ରେଭେନ୍‌ଶା ବିଶ୍ୱବିଦ୍ୟାଳୟରେ କୁଳପତିଙ୍କ ଅଚାନକ ଚଢ଼ାଉ: ଧରାପଡ଼ିଲେ ୮ ଅଣଛାତ୍ର

କଟକ ଅଫିସ,୨୯।୮: ରେଭେନ୍‌ଶା ବିଶ୍ୱବିଦ୍ୟାଳୟରେ ବୁଧବାର ରାତି ପ୍ରାୟ ୧୦ଟାରେ କୁଳପତି ପ୍ରଫେସର ଈଶାନ କୁମାର ପାତ୍ର ଅଚାନକ ଚଢ଼ାଉ କରିଛନ୍ତି। ଏହି ସମୟରେ ବିଶ୍ୱବିଦ୍ୟାଳୟ ପରିସରରେ ୮ଜଣ ଅଣଛାତ୍ର ଚିହ୍ନଟ ହୋଇଛନ୍ତି। ଏମାନଙ୍କୁ ପୋଲିସ ପଚରାଉଚରା କରି ଛାଡ଼ି ଦେଇଥିବା ଜଣାପଡ଼ିଛି। ଏହାଛଡ଼ା ଇଷ୍ଟ ହଷ୍ଟେଲରେ ମଧ୍ୟ କୁଳପତି ଯାଞ୍ଚ କରିଛନ୍ତି। ଚଢ଼ାଉ ସମୟରେ ବରିଷ୍ଠ ଅଧିକାରୀ ପ୍ରଫେସର ପଦନ କୁମାର ଜେନା, ଲୋକସମ୍ପର୍କ ଅଧିକାରୀ ଡ. ଜ୍ଞାନ ରଞ୍ଜନ ସ୍ବାଇଁ, ଇଷ୍ଟ ହଷ୍ଟେଲ ୱାର୍ଡେନ ଡ. ପୂର୍ଣ୍ଣେନ୍ଦୁ ପାଢ଼ୀଙ୍କ ସମେତ ପୋଲିସ ଉପସ୍ଥିତ ଥିଲେ।
ରେଭେନ୍‌ଶା ବିଶ୍ୱବିଦ୍ୟାଳୟରେ ବିଭିନ୍ନ ବିଭାଗର ସ୍ବାଗତ ଉତ୍ସବ ଆୟୋଜନ ପାଇଁ ୨୮ରୁ ୩୦ତାରିଖ ପର୍ଯ୍ୟନ୍ତ ନିର୍ଦ୍ଧାରଣ କରାଯାଇଛି। ବୁଧବାର ଥିଲା ସ୍ବାଗତ ଉତ୍ସବର ପ୍ରଥମ ଦିବସ। ଏଣୁ ବିଶ୍ୱବିଦ୍ୟାଳୟ ପରିସରରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଅନେକ ଅଣଛାତ୍ର ରହିଥିବା ଶୁଣିବାକୁ ମିଳିଥିଲା। କୁଳପତି ପ୍ରଫେସର ପାତ୍ର ହଠାତ୍‌ ରାତି ୧୦ଟାରେ ପହଞ୍ଚି ମୁଖ୍ୟ ଫାଟକ ତାଲା ପକାଇବା ସହ ଲନ୍‌ରେ ବସିଥିବା ସମସ୍ତ ଛାତ୍ରଙ୍କୁ ଡାକି ପଚରାଉଚରା କରିଥିଲେ। ବିଶ୍ୱବିଦ୍ୟାଳୟର ପରିଚୟପତ୍ର ଦେଖାଇବାକୁ ମଧ୍ୟ କହିଥିଲେ। ଲନ୍‌, କୁଳପତିଙ୍କ କାର୍ଯ୍ୟାଳୟ ନିକଟ, ମନସ୍ତତ୍ତ୍ବ ବିଭାଗ ନିକଟରୁ ମୋଟ ୮ଜଣ ଅଣଛାତ୍ର ଚିହ୍ନଟ ହୋଇଥିଲେ । ଏମାନଙ୍କୁ ମାଲଗୋଦାମ ଥାନା ପୋଲିସ ପଚରାଉଚରା କରି ଛାଡ଼ି ଦେଇଥିଲା। ଏହା ପରେ ହଠାତ୍‌ ଇଷ୍ଟ ହଷ୍ଟେଲରେ ଯାଞ୍ଚ କରାଯାଇଥିଲା। ମାତ୍ର କୌଣସି ଅଣଛାତ୍ର ଧରା ପଡ଼ି ନ ଥିଲେ। ତେବେ ଅନେକ ପ୍ରକୋଷ୍ଠରେ ବାହାରୁ ତାଲା ପଡ଼ିଥିବା ଦେଖିବାକୁ ମିଳିଥିଲା। ବିଶ୍ୱବିଦ୍ୟାଳୟରେ ଶୈକ୍ଷିକ ପରିବେଶ ବଜାୟ ରଖିବା ପାଇଁ ଏଭଳି ପଦକ୍ଷେପ ସବୁବେଳେ ନିଆଯିବ ବୋଲି କୁଳପତି ପ୍ରଫେସର ପାତ୍ର କହିଛନ୍ତି। ସୂଚନା ଥାଉକି, କିଛି ଦିନ ତଳେ ଇଷ୍ଟ ହଷ୍ଟେଲ ୱାର୍ଡେନ ଡ. ପୂର୍ଣ୍ଣେନ୍ଦୁ ପାଢ଼ୀଙ୍କ ଗାଡ଼ି କିଛି ଅଣଛାତ୍ର ଭାଙ୍ଗିଛନ୍ତି ବୋଲି ଅଭିଯୋଗ ହୋଇଥିଲା। ଏହାପରେ ଚଢ଼ାଉ ହେବାରୁ ଏହି ହଷ୍ଟେଲରୁ ଜଣେ ଅଣଛାତ୍ର ଧରା ପଡ଼ିଥିଲେ।


