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ କୋଦଳା ମାଗୁରା...

ଭାଜପା ରାଜ୍ୟ ସଭା ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ନେଇ ଗୃହରେ ହଙ୍ଗାମା: ହଟ୍ଟଗୋଳ, ଗୃହ ମୁଲତବୀ

ଭୁବନେଶ୍ୱର,୨୬।୬(ବ୍ୟୁରୋ): ବିଧାନସଭାରେ ବିରୋଧୀ ଦଳ ନେତାଙ୍କ ନାମ ଘୋଷଣା ଏବଂ ଭାଜପାର ରାଜ୍ୟ ସଭା ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ନେଇ ବୁଧବାର ବିଧାନସଭାରେ କଂଗ୍ରେସ ସଦସ୍ୟମାନେ...

ଏନ୍‌ପିଆର ପାଇଁ ରାଜ୍ୟର ପ୍ରସ୍ତୁତି

ଭୁବନେଶ୍ୱର,୪ା୧(ବ୍ୟୁରୋ): ରାଜ୍ୟ ସରକାର ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ)କୁ ସମର୍ଥନ କରିଥିଲେ।  ହେଲେ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆରସି)କୁ ବିରୋଧ କରିଥିଲେ। ଏହାକୁ ଓଡ଼ିଶାରେ ଲାଗୁ...

ବଧୂହତ୍ୟା ଅଭିଯୋଗ, ସ୍ବାମୀ ଅଟକ

ପାଟପୁର,୨୧ା୮(ଡି.ଏନ.ଏ.): ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଏସ.ଗୋପାଳପୁର କାଳୀମନ୍ଦିର ସାହିରେ ମଙ୍ଗଳବାର ରାତିରେ ଜଣେ ମହିଳାଙ୍କର ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଛି। ସେ ହେଲେ ଏସ.ଗୋପାଳପୁର...

ଫେବୃୟାରୀ ୮ରୁ ଓଡ଼ିଆ ଚଳଚ୍ଚିତ୍ର ଓ ଦୂରଦର୍ଶନ ସମ୍ମାନ

ଭୁବନେଶ୍ୱର,୨୫।୧୧(ବ୍ୟୁରୋ): ‘ୱିନିଙ୍ଗ୍‌ ସ୍ପୋର୍ଟିଙ୍ଗ’ ଆନୁକୂଲ୍ୟରେ ୧୫ତମ ଓଡ଼ିଆ ଚଳଚ୍ଚିତ୍ର ଓ ଦୂରଦର୍ଶନ ସମ୍ମାନ ‘ଶୋ ଟାଇମ୍‌-୨୦୨୦’ ଆସନ୍ତା ଫେବୃୟାରୀ ୮ ଓ ୯ରେ ପୁରୀ ବେଳାଭୂମିରେ...

ସଦାଚାର ଗୃହ କମିଟିର ପ୍ରଥମ ବୈଠକ

ଭୁବନେଶ୍ୱର,୨୭।୮(ବ୍ୟୁରୋ)- ବରିଷ୍ଠ ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ଅଧ୍ୟକ୍ଷତାରେ ସଦାଚାର ଗୃହ କମିଟିର ପ୍ରଥମ ବୈଠକ ବିଧାନସଭାର ୫୩ ନମ୍ବର ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛି ।...

ମଧ୍ୟାହ୍ନଭୋଜନ ଦିଗହରା: ଭାତ ବଦଳରେ ମିଳିଲା ବିସ୍କୁଟ

ସଜନାଗଡ଼, ୪।୧୨(ଡି.ଏନ.ଏ.)-ରାଜ୍ୟ ସରକାର ୧ମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଛାତ୍ରମାନଙ୍କ ଲାଗି ମଧ୍ୟାହ୍ନଭୋଜନ ବ୍ୟବସ୍ଥା କରିଛନ୍ତି। ଏପରିକି ବିଦ୍ୟାଳୟର ରୋଷେଇ ହେଲେ ଶିକ୍ଷାଦାନରେ ବାଧା ଉପୁଜିବା...

‘ବିଏସ୍‌କେୱାଇ’କୁ ସ୍କଚ୍‌ ସ୍ବର୍ଣ୍ଣ ପୁରସ୍କାର

ଭୁବନେଶ୍ୱର, ୩୦ା୧୧ (ବ୍ୟୁରୋ): ଓଡ଼ିଶା ସରକାରଙ୍କ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କେୱାଇ)କୁ ସ୍କଚ୍‌ ସ୍ବାସ୍ଥ୍ୟ ଭାରତ ସ୍ବର୍ଣ୍ଣ ପୁରସ୍କାର ମିଳିଛି। ଶୁକ୍ରବାର ନୂଆଦିଲ୍ଲୀଠାରେ ଆୟୋଜିତ...

Leave a comment

Your email address will not be published. Required fields are marked *