ପ୍ରଭୁ ଗଣେଶଙ୍କୁ ବେଶି ପସନ୍ଦ ମୋଦକ, ଜାଣନ୍ତୁ କାହିଁକି

ଆସୁଛି ଗଣେଶ ପୂଜା। ଆଉ ମାତ୍ର ଦିନ କେଇଟା ପରେ ବିରାଜମାନ ହେବେ ବିଘ୍ନ ବିନାଶକ ପ୍ରଭୁ ଗଣେଶ। ଏଥିପାଇଁ ଚଳଚଞ୍ଚଳ ହୋଇପଡିଛି ଗାଁଠାରୁ ସହର। ପ୍ରଭୁ ଗଣେଶଙ୍କ ଭୋଗ ପାଇଁ ସ୍ବତନ୍ତ୍ର ପ୍ରକାର ମିଠା ଏବଂ ରାଶି ଲଡୁ ପ୍ରସ୍ତୁତ ଚାଲିଛି। କିନ୍ତୁ ଜାଣିଛନ୍ତି ଗଣେଶଙ୍କ ପ୍ରିୟ ଖାଦ୍ୟ  ମୋଦକ। ଏହା ପଛରେ ମଧ୍ୟ ଏକ ପୌରାଣିକ କାହାଣୀ ରହିଛି। ଋଷି ଅତ୍ରି ଏବଂ ତାଙ୍କ ସ୍ତ୍ରୀ ଅନସୂୟା ଦିନେ ପ୍ରଭୁ ଗଣେଶଙ୍କୁ ଅତିଥି ଭାବେ ଘରକୁ ଡାକିଥିଲେ। କିଛି ସମୟ ବିଶ୍ରାମ ନେବା ପରେ ତାଙ୍କୁ ଖାଦ୍ୟ ପରଷିଥିଲେ ଅନସୂୟା। ମାତ୍ର ଦେଖୁ ଦେଖୁ ତାଙ୍କ ଥାଳି ସଫା ହୋଇଯାଇଥିଲା। ଏମିତି କି ଯାହା ରନ୍ଧା ଯାଇଥିଲା ତାହା ମଧ୍ୟ ଶେଷ ହୋଇଯାଇଥିଲା। ଏହାଦେଖି ଚିନ୍ତାରେ ପଡିଯାଇଥିଲେ ଉଭୟ। ଏତିକିବେଳେ ଅନସୂୟାଙ୍କ ମନରେ ଏକ ଉପାୟ ଜୁଟିଥିଲା। ଖାଦ୍ୟ ଗ୍ରହଣ ପରେ ଗଣେଶଙ୍କୁ କିଛି ମିଠା ମୋଦକ ପରଷି ଦେଇଥିଲେ। ଏହାଦେଖି ଖୁସିରେ ନାଚିଉଠିଥିଲେ ଗଣେଶ। ତାଙ୍କୁ ମୋଦକ ଭାରି ଭଲ ଲାଗିଥିଲା। ସେବେଠାରୁ ସେ ମା’ ପାର୍ବତୀଙ୍କ ପାଖରେ ମୋଦକ ଖାଇବାକୁ ସର୍ବଦା ଅଡି ବସୁଥିଲେ।


All Right Reserved By Dharitri.Com

ଏଥର ପୂଜା ପାଇଲେ ସୁନା ଗଣେଶ

ମୁମ୍ବାଇ,୨।୯: ମହାରାଷ୍ଟ୍ରରେ ପ୍ରାୟ ୧୦ ଦିନ ଧରି ଗଣେଶ ଚତୁର୍ଥୀ ଖୁବ୍‌ ଧୁମ୍‌ଧାମରେ ପାଳନ କରାଯାଉଥିବା ବେଳେ ବିଭିନ୍ନ ମଣ୍ଡପରେ ଗଣେଶଙ୍କର ଭିନ୍ନ ଭିନ୍ନ ରୂପ...

ଆଜି ଗଣେଶ ଚତୁର୍ଥୀ: ରାଶି ଅନୁସାରେ ଭୋଗ ଲଗାନ୍ତୁ, ମିଳିବ ମହାବରଦାନ

ଆଜି ସାରା ଦେଶରେ ଗଣେଶ ଚତୁର୍ଥୀ ବହୁ ଧୂମ୍‌ଧାମ୍‌ ପାଳନ କରାଯାଉଛି। ପ୍ରଭୁ ଗଣେଶଙ୍କ ଆବାହନ ଲାଗି ଚାରିଆଡେ ଭିଡ ଜମିଛି। ତେବେ ରାଶି ଅନୁସାରେ...

ସର୍ବ ପ୍ରଥମେ କାହିଁକି ଗଣେଶଙ୍କୁ ପୂଜା କରାଯାଏ

ହିନ୍ଦୁ ଧର୍ମରେ ଯେ କୌଣସି ଶୁଭ କାର୍ଯ୍ୟରେ ପ୍ରଥମେ ଗଣେଶଙ୍କୁ ପୁଜା କରିବାର ବିଧି ରହିଛି। କାରଣ ଗଣେଶଙ୍କର ଅନ୍ୟନାମ ହେଉଛି ବିଘ୍ନବିନାଶକ। ଅର୍ଥାତ୍‌ କୌଣସି...

ଚଳିତ ବର୍ଷ କପୁର ପରିବାର ପାଳିବେନି ଗଣେଶ ଚତୁର୍ଥୀ

ମୁମ୍ବାଇ: ପ୍ରତି ବର୍ଷ କପୁର ପରିବାର ବହୁ ଆଡ଼ମ୍ବରରେ ଗଣେଶ ଚତୁର୍ଥୀ ପାଳନ କରୁଥିବା ବେଳେ ଚଳିତ ବର୍ଷ କିନ୍ତୁ ଏମାନେ ଏହି ପର୍ବ ପାଳନ...

ବନ୍ଧଟିଆରେ ୧୨୦ ବର୍ଷ ଧରି ପୂଜା ପାଇ ଆସୁଛନ୍ତି ଗଜାନନ

ଧାମନଗର,୨।୯:(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମନଗର ବ୍ଲକ ବନ୍ଧଟିଆସ୍ଥିତ ଗଣେଶ ମଣ୍ଡପରେ ଗଜାନନଙ୍କ ପୂଜା ସୋମବାର ଧୂମ୍‌ଧାମ୍‌ରେ ପାଳିତ ହୋଇଛି। ଏହିଠାରେ ୧୨୦ ବର୍ଷ ପୂର୍ତ୍ତି ଉପଲକ୍ଷେ...

ରାଶି ଅନୁଯାୟୀ ଗଣେଶଙ୍କ ପୂଜା

ମେଷ: ଏ ରାଶିର ବ୍ୟକ୍ତିମାନେ ନାଲିରଙ୍ଗର ଗଣେଶ ମୂର୍ତ୍ତି ପୂଜା କରି ଲଡୁ, ଗୁଡ଼ ଭୋଗ ଲଗାନ୍ତୁ। ବୃଷ: ଏ ରାଶିର ବ୍ୟକ୍ତି ଧଳା ରଙ୍ଗର...

ଇକୋ ଫ୍ରେଣ୍ଡଲି ଗଣେଶ ମୂର୍ତ୍ତି

ଆସିଯାଇଛି ପାର୍ବଣର ଋତୁ । ବିଗ୍ରହଙ୍କ ଆବାହନଠାରୁ ବିସର୍ଜନ ପର୍ଯ୍ୟନ୍ତ ପୂଜା ମଣ୍ଡପରେ ଜମେ ଉତ୍ସବର ମାହୋଲ । ତେବେ ବିଭିନ୍ନ ରାସାୟନିକ ପଦାର୍ଥ ବ୍ୟବହାର...

ଗଣେଶଙ୍କ ପୂଜାରେ କାହିଁକି ଲାଗେ ନାହିଁ ତୁଳସୀ…

ପ୍ରତିବର୍ଷ ଭାଦ୍ରବ ମାସ ଶୁକ୍ଳପକ୍ଷ ଚତୁର୍ଥୀ ତିଥିରେ ବିଘ୍ନରାଜଙ୍କୁ ପୂଜା କରାଯାଇଥାଏ। ତାଙ୍କ ପୂଜାରେ ବିଭିନ୍ନ ସାମଗ୍ରୀ ବ୍ୟବହାର କରାଯାଏ। ଏଇ ଯେମିତି ଦୂବ, ଅରୁଆଚାଉଳ,...

Leave a comment

Your email address will not be published. Required fields are marked *