ଡେଙ୍ଗା ବ୍ୟକ୍ତିଙ୍କଠାରେ କ୍ୟାନସର୍‌ ଆଶଙ୍କା ଅଧିକ କାହିଁକି

ଉଚ୍ଚତାରେ ଡେଙ୍ଗା ହେବା ପ୍ରତ୍ୟେକ ବ୍ୟକ୍ତିଙ୍କ ଇଚ୍ଛା। କିନ୍ତୁ ଜାଣନ୍ତି, ଡେଙ୍ଗା ବ୍ୟକ୍ତିଙ୍କର ଉଚ୍ଚତା ସହ କ୍ୟାନସର୍‌ର ସମ୍ପର୍କ ଗଭୀର ଥାଏ। ଏକ ନୂତନ ଗବେଷଣାରୁ ଜଣାପଡ଼ିଛି, ଅଧିକ ଡେଙ୍ଗା ଲୋକଙ୍କୁ କ୍ୟାନ୍‌ସର ଆଶଙ୍କା ୩୦ ପ୍ରତିଶତ ବଢ଼ିଯାଏ। ଗବେଷଣା ସ୍ବିଡ଼େନ୍‌ର କାରୋଲିନ୍ସକା ଇନ୍‌ଷ୍ଟିଚ୍ୟୁଟ୍‌ରେ କରାଯାଇଥିଲା। ଏହା କ୍ୟାନସର୍‌ ସମ୍ପର୍କିତ ତଥ୍ୟ ଜାଣିବାର ସବୁଠୁ ବଡ଼ ଗବେଷଣା ବୋଲି ବୈଜ୍ଞାନିକମାନେ ପ୍ରକାଶ କରିଛନ୍ତି। ୧୯୩୮ରୁ ୧୯୯୧ ମଧ୍ୟରେ ଜନ୍ମିତ ପ୍ରାୟ ୫୫ ଲକ୍ଷ ସ୍ବିଡେନ୍‌ବାସୀଙ୍କୁ ଏକାଠି କରାଯାଇ ଏହି ଗବେଷଣା ହୋଇଥିଲା। ବୈଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି, ଅତ୍ୟଧିକ ଡେଙ୍ଗା ପୁରୁଷଙ୍କ ମାମଲାରେ ଏହି ଆଶଙ୍କା ୧୧ ପ୍ରତିଶତ ରହୁଥିବା ବେଳେ ମହିଳାଙ୍କ କ୍ଷେତ୍ରରେ ୧୮ ପ୍ରତିଶତ ଥାଏ। ବୈଜ୍ଞାନିକଙ୍କ ଅନୁସାରେ, ଉଚ୍ଚତା ବଢ଼ିଲେ ତ୍ୱଚା କ୍ୟାନସର୍‌ ସମସ୍ୟା ମଜବୁତ୍‌ ହୋଇଥାଏ। କେବଳ ସେତିକି ନୁହେଁ, ସ୍ତନ କ୍ୟାନ୍‌ସର ଆଶଙ୍କା ମଧ୍ୟ ୨୦ ପ୍ରତିଶତ ପର୍ଯନ୍ତ ବଢ଼ିଥାଏ। ଗବେଷଣାର ପ୍ରମୁଖ ଡ.ଏମିଲି ବୋଇଂଙ୍କ ମତରେ, ଡେଙ୍ଗା ଲୋକଙ୍କ ମଧ୍ୟରେ କ୍ୟାନସର୍‌ ଆଶଙ୍କା କେତେ ରହିଛି ଜାଣିବାକୁ ଦୀର୍ଘବର୍ଷ ପର୍ଯ୍ୟନ୍ତ ଚାଲିଥିଲା ପ୍ରୟାସ। କିନ୍ତୁ ଏ ଗବେଷଣା ଦ୍ୱାରା ମିଳିଥିବା ଆଶ୍ଚର୍ଯ୍ୟଜନକ ତଥ୍ୟ ଚକିତ କରିଛି ସମସ୍ତଙ୍କୁ। ତେବେ ଏଯାଏ ଡେଙ୍ଗା ଲୋକଙ୍କ ମଧ୍ୟରେ କାହିଁକି କ୍ୟାନସର୍‌ ଆଶଙ୍କା ଅଧିକ ରହୁଛି, ସେ ସମ୍ପର୍କରେ କୌଣସି ତଥ୍ୟ ହାସଲ ହୋଇନାହିଁ। ପରୀକ୍ଷଣ ଏବେ ବି ଚାଲିଛି।


All Right Reserved By Dharitri.Com

ସୂର୍ଯ୍ୟୋପରାଗ: ଗର୍ଭବତୀ ଏହିସବୁ ଦିଗ ପ୍ରତି ଦିଅନ୍ତୁ ଦୃଷ୍ଟି

୨୬ ତାରିଖ ସକାଳେ ଏକ ବିରଳ ସୂର୍ଯ୍ୟୋପରାଗ ସଂଘଠିତ ହେବ। ଏହା ଦକ୍ଷିଣ-ଭାରତର କେତେକ ଅଞ୍ଚଳରେ ପୂର୍ଣ୍ଣ ଭାବେ ଦେଖାଯିବାକୁ ଥିବାବେଳେ ଓଡ଼ିଶାରେ ଆଂଶିକ ଭାବେ...

