ଏଥର ଇକୋ ଫ୍ରେଣ୍ଡ୍‌ଲୀ ଗଣେଶ

କୋଏମ୍ବାଟୁର,୨୮।୮: ଗଣେଶ ଚତୁର୍ଥୀ ଭାଦ୍ରବ ଶୁକ୍ଳପକ୍ଷରେ ପଡ଼ୁଥିବା ବେଳେ ଚଳିତବର୍ଷ ସେପ୍ଟେମ୍ବର ୨ରେ ଏହା ପାଳନ କରାଯିବ। ବିଘ୍ନବିନାଶନଙ୍କ ପୂଜା ଆଉ କିଛି ଦିନ ବାକି ରହିଲା। ଏନେଇ ପଲ୍ଲୀଠୁଁ ସହର ସବୁ ଉତ୍ସବମୁଖର ହୋଇପଡ଼ିଛି। କାରିଗରମାନେ ଗଣେଶ ମୂର୍ତ୍ତି ତିଆରି କରିବାରେ ଲାଗିପଡ଼ିଛନ୍ତି। ହେଲେ ପରିବେଶକୁ ଦୃଷ୍ଟିରେ ରଖି ତାମିଲନାଡୁର କୋଏମ୍ବାଟୁରରେ ଇକୋ ଫ୍ରେଣ୍ଡ୍‌ଲୀ ଗଣେଶ ମୂର୍ତ୍ତି ତିଆରି କରାଯାଉଛି। ଏହି ଇକୋ ଫ୍ରେଣ୍ଡ୍‌ଲୀ ମୂର୍ତ୍ତିଗୁଡିକର ସର୍ବନିମ୍ନ ଉଚ୍ଚତା ୨ଫୁଟ। ଏହି ମୂର୍ତ୍ତିଗୁଡ଼ିକୁ ମାଟି, କାଗଜ ଓ ପ୍ରଦୂଷଣମୁକ୍ତ ଉପାଦାନରେ ତିଆରି କରାଯାଉଥିବା ବେଳେ ଏଥିରେ ପ୍ରାକୃତିକ ରଙ୍ଗର ବ୍ୟବହାର କରାଯାଇଥାଏ। କାରଣ ଏହିସବୁ ମୂର୍ତ୍ତି ଶୀଘ୍ର ମିଳାଇ ଯିବା ସହ ପାଣିକୁ ପ୍ରଦୂଷିତ କରି ନ ଥାଏ ବୋଲି ସ୍ଥାନୀୟ କାରିଗର ଶ୍ରବଣ କୁମାର କହିଛନ୍ତି। ଏଥିସହ ମଙ୍ଗଳା ବିନାୟକ, ଲୋଟସ୍‌ ବିନାୟକ ଓ ନାଗ ବିନାୟକ ଭଳି ବିଭିନ୍ନ ପ୍ରକାରର ମୂର୍ତ୍ତି ତିଆରି କରାଯାଉଛି। ହେଲେ ଚଳିତବର୍ଷ ବିଭିନ୍ନ ପ୍ରକାରର ମଞ୍ଜିରେ ତିଆରି ହୋଇଥିବା ଗଣେଶ ମୂର୍ତ୍ତିର ଅଧିକ ଚାହିଦା ରହିଛି ବୋଲି କାରିଗରମାନେ କହିଛନ୍ତି।


All Right Reserved By

ଜୁନ୍‌ ୩୦ରେ ପ୍ରଚାରିତ ହେବ ମୋଦିଙ୍କ ‘ମନ କି ବାତ’ର ପ୍ରଥମ ଏପିସୋଡ଼

ନୂଆଦିଲ୍ଲୀ,୧୧।୬: ଦ୍ୱିତୀୟ ଥର ଭାବେ ପ୍ରଧାନମନ୍ତ୍ରୀ ଦାୟିତ୍ୱ ସମ୍ଭାଳି ଥିବା ନରେନ୍ଦ୍ର ମୋଦି ପୁଣି ଥରେ ତାଙ୍କର ଲୋକପ୍ରିୟ ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ’ରେ...

ଚାଷୀଙ୍କ ପୁଅଙ୍କୁ ଆମେରିକା ପ୍ରଦାନ କରିବ ଗ୍ରେନେଲ୍‌ ପୁରସ୍କାର: ମିଳିବ ୭୦ ଲକ୍ଷ ଟଙ୍କା

ପାଟନା, ୩।୮: ବିହାରରେ ଜଣେ ଚାଷୀଙ୍କ ପୁଅଙ୍କୁ ଉଲ୍ଲେଖନୀୟ ସାମାଜିକ କାର୍ଯ୍ୟ ପାଇଁ ସମ୍ମାନ ଜନକ ଗ୍ରେନେଲ୍‌ ପୁରସ୍କାର ପ୍ରଦାନ କରାଯିବ। ଗୟା ଜିଲାର ହମ୍‌ଜାପୁର...

୩୦ ବର୍ଷ ହେବ ୩ ସରକାରୀ ବିଭାଗରେ କାମ କରୁଥିଲେ ଇଞ୍ଜିନିୟର

ପାଟନା,୨୪।୮: ବିହାରର ସୁରେଶ ରାମ ନାମକ ଜଣେ ଇଞ୍ଜିନିୟର ୩୦ ବର୍ଷ ହେବ ଏକାସାଙ୍ଗେ ୩ଟି ବିଭାଗରେ କାମ କରୁଥିବା ଜଣାପଡିଛି। ସେ ୩ଜିଲାର ୨...

ନାଗାଲାଣ୍ଡ ପାଇଁ ସ୍ବତନ୍ତ୍ର ପତାକା ଦାବି

ଗୌହାଟୀ,୨୫ା୮:ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନ କରୁଥିବା ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ ସହ ସେଠାକାର ପତାକା ରଦ୍ଦ ହୋଇଛି। ଅନ୍ୟପକ୍ଷରେ ଏବେ ନାଗାଲାଣ୍ଡ ପାଇଁ ସ୍ବତନ୍ତ୍ର...

ଗୋଟିଏ କାନ୍ଥକୁ ଲାଗି ରହିଛି ମନ୍ଦିର-ମସଜିଦ

ଚଣ୍ଡିଗଡ଼,୧୯।୫: ପଞ୍ଜାବର ମୁସଲିମ ବହୁଳ ସହର ମାଲେରକୋଟଲା ହିନ୍ଦୁ-ମୁସଲମାନଙ୍କ ଏକତାର ଉଦାହରଣ ସୃଷ୍ଟି କରିଥାଏ। ଏଠାରେ ଗୋଟିଏ କାନ୍ଥ ମଧ୍ୟରେ ଏକାଠି ରହିଛି ମନ୍ଦିର ଓ...

ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ: ୨ଘଣ୍ଟା ମଧ୍ୟରେ ଆସାମରେ ସର୍ବାଧିକ ମତଦାନ

ନୂଆଦିଲ୍ଲୀ,୧୮।୪: ଆରମ୍ଭ ହୋଇଛି ଦ୍ୱିତୀୟ ପର୍ଯ୍ୟାୟ ମତଦାନ। ସକାଳ ୭ଟାରୁ ଆରମ୍ଭ ହୋଇଥିବା ଏହି ମତଦାନ କାର୍ଯ୍ୟକ୍ରମରେ ପ୍ରଥମ ୨ ଘଣ୍ଟା ମଧ୍ୟରେ ଆସାମରେ ସର୍ବାଧିକ...

ମାଓବାଦୀ ହିଂସା ୪୩% କମିଛି

ନୂଆଦିଲ୍ଲୀ,୨୫ା୭(ପି.ଟି.): ଗତ ୫ ବର୍ଷରେ ମାଓବାଦୀ ହିଂସା ୪୩% କମିଛି। ରାଜ୍ୟ ସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ଜ. କିଷନ୍‌...

ଏଜୁକେଶନ ଟୁରିଜମ୍‌ ନୂଆ ସୁଯୋଗ

ଭାରତରେ ଏବେ ୧୦,୩୦୦ରୁ ଊର୍ଦ୍ଧ୍ୱ ଶିକ୍ଷାନୁଷ୍ଠାନ ରହିଥିବା ବେଳେ ଏହି ଶିକ୍ଷାନୁଷ୍ଠାନଗୁଡ଼ିକରେ ୩୮ ଲକ୍ଷରୁ ଅଧିକ ସିଟ୍‌ ରହିଛି। ଇଞ୍ଜିିନିୟରିଂ, ଆର୍କିଟେକ୍ଚର, ମ୍ୟାନେଜମେଣ୍ଟ, ଫାର୍ମାସୀ, ଆର୍ଟ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *