Posted inUncategorized

ଶାନ୍ତିଶୃଙ୍ଖଳାରେ ଶେଷ ହେଲା ସାନି ମତଦାନ

ରତ୍ନଗିରି,୧୯ା୫(ଡି.ଏନ.ଏ.)- ବରୀ ନିର୍ବାଚନମଣ୍ଡଳୀର ବୁଥ୍‌ ନଂ. ୮୨, ୧୫୮, ୧୬୨, ୧୬୩ ଓ ୧୯୪ରେ ରବିବାର ଶାନ୍ତିଶୃଙ୍ଖଳା ମଧ୍ୟରେ ସାନି ମତଦାନ ଶେଷ ହୋଇଛି। ୧୯୪ ନଂ. ବୁଥରେ ମଧ୍ୟାହ୍ନ ସମୟରେ ଇଭିଏମ ମେଶିନ ଏକ ଘଣ୍ଟା ଅଚଳ ହୋଇଯାଇଥିଲା। ଫଳରେ ଧାଡିରେ ଠିଆ ହୋଇଥିବା ଭୋଟର ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ବିଶେଷକରି ସରକାରଙ୍କ ନିୟମ ମୁତାବକ ବୁଥ୍‌କୁ ଆସିଥିବା ଭୋଟରଙ୍କ ପାଇଁ ପାନୀୟ ଜଳ ବ୍ୟବସ୍ଥା କରାଯିବା କଥା। କିନ୍ତୁ ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କ ପାନୀୟ ଜଳ ସମସ୍ୟା ସୃଷ୍ଟି ହୋଇଥିବା ଜଣାପଡ଼ିଛି। ପ୍ରଶାସନିକ ଅଧିକାରୀଙ୍କ ଅପେକ୍ଷା ସାମାଜିକ କର୍ମୀମାନେ ମତଦାତାଙ୍କୁ ଭୋଟଗ୍ରହଣ କେନ୍ଦ୍ରକୁ ଆଣିବାରେ ସହଯୋଗ କରିଥିବା ଦେଖିବାକୁ ମିଳିଥିଲା।


All Right Reserved By Dharitri.Com

Posted inUncategorized View All

ନାଉଗଁ।ରେ ବିଧାୟକଙ୍କ ପ୍ରଥମ ସୀମକ୍ଷା ବୈଠକ : ଠିକ୍‌ ତଥ୍ୟ ରଖିପାରିଲେନି ଅଧିକାରୀ

ନାଉଗଁ।,୪ା୭(ସ୍ବ.ପ୍ର.): ନାଉଗଁ। ବ୍ଲକ ସମ୍ମିଳନୀ କକ୍ଷରେ ବୁଧବାର ଅପରାହ୍ନରେ ଜଗତ୍‌ସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି ପ୍ରଥମଥର ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା ବୈଠକ କରିଛନ୍ତି। ତେବେ...

ବିଦ୍ୟୁତ୍‌ ତାର ବିଛାଇ ବନ୍ୟଜନ୍ତୁ ଶିକାର: ମୃତ ବାର୍‌ହା ଜବତ, ଶିକାରୀ ଗିରଫ

ବୁଗୁଡ଼ା,୪ା୯(ଡି.ଏନ.ଏ.)-ବୁଗୁଡ଼ା ବନାଞ୍ଚଳ ପଞ୍ଚଭୂତି ସଂରକ୍ଷିତ ଜଙ୍ଗଲ ନିକଟ ଗୋଳିଆବନ୍ଧରେ ବିଦ୍ୟୁତ୍‌ ତାର ବିଛାଇ ବାର୍‌ହା ଶିକାର କରାଯାଇଥିବା ଅଭିଯୋଗ ହୋଇଛି। ଏହି ମାମଲାରେ ବୁଗୁଡ଼ା ବନ...