ସକାଳୁ ପଇଡ ପାଣି ପିଇଲେ ମିଳିବ ଏହିସବୁ ଫାଇଦା

ପଇଡ ପାଣି ଶରୀର ପାଇଁ ଲାଭଦାୟକ ହୋଇଥାଏ। ସକାଳେ ଖାଲି ପେଟରେ ପଇଡ ପାଣି ପିଇବା ଫଳପ୍ରଦ ହୋଇଥାଏ। ଏଥିରେ ଥିବା ପୋଷକ ତତ୍ତ୍ୱ ଶରୀରରେ...

ହୃଦ୍‌ରୋଗୀ ଓ ଖାଦ୍ୟ

ହୃଦ୍‌ରୋଗରେ ଆକ୍ରାନ୍ତ ହେଲେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଔଷଧ ଖାଇବାକୁ ପଡ଼ିଥାଏ। ତା’ସହ ନିୟମିତ ସମୟ ଅନ୍ତରାଳରେ ଚେକ୍‌ଅପ୍‌ ପ୍ରତି ନଜର ଦେବାକୁ ପଡ଼େ। ଏହାବ୍ୟତୀତ...

ଗୃହିଣୀମାନଙ୍କର ସ୍ବାସ୍ଥ୍ୟ

ଗୃହିଣୀଟିର ଅକ୍ଳାନ୍ତ ପରିଶ୍ରମ, ଅବର୍ଣ୍ଣନୀୟ ଦୂରଦର୍ଶିତା, ଅକଳ୍ପନୀୟ ସ୍ବାର୍ଥ ତ୍ୟାଗ ତଥା ଅତୁଳନୀୟ ପାରଦର୍ଶିତା ହିଁ ଗୋଟିଏ ପରିବାରକୁ ସରସ ସୁନ୍ଦର କରିତୋଳେ, ତେଣୁ ଗୃହିଣୀଟିକୁ...

ଜନଜାତି ସାମଗ୍ରୀର ନୂଆ ଠିକଣା ‘ଆଦିଶା’

ମାଣ୍ଡିଆ ଚୂନାରୁ ଆରମ୍ଭ କରି ଶାଳଫୁଲ ଚାଉଳ ପର୍ଯ୍ୟନ୍ତ କଳା ତୁଳସୀ ପାଉଡରରୁ ପାଳୁଅ ଚୂନା ପର୍ଯ୍ୟନ୍ତ ଓଡ଼ିଶାର ଆଦିମ ଜନଜାତିଙ୍କ ଦ୍ୱାରା ପ୍ରସ୍ତୁତ ସମସ୍ତ...

ଏପରି ଲକ୍ଷଣ ଜଣାଇଦିଏ ହାର୍ଟ ଆଟାକ୍‌ର ପୂର୍ବ ସୂଚନା…

ହାର୍ଟ ଆଟାକ୍‌ କ୍ଷେତ୍ରରେ କେତେକ ସାଧାରଣ ଲକ୍ଷଣ ଦେଖାଯାଇଥାଏ। ସେ ସମ୍ପର୍କରେ ଜାଣନ୍ତୁ… -ଛାତିରେ ଯନ୍ତ୍ରଣା: ହାର୍ଟ ପମ୍ପିଂରେ ବାଧା ଯୋଗୁ ଏହା ହୋଇଥାଏ। -ବାରମ୍ବାର...

ବଡ଼ ପେଟ ସମସ୍ୟା ନେଇ ଚିନ୍ତିତ କି … ପ୍ରତିଦିନ ପିଅନ୍ତୁ ଏହି ଜୁସ୍‌

ବର୍ତ୍ତମାନ ସମୟରେ ବଡ଼ ପେଟ ଏକ ମୁଖ୍ୟ ସମସ୍ୟା। ଆଧୁନିକ ଜୀବନଶୈଳୀ ହେଉ କିମ୍ବା ଗୋଟିଏ ଜାଗାରେ ବେଶି ସମୟ ବସି କାମ କରିବା ଫଳରେ...

ଉପକାରୀ ଧନିଆ

ଧନିଆରେ ଅନେକ ପ୍ରକାର ସ୍ବାସ୍ଥ୍ୟ ଉପକାରୀ ଗୁଣ ରହିଛି। ଜାଣନ୍ତୁ ସେ ସମ୍ପର୍କରେ… ପ୍ରଚୁର ପରିମାଣରେ ଭିଟାମିନ୍‌ ‘ଏ’ ଏବଂ ଫସ୍‌ଫରସ୍‌ ଭରି ରହିଛି। ନିୟମିତ...

Leave a comment

Your email address will not be published. Required fields are marked *