ତେଲ ଟ୍ୟାଙ୍କରରୁ ଚୋରା କେନ୍ଦୁପତ୍ର ଜବତ

ସଜନାଗଡ଼/ସୋର/ବାହାନଗା,୨୯।୮(ଡି.ଏନ.ଏ.)-ଅଭିନବ ଉପାୟରେ କେନ୍ଦୁପତ୍ର ଚୋରାଚାଲାଣ ହେବା ଘଟଣା ପଦାକୁ ଆସିଛି। ବୁଧବାର ଏକ କମ୍ପାନୀର ତେଲ ଟ୍ୟାଙ୍କରରେ କେନ୍ଦୁପତ୍ର ଲୋଡ଼ ହୋଇ ଆସୁଥିବା ବନବିଭାଗ ବିଶେଷ ସୂତ୍ରରୁ ଖବରପାଇଥିଲା। ବାଲେଶ୍ୱର ଡିଏଫ୍‌ଓ ବିଶ୍ୱରାଜ ପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ କୁଲଡ଼ିହା ରେଞ୍ଜର ତଥା ଏସିଏଫ୍‌ଓ ଲକ୍ଷ୍ମଣ ପ୍ରଧାନ ସଦଳବଳ ସୋର ଥାନାଧିକାରୀଙ୍କ ସାହାଯ୍ୟରେ ୫ନଂ. ଜାତୀୟ ରାଜପଥ ବାରିକପୁର ସ୍ଥିତ ଏକ ଢାବା ନିକଟରେ ରାସ୍ତାକଡ଼ରେ ଅଟକିଥିବା ତେଲଟ୍ୟାଙ୍କର(ନଂ. ନମ୍ବର ଓଆର୍‌-୦୫ଡ଼ି-୩୧୮୫)କୁ ସନ୍ଦେହ କରି ଯାଞ୍ଚ କରାଯାଇଥିଲା। ସେତେବେଳେ ଗାଡ଼ି ଚାଳକ କିମ୍ବା ହେଲପର୍‌ ନ ଥିଲେ । ତନଖି କରିବାରୁ ଟ୍ୟାଙ୍କରରେ ବିଡ଼ା ବିଡ଼ା କେନ୍ଦୁପତ୍ର୍ର ରହିଥିବା ଜଣାପଡିଥିଲା। ପରେ ଟ୍ୟାଙ୍କରକୁ ଜବତ କରି ନୀଳଗିରି କୁଲଡ଼ିହା ରେଞ୍ଜର ଅଫିସ୍‌କୁ ଅଣାଯାଇ ସେଥିରୁ କେନ୍ଦୁପତ୍ର ଜବତ କରାଯାଇଥିଲା। ଏହାର ଆନୁମାନିକ ମୂଲ୍ୟ ୨ଲକ୍ଷ ଟଙ୍କା ପାଖାପାଖି ହେବ । ଏନେଇ ଏକ ମାମଲା (ନଂ. ୨୧/୧୯) ରୁଜୁ କରାଯାଇଥିବା ବନ ବିଭାଗ କହିଛି। ଏହି କେନ୍ଦୁପତ୍ର ପଶ୍ଚିମବଙ୍ଗକୁ ଚାଲାଣ ହେଉଥିଲା ବୋଲି କୁହାଯାଇଛି।


All Right Reserved By Dharitri.Com

ଭଣ୍ଡାରିମାଲରେ ଡବଲ ମର୍ଡର ଘଟଣା: ଗାଁରେ ଉତ୍ତେଜନା, ପୋଲିସ ଫୋର୍ସ ମୁତୟନ, ୪ ଅଟକ

ସମ୍ବଲପୁର/ପଡ଼ିଆବାହାଲ,୨୪ା୯ (ବ୍ୟୁରୋ/ଡି.ଏନ.ଏ.): ସମ୍ବଲପୁର ଜିଲା ଯୁଯୁମୁରା ଥାନା ଅଧୀନ ଭଣ୍ଡାରିମାଲ ଗାଁରେ ସୋମବାର ରାତିରେ ଡବଲ ମର୍ଡର ଘଟିଛି। କେତେଜଣ ବ୍ୟକ୍ତି ୨ ଭାଇଙ୍କୁ ଗୋଡ଼ାଇ...

ଅପରାଧର ସ୍ଥିତି, ପୋଲିସ ଭୂମିକା ନେଇ କର୍ମଶାଳା: ବଢ଼ୁଛି ବଳାତ୍କାର, ମହିଳା, ଶିଶୁ ଆପରାଧିକ ମାମଲା

ଫୁଲବାଣୀ ଅଫିସ, ୧୪ା୧୨-କନ୍ଧମାଳ ଜିଲାରେ ଅପରାଧର ସ୍ଥିତି ଓ ପୋଲିସ ବ୍ୟବସ୍ଥାକୁ ନେଇ ଏକ କର୍ମଶାଳା ସ୍ଥାନୀୟ ପ୍ରେସ୍‌ କ୍ଲବରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛିା ଜିଲାରେ...

