Posted inଖେଳ

ଆଶେସ ସିରିଜ୍‌ରୁ ବିଦା ହେଲେ ଦୁଇ ଅମ୍ପାୟର

ମାଞ୍ଚେଷ୍ଟର,୨୮।୮: ଚଳିତ ଆଶେସ ସିରିଜ୍‌ର ପ୍ରଥମ ୩ ଟେଷ୍ଟରେ ବହୁମାତ୍ରାରେ ଅମ୍ପାୟରଙ୍କ ତ୍ରୁଟି ପରିଲକ୍ଷିତ ହୋଇଛି। ଏଥିରେ ହେଡିଂଲେ ଟେଷ୍ଟରେ ବେନ ଷ୍ଟୋକ୍ସଙ୍କୁ ଏଲବିଡବ୍ଲ୍ୟୁ ଦେବାରେ ବିଫଳ ହୋଇଥିଲେ, ଯାହାକି ମ୍ୟାଚ୍‌ର ଫଳାଫଳ ବଦଳି ପାରିଥାନ୍ତା ଭଳି ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ରହିଛି। ଏଥିଯୋଗୁ ସିରିଜ୍‌ର ଅବଶିଷ୍ଟ ମ୍ୟାଚ୍‌ରେ ଦୁଇ ନୂଆ ଅମ୍ପାୟର ଦାୟିତ୍ୱ ସମ୍ଭାଳିବେ। ଅମ୍ପାୟର ଜୋଏଲ ଓ୍ବିଲିସନଙ୍କ ସହ ଗତ ମ୍ୟାଚ୍‌ରେ ୭ଟି ଭୁଲ ନିଷ୍ପତ୍ତି କରିଥିବା କ୍ରିସ ଗାଫନି ଓଲ୍ଡ ଟ୍ରାଫର୍ଡ ମ୍ୟାଚ୍‌ ପରିଚାଳନା କରିବେ ନାହିଁ। ପ୍ରଥମ ଆଶେସ ଟେଷ୍ଟରେ ଓ୍ବିଲିସନଙ୍କ ୮ ନିଷ୍ପତ୍ତିକୁ ଦୁଇ ଦଳ ଡିଆରଏସ୍‌ ଦ୍ୱାରା ବଦଳାଇଥିଲେ। ଏହାପରେ ହେଡିଂଲେ ଦୃଶ୍ୟ ଅମ୍ପାୟରଙ୍କ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଇଂଲଣ୍ଡକୁ ଜିତିବା ପାଇଁ ୨ ରନ୍‌ ଦରକାର ଥିବାବେଳେ ନାଥନ ଲିଅନଙ୍କ ବଲ ଷ୍ଟୋକ୍ସଙ୍କ ପ୍ୟାଡ୍‌ରେ ବାଜିଥିଲା। ଏହାକୁ ଓ୍ବିଲିସନ ନଟଆଉଟ୍‌ ଦେଇଥିଲେ। କିନ୍ତୁ ରିପ୍ଲେରେ ଇଂଲଣ୍ଡକୁ ଜିତିଥିବା ଷ୍ଟୋକ୍ସ ପୂରା ଆଉଟ୍‌ ଥିବା ଦେଖିବାକୁ ମିଳିଥିଲା। ଦୁଇ ଅମ୍ପାୟରଙ୍କ ବଦଳରେ ମାରାଇସ ଇରାସମୁସ ଓ ରୁଚିରା ପାଲିୟାଗୁରୁଗେ ମ୍ୟାଚ୍‌ ପରଚାଳନା କରିବେ। ୩ୟ ଅମ୍ପାୟର ଦାୟିତ୍ୱରେ ରହିବେ କୁମାର ଧର୍ମସେନା।


All Right Reserved By Dharitri.Com

Posted inଖେଳ View All

ବଲବୀର ସିଂଙ୍କୁ ଭାରତ ରତ୍ନ ପାଇଁ ଦାବିକଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ଼, ୨୨।୮ (ପି.ଟି.)- କିମ୍ବଦନ୍ତୀ ହକି ଖେଳାଳି ବଲବୀର ସିଂ ସିନିୟରଙ୍କୁ ଭାରତର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଭାରତ ରତ୍ନ’ ପ୍ରଦାନ କରିବାକୁ ପଞ୍ଜାବ ମୁଖ୍ୟମନ୍ତ୍ରୀ...

ଗର୍ଲଫ୍ରେଣ୍ଡଙ୍କ ପାଇଁ ଅଭିନେତ୍ରୀଙ୍କୁ ହ୍ବାଟସ୍‌ଆପ୍‌ରୁ ବ୍ଲକ୍‌ କଲେ ଋଷଭ୍‌ ପନ୍ତ

ବଲିଉଡ୍‌ର ଜଣାଶୁଣା ଅଭିନେତ୍ରୀ ଉର୍ବଶୀ ରଉତେଲାଙ୍କ ସହ ଏକ ଡିନର୍‌ ଡେଟ୍‌ରେ ଯାଇ ଫସିଯାଇଛନ୍ତି ଉଇକେଟ୍‌କିପର୍‌ ବ୍ୟାଟ୍ସମ୍ୟାନ୍‌ ଋଷଭ ପନ୍ତ। ଏଥିପାଇଁ ସୋସିଆଲ ମିଡିଆରେ ସେ...

ରିଓରେ ସ୍ବର୍ଣ୍ଣ ଜିତିଲେ ଇଲାଭେନିଲ

ନୂଆଦିଲ୍ଲୀ,୨୯।୮: ଯୁବା ଭାରତୀୟ ଶୁଟର ଇଲାଭେଲିନ ଏଠାରେ ଚାଲିଥିବା ଆଇଏସ୍‌ଏସ୍‌ଏଫ୍‌ ଶୁଟିଂ ବିଶ୍ୱକପ୍‌ (ରାଇଫଲ୍‌/ପିସ୍ତଲ) ୧୦ ମିଟର ଏୟାର ରାଇଫଲ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି।...

ଆଇସିସି ବିଶ୍ୱକପ୍‌: ସେମିଫାଇନାଲ ଲକ୍ଷ୍ୟରେ ଇଂଲଣ୍ଡ- ନ୍ୟୁଜିଲାଣ୍ଡ

ଚେଷ୍ଟର-ଲି- ଷ୍ଟିଟ୍‌,୩।୭ (ପି.ଟି.)- ଚଳିତ ଆଇସିସି ବିଶ୍ୱକପ୍‌ର ଦୁଇ ଫେଭରାଇଟ ଦଳ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ଏବେ କର ବା ମର ସ୍ଥିତିର ସମ୍ମୁଖୀନ ହୋଇଛନ୍ତି।...

ଅଭ୍ୟାସ ବେଳେ ବିଜୟ ଶଙ୍କର ଆହତ: ଛାଡ଼ିବାକୁ ପଡିଲା ଟ୍ରେନିଂ ସେସନ

ସାଉଥାମ୍ପଟନ,୨୧।୬(ପି.ଟି.)- ଟିମ୍‌ ଇଣ୍ଡିଆର ଆଘାତ ସମସ୍ୟା ବଢ଼ିବାରେ ଲାଗିଛି। ଏହାର ସଦ୍ୟତମ ଶିକାର ହୋଇଛନ୍ତି ଅଲରାଉଣ୍ଡର ବିଜୟ ଶଙ୍କର। ବୁଧବାର ଅଭ୍ୟାସ ଅବସରରେ ସେ ଆହତ...

କେନିନ୍‌ଙ୍କୁ ପ୍ରଥମ ଗ୍ରାଣ୍ଡସ୍ଲାମ ଟାଇଟଲ

ମେଲବୋର୍ନ,୧।୨(ଏଏଫ୍‌ପି)-୨୧ବର୍ଷୀୟା ଆମେରିକୀୟ ମହିଳା ଟେନିସ ଖେଳାଳି ସୋଫିଆ କେନିନ୍‌ ଏଥର ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଅଷ୍ଟ୍ରେଲିଆନ୍‌ ଓପନ୍‌ରେ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଛନ୍ତି।...

ସୁନ୍ଦରଗଡ଼ ସାଇ ଜିତିଲା ନାଲ୍‌କୋ କପ୍‌ ହକି

କଟକ ଅଫିସ,୨୦ା୯- ବାରବାଟୀ ଷ୍ଟାଡିୟମରେ ଚାଲିଥିବା ୧୭ତମ ନାଲ୍‌କୋ କପ୍‌ ରାଜ୍ୟ ହକି ଚାମ୍ପିୟନଶିପ ଗୁରୁବାର ଉଦ୍‌ଯାପିତ ହୋଇଯାଇଛି। ସୁନ୍ଦରଗଡ଼ ସାଇ ହଷ୍ଟେଲ ଓ ପୂର୍ବତଟ...

୬ ଖେଳାଳିଙ୍କୁ ରିଲିଜ କଲେ ଷ୍ଟିମାକ୍‌

ନୂଆଦିଲ୍ଲୀ, ୨୭ା୫ (ପି.ଟି.)-ଜାତୀୟ ଫୁଟ୍‌ବଲ ପ୍ରସ୍ତୁତି କ୍ୟାମ୍ପରେ ଯୋଗ ଦେଇଥିବା ୩୭ ଜଣ ଫୁଟ୍‌ବଲ ଖେଳାଳିଙ୍କ ମଧ୍ୟରୁ ସୋମବାର ୬ଜଣଙ୍କୁ ରିଲିଜ କରିଛନ୍ତି କୋଚ୍‌ ଇଗୋର...

Leave a comment

Your email address will not be published. Required fields are marked *