All Right Reserved By

ଘରେ ପଶି ମହିଳାଙ୍କୁ ଅସଦାଚରଣ, ଅଭିଯୁକ୍ତ ଫେରାର

ଦିଗପହଣ୍ଡି,୭ା୬(ଡି.ଏନ.ଏ.)- ଦିଗପହଣ୍ଡି ଥାନା ଅଞ୍ଚଳର ଜଣେ ମହିଳାଙ୍କ ଘରେ ପଶି ଅସଦାଚରଣ ସହ କାତିରେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଏତଲାକୁ ଭିତ୍ତିକରି ପୋଲିସ ତଦନ୍ତ...

ଉଦ୍‌ଘାଟିତ ହେଲା ଖାରବେଳ ଭବନ

ଭୁବନେଶ୍ୱର, ୧୫।୮(ବ୍ୟୁରୋ.): ଭୁବନେଶ୍ୱରରେ ଖାରବେଳ ଭବନ ଗୁରୁବାର ଉଦ୍‌ଘାଟିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଛନ୍ତି। ଖାରବେଳ ଭବନରେ...

୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ

ବ୍ରହ୍ମପୁର ଅଫିସ,୨୧ା୯-ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପଥରପୁଞ୍ଜି ଗ୍ରାମ ଲୋକଙ୍କଠାରୁ କଲିକତାର ୟୁନିମାସ୍‌ ଡେଭଲପର୍ସ ଲିମିଟେଡ୍‌ ନାମକ ଏକ ଚିଟ୍‌ଫଣ୍ଡ କମ୍ପାନୀ ୩ କୋଟିରୁ ଊର୍ଦ୍ଧ୍ୱ...

ଦଳିତଙ୍କ ଉପରେ ଅତ୍ୟାଚାର: ନେତାଙ୍କୁ ଗିରଫ ଦାବିରେ ଧାମରା ମେରାଇନ ଥାନା ଘେରାଉ

ଚାନ୍ଦବାଲି,୧୧ା୧୦(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମରା ମେରାଇନ ଥାନା ଅନ୍ତର୍ଗତ ଜାଗୁଳା ପଞ୍ଚାୟତ ଜାଗୁଳା ଗ୍ରାମର ଜଣେ ପ୍ରଭାବଶାଳୀ ନେତା କେତେକ ଦଳିତଙ୍କ ଉପରେ ଅତ୍ୟାଚାର କରୁଛନ୍ତି।...

ବହଳଦାର ପ୍ରସିଦ୍ଧ ଇନ୍ଦ୍ରଉତ୍ସବ ଆରମ୍ଭ

ବହଳଦା,୧୨ା୯(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ବହଳଦାର ପ୍ରସିଦ୍ଧ ଇନ୍ଦ୍ରଉତ୍ସବ ମଙ୍ଗଳବାର ରାତିରେ ଆରମ୍ଭ ହୋଇଛି । ରାଜାରାଜୁଡା ସମୟରୁ ଆରମ୍ଭ ହୋଇଥିବା ଏହି ନିଆରା ଓ ସ୍ବତନ୍ତ୍ର...

ନଦୀର ଅଧାପାଣି ସମୁଦ୍ରକୁ ବୋହିଯାଉଛି: ହାତ ଟେକି ଦେଇଛନ୍ତି ସରକାର, ଜଳ ସଂରକ୍ଷଣକୁ ନେଇ ବିଧାନସଭାରେ ଉଦ୍‌ବେଗ

ଭୁବନେଶ୍ୱର,୨୫।୭(ବ୍ୟୁରୋ): ରାଜ୍ୟର ବିଭିନ୍ନ ନଦୀରୁ ଜଳ ସିଧାସଳଖ ସମୁଦ୍ରକୁ ବୋହିଯାଉଛି। ଏହାକୁ ରାଜ୍ୟ ସରକାର ସଂରକ୍ଷଣ କରିପାରୁନାହାନ୍ତି। ମହାନଦୀ ଉପରେ ଛତିଶଗଡ଼ ବ୍ୟାରେଜ ନିର୍ମାଣ କରି...

ବିଜେପୁରରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ଗାଁସାଥୀ: ପ୍ରତିଶ୍ରୁତି ପୂରଣ ନ ହେଲେ ଆନ୍ଦୋଳନ ଚେତାବନୀ

ଭୁବନେଶ୍ୱର, ୧୩।୧୦(ବ୍ୟୁରୋ): ସରକାରଙ୍କ ବିଭିନ୍ନ ପ୍ରତିଶ୍ରୁତି ବାବଦରେ ବିଜେପୁର ଉପନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ଗାଁସାଥୀ। ପୂର୍ବ ପ୍ରତିଶ୍ରୁତି ଅନୁଯାୟୀ ଦାବି ପୂରଣ ନ ହେଲେ...

ଚିକିତ୍ସା ଅବହେଳାରୁ ଶିଶୁମୃତ୍ୟୁ ଅଭିଯୋଗ: ଶିଶୁଭବନରେ ଉତ୍ତେଜନା

କଟକ ଅଫିସ,୧୪ା୧୦- କଟକ ଶିଶୁଭବନରେ ଜଣେ ୪ମାସ ଶିଶୁର ମୃତ୍ୟୁକୁ ନେଇ ସୋମବାର ଉତ୍ତେଜନା ପ୍ରକାଶ ପାଇଥିଲା। ଚିକିତ୍ସା ଅବହେଳାରୁ ଶିଶୁଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *