Posted inଜାତୀୟ

କଶ୍ମୀର ଭାରତର; ପାକିସ୍ତାନ ସହିତ ଏବେ ପିଓକେ ନେଇ ହେବ କଥାବାର୍ତ୍ତା: ଭେଙ୍କାୟା ନାଇଡୁ

ନୂଆଦିଲ୍ଲୀ, ୨୮।୮: କଶ୍ମୀର ଭାରତର। ଏହାକୁ ନେଇ ପାକିସ୍ତାନ କୌଣସି ମନ୍ତବ୍ୟ ଦେବା କିମ୍ବା ପଦକ୍ଷେପ ଗ୍ରହଣ କରିବା ଅନୁଚିତ। ସେହିପରି କଶ୍ମୀର ସମସ୍ୟା ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗ। ଏବେ ଭାରତ କେବଳ ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ) ନେଇ ଏହାର ପ୍ରତିପକ୍ଷ ସହିତ କଥାବାର୍ତ୍ତା ହେବ ବୋଲି ଉପରାଷ୍ଟ୍ରପତି ଭେଙ୍କାୟା ନାଇଡୁ କହିଛନ୍ତି। ବିଶାଖାପଟ୍ଟନମ୍‌ରେ ନୌସେନାର ବିଜ୍ଞାନ ଏବଂ ପ୍ରାଦ୍ୟୋଗିକ ପ୍ରୟୋଗଶାଳାର ସ୍ବର୍ଣ୍ଣ ଜୟନ୍ତୀ ସମାରୋହରେ ଯୋଗଦେଇ ଉପରାଷ୍ଟ୍ରପତି ଏଭଳି କହିଛନ୍ତି। କଶ୍ମୀର ଭାରତ ଅଭିନ୍ନ ଅଙ୍ଗ। ଭାରତ ଏକ ଶାନ୍ତିପ୍ରିୟ ରାଷ୍ଟ୍ର। ଏହା କେବେ ମଧ୍ୟ ଯୁଦ୍ଧ ଚାହେଁନା ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ପୂର୍ବରୁ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କେବଳ ପିଓକେ ନେଇ ପାକିସ୍ତାନ ସହିତ ଆଲୋଚନା ଉପରେ ଗୁରୁତ୍ୱାରୋପ କରିଥିଲେ।


All Right Reserved By Dharitri.Com

କଶ୍ମୀର ପଣ୍ଡିତଙ୍କ ପ୍ରତିନିଧିଙ୍କୁ ଭେଟିଲେ ବିଦେଶୀ ପ୍ରତିନିଧି

ଜମ୍ମୁ,୧୦।୧: ଜମ୍ମୁ-କଶ୍ମୀର ସ୍ଥିତି ପରଖିବାକୁ ଗୁରୁବାର ସେଠାରେ ପହଞ୍ଚିଥିବା ବିଦେଶୀ ପ୍ରତିନିଧି ଦଳ ଶୁକ୍ରବାର କଶ୍ମୀର ପଣ୍ଡିତଙ୍କ ପ୍ରତିନିଧିଙ୍କୁ ଭେଟିଛନ୍ତି। ଜମ୍ମୁ ସହର ଉପାନ୍ତରେ ଥିବା...

ନିର୍ବାଚନ ସରୁ ସରୁ ରବର୍ଟଙ୍କ ବଢ଼ିଲା ସମସ୍ୟା: ଅନ୍ତରୀଣ ଜାମିନ ରଦ୍ଦ ପାଇଁ ହାଇକୋର୍ଟରେ ପହଞ୍ଚିଲା ଇଡି

ନୂଆଦିଲ୍ଲୀ,୨୪।୫: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସ୍ବାମୀ ରବର୍ଟ ଭଦ୍ରାଙ୍କ ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି। ଲୋକ ସଭା ନିର୍ବାନରେ କଂଗ୍ରେସକୁ ମିଳିଥିବା ଶୋଚନୀୟ...

