Posted inଜାତୀୟ

ସମଗ୍ର ଦେଶରେ ଖୋଲାଯିବ ୭୫ ମେଡିକାଲ କଲେଜ

ନୂଆଦିଲ୍ଲୀ,୨୮।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ମୋଦି କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ସମଗ୍ର ଦେଶରେ ମୋଟ ୭୫ଟି ନୂତନ ମେଡିକାଲ କଲେଜ ଖୋଲାଯିବା ନେଇ କେନ୍ଦ୍ର ସରକାର ମଞ୍ଜୁରୀ ଦେଇଥିବା ଜଣାପଡ଼ିଛି। ବୈଠକ ଶେଷ ହେବା ପରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ଏହି ନିଷ୍ପତ୍ତି ବିଷୟରେ ସୂଚନା ଦେଇଛନ୍ତି। ନୂଆ ମେଡିକାଲ କଲେଜ ଖୋଲିବା ପାଇଁ ୨୪,୩୭୫ କୋଟି ଖର୍ଚ୍ଚ ହେବ। ଏଥିରେ ଏମ୍‌ବିବିଏସ୍‌ର ୧୫,୭୦୦ ନୂତନ ସିଟ ରହିବ। ଦେଶର ଯେଉଁ ରାଜ୍ୟଗୁଡ଼ିକ ସ୍ବାସ୍ଥ୍ୟକ୍ଷେତ୍ରରେ ପଛୁଆ, ସେଠାରେ ଏହି ନୂତନ ମେଡିକାଲ କଲେଜ ଖୋଲାଯିବ। ଏଥିଯୋଗୁ ଗାଁ ଗାଁରେ ସ୍ବାସ୍ଥ୍ୟାସେବା ପହଞ୍ଚାଇବା ପାଇଁ ଅଧିକ ଡାକ୍ତର ଉପଲବ୍ଧ ହେବେ ବୋଲି ଜାଭଡେକର କହିଛନ୍ତି।


All Right Reserved By Dharitri.Com

ଚାକିରି ଛାଡ଼ିଲେ ବରିଷ୍ଠ ଆଇପିଏସ୍‌ ଅଧିକାରୀ

ମୁମ୍ବାଇ,୧୨ା୧୨: ରାଜ୍ୟ ସଭାରେ ନାଗରିକତ୍ୱ ସଂଶୋଧନ ବିଲ୍‌, ୨୦୧୯ ଗୃହୀତ ହେବା ପରେ ଏହାର ପ୍ରତିବାଦରେ ଚାକିରି ଛାଡ଼ିଛନ୍ତି ମହାରାଷ୍ଟ୍ରର ବରିଷ୍ଠ ଆଇପିଏସ୍‌ ଅଧିକାରୀ ଅବ୍‌ଦୁର...

୧୨ ଦେଶରେ ଚିଦାମ୍ବରମ୍‌ଙ୍କ ୧୭ ଆକାଉଣ୍ଟ

ନୂଆଦିଲ୍ଲୀ,୨୭ା୮(ପି.ଟି.): ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମଙ୍କର ୧୨ଟି ଦେଶରେ ୧୭ଟି ବ୍ୟାଙ୍କ୍‌ ଆକାଉଣ୍ଟ ରହିଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଚାଞ୍ଚଲ୍ୟକର ତଥ୍ୟ ଦେଇଛି। ଶେଲ୍‌ ଓ୍ବେବ୍‌...

ଟେରର୍‌ ପଣ୍ଡିଂ ମାମଲାରେ ଗିରଫ ହେଲେ ଜମ୍ମୁ-କଶ୍ମୀରର ପୂର୍ବତନ ବିଧାୟକ

ନୂଆଦିଲ୍ଲୀ,୧୦।୮: ନ୍ୟାଶନାଲ ଇନଭେଷ୍ଟିଗେଟିଂ ଏଜେନ୍ସି(ଏନ୍‌ଆଇଏ) ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଇବା ମାମଲାରେ ଜମ୍ମୁ-କଶ୍ମୀରର ପୂର୍ବତନ ବିଧାୟକ ରସିଦ୍‌ ଇଞ୍ଜିନିୟରଙ୍କୁ ଗିରଫ କରିଛି। ୨୦୧୭ରେ କଶ୍ମୀରରେ ଏମିତି ମାମଲାରେ...

ଉତ୍ତର ଭାରତରେ ଶୀତ ଲହରୀ: ୪ରାଜ୍ୟକୁ ରେର୍ଡ ଆଲର୍ଟ ଜାରି

ନୂଆଦିଲ୍ଲୀ,୨୯।୧୨: ଉତ୍ତର ଭାରତର ଅଧିକାଂଶ ସ୍ଥାନରେ ହାଡଭଙ୍ଗା ଶୀତ ପରିଲକ୍ଷିତ ହୋଇଛି। ଏହା ଫଳରେ ସାଧାରଣ ଜୀବନ ପ୍ରଭାବିତ ହୋଇଛି। ରବିବାର ସୁଦ୍ଧା ଦିଲ୍ଲୀ ତାପମାତ୍ରା...

ପ୍ଲାଷ୍ଟିକ ଡ୍ରମ୍‌ର ଭେଳାରେ ବନ୍ୟାଞ୍ଚଳ ପାରିହେଲେ ବରବଧୂ: ଭିଡିଓ ଭାଇରାଲ

ପାଟନା,୧୪।୭: ମୌସୁମୀ ବର୍ଷାରେ ବିହାରର ଅଧିକାଂଶ ଅଞ୍ଚଳରେ ବନ୍ୟାଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଶନିବାର ବିହାରର ଫରବେଶଗଞ୍ଜ ଅଞ୍ଚଳରେ ବିବାହ ପରେ ନବ ଦମ୍ପତି ରାସ୍ତା...

କଂଗ୍ରେସକୁ ସୁପ୍ରିମ୍‌କୋର୍ଟରେ ଝଟ୍‌କା: ଗୁଜରାଟ ରାଜ୍ୟ ସଭା ଉପନିର୍ବାଚନ ଏକାଠି କରାଇବା ଆବେଦନ ଖାରଜ

ନୂଆଦିଲ୍ଲୀ,୨୫।୬: ସୁପ୍ରିମ୍‌କୋର୍ଟଙ୍କ ରାୟ ଯୋଗୁ କଂଗ୍ରେସକୁ ଝଟ୍‌କା ଲାଗିଛି। ଗୁଜରାଟର ୨ଟି ରାଜ୍ୟ ସଭା ଆସନ ପାଇଁ ଉପନିର୍ବାଚନ ଏକାଠି କରାଇବା ଲାଗି କଂଗ୍ରେସ ପକ୍ଷରୁ...

ଜିଲାପାଳଙ୍କ ଅଫିସରୁ ନୂଆ ଭୋଟରଙ୍କ ପାଖକୁ ଯାଉଛି ପୋଷ୍ଟକାର୍ଡ

ଅହମ୍ମଦାବାଦ,୧୬।୪: ଲୋକ ସଭା ନିର୍ବାଚନରେ ଅଧିକରୁ ଅଧିକ ଭୋଟ ଦେବାକୁ ଭୋଟରଙ୍କୁ ଉତ୍ସାହିତ କରିବା ଲାଗି ଗୁଜରାଟ ଅହମ୍ମଦାବାଦର ଜିଲାପାଳ ଏକ ଅଭିନବ ଉପାୟ ଚିନ୍ତା...

ସାରା ଦେଶରେ ଲାଗୁହେବ ଏନ୍‌ଆର୍‌ସି

ନୂଆଦିଲ୍ଲୀ,୧୯ା୯ : ଭାରତରେ ରହୁଥିବା ବେଆଇନ ପ୍ରବାସୀଙ୍କୁ ଚିହ୍ନଟ କରି ବିଦା କରାଯିବ। ଏଥିପାଇଁ କେନ୍ଦ୍ର ସରକାର ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି) ସାରା ଦେଶରେ...

Leave a comment

Your email address will not be published. Required fields are marked *