କୌଶଳ ଶିକ୍ଷା ନାଁରେ ଶୋଷଣ ଅଭିଯୋଗ: ଯୁବତୀଯୁବକ କଲେକ୍ଟୋରେଟରେ ହାଜର; ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି

ନୂଆପଡା ଅଫିସ,୨୮ା୮: ଦିନକୁ ଦିନ ଜିଲାରେ ବେରୋଜଗାର ଯୁବତୀଯୁବକଙ୍କ ସଂଖ୍ୟା ବଢିଚାଲିଥିବାବେଳେ ଏହାର ସୁଯୋଗ ନେଇ ବାହାରୁ ବିଭିନ୍ନ ନାଁରେ ସଂସ୍ଥାଗୁଡିକ ଡେରା ପକାଇ କୌଶଳ ଶିକ୍ଷା ଦେବା ନାଁରେ ବିଭିନ୍ନ ଶୋଷଣ କରୁଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ନୂଆପଡ଼ା ଜିଲା କୋମନା ବ୍ଲକ ଉଦ୍ୟାନବନ୍ଧରେ ସଂସ୍ଥାରେ ତାଲିମ ଗ୍ରହଣ କରୁଥିବା ଯୁବତୀଯୁବକମାନେ ନୂଆପଡା ଆସି ଜିଲାପାଳଙ୍କୁ ଅଭିଯୋଗ କରିଛନ୍ତି ।
ଅଭିଯୋଗ ମୁତାବକ ଉଦ୍ୟାନବନ୍ଧରେ ବେକାର ଯୁବତୀଯୁବକମାନଙ୍କୁ ରୋଜଗାର ଦେବା ପାଇଁ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଗ୍ରାମୀଣ କୌଶଳ ଯୋଜନାରୁ ତାଲିମ ପ୍ରଦାନ କରାଯିବାକୁ ଏକ ଅନୁଷ୍ଠାନରେ ବ୍ୟବସ୍ଥା କରାଯାଇଥିଲା । ଓଡିଶା ଜୀବିକା ମିଶନ ତରଫରୁ ଏମପିକନ ଲିମିଟେଡ ଜରିଆରେ ୪ଟି ବ୍ୟାଚରେ ୧୨୦ଜଣ ଯୁବତୀଯୁବକଙ୍କୁ ନର୍ସିଂ ତାଲିମ ପ୍ରଦାନ କରାଯାଇଥିଲା । ଏହିଭଳି ଗତ ଏପ୍ରିଲରୁ ୩୦ଜଣ ଯୁବତୀଯୁବକଙ୍କୁ ଭାରତ ସରକାରଙ୍କ ଗ୍ରାମୀଣ କୌଶଳ ଯୋଜନା (ପିଏମକେଭିୱାଇ)ରୁ କଟକର ବିଦ୍ୟାଳୟ ରିଫର ମେଟିଭ ଆକାଡେମୀ ଜରିଆରେ ତାଲିମ ପ୍ରଦାନ କାର୍ଯ୍ୟକ୍ରମ ଚାଲିଥିଲା । ଏଥିରେ ତାଲିମ ନେଉଥିବା ଯୁବତୀଯୁବକମାନଙ୍କୁ କୌଣସି ପ୍ରକାର ସୁବିଧା ସୁଯୋଗ ପ୍ରଦାନ କରାଯାଉ ନ ଥିବାବେଳେ ଷ୍ଟାଇପେଣ୍ଡର ବ୍ୟବସ୍ଥା ମଧ୍ୟ ମିଳୁନାହିଁ । ଏମାନଙ୍କ ନାଁରେ ବ୍ୟାଙ୍କ ଆକାଉଣ୍ଟ ଖୋଲି ଏଟିଏମ ପାସ ବହି ଆଦି ରଖି ନେଇଥିବା ଅଭିଯୋଗ ହୋଇଛି । ଏଥିରେ ନିୟୋଜିତ କର୍ମଚାରୀମାନଙ୍କୁ ମାସାଧିକକାଳ ଦରମା ପ୍ରଦାନ କରାଯାଉ ନ ଥିବାରୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏସବୁ ପରିଚାଳନା କରୁଥିବା କର୍ତ୍ତୃପକ୍ଷ ଯୁବତୀଯୁବକମାନଙ୍କ ନାଁରେ ବ୍ୟାପକ ଅନିୟମିତତା କରୁଥିବା ଅଭିଯୋଗ ହୋଇଛି। ଏହି ସବୁ ଅଭିଯୋଗ ନେଇ ଯୁବତୀଯୁବକମାନେ ନୂଆପଡା ଆସି ଜିଲାପାଳଙ୍କୁ ଭେଟି ଜଣାଇଛନ୍ତି । ଯୁବତୀଯୁବକମାନଙ୍କ ସହ ଜିଲା ଓକିଲ ସଂଘ ସଭାପତି ପ୍ରସନ୍ନ କୁମାର ପାଢୀ ଆସି ଜିଲାପାଳଙ୍କୁ ଏହାର ସରଜମିନ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ କରିବାକୁ ଦାବି କରିଛନ୍ତି । ଏହା ଉପରେ ଆକାଡେମୀ ପରିଚାଳକ ପ୍ରଶାନ୍ତ କୁମାର ବେହେରାଙ୍କୁ ଯୋଗାଯୋଗ କରିବାରେ ଆଜିକୁ ପ୍ରାୟ ମାସେ ହେବ କେନ୍ଦ୍ର ଚାଲିଥିଲା । ଆଜକୁ ୧୫ ଦିନ କାର୍ଯ୍ୟକ୍ରମ ବନ୍ଦ ହୋଇପଡିଛି । ଏହାକୁ ଆଗକୁ ପୁନଃକାର୍ଯ୍ୟକ୍ଷମ କରାଯିବ। ପିଲାଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି କେନ୍ଦ୍ର ଅନ୍ୟତ୍ର ସ୍ଥାପନ କରି ତାଲିମ କାର୍ଯ୍ୟ ଚଳାଇ ପିଲାଙ୍କୁ ଥଇଥାନ ପାଇଁ ଯୋଜନା ରହିଛି ବୋଲି କହିଛନ୍ତି । ପିଲାଙ୍କ ପାଇଁ କୌଣସି ପ୍ରକାର ବ୍ୟବସ୍ଥା ନ ଥିବା କହିଛନ୍ତି । ଟ୍ରେନରମାନଙ୍କୁ ଦରମା ଦେଇ ନ ଥିବା କଥାକୁ ସ୍ବୀକାର କରିଛନ୍ତି ।


