ବେଆଇନ ପାର୍କିଂ ବିରୋଧରେ ଅଣ୍ଟା ଭିଡ଼ିଲା କମିଶନରେଟ୍‌ ପୋଲିସ: ଗାଡ଼ିରେ ତାଲା ପକାଇ ଜରିମାନା ଆଦାୟ

ଭୁବନେଶ୍ୱର, ୨୯।୮(ବ୍ୟୁରୋ): ରାଜଧାନୀରେ ଟ୍ରାଫିକ ସମସ୍ୟାକୁ ଦ୍ୱିଗୁଣିତ କରୁଛି ବେଆଇନ୍‌ ପାର୍କିଂ। ତେଣୁ ବେଆଇନ ପାର୍କିଂ ବିରୋଧରେ ଅଣ୍ଟା ଭିଡ଼ିଛି କମିଶନରେଟ୍‌ ପୋଲିସ। ଏଣିକି ଏଣେତେଣେ ମନଇଚ୍ଛା ଗାଡ଼ି ପାର୍କିଂ କରୁଥିବା ଲୋକଙ୍କୁ ଜରିମାନା ଗଣିବାକୁ ପଡ଼ିବ। ରାସ୍ତାରୁ ଆଉ ଏଭଳି ଗାଡ଼ିଗୁଡିକୁ ଥାନାକୁ ନିଆଯିବନାହିଁ, ବରଂ ସେଗୁଡ଼ିକର ଚକରେ ତାଲା ପକାଯିବ। ଜରିମାନା ଦେବା ପରେ ଯାଇ ଗାଡ଼ି ଛାଡ଼ିବ ପୋଲିସ। ବୁଧବାର ରାଜଧାନୀର ସଚିବାଳୟ ମାର୍ଗ, ଏସ୍‌ବିଆଇ ମୁଖ୍ୟ କାର୍ଯ୍ୟାଳୟ ଏବଂ ଫର୍ଚ୍ୟୁନ୍‌ ଟାୱାର ଆଦି ବିଭିନ୍ନ ସ୍ଥାନରେ ବେଆଇନ ଭାବେ ପାର୍କିଂ ହୋଇଥିବା ଗାଡ଼ି ଗୁଡିକର ଚକରେ ପୋଲିସ ପକ୍ଷରୁ ତାଲା ପକାଯିବା ସହ ଜରିମାନା ଆଦାୟ କରାଯାଇଥିଲା। ପ୍ରତି ଗାଡ଼ିରୁ ଜରିମାନା ବାବଦରେ ୫୦୦ ଟଙ୍କା ଆଦାୟ କରାଯାଇଥିଲା। ରାତି ପ୍ରାୟ ୧୦ଟା ପର୍ଯ୍ୟନ୍ତ ୧୮ଟି କାର୍‌ ଚକରେ ତାଲା ପକାଯିବା ସହ ୯ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ସେହିପରି ଡ୍ରୋନ ଜରିଆରେ ୨୩ଜଣ ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କଠାରୁ ମୋଟ ୧୧ ହଜାର ୫୦୦ ଟଙ୍କା ଆଦାୟ ହୋଇଥିବା ଟ୍ରାଫିକ ଏସିପି କିଶୋର କୁମାର ପାଣଗ୍ରାହୀ ସୂଚନା ଦେଇଛନ୍ତି।
ଏ ନେଇ କମିଶନରେଟ ମୁଖ୍ୟାଳୟରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଅତିରିକ୍ତ ଟ୍ରାଫିକ ଡିସିପି ଅମରେଶ ପଣ୍ଡା କହିଛନ୍ତି, ବିଏମ୍‌ସି, ବିଡିଏ, ଏନ୍‌ଏଚ୍‌ଏଆଇ, ପୂର୍ତ୍ତ ବିଭାଗ ଏବଂ ଆର୍‌ଟିଓ କର୍ମଚାରୀଙ୍କୁ ନେଇ ଆସନ୍ତା ୬ତାରିଖରେ ଏକ ସ୍ବତନ୍ତ୍ର ବୈଠକ ବସିବ। ଏଥିରେ ଟ୍ରାଫିକ ସମସ୍ୟା ଦୂର ନେଇ ଆଲୋଚନା କରାଯିବ। ବିଏମ୍‌ସି ପାର୍କିଂ ଜାଗା ସମେତ ଏନ୍‌ଏଚ୍‌ଏଆଇ ଏବଂ ପୂର୍ତ୍ତ ବିଭାଗ ସୀମା ନିର୍ଦ୍ଧାରଣ କରିବା ପରେ ରାସ୍ତା କଡରେ ଥିବା ଧଳା ଲାଇନକୁ ଚିହ୍ନଟ କରାଯିବ। କେଉଁ ସ୍ଥାନରେ ପାର୍କିଂ କରାଯିବ ଓ କେଉଁଠାରେ କରାଯିବ ନାହିଁ, ତାହାକୁ ଭଲ ଭାବେ ଚିହ୍ନଟ କରାଯିବ। ଲୋକେ ଏହା ଅବଗତ ହେବା ପରେ ସମସ୍ୟାରେ ଅନେକ ସୁଧାର ଆସିପାରିବ। ଯେଉଁମାନେ ଏହାକୁ ଅବମାନନା କରିବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ସୂଚନାଯୋଗ୍ୟ, ଦୁଇଦିନ ତଳେ ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାଇ ଦେଇଥିଲେ ପୋଲିସ କମିଶନର ଡ. ସୁଧାଂଶୁ ଷଡଙ୍ଗୀ। ଏପରି କି ଡ୍ରୋନ ମାଧ୍ୟମରେ ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କ ଉପରେ ନଜର ରଖାଯାଇଥିଲା। ଟ୍ରାଫିକ ନିୟମ ଉଲ୍ଲଂଘନ କରୁଥିବା ଗାଡ଼ି ଚାଳକଙ୍କୁ ସଚେତନ କରାଯିବା ପରେ ସିଧାସଳଖ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ ପୋଲିସ କମିଶନର। ସେହି କ୍ରମରେ ବୁଧବାର ଟ୍ରାଫିକ ପୋଲିସ ପକ୍ଷରୁ ଉପରୋକ୍ତ କାର୍ଯ୍ୟନୁଷ୍ଠାନ ନିଆଯାଇଛି।