ଖାଇକୁ ଖସିଲା ବାୟୁସେନା ଟ୍ରକ

ଜୟପୁର,୨୧।୮: ରାଜସ୍ଥାନ ବାଡମେରରେ ଭାରତୀୟ ବାୟୁସେନାର ଏକ ଟ୍ରକ ବୁଧବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୩ଯବାନଙ୍କ ମୃତ୍ୟୁ ହୋଇଥିବା ବେଳେ ୫ଜଣ ଗୁରୁତର ଆହତ...

ନାଳରେ କାର ପଡ଼ି ଗୋଟିଏ ପରିବାରର ୫ଜଣ ମୃତ୍ୟୁ

ମିରଟ,୨୫।୫: ଉତ୍ତରପ୍ରଦେଶର ମିରଟ ସହରର ଜଟପୁରା ଗଁ।ରେ ଶନିବାର ସକାଳେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଉକ୍ତ ଗଁ। ନିକଟରେ କାରଟି ଭାରସାମ୍ୟ ହରାଇ ଏକ...

ମସ୍ତିଷ୍କ ଜ୍ୱର ଶିଶୁମୃତ୍ୟୁ: କେନ୍ଦ୍ର ଓ ବିହାର ସରକାରଙ୍କୁ ରିପୋର୍ଟ ତଲବ୍‌ କଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୨୪।୬: ବିହାରରେ ମସ୍ତିଷ୍କ ଜ୍ୱର ଶିଶୁ ମୃତ୍ୟୁ ଘଟଣାରେ ସୁପ୍ରିମ୍‌କୋର୍ଟ ସୋମବାର କେନ୍ଦ୍ର ସରକାରଙ୍କ ସହିତ ବିହାର ସରକାରଙ୍କୁ ଧିକ୍କାରିବା ସହିତ ଏନେଇ ରିପୋର୍ଟ ତଲବ...

ନିର୍ଭୟା ମାମଲା: ସୁପ୍ରିମକୋର୍ଟରେ କ୍ୟୁରେଟିଭ ପିଟିଶନ ଦାଖଲ କଲେ ବିନୟ

ନୂଆଦିଲ୍ଲୀ,୯।୧: ବହୁ ଚର୍ଚ୍ଚିତ ନିର୍ଭୟା ଗଣବଳାତ୍କାର ମାମଲାର ୪ ଦୋଷୀଙ୍କ ଡେଥ୍‌ ଓ୍ବାରେଣ୍ଟ ମଙ୍ଗଳବାର ଜାରି କରାଯିବା ପରେ ଗୁରୁବାର ଏମାନଙ୍କ ମଧ୍ୟରୁ ଦୋଷୀ ବିନୟ...

‘କରୋନା ଉପରେ ନିର୍ଭର କରେ ଅର୍ଥ ବ୍ୟବସ୍ଥା ଭାଗ୍ୟ’

ନୂଆଦିଲ୍ଲୀ,୧୪।୩: କରୋନା ଭାଇରସ ଉପରେ ଭାରତୀୟ ଅର୍ଥ ବ୍ୟବସ୍ଥାର ଭାଗ୍ୟ ନିର୍ଭର କରେ। ଏହି ଭାଇରସ ବ୍ୟାପିବା ଆରମ୍ଭ କଲେ ଭାରତ ଏହା ଦ୍ୱାରା ଗଭୀର...

ଲାଲୁଙ୍କ ଜୀବନ ବିପଦରେ: ରାବ୍ରୀ

ପାଟନା,୨୧ା୪(ପି.ଟି.): ରାଷ୍ଟ୍ରୀୟ ଜନତା ଦଳ ଅଧ୍ୟକ୍ଷ ଲାଲୁପ୍ରସାଦ ଯାଦବଙ୍କ ଜୀବନ ବିପଦରେ ବୋଲି ତାଙ୍କ ସ୍ତ୍ରୀ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରୀ ଦେବୀ ଅଭିଯୋଗ...

Leave a comment

Your email address will not be published. Required fields are marked *