କରୋନା ମୁକାବିଲା ପାଇଁ ଆହ୍ବାନ: ଗଠନ ହେଲା ପଞ୍ଚାୟତସ୍ତରୀୟ, ଗ୍ରାମ୍ୟସ୍ତରୀୟ କମିଟି

ଆରଡି,୨୮ା୪(ଡି.ଏନ୍‌.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଆରଡି ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର କରୋନା ମୁକାବିଲା ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଛି। ସରପଞ୍ଚ ଅରବିନ୍ଦ ପାଢ଼ୀ...

ବଲାଙ୍ଗୀରରେ ସ୍ବାଧୀନତା ଦିବସ : ଦେଶର ପ୍ରଗତିରେ ସହାୟକ ହେବାକୁ ମନ୍ତ୍ରୀଙ୍କ ଆହ୍ବାନ

ବଲାଙ୍ଗୀର ଅଫିସ,୧୫।୮: ବଲାଙ୍ଗୀର ଜିଲା ମନୋହରପୁର ପୋଲିସ ପଡ଼ିଆରେ ୭୩ ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଏଥିରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ...

ଦୁଇ ନାବାଳିକାଙ୍କ ସମେତ ୪୧ ଶିଶୁ ଶ୍ରମିକ ଉଦ୍ଧାର

ବ୍ରହ୍ମପୁର ଅଫିସ,୧ା୩ – ଶିଶୁ ଶ୍ରମିକ ଉଦ୍ଧାର ଓ ଥଇଥାନ ପାଇଁ ଅନେକ ଯୋଜନା କରାଯାଇଛି। ଏବେ ଶିଶୁ ଶ୍ରମିକ ଉଦ୍ଧାର ପାଇଁ ବ୍ରହ୍ମପୁର ପୋଲିସ...

ଅଧିକାରୀଙ୍କ ଦାୟିତ୍ୱହୀନତା ଲାଗି ବୀମା ପାଇବାରୁ ଚାଷୀ ବଞ୍ଚିତ : ସମ୍ପାଦକ, ମ୍ୟାନେଜର ପରସ୍ପର ଦୋଷାରୋପ

ଦଶରଥପୁର,୨୩ା୯(ଡିଏନ୍‌ଏ): କଟକ ସେଣ୍ଟ୍ରାଲ କୋପରେଟିଭ ବ୍ୟାଙ୍କ (ସିସିସିବି) ଦଶରଥପୁର ଶାଖା ଅଧୀନରେ ଦଶରଥପୁର ବ୍ଲକର ୧୩ଟି ପ୍ରାଥମିକ କୃଷି ସେବା ସମବାୟ ସମିତି ରହିଛି ା...

ଲୋ-ଭୋଲ୍‌ଟେଜ ସମସ୍ୟା ଅନୁଧ୍ୟାନ

ଚମ୍ପୁଆ,୨ା୬(ଡି.ଏନ.ଏ)- କେନ୍ଦୁଝର ଜିଲା ଚମ୍ପୁଆ ବ୍ଲକ ଅନ୍ତର୍ଗତ ଚନ୍ଦ୍ରଶେଖରପୁର ପଞ୍ଚାୟତର ଲକ୍ଷ୍ମୀପଶି ଅଞ୍ଚଳରେ ଦୀର୍ଘଦିନ ଧରି ଲୋ-ଭୋଲ୍‌ଟେଜ ସମସ୍ୟା ଲାଗି ରହିଥିଲେ ମଧ୍ୟ ଏହାର ପ୍ରତିକାର...

ଗୁଣି ଗାରେଡି ସନ୍ଦେହରେ ବୃଦ୍ଧଙ୍କୁ ନିର୍ମମ ହତ୍ୟା, କୁଡ଼ିଆରୁ ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ମୃତଦେହ ଉଦ୍ଧାର

ବଣାଇଁ,୯।୧୦(ସ୍ବ.ପ୍ର.): ସୁନ୍ଦରଗଡ଼ ଜିଲା ବଣାଇଁ ଉପଖଣ୍ଡ ଲହୁଣିପଡ଼ା ଥାନା କୁଳିପୋଷ ଗ୍ରାମ ସଲଗ୍ନ ଶାଗୁଳିହୁଡ଼ି, ଖଡ଼ିଆମୁଣ୍ଡା ଜଙ୍ଗଲରେ ରହୁଥିବା ଜଣେ ବୃଦ୍ଧଙ୍କୁ ମଙ୍ଗଳବାର ରାତିରେ ନିର୍ମମ...

Leave a comment

Your email address will not be published. Required fields are marked *