All Right Reserved By Dharitri.Com

ମୁର୍‌ତୁ ସଂଗେ ଯୁଝୁଛନ୍‌ ଟିକେସିନୀ: ଚିକିଛା ଲାଗି ଟଁକା ଅଭାବ୍‌

ପଲମ,୧୯।୮(ଡି.ଏନ.ଏ.):  କଳାହାଣ୍ଡି ଜିଲା ନର୍ଲା ବ୍ଲକ ପଲମ ପଁଚେତ୍‌ ପଲମ ପୁରନା କଲୋନୀପଡ଼ାର ଟିକେସିନୀ ବାଗ(୩୫)। ଆଏଜ୍‌କେ ୨ ବଛର ହେଲା ସେ ଯକ୍ଷ୍ମା ରୋଗ୍‌ରେ...

ସପ୍ତାହେରେ ତିଆରି କଲେଣି ୨୦ ହଜାର ମାସ୍କ

ଛେଣ୍ଡିପଦା,୩୧୩(ସ୍ବ.ପ୍ର.)- କରୋନା ସଂକ୍ରମଣ ଯୋଗୁ ବଜାରରେ ମାସ୍କର ଅଭାବକୁ ଦୃଷ୍ଟିରେ ରଖି ଏହାକୁ ତିଆରି କରି ଲୋକଙ୍କୁ ଯୋଗାଇବାକୁ ଅଣ୍ଟା ଭିଡ଼ିଛନ୍ତି ଅନୁଗୋଳ ଜିଲା ଛେଣ୍ଡିପଦା...