ଖ୍ରୀଷ୍ଟଧର୍ମାବଲମ୍ବୀଙ୍କ କ୍ୟାଣ୍ଡେଲ ଶୋଭାଯାତ୍ରା

ଜି.ଉଦୟଗିରି, ୨୩ା୧୨ (ଡି.ଏନ୍‌.ଏ: ଜି. ଉଦୟଗିରି ସହରରେ ରବିବାର ସନ୍ଧ୍ୟାରେ ନିକଟସ୍ଥ ମାଲିକପଡି ବାପଟିଷ୍ଟ ଚର୍ଚ୍ଚ ପକ୍ଷରୁ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ହୋଇଥିଲା। ଚର୍ଚ୍ଚଠାରୁ ଖ୍ରୀଷ୍ଟୀୟମାନେ...

ଡେଥଜୋନ ପାଲଟିଛି ବାମପଦା ଛକ

ରେମୁଣା,୨୯।୭(ଡି.ଏନ.ଏ.)-ବାଲେଶ୍ୱର ଜିଲା ରେମୁଣା ଶିଳ୍ପାଞ୍ଚଳ ଥାନା ଅଧୀନ ୧୬ନମ୍ବର ଜାତୀୟ ରାଜପଥର ବାମପଦା ଛକରେ ବାରମ୍ବାର ଦୁର୍ଘଟଣା ଘଟି ଏକ ଡେଥ ଜୋନ୍‌ରେ ପରିଣତ ହୋଇଛି।...

ଆତ୍ମହତ୍ୟା କଲେ ଆନ୍ଧ୍ର ପ୍ରଦେଶ ବିଧାନସଭାର ପୂର୍ବତନ ବାଚସ୍ପତି

ହାଇଦ୍ରାବାଦ,୧୬।୯: ଆନ୍ଧ୍ର ପ୍ରଦେଶ ବିଧାନସଭାର ପୂର୍ବତନ ବାଚସ୍ପତି ତଥା ତେଲଗୁ ଦେଶମ ପାର୍ଟି(ଟିଡିପି)ର ନେତା କୋଡେଲା ଶିବ ପ୍ରସାଦ ରାଓ ସୋମବାର ଆତ୍ମହତ୍ୟା କରିଛନ୍ତି। ଏନେଇ...

‘ମୋ ସରକାର’ରେ ସାମିଲ ହେଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ

ଭୁବନେଶ୍ୱର,୧୨।୨(ବ୍ୟୁରୋ): ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ‘ମୋ ସରକାର’ରେ ସାମିଲ ହୋଇଛି। ମଙ୍ଗଳବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଅନୁଷ୍ଠିତ...

କ୍ରିକେଟ୍‌ ଅଧିନାୟକଙ୍କ ନାଁରେ ସୋସିଆଲ ମିଡିଆରେ ଲେଖିବାରୁ ଡାକ୍ତରଙ୍କ ବଦଳି

ଢାକା, ୨।୭: ବାଲାଂଦେଶ କ୍ରିକେଟ ଦଳର ଅଧିନାୟକ ମାଶ୍ରାଫି ମୋର୍ତ୍ତାଜାଙ୍କ ବିରୋଧରେ ଲେଖିବାରୁ ଜଣେ ଜଣାଶୁଣା ଡାକ୍ତରଙ୍କୁ ଏକ ଦୁର୍ଗମ ଅଞ୍ଚଳକୁ ବଦଳି କରାଯାଇଛି। ଶିଶୁ...

ପାରାଦୀପରେ କାଳବୈଶାଖୀ ତାଣ୍ଡବ: ବୁଡ଼ିଲା ୧୫ ମାଛଧରା ଡଙ୍ଗା, ୪୦ ଆହତ

ପାରାଦୀପ,୨୧ା୩(ସ୍ବ.ପ୍ର.): ପାରାଦୀପ ଆଖପାଖ ଅଞ୍ଚଳରେ ଗୁରୁବାର ରାତିରେ କାଳବୈଶାଖୀ ତାଣ୍ଡବ ରଚିଥିଲା। ଏଥିଯୋଗୁ ବ୍ୟାପକ କ୍ଷୟକ୍ଷତି ହୋଇଛି। ମହାନଦୀର ଚଉମୁହାଣିଠାରୁ ମାଛ ଧରିବାକୁ ଯାଇଥିବା ଏକାଧିକ...

Leave a comment

Your email address will not be published. Required fields are marked *