All Right Reserved By Dharitri.Com

ଚିଲିକା ଉତ୍ତରନାଶୀରେ ପକ୍ଷୀ ସୁରକ୍ଷା ଢିଲା

କଣାସ, ୨୬ା୧୨(ସ୍ବ.ପ୍ର.): ଶୀତ ପଡିଲେ ବିଦେଶାଗତ ପକ୍ଷୀଙ୍କ କଳରାବରେ ମୁଖରିତ ହୋଇଉଠେ ଚିଲିକା। କିନ୍ତୁ ନଳବଣରେ ଖାଦ୍ୟ ଅଭାବ ଯୋଗୁ ପକ୍ଷୀମାନେ ଉତ୍ତରନାଶୀ ଦୟା ଓ...

ନିଶାରେ ଛାତ୍ରୀଛାତ୍ରଙ୍କୁ ରାସ୍ତାରେ ଆଣ୍ଠେଇବା ଘଟଣା: ବହିଷ୍କାର ପରେ ଗିରଫ ହେଲେ ଅଭିଯୁକ୍ତ ଶିକ୍ଷକ

ଯାଜପୁର ଅଫିସ,୭।୧୨: ନିଶାସକ୍ତ ଅବସ୍ଥାରେ ଛାତ୍ରୀଛାତ୍ରଙ୍କୁ ରାସ୍ତା ମଝିରେ ଆଣ୍ଠେଇବା ଘଟଣାରେ ଗଣଶିକ୍ଷକ ମକରନ୍ଦ ମହାନ୍ତଙ୍କୁ ଗିରଫ ପରେ ଶନିବାର କୋର୍ଟ ଚାଲାଣ କରାଯାଇଥିବା ସୂଚନା...

ପାରା ଦେହରେ ସ୍ବସ୍ଥାନକୁ ଫେରିଗଲେ ମା’ ଖିଲାମୁଣ୍ଡା

ରଣପୁର,୧୦।୧୦(ସ୍ବ.ପ୍ର.): ନୟାଗଡ଼ ଜିଲା ରଣପୁର ମାଳଜଙ୍ଗଲ ଭିତରେ ବିଜେ ଆରାଧ୍ୟା ଦେବୀ ମା’ ଖିଲାମୁଣ୍ଡା ରଣପୁର ରାଜାଙ୍କ ନିମନ୍ତ୍ରଣରେ ଗତ ଦ୍ୱିତୀୟା ଓଷାଠାରୁ ଷୋଳପୂଜା ପାଇଁ...

୧୬ କେଜି ଗଞ୍ଜେଇ ଜବତ, ୪ ଗିରଫ

ଖୋର୍ଦ୍ଧା ଅଫିସ,୩ା୧୨: ଖୋର୍ଦ୍ଧା ଅବକାରୀ ସ୍କ୍ବାଡ୍‌ ଓ ଜିଲା ମୋବାଇଲ ସ୍କ୍ବାଡ୍‌ ମିଳିତଭାବେ ସୋମବାର ଖୋର୍ଦ୍ଧାର ୪ ସ୍ଥାନରେ ଚଢ଼ାଉ କରି ୪ ଅଭିଯୁକ୍ତଙ୍କୁ ଗିରଫ...

ତିନି ରଥର ୪ ନାହାକା ଉଠିଲା

ପୁରୀ ଅଫିସ, ୧୮।୬: ସୋମବାର ପବିତ୍ର ଦେବସ୍ନାନ ପୂର୍ଣ୍ଣମୀରେ ତିନିରଥର ୪ ନାହାକ ଉଠିଛି। ଅକ୍ଷୟତୃତୀୟା ଠାରୁ ଶ୍ରୀନଅର ସମ୍ମୁଖ ରଥଖଳାରେ ତିନି ମୁଖ୍ୟ ବିଶ୍ୱକର୍ମାଙ୍କ...

ବିଧାୟକଙ୍କ ବନ୍ୟାଞ୍ଚଳ ପରିଦର୍ଶନ

ଲାଞ୍ଜିଗଡ଼,୧୪।୮(ଡି.ଏନ.ଏ.): କଳାହାଣ୍ଡି ଜିଲା ଲାଞ୍ଜିଗଡରେ ଆଜକୁ ୩ ଦିନ ହେଲା ବର୍ଷା ଲାଗି ରହିଥିବା ବେଳେ ବିଭିନ୍ନ ନଦୀରେ ଜଳସ୍ରୋତ ବୃଦ୍ଧି ପାଇ ବନ୍ୟା ପରିସ୍ଥିତି...

କିଡ୍‌ନୀ ଅଦଳବଦଳ ବଞ୍ଚାଇଲା ୨ ରୋଗୀଙ୍କ ଜୀବନ

ଭୁବନେଶ୍ୱର,୨୭ା୬(ବ୍ୟୁରୋ): ପ୍ରତିବର୍ଷ ଭାରତରେ ପ୍ରାୟ ୧୦ଲକ୍ଷ ଲୋକ କ୍ରନିକ୍‌ କିଡ୍‌ନୀ ଡିଜିଜ୍‌(ସିକେଡି) ଦ୍ୱାରା ଆକ୍ରାନ୍ତ ହୋଇଥାଆନ୍ତି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟ ଅନୁଯାୟୀ, ଭାରତରେ ପ୍ରତ୍ୟେକ ବର୍ଷ...

ଏକ୍ସପୋର୍ଟ, ଇମ୍ପୋର୍ଟ କମ୍ପାନୀ ନାଁରେ ୭୫ଲକ୍ଷ ଠକେଇ

ବାଲେଶ୍ୱର ଅଫିସ,୨୪।୭-ବାଲେଶ୍ୱର ଜିଲା ସହଦେବଖୁଣ୍ଟା ମଡ଼େଲ ଥାନା ଭାସ୍କରଗଞ୍ଜ(ବି) ଅଞ୍ଚଳରେ ଗତ ୯ ତାରିଖରେ ନ୍ୟାଶନାଲ ପୋର୍ଟ ପ୍ରାଇଭେଟ୍‌ ଲିମିଟେଡ୍‌ ନାମକ ଏକ କମ୍ପାନୀ ଖୋଲି...

Leave a comment

Your email address will not be published. Required fields are marked *