ଖାରିପଲ୍ଲୀ ଗ୍ରାମ୍ୟ କମିଟି ସଭ୍ୟଙ୍କୁ ହତ୍ୟା

ଧରାକୋଟ,୪ା୧(ଡି.ଏନ.ଏ.)-ଗଞ୍ଜାମ ଜିଲା ଧରାକୋଟ ବ୍ଲକ ବଡ଼ଗଡ଼ ଥାନା ଅଧୀନ ଖାରିପଲ୍ଲୀ ଗ୍ରାମ୍ୟ କମିଟି ସଭ୍ୟ ଭରତ ବେହେରା (୬୭)ଙ୍କୁ ଶୁକ୍ରବାର ତେଲିଆ ଠାକୁରାଣୀ ନିକଟସ୍ଥ ରାସ୍ତାରେ...

ପନିପରିବା, ଗ୍ରସେରି ଦୋକାନ ଲାଗି ପରିବର୍ତ୍ତିତ ନିୟମ

ଭଦ୍ରକ ଅଫିସ,୨୬ା୩ – ଲକ୍‌ଡାଉନ ପରିପ୍ରେକ୍ଷୀରେ ଭଦ୍ରକ ସହରରେ ସାମାଜିକ ଦୂରତା ଅବଲମ୍ବନ କରିବା ନିମନ୍ତେ ଜିଲା ପ୍ରଶାସନ ଅତ୍ୟାବଶ୍ୟକ ଦୋକାନ ଖୋଲିବା ନିୟମର କେତେକ...

ଆଜିଠୁ ପଞ୍ଚୁକ ବ୍ରତ:୫ ଦିନ ୫ ବେଶରେ ଦର୍ଶନ ଦେବେ ମହାପ୍ରଭୁ

ପୁରୀ ଅଫିସ,୮-୧୧: ଶୁକ୍ରବାରଠାରୁ ଆରମ୍ଭ ହେବ ମହା କାର୍ତ୍ତିକର ପଞ୍ଚୁକ ବ୍ରତ। ଶ୍ରୀମନ୍ଦିରରେ କାର୍ତ୍ତିକ ଶୁକ୍ଳ ଏକାଦଶୀଠାରୁ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ପଞ୍ଚୁକ ବେଶ...

୪ ଆଇଏଫ୍‌ଏସ୍‌ ଅଫିସରଙ୍କ ପଦୋନ୍ନତି

ଭୁବନେଶ୍ୱର,୧୦।୧୦(ବ୍ୟୁରୋ): ରାଜ୍ୟ ସରକାର ଗୁରୁବାର ଆଇଏଫ୍‌ଏସ୍‌ ଅଫିସର ସ୍ତରରେ ଅଦଳବଦଳ କରିଛନ୍ତି। ରାଜ୍ୟର ୪ ଜଣ ଆଇଏଫ୍‌ଏସ୍‌ ଅଫିସରଙ୍କୁ ଅତିରିକ୍ତ ପିସିସିଏଫ୍‌ ପଦବୀକୁ ପଦୋନ୍ନତି ଦେଇଛନ୍ତି...

ଡୋକ୍ରା ଶିଳ୍ପକୁ କରୋନା ମାଡ଼

ଢେଙ୍କାନାଳ ଅଫିସ, ୩।୪ – କୋଭିଡ୍‌-୧୯ ସଂକ୍ରମଣରେ ପ୍ରଭାବିତ ହୋଇଛି ସମଗ୍ର ଶିଳ୍ପ ଜଗତ। ଏଥିରୁ ବାଦ୍‌ ପଡ଼ିନି ପାରମ୍ପରିକ ହସ୍ତଶିଳ୍ପ। ଖାସ୍‌ କରି ଲକ୍‌ଡାଉନ...

ପାଟଣାର ପୂର୍ବତନ ବିଧାୟକ ରାମରାୟ ଗୁରୁତର

ପାଟଣା,୧୯ା୫(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ରାମରାୟ ମୁଣ୍ଡା ବାର୍ଦ୍ଧକ୍ୟ ଜନିତ ରୋଗର ଶିକାର ହୋଇ ପ୍ରଥମେ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ...

Leave a comment

Your email address will not be published. Required fields are marked *