Posted inଫୁରସତ

ଶିଶୁ ଶ୍ରମିକଙ୍କ ପାଇଁ ଆଲୋକବର୍ତ୍ତିକା ସାଜିଛନ୍ତି ଭାନୁଜା

ଉତ୍ତର ପ୍ରଦେଶ ବନାରସର କିଛି ଯୁବଗୋଷ୍ଠୀ ଉଠାଇଛନ୍ତି ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। ସ୍ଥାନୀୟ ଅଞ୍ଚଳରେ ଚାଲିଥିବା ଇଟାଭାଟିରେ କାର୍ଯ୍ୟରତ ଶ୍ରମିକଙ୍କ ଶିଶୁଙ୍କୁ ଶିକ୍ଷିତ କରିବାକୁ ଚଳାଇଛନ୍ତି ପ୍ରୟାସ। ଏଠାରେ ତିଆରି ହୋଇଛି ଏକ ପାଠଶାଳା। ଯେଉଁଠାରେ ପ୍ରତିଦିନ ଶ୍ରମିକଙ୍କ ପିଲାଙ୍କୁ ପ୍ରାୟ ୧୦୦ଜଣ ଯୁବକ ପାଠ ପଢ଼ାଇବାର ଗୁରୁଦାୟିତ୍ୱ ବହନ କରିଛନ୍ତି। ପ୍ରତିଦିନ ସନ୍ଧ୍ୟା ହେଲେ ତିନିଚାରି ଘଣ୍ଟା ଏଠାରେ ପାଠ ପଢ଼ାଯାଏ। ଶିକ୍ଷାର ମାନ ଏବଂ ମୂଲ୍ୟକୁ ବୁଝିବା ଏମାନଙ୍କ ପକ୍ଷେ କଷ୍ଟକର। କାରଣ ଦିନକୁ ଦି’ଓଳି ଖାଇବାକୁ ମିଳୁ ନ ଥିବା ବେଳେ ପିଲାଙ୍କୁ ଶିକ୍ଷିତ କରିବା ସ୍ବପ୍ନ ଏମାନଙ୍କ ଛାତିତଳେ ଚାପି ହୋଇ ରହିଯାଉଥିଲା। କିନ୍ତୁ ପିତାମାତାଙ୍କର ଏ ସ୍ବପ୍ନକୁ ପୂରା କରିବାକୁ ପ୍ରଥମେ ‘ମାନବ ସଂସାଧନ ଏବଂ ମହିଳା ବିକାଶ ସଂଗଠନ’ର ମୁଖ୍ୟ ପ୍ରଫେସର୍‌ ରାଜାରାମ ଶାସ୍ତ୍ରୀ ନିଷ୍ପତ୍ତି ନେଇଥିଲେ। ଆଜି ତାଙ୍କ ପ୍ରୟାସକୁ ଆଗକୁ ବଢ଼ାଇବାରେ ସାହାଯ୍ୟ କରୁଛନ୍ତି ଡ. ଭାନୁଜା ଶରଣ ଲାଲ। ସେ କିଛି ଯୁବକଙ୍କ ସହାୟତାରେ ପିଲାଙ୍କୁ ପ୍ରଥମେ ସାମାନ୍ୟ ଶିକ୍ଷା ପ୍ରଦାନ କରୁଛନ୍ତି। ପରେ ସରକାରୀ ସ୍କୁଲ୍‌ରେ ସ୍ବତନ୍ତ୍ର ଅନୁମତି ମାଧ୍ୟମରେ ନାମ ଲେଖାଉଛନ୍ତି। ଏପର୍ଯ୍ୟନ୍ତ ପ୍ରାୟ ଦୁଇ ହଜାର ପିଲାଙ୍କୁ ଶିକ୍ଷିତ କରିବାରେ ସଫଳ ହୋଇଛି ସଂଗଠନ। ପିଲାଙ୍କୁ ପୁସ୍ତକ, ଖାତା ସାଙ୍ଗକୁ ସମସ୍ତ ପଢ଼ା ସାମଗ୍ରୀ ସଂଗଠନ ଦ୍ୱାରା ପ୍ରଦାନ କରାଯାଏ। ର୍ବମାନ ବନାରସର ପ୍ରାୟ ୨୪ଟି ସ୍ଥାନରେ ଏହି ପାଠଶାଳା ଚାଲୁଛି। ଦେଶର ପ୍ରତିଟି ପିଲାଙ୍କୁ ଶିକ୍ଷାର ଅଧିକାର ପ୍ରାପ୍ତ ହେବା କଥା। କିନ୍ତୁ ଆର୍ଥିକ ଅନଟନ ଏବଂ ଦାରିଦ୍ର୍ୟ ହେତୁ ସେମାନେ ଏହି ଅଧିକାରରୁ ବଞ୍ଚିତ ହେଉଛନ୍ତି।


All Right Reserved By Dharitri.Com

ୟୁଟ୍ୟୁବରେ ୨ କୋଟି ସବ୍‌ସ୍କ୍ରାଇବର୍‌ ହେବାରୁ ଏମିତି ପଦକ୍ଷେପ ନେଲେ ଯୁବକ, ଜାଣି ହେବେ ଆଶ୍ଚର୍ଯ୍ୟ

ଆଜିକାଲି ଚାରିଆଡେ ୟୁଟ୍ୟୁବ୍‌ର କ୍ରେଜ୍‌। ଭିଡିଓ କରି ୟୁଟ୍ୟୁବ୍‌ରେ ଛାଡିବା ଯେମିତି ଏକ ନିଶା ପାଲଟିଗଲାଣି। ସାଧାରଣତଃ ଆମେ ୟୁଟ୍ୟୁବରେ ସବ୍‌ସ୍କ୍ରାଇବର ସଂଖ୍ୟା ବଢିଲେ ଆମେ...

