ମାଛ ଜାଲରୁ ଗୋମୁହା ପ୍ରଜାତିର କୁମ୍ଭୀର ଉଦ୍ଧାର

ଦିଗପହଣ୍ଡି,୨୯ା୮(ଡି.ଏନ.ଏ.)-ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମ୍ବାରିଗାଁ ପଞ୍ଚାୟତ ମଣିଢିଅ ଗ୍ରାମରେ ମାଛ ଜାଲରୁ ବୁଧବାର ଏକ ଗୋମୁହା ପ୍ରଜାତିର କୁମ୍ଭୀର ଉଦ୍ଧାର ହୋଇଛି। କୁମ୍ଭୀରଟିର ଲମ୍ବ ପ୍ରାୟ ୫ ଫୁଟ ହୋଇଥିବା ବେଳେ ବୟସ ପ୍ରାୟ ୨ ବର୍ଷ ହେବ ବୋଲି ଜଣାପଡ଼ିଛି। ସକାଳୁ ଉକ୍ତ ଗ୍ରାମରେ ଥିବା ଏକ ପୋଖରୀରେ ଲୋକେ ମାଛ ଧରୁଥିବା ସମୟରେ ଜାଲରେ କୁମ୍ଭୀରଟି ଫସିଯାଇଥିଲା। କୁମ୍ଭୀରଟିକୁ ଦେଖି ଲୋକେ ଭୟଭୀତ ହୋଇଯାଇଥିଲେ। ପରେ ଗ୍ରାମବାସୀ ଦିଗପହଣ୍ଡି ବନ ବିଭାଗକୁ ଜଣାଇଥିଲେ। ବନାଞ୍ଚାଳ ଦାୟିତ୍ୱରେ ଥିବା ଭାରପ୍ରାପ୍ତ ରେଞ୍ଜର ରାଜାରାଓ ସୁବୁଦ୍ଧିଙ୍କ ନେତୃତ୍ୱରେ ବନରକ୍ଷୀ ମୁରଲୀଧର ନାୟକ, ନିରଞ୍ଜନ ପ୍ରଧାନ ଘଟଣାସ୍ଥଳରେ ପହଞ୍ଚତ୍ କୌଶଳକ୍ରମେ ଜାଲରୁ କୁମ୍ଭୀରକୁ ଉଦ୍ଧାର କରିଥିଲେ। କୁମ୍ଭୀରଟିକୁ ଉଦ୍ଧାର ପରେ ନିକଟସ୍ଥ ଘୋଡ଼ାହାଡ ଡ୍ୟାମରେ ଛାଡ଼ି ଦିଆଯାଇଥିବା ରେଞ୍ଜର କହିଛନ୍ତି।


All Right Reserved By

ଅଭିଯୁକ୍ତଙ୍କ ଗିରଫ ଦାବିରେ ଗର୍ଭବତୀ ନାବାଳିକାଙ୍କ ଧାରଣା

ଅଫିସ, ୩।୮: ଭଦ୍ରକ ଜିଲା ତିହିଡ଼ି ଥାନା ଅଞ୍ଚଳରେ ଗତ ଦୁଇ ମାସ ପୂର୍ବେ ଜନୈକ ନାବାଳିକାଙ୍କୁ ବଳାତ୍କାର ହୋଇଥିଲା। ସମ୍ପୃକ୍ତା ପୀଡ଼ିତା ବର୍ତ୍ତମାନ ଗର୍ଭବତୀ...

ବର୍ଷା ଯୋଗୁ ବରଗଡ଼ ଜିଲାର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ

ବରଗଡ଼ ଅଫିସ,୧୩।୮: ରାଜ୍ୟରେ ଗତ ୨ଦିନ ଧରି ବର୍ଷା ଲାଗିରହିଥିବା ବେଳେ ମଙ୍ଗଳବାର ସକାଳୁ ବରଗଡ଼ ଜିଲାରେ ବର୍ଷାର ପରିମାଣ ବଢ଼ିବାରେ ଲାଗିଛି। ଏ ନେଇ...

