Posted inଫୁରସତ

ଚା’ପ୍ରେମୀଙ୍କ ପାଇଁ ଖୁସି ଖବର: ତନ୍ଦୁରି ପରେ ଏବେ ମାର୍କେଟରେ ବିରିୟାନୀ ଟି’ର ଜମିବ ଆସର

ତନ୍ଦୁରି ଚା’ ବିଷୟରେ ଆପଣ ଅନେକ କିଛି ଶୁଣିଥିବେ। ଖୁବ୍‌ କମ୍‌ ଦିନରେ ଏହାର ଲୋକପ୍ରିୟତା ବଢ଼ିବା ଯୋଗୁ ପ୍ରାୟ ସବୁ ଜାଗାରେ ଏହା ମିଳିବା ଆରମ୍ଭ କରିଦେଲାଣି। ତେବେ ଏହାକୁ ଟକ୍କର ଦେବା ଭଳି ଏକ ନୂଆ ଚା’ ବଜାରକୁ ଆସିଛି, ଯାହାର ନାଁ ରହିଛି ‘ବିରିୟାନୀ ଟି’। ଏହା ଏବେ ଆଗ୍ରାର ବିଭିନ୍ନ କାଫେରେ ଉପଲବ୍ଧ ହେଉଥିବା ବେଳେ ଆଗାମୀ ଦିନରେ ସବୁଜାଗାରେ ମିଳିବ। ଯଦି କେବେ ଆଗ୍ରା ଯାଉଛନ୍ତି, ତେବେ ଏହି ଚା’ର ମଜା ନେବାକୁ ଭୁଲନ୍ତୁ ନାହିଁ। ଏହାକୁ ମଧ୍ୟ ଆପଣ ଘରେ ପ୍ରସ୍ତୁତ କରିପାରିବେ।

ଆବଶ୍ୟକ ସାମଗ୍ରୀ:
-୨୫ ମିଲିଲିଟର ମୋଟା କ୍ଷୀର
-୭୮ ମିିଲିଲିଟର ଫୁଲ୍‌ କ୍ରିମ୍‌ ମିଲ୍କ
-ଏକ ଚାମଚ ବ୍ଲାକ୍‌ ଟି’ ପତ୍ର
-ଅଳ୍ପ ଡାଲ୍‌ଚିନି ପାଉଡର

ପ୍ରସ୍ତୁତି ପ୍ରଣାଳୀ:
ପ୍ରଥମେ ଏକ କପ୍‌ରେ ମୋଟା କ୍ଷୀର ନିଅନ୍ତୁ । ଅନ୍ୟ ଏକ ପାତ୍ରରେ ପାଣି ଓ ଚା’ ପତି ନେଇ ଭଲଭାବେ ମିଶାନ୍ତୁ। ପରେ ଏହାକୁ ଛାଣି କ୍ଷୀର ସହ ମିଶାଇ ଅନ୍ୟ ଏକ ପାତ୍ରରେ ୨ ମିନିଟ ପର୍ଯ୍ୟନ୍ତ ଅଧିକ ଆଞ୍ଚରେ ଗରମ କରନ୍ତୁ। କ୍ଷୀର ଥଣ୍ଡା ହୋଇଗଲା ପରେ ଏହାକୁ ଗ୍ରାଇଣ୍ଡିଂ କରନ୍ତୁ। ଏଥିରେ କିଛି ଡାଲଚିନି ପାଉଡର ପକାଇ ବିରିୟାନୀ ଟି’ ମଜା ନିଅନ୍ତୁ।


All Right Reserved By Dharitri.Com

ଯେଉଁଠି ସାପ ମୃତ୍ୟୁରେ ଶୁଦ୍ଧିକ୍ରିୟା ପାଳନ କରାଯାଏ

ଭାରତରେ ଏଭଳି ଏକ ଗାଁ ରହିଛି, ଯେଉଁଠାରେ ଯୌତୁକ ଭାବେ ବିଷାକ୍ତ ସାପ ଦିଆଯାଏ। ଏହି ପରମ୍ପରା ମଧ୍ୟପ୍ରଦେଶର ଗୌରିଆ ସମୁଦାୟଙ୍କ ମଧ୍ୟରେ ରହିଛି। ପରମ୍ପରା...

ପେଣ୍ଟିଂର ମୂଲ୍ୟ ୧୭୭ କୋଟି

୨୦୦୦ ମସିହାରେ ଜାପାନୀ ପେଣ୍ଟର ୟୋଶିତୋମା ନାରା କରିଥିଲେ ଏକ ପେଣ୍ଟିଂ। ସେତେବେଳେ ତା’ର ମୂଲ୍ୟ କିଛି ନ ଥିଲା। ତେବେ ନିକଟରେ ଏହାକୁ ନିଲାମ...

ତାପମାତ୍ରାକୁ ଅନୁଭବ କରିପାରୁଥିବା ଟେବୁଲ

ଆଜିକାଲି ଅନେକ ପ୍ରକାରର ଆସବାବପତ୍ର ଆସିଗଲାଣି। ଫୋଲ୍ଡିଂ ଆସବାବ ସହ ବିଭିନ୍ନ ଅଜବ ଆସବାବ ବି ରହିଛି। ନିକଟରେ ଆଉ ଏକ ପ୍ରକାରର ଅଜବ ଆସବାବପତ୍ର...

ଚିନ୍ତା ବଢ଼ାଉଛି ମାନସିକ ସ୍ବାସ୍ଥ୍ୟ ସମସ୍ୟା

ପ୍ରତିବର୍ଷ ୧୦ ଅକ୍ଟୋବରରେ ବିଶ୍ୱ ମାନସିକ ସ୍ବାସ୍ଥ୍ୟ ଦିବସ ପାଳନ କରାଯାଉଛି। ମାନସିକ ସ୍ବାସ୍ଥ୍ୟ ସମ୍ବନ୍ଧରେ ସଚେତନ କରିବା ଉଦ୍ଦେଶ୍ୟରେ ପ୍ରଥମଥର ୧୯୯୨ରେ ଏହି ଦିବସ...

ମମତାମୟୀ ଏଲିଜାବେଥ

ଚେଷ୍ଟାକରି କେହି କାହାକୁ ସ୍ନେହ କିମ୍ବା ମମତା ଦେଇପାରେନା। ତାହା ସ୍ବତଃପ୍ରବୃତ୍ତ ଭାବରେ ହୃଦୟରୁ ହିଁ ଝରିଥାଏ। ସେମିତି ଜଣେ ମହିଳା ହେଉଛନ୍ତି ଏଲିଜାବେଥ ଲୟର୍ଡ଼।...

ପରଫ୍ୟୁମ୍‌-ଡିଓ ବି ମଶାଙ୍କୁ କରେ ଆକୃଷ୍ଟ…

କେତେକ ବ୍ୟକ୍ତିଙ୍କୁ ଅନ୍ୟମାନଙ୍କ ତୁଳନାରେ ଅଧିକ ମଶା କାମୁଡ଼ନ୍ତି। ଏହା ସ୍ଥଳ ବିଶେଷରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବ୍ଲଡ୍‌ ଗ୍ରୁପ୍‌ ଉପରେ ନିର୍ଭର କରିଥାଏ। ତେବେ ପରଫ୍ୟୁମ୍‌,...

କିଛି କଥା ପ୍ରତି ଧ୍ୟାନଦେଲେ ନବଦମ୍ପତିଙ୍କ ସମ୍ପର୍କ ହୋଇଥାଏ ମଧୁର

ଏବେ ବିବାହ ଋତୁ ଚାଲିଥିବା ବେଳେ ନବଦମ୍ପତି ସେମାନଙ୍କ ସମ୍ପର୍କ କେମିତି ରହିବ ସେନେଇ ଚିନ୍ତିତ ଥା’ନ୍ତି। କିନ୍ତୁ ବାସ୍ତୁ ବିଶେଷଜ୍ଞଙ୍କ ଅନୁଯାୟୀ କେତେକ କଥା...

ମାନସିକ ପୂରଣ କରେ ଏହି ଯଜ୍ଞକୁଣ୍ଡ…

ହରିଦ୍ୱାରରେ ଏପରି ଏକ ଆଶ୍ରମ ରହିଛି। ଏହାର ଯଜ୍ଞଶାଳାରେ ଦୀର୍ଘ ୬୬ ବର୍ଷ ଧରି ଅଖଣ୍ଡ ଅଗ୍ନି ପ୍ରଜ୍ୱଳିତ ହୋଇରହିଛି । ୧୯୫୩ରେ ଏହାର ସ୍ଥାପନା...

Leave a comment

Your email address will not be published. Required fields are marked *