୧୦ କିଲୋମିଟର ଚାଲି ଚାଲି ଯାଇ ପେନସନ୍‌ ଟଙ୍କାରୁ ପିଏମ୍‌ କେୟାର୍ସ ଫଣ୍ଡକୁ ଦାନ କଲେ ୮୦ ବର୍ଷୀୟ ବୃଦ୍ଧା

ରୁଦ୍ରପ୍ରୟାଗ,୧୬।୫: କରୋନା ସଂକ୍ରମଣ ସମୟରେ ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି ଉତ୍ତରାଖଣ୍ଡ ଅଗସ୍ତମୁନୀର ୮୦ ବର୍ଷୀୟ ବୃଦ୍ଧା ଦର୍ଶନୀ ଦେବୀ। ଡୋଭା-ଡଡୋଲି ଗାଁରେ ରହୁଥିବା...

ପୁରୁଣା ବସ୍‌ରେ ସୁଇମିଂ ପୁଲ୍‌, ମଜା ଉଠାଉଛନ୍ତି ଲୋକେ

ଫ୍ରାନ୍ସର ବେଟୁନ୍‌ ସହରର ବିଭିନ୍ନ ସ୍ଥାନରେ ପୁରୁଣା ବସଗୁଡ଼ିକରେ ସୁଇମିଂ ପୁଲ୍‌ କରାଯାଇଛି। ଏଥିରେ ଲୋକେ ସ୍ନାନ କରିବା ସହ ବେଶ୍‌ ମଜା ଉଠାଉଛନ୍ତି। ଏକ...

ଚାଇନାର ଏହି ମହିଳାଙ୍କୁ ଶୁଭି ନ ଥାଏ ପୁରୁଷଙ୍କ କଥା

ଅନେକ ସମୟରେ ଆପଣ ଭିନ୍ନ ଭିନ୍ନ ଲୋକଙ୍କ ସଂସ୍ପର୍ଶରେ ଆସିଥିବେ। ଯେଭଳି କି କମ୍‌ ଶୁଭୁଥିବା ଓ ଗନ୍ଧ ବାସ୍ନା ବାରିପାରୁୁ ନ ଥିବା ବ୍ୟକ୍ତି।...

ନିଜ କାମ ନିଜେ କରିବ ରୋବୋ

ନିକଟରେ ଜାପାନର ବୈଜ୍ଞାନକମାନେ ଏପରି ଏକ ରୋବୋ ପ୍ରସ୍ତୁତ କରିଛନ୍ତି ଯିଏ ନିଜ କାମ ନିଜେ କରିପାରିବ। ଉନ୍ନତ ଜ୍ଞାନକୌଶଳରେ ତିଆରି ହୋଇଥିବା ଏହି ରୋବୋ...

୨ଫୁଟ ବରକୁ ୬ ଫୁଟ କନ୍ୟା

ଇସଲାମାବାଦ,୨୨।୧୧: ପାକିସ୍ତାନ ବାସିନ୍ଦା ବୁରହାନ ଚିସ୍ତିଙ୍କ ଉଚ୍ଚତା ୨ ଫୁଟ୍‌। ଏବେ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତାହା ପୁଣି...

ଏହି ଦେଶରେ ରହିଛି ଏପରି ଅଜବ ସ୍କୁଲ

ସାଧାରଣତଃ ଅନୁକୂଳ ପରିବେଶ ମଧ୍ୟରେ ସ୍କୁଲ ରହିଥାଏ। ଯେଉଁଠିକି ପିଲାମାନେ ସହଜ ଏବଂ ସୁବିଧାରେ ଯାଇଆସି ପାଠ ପଢ଼ିପାରିବେ। ମାତ୍ର ଆଜି ଏମିତି କିଛି ସ୍କୁଲ...

କାଓ ଥେରାପି : ଘଣ୍ଟାଏ ପାଇଁ ଦେବାକୁ ପଡ଼େ ୫ହଜାର ୨୦୦ ଟଙ୍କା

ଡଗ୍‌ ଏବଂ କ୍ୟାଟ୍‌ ଥେରାପି ସମ୍ପର୍କରେ ଜାଣିଥିବେ। କିନ୍ତୁ କାଓ ଥେରାପି ସମ୍ପର୍କରେ ଜାଣିଛନ୍ତି କି, ଯଦି ନା ତେବେ ଜାଣନ୍ତୁ ଏ ସମ୍ପର୍କରେ… ୟୁରୋପରେ...

Leave a comment

Your email address will not be published. Required fields are marked *