ଅଧ୍ୟାପିକାଙ୍କୁ ଅଧ୍ୟକ୍ଷଙ୍କ ଅସଦାଚରଣ ଘଟଣା: ମହାବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇଲେ ଗ୍ରାମବାସୀ

ଉଦଳା,୨୪ା୭(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଉଦଳା ଅଞ୍ଚଳରେ ଥିବା ଏକ ମହାବିଦ୍ୟାଳୟର ଅଧ୍ୟକ୍ଷ ଜଣେ ଅଧ୍ୟାପିକାଙ୍କୁ ଅସଦାଚରଣ କରିବା ଘଟଣାକୁ ନେଇ ସ୍ଥାନୀୟ ଗ୍ରାମବାସୀ ପ୍ରତିକ୍ରିୟା ପ୍ରକାଶ...

ପୋଲରେ ଧକ୍କାଦେଇ ୨୦ ଫୁଟ ତଳକୁ ଖସିଲା ଡମ୍ପର: ଚାଳକ ମୃତ

ବଡବିଲ,୨୮।୭(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡବିଲ ୧୦ ନଂ. ରାଜ୍ୟ ରାଜପଥର ଡାକ ବଙ୍ଗଳା ଛକ ଗୁଣ୍ଡିଚା ମନ୍ଦିର ନିକଟ ପୋଲ ଉପରେ ରବିବାର ସକାଳେ ଦୁର୍ଘଟଣା...

ଅପରେଶନ ଗଜେନ୍ଦ୍ର ବାଟବଣା: ନୀଳଗିରି ଛାଡି ଯାଉନାହାନ୍ତି ଝାଡ଼ଖଣ୍ଡୀ ହାତୀପଲ

ସଜନାଗଡ଼, ୧୮।୬(ଡି.ଏନ.ଏ.)-ନୀଳଗିରି ଅଞ୍ଚଳକୁ ଝାଡ଼ଖଣ୍ଡୀ ହାତୀପଲ ଆସିବାର ୮ଦିନ ବିତିଗଲାଣି। ଫେରିବାର ନାଁ ଧରୁନାହାନ୍ତି। ହାତୀପଲ ଇଚ୍ଛାନୁସାରେ ଖାଦ୍ୟ ପାଇଁ ଘୂରି ବୁଲୁଥିବା ବେଳେ ବନବିଭାଗ...

ବେଲପାହାଡ଼ରେ ବିଧାୟକଙ୍କ ସମୀକ୍ଷା ବୈଠକ

ବେଲପାହାଡ଼,୧୪ା୯ (ଡ଼ି.ଏନ୍‌.ଏ.) ଝାରସୁଗୁଡ଼ା ଜିଲା ବେଲପାହାଡ଼ ପୌରାଞ୍ଚଳର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ଅଗ୍ରଗତି ତଥା ସମସ୍ୟାର ସମାଧାନ ପାଇଁ ଶୁକ୍ରବାର ବ୍ରଜରାଜନଗର ବିଧାୟକ କିଶୋର କୁମାର...

ପାଣିରେ ବୁଡ଼ି ନାବାଳିକା ମୃତ

କେନ୍ଦୁଝର, ୩ା୬(ଡି.ଏନ୍‌.ଏ.)-କେନ୍ଦୁଝର ସଦର ଥାନା ପଦ୍ମପୁର ମେଗା ନର୍ସରୀ ନିକଟରେ ଥିବା ପୋଖରୀରେ ରବିବାର ଅପରାହ୍ନରେ ବୁଡିଯାଇ ଜଣେ ୭ବର୍ଷ ଶିଶୁକନ୍ୟାଙ୍କର ମୃତ୍ୟୁ ଘଟିଛି। ରବିବାର...

ବେଆଇନ ପିସ୍ତଲ ସହ ୮ ଜୀବନ୍ତ ଗୁଳି ଜବତ, ଅଭିଯୁକ୍ତ ଗିରଫ

ବଡବିଲ, ୧୯।୪(ସ୍ବ.ପ୍ର.)-କେନ୍ଦୁଝର ଜିଲା ବଡବିଲ ଥାନା ଅନ୍ତର୍ଗତ ଉପରବସ୍ତିରୁ ଜଣେ ଯୁବକଙ୍କ ନିକଟରୁ ଏକ ବିଦେଶୀ ପିସ୍ତଲ ସହ ୮ଟି ଜୀବନ୍ତ ଗୁଳି ଜବତ ହୋଇଥିବାବେଳେ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *