Posted inଜାତୀୟ

ଫେସ୍‌ବୁକ୍‌ ବୟଫ୍ରେଣ୍ଡ୍‌ଙ୍କ ଭେଟିବା ପାଇଁ ୧୪୦୦ କିମି ଯାତ୍ରା କରି ବେଙ୍ଗାଲୁରୁରୁ ଭୋପାଳରେ ପହଞ୍ଚିଲେ ୧୦ମ ଶ୍ରେଣୀ ଛାତ୍ରୀ

ଭୋପାଳ,୨୮।୮: ଫେସ୍‌ବୁକ୍‌ ପ୍ରେମ ପ୍ରେମରେ ଲୋକମାନେ ଅନ୍ଧ ହୋଇ ଯାଆନ୍ତି, ଏ ବିଷୟରେ ଆପଣମାନେ ଶୁଣିଥିଲେ। କିନ୍ତୁ ପ୍ରେମରେ ଅନ୍ଧ ହୋଇ ଜଣେ ୧୦ମ ଶ୍ରେଣୀର ଛାତ୍ରୀ ୧୪୦୦ କିମି ଯାତ୍ରା କରି ବେଙ୍ଗାଲୁରୁରୁ ଭୋପାଳରେ ପହଞ୍ଚିବା ନିହାତି ଭାବେ ଆଶ୍ଚର୍ଯ୍ୟଜନକ। ବୟଫ୍ରେଣ୍ଡ୍‌ଙ୍କୁ ସରପ୍ରାଇଜ୍‌ ଦେବା ପାଇଁ ନାବାଳିକା ଜଣଙ୍କ ବେଙ୍ଗାଲୁରୁରୁ ବିମାନ ଯୋଗେ ଭୋପାଳରେ ପହଞ୍ଚିଥିଲେ। ବୟଫ୍ରେଣ୍ଡ୍‌ ଘର ଠିକଣାରେ ଯୋଗାଯୋଗ କରି ସେଠାରେ ଯାଇ ପହଞ୍ଚିଥିଲେ। ହଠାତ୍‌ ଫେସ୍‌ବୁକ୍‌ ଗର୍ଲଫ୍ରେଣ୍ଡଙ୍କୁ ଘର ଆଗରେ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ବୟଫ୍ରେଣ୍ଡ୍‌। ଆଉ ତାଙ୍କୁ ନିଜ ଘରକୁ ଫେରିଯିବାକୁ ବୁଝାଇଥିଲେ। କିନ୍ତୁ ନାବାଳିକା ଜଣଙ୍କ ସେଠାରୁ ଯିବାକୁ ରାଜି ହୋଇ ନ ଥିଲେ। ଫଳରେ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା। ଫଳରେ ନାବାଳିକା ଜଣଙ୍କ କାନ୍ଦି କାନ୍ଦି ରାସ୍ତାରେ ବୁଲିଥିଲେ। ସେଠାରେ ଜଣେ ବ୍ୟକ୍ତି ତାଙ୍କୁ ଉଦ୍ଧାର କରି ଚାଇଲ୍ଡ ଓ୍ବେଲଫେୟାର୍‌ କମିଟି(ସିଡବ୍ଲୁସି)କୁ ହସ୍ତାନ୍ତର କରିଥିଲେ। ପରେ ସିଡବ୍ଲୁସି ପକ୍ଷରୁ ତାଙ୍କ ପିତାଙ୍କ ସହ ଯୋଗାଯୋଗ କରି ଝିଅକୁ ନେବା ପାଇଁ କୁହାଯାଇଥିଲା।


All Right Reserved By Dharitri.Com

ଏମ୍ସରେ ଜଣେ ନର୍ସ କରୋନା ସଂକ୍ରମିତ

ରିଶିକେଶ,୨୬।୪: ଦେଶରେ କାୟା ବିସ୍ତାର କରି ଚାଲିଛି କରୋନା ଭାଇରସ। ଉତ୍ତରାଖଣ୍ଡର ରିଶିକେଶରେ ଥିବା ଅଲ୍‌ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନସେସ୍‌(ଏମ୍ସ)ରେ ଜଣେ ନର୍ସ...

ମହାରାଷ୍ଟ୍ରରେ ଏନ୍‌ଡିଏ, ହରିୟାଣାରେ ଝୁଲା

ନୂଆଦିଲ୍ଲୀ,୨୫-୧୦(ପି.ଟି.):ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଶାସକ ଭାଜପା-ଶିବସେନା ମେଣ୍ଟକୁ ପୁଣିଥରେ ସରକାର ଗଠନ ପାଇଁ ସ୍ପଷ୍ଟ ଜନାଦେଶ ମିଳିଥିବାବେଳେ ହରିୟାଣାରେ ଗୈରିକ ଦଳ ସବୁଠୁ ବଡ଼ ଦଳ...

ବଦଳିଲା ୟୁପିର ହେଲ୍ପ ଲାଇନ୍‌ ନମ୍ବର

ଲକ୍ଷ୍ନୌ,୨୨।୧୦: ଦିଲ୍ଲୀ ପରେ ଏବେ ଉତ୍ତରପ୍ରଦେଶରେ ବଦଳିଲା ପୋଲିସ ହେଲ୍ପ ଲାଇନ ନମ୍ବର। ଏଣିକି ପୋଲିସର ସାହାଯ୍ୟ ପାଇଁ ଲୋକେ ୧୦୦ ବଦଳରେ ୧୧୨ ନମ୍ବର...

କର୍ନାଟକ ବିଧାନସଭା ପରିସରରେ ସୁରକ୍ଷା ବ୍ୟବସ୍ଥା କଡାକଡି

ବେଙ୍ଗାଲୁରୁ,୨୨।୭: କର୍ନାଟକର କଂଗ୍ରେସ ଓ ଜେଡିଏସ ମେଣ୍ଟ ସରକାରକୁ ନେଇ ସଙ୍କଟ ଦେଖାଦେଇଥିବା ବେଳେ ସୋମବାର ବିଧାନସଭାରେ ଆସ୍ଥାଭୋଟ ହେବାର ଯୋଜନା ରହିଛି। ଏଥିପାଇଁ ବିଧାନସଭା...

ଗୁରଦାସପୁରରେ ୨ ସନ୍ଦିଗ୍ଧ ପାକିସ୍ତାନୀ ବନ୍ଧୁକଧାରୀ: ଘର-ଘର ସର୍ଚ୍ଚ ଅପରେଶନ୍‌ ଜାରି

ଚଣ୍ଡିଗଡ଼,୧୩।୧୦: ପଞ୍ଜାବର ଗୁରଦାସପୁରରେ ୨ ସନ୍ଦିଗ୍ଧ ପାକିସ୍ତାନୀ ବନ୍ଧୁକଧାରୀ ପ୍ରବେଶ କରିଥିବା ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ସୂଚନା ଆଧାରରେ ଅଢ଼େଇ...

ସମୟ ପୂର୍ବରୁ ମିଳିପାରେ କରୋନା ଟିକା

ନୂଆଦିଲ୍ଲୀ,୧୩ା୫: ସାରା ବିଶ୍ୱରେ ପ୍ରାୟ ୨ ଲକ୍ଷ ୯୦ ହଜାର ଲୋକଙ୍କ ଜୀବନ ନେଇଥିବା ଏବଂ ୪୩ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କୁ ସଂକ୍ରମିତ କରିଥିବା ମହାମାରୀ...

ବିବାହ ଉତ୍ସବରେ ୬ଶହ ଅତିଥି ନେତ୍ରଦାନର ଶପଥ ନେଲେ

ଭିଲାଇ,୨୦।୪: ଅଙ୍ଗ ଦାନ ମହାପୂଣ୍ୟ। ତେବେ ଏନେଇ ଲୋକଙ୍କ ମଧ୍ୟରେ ସଚେତନତାର ଅଭାବ ରହିଛି। ଏହି ମର୍ମରେ ଛତିଶଗଡ଼ ଭିଲାଇରେ ଏକ ବିବାହ ଉତ୍ସବରେ ଯୋଗଦେଇଥିବା...

ସିଏଏ ହିଂସାକୁ ନେଇ ବର୍ଷିଲେ ଶାହା: ଦିଲ୍ଲୀରେ ଦଙ୍ଗା ଲାଗି କଂଗ୍ରେସ, ଏଏପି ଦାୟୀ

ନୂଆଦିଲ୍ଲୀ,୭ା୧(ପି.ଟି.): ସିଏଏକୁ ବିରୋଧ କରି ଦିଲ୍ଲୀରେ ଦଙ୍ଗା ଓ ପୋଡ଼ାଜଳା ଲାଗି ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା କଂଗ୍ରେସ ଓ ଏଏପିକୁ ଦାୟୀ କରିଛନ୍ତି। ଲୋକଙ୍କୁ ବିଭ୍ରାନ୍ତ...

Leave a comment

Your email address will not be published. Required fields are marked *