ପାକିସ୍ତାନ ମନ୍ତ୍ରୀଙ୍କ ଭବିଷ୍ୟବାଣୀ: ଅକ୍ଟୋବର-ନଭେମ୍ବରରେ ହୋଇପାରେ ଭାରତ-ପାକିସ୍ତାନ ଯୁଦ୍ଧ

ଇସ୍‌ଲାମାବାଦ,୨୮।୮: ନିକଟରେ ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ପାକିସ୍ତାନ ବିଚଳିତ ହୋଇପଡ଼ିଛି। ଏଣୁ ଭାରତ ବିରୋଧରେ ପାକିସ୍ତାନ ନୂଆ ନୂଆ ଷଡ଼ଯନ୍ତ୍ର ରଚୁଛି। ଦିନକୁ ଦିନ ପାକିସ୍ତାନ ନେତାଙ୍କ ବିବାଦୀୟ ବୟାନ ମଧ୍ୟ ସାମ୍ନାକୁ ଆସୁଛି। ପାକିସ୍ତାନ କେବେ ପରମାଣୁ ଯୁଦ୍ଧର ଧମକ ଦେଉଛି ତ କେତେବେଳେ ପିଓକେରେ ସେନା ମୁତୟନ କରୁଛି। ଆଉ କେତେବେଳେ କରାଚୀ ଉପର ଆକାଶମାର୍ଗ ବନ୍ଦ କରିଦେଉଛି। ଏହି କ୍ରମରେ ବୁଧବାର ପାକିସ୍ତାନର ମନ୍ତ୍ରୀ ଶେଖ ରସିଦ ଅହମ୍ମଦଙ୍କ ପୁଣି ଥରେ ବିବାଦୀୟ ମନ୍ତବ୍ୟ ସାମ୍ନାକୁ ଆସିଛି। ସେ ଏବେ ଯୁଦ୍ଧର ଭବିଷ୍ୟବାଣୀ କରିଛନ୍ତି। କେବଳ ସେତିକି ନୁହେଁ, ସେ ଯୁଦ୍ଧର ସମ୍ଭାବ୍ୟ ତାରିଖ ମଧ୍ୟ ଘୋଷଣା କରିଛନ୍ତି। ସୂଚନାଯୋଗ୍ୟ, ବୁଧବାର ପାକିସ୍ତାନରେ ଆୟୋଜିତ ଏକ ସେମିନାରରେ ଶେଖ ରସିଦ ଅକ୍ଟୋବର କିମ୍ବା ନଭେମ୍ବରରେ ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧ ହୋଇପାରେ ବୋଲି କହିଛନ୍ତି। ଆଉ ଏଥିପାଇଁ ଏକ ସମ୍ପ୍ରଦାୟକୁ ସେ ପ୍ରସ୍ତୁତ କରିବାକୁ ଏଠାକୁ ଆସିଛନ୍ତି ବୋଲି କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ପାକିସ୍ତାନ ପାଖରେ ଯେଉଁ ଅସ୍ତ୍ରଶସ୍ତ୍ର ରହିଛି, ତାହା କେବଳ ଦେଖାଇବା ଲାଗି ନୁହେଁ ବ୍ୟବହାର କରିବା ଲାଗି। ତାଙ୍କର ଏହି ମନ୍ତବ୍ୟକୁ ପାକିସ୍ତାନ ଖବରଦାତା ଟୁଇଟରରେ ଶେୟାର କରିବା ପରେ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି। ଉଲ୍ଲେଖଯୋଗ୍ୟ ଶେଖ ରସିଦଙ୍କୁ କିଛି ଦିନ ପୂର୍ବରୁ ଲଣ୍ଡନରେ ଅଣ୍ଡା ମାଡ଼ ହୋଇଥିଲା।


All Right Reserved By Dharitri.Com

ଟେକ୍ସାସ ଚର୍ଚ୍ଚରେ ଗୁଳିକାଣ୍ଡ: ୨ ନିହତ

ହ୍ୟୁଷ୍ଟନ,୩୧ା୧୨(ପି.ଟି.): ଟେକ୍ସାସ୍‌ର ଏକ ଚର୍ଚ୍ଚରେ ରବିବାର ଜଣେ ବନ୍ଧୁକଧାରୀ ଗୁଳି ଚଳାଇବାରୁ ୨ ଜଣଙ୍କ ମୃତ୍ୟୁ ଘଟିଛି। ସୁରକ୍ଷା ଯବାନଙ୍କ ଗୁଳିରେ ଆକ୍ରମଣକାରୀ ନିହତ ହୋଇଛନ୍ତି।...

କରୋନା ନେଲାଣି ୨୬ ମୁଣ୍ଡ

ବେଜିଂ,୨୫ା୧(ପି.ଟି.): ଚାଇନାରେ କରୋନା ଭୂତାଣୁ ନେଲାଣି ୨୬ ଜୀବନ। ସେଠାରେ ସ୍ଥିତି ଅଣାୟତ୍ତ ହୋଇପଡ଼ିଛି। ୮୩୦ରୁ ଊର୍ଦ୍ଧ୍ୱ ଏହି ଭୂତାଣୁ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି। ସଂକ୍ରମଣକୁ...

ଭାରତୀୟ ଚ୍ୟାନେଲ ପ୍ରସାରଣ କରିବାରୁ ଜବତ ହେଲା କରାଚିର କେବଲ୍‌ ନେଟଓ୍ବର୍କ

ଇସଲାମାବାଦ,୧୯।୮: ପାକିସ୍ତାନରେ ଭାରତୀୟ ଚ୍ୟାନେଲକୁ ବ୍ୟାନ କରାଯିବା ପରେ କରାଚିରେ ଥିବା ଗାର୍ଡନ କେବଳ ଟେଲିଭିଜନ ନେଟଓ୍ବର୍କ ଏହାକୁ ଅଣଦେଖା କରିଥିଲା। ସେ ଭାରତୀୟ ଚ୍ୟାନେଲ...

୧୨ ତାଲିବାନ୍‌ ଆତଙ୍କବାଦୀ ନିହତ: ୧୬ ସାଧାରଣ ଲୋକ ମୁକ୍ତ

କାବୁଲ,୨୦।୧୦: ଆଫଗାନିସ୍ତାନରେ ମିଳିତ ସୁରକ୍ଷାବଳଙ୍କୁ ଏନ୍‌ କାଉଣ୍ଟରରେ ୧୨ ତାଲିବାନ୍‌ ଆତଙ୍କବାଦୀ ନିହତ ହୋଇଛନ୍ତି। ତାଲିବାନ୍‌ ଆତଙ୍କବାଦୀଙ୍କ ଦ୍ୱାରା ଅପହୃତ ହୋଇଥିବା ୧୬ ଜଣ ସାଧାରଣ...

ଶେଷ ଇଚ୍ଛା ପୂରଣ କରିବ ଆମ୍ବୁଲାନ୍ସ

ସିଡନି,୨୬।୭: କୁହାଯାଏ ମରିବାକୁ ଥିବା ବା ମୃତବ୍ୟକ୍ତିଙ୍କ ଶେଷ ଇଚ୍ଛା ପୂରଣ କରିବା ଭଲ। ଏହାକୁ ନଜରରେ ରଖି ଅଷ୍ଟ୍ରେଲିଆର ଜଣେ ମହିଳାଙ୍କ ଶେଷ ଇଚ୍ଛା...

ସିରିଆରେ ଭୟଙ୍କର ବିସ୍ଫୋରଣ

ସିରିଆ,୩।୬: ସିରିଆ ଉତ୍ତର ପଶ୍ଚିମ ସହର ଅଜାଜରେ ଭୟଙ୍କର ବିସ୍ଫୋରଣ ହୋଇଛି। ବିସ୍ଫୋଟକ ସାମଗ୍ରୀରେ ଭର୍ତ୍ତି ଥିବା କାର ଜନଗହଳିପୂର୍ଣ୍ଣ ସ୍ଥାନରେ ହଠାତ୍‌ ବିସ୍ଫୋରଣ ହୋଇଥିଲା।...

ଜି-୨୦ ପୂର୍ବରୁ ହଂକଂରେ ବିଶାଳ ବିକ୍ଷୋଭ: ବିଶ୍ୱ ନେତାଙ୍କ ସହଯୋଗ ଲୋଡ଼ିଲେ

ଜାତିସଂଘ,୨୭ା୬: ଚଳିତ ସପ୍ତାହରେ ଜାପାନର ଓସାକାଠାରେ ଜି-୨୦ ରାଷ୍ଟ୍ରଗୋଷ୍ଠୀର ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏହା ପୂର୍ବରୁ ବୁଧବାର ହଂକଂରେ ହଜାର ହଜାର ଲୋକ ୧୯ଟି...

ମୋଦି-ଟ୍ରମ୍ପ୍‌ଙ୍କ ସେଲ୍ଫି ନେଇଥିବା ଏହି ବାଳକ ଜଣଙ୍କ କିଏ ଜାଣନ୍ତି କି

ହ୍ୟୁଷ୍ଟନ୍‌,୨୩।୯: ଆମେରିକାର ହ୍ୟୁଷ୍ଟନରେ ଆୟୋଜିତ ‘ହାଓଡି ମୋଦି’ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌। ଉଭୟଙ୍କ...

Leave a comment

Your email address will not be published. Required fields are marked *