ବିଶ୍ୱ ଯୁବ ସମ୍ମିଳନୀରେ ଓଡ଼ିଆ ଝିଅ

ଭୁବନେଶ୍ୱର,୨୮-୮(ବ୍ୟୁରୋ):ଭାରତରେ ପ୍ରଥମଥର ପାଇଁ ଆୟୋଜିତ ହୋଇଥିବା ବିଶ୍ୱ ଯୁବ ସମ୍ମିଳନୀ (ଓ୍ବାର୍ଲଡ ୟୁଥ୍‌ କନ୍‌ଫରେନ୍ସ ଅନ୍‌ କାଇଣ୍ଡ୍‌ନେସ୍‌)ରେ ଏକମାତ୍ର ଓଡ଼ିଆଭାବେ ଯୋଗ ଦେଇଛନ୍ତି ମଡେଲ ତଥା ଯୁବ ସ୍ବେଚ୍ଛାସେବୀ ପୂଜା ମିଶ୍ର। ଗତ ୨୩ ଓ ୨୪ ତାରିଖ ଦୁଇଦିନ ଧରି ନୂଆଦିଲ୍ଲୀରେ ଚାଲିଥିବା ଏହି ସମ୍ମିଳନୀରେ ପୂଜା ଭାରତରୁ ପ୍ରତିନିଧିତ୍ୱ କରି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ୟୁନେସ୍କୋ ଏବଂ ମହାତ୍ମା ଗାନ୍ଧୀ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଏଜୁକେଶନ ଫର୍‌ ପିସ୍‌ ଆଣ୍ଡ୍‌ ସଷ୍ଟେନେବୁଲ୍‌ ଡେଭଲପ୍‌ମେଣ୍ଟ(ଏମ୍‌ଜିଆଇପି) ଦ୍ୱାରା ଆୟୋଜିତ ଏହି ସମ୍ମିଳନୀରେ ମୋଟ ୨୭ ରାଷ୍ଟ୍ରରୁ ୬୦ଜଣ ଗ୍ଲୋବାଲ୍‌ ଲିଡର ଯୋଗଦେଇଥିବାବେଳେ ଭାରତରୁ ୮ଜଣ ଅଂଶଗ୍ରହଣ କରିଥିଲେ। ଓଡ଼ିଶାରୁ ଏକମାତ୍ର ପ୍ରତିନିଧି ଭାବେ ପୂଜା ଯୋଗଦେଇ ନିଜ କାର୍ଯ୍ୟ ମାଧ୍ୟମରେ କିଭଳି ସମାଜରେ ସକାରାତ୍ମକ ପରିବର୍ତ୍ତନ ଆଣିହେବ ତାହାଉପରେ ଉପସ୍ଥାପନ କରିଥିଲେ।
‘ବସୁଧୈବ କୁଟୁମ୍ବକମ୍‌’ ବିଷୟବସ୍ତୁକୁ ନେଇ ଆୟୋଜିତ ଏହି ସମ୍ମିଳନୀରେ ଯୁବପିଢିଙ୍କ ମାଧ୍ୟମରେ ବିଶ୍ୱରେ ଶାନ୍ତିପ୍ରତିଷ୍ଠା ପାଇଁ ବାର୍ତ୍ତା ଦିଆଯାଇଥିଲା। ବର୍ତ୍ତମାନର ପିଢି ଏବଂ ଆଗାମୀ ପିଢି କିଭଳି ସମାଜରେ ନିରନ୍ତର ଶାନ୍ତି ଓ ସୌହାର୍ଦ୍ଧ୍ୟ ଆଣିପାରିବେ ତାହାଉପରେ ଅଗଷ୍ଟ ୧୯ରୁ ସ୍ବତନ୍ତ୍ର ସେସନ୍‌ ମାଧ୍ୟମରେ ବୁଝାଯାଇଥିଲା। ୨୩ ତାରିଖରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ସମ୍ମିଳନୀକୁ ଉଦ୍‌ଘାଟନ କରିଥିଲେ। ତେବେ ଏଫ୍‌ବିବି ଫେମିନା ମିସ୍‌ ଇଣ୍ଡିଆ ଫାଇନାଲିଷ୍ଟ୍‌ ହେବାସହ ମିସ୍‌ ଓଡ଼ିଶା, ମିସ୍‌ ରୂପଶ୍ରୀ ଟାଇଟଲ୍‌ ଜିତିଥିବା ପୂଜା ପୂର୍ବରୁ ଭାରତ-ମାଲ୍‌ଦୀଭ୍‌ସ ୟୁଥ୍‌ ଏକ୍ସଚେଞ୍ଜ୍‌ ପ୍ରୋଗ୍ରାମରେ ମାଳଦୀଭ୍‌ସ ପାଇଁ ପ୍ରଥମ ଇଣ୍ଡିଆନ୍‌ ଆମ୍ବାସାଡାର ହୋଇଥିଲେ। ଏହାସହ ସେ କିନ୍ନର, ଭିନ୍ନକ୍ଷମ ଏବଂ ହ୍ବିଲ୍‌ ଚେୟାର ବ୍ୟବହାରକାରୀଙ୍କ ର଼୍ୟାମ୍ପ୍‌ ଆୟୋଜନ କରି ନିଆରା ଉଦାହରଣ ସୃଷ୍ଟି କରିଥିଲେ। ବର୍ତ୍ତମାନ ସେ ଜନଜାତି ପିଲାଙ୍କ ପାଇଁ କାମ କରୁଥିବା ବେଳେ କିସ୍‌ ଓ କିଟ୍‌ର ବିଭିନ୍ନ ଟ୍ରାଇବାଲ୍‌ ପ୍ରୋଜେକ୍ଟ ସହ ଜଡ଼ିତ ଅଛନ୍ତି। ଆଗାମୀଦିନରେ ଉଭୟ ମଡେଲିଂ ଓ ସାମାଜିକ କାମ ସହ ନିଜକୁ ଯୋଡ଼ି ରଖିବାକୁ ଲକ୍ଷ୍ୟ ରଖିଥିବା ପୂଜା କହିଛନ୍ତି, ମୁଁ ୩ ମାସ ତଳେ ବାପାଙ୍କୁ ହରାଇଛି। ଏଭଳି ଏକ ମାନସିକ ଅବସ୍ଥାରେ ଓ୍ବାର୍ଲଡ ୟୁଥ୍‌ କନ୍‌ଫରେନ୍ସ ଅନ୍‌ କାଇଣ୍ଡନେସ୍‌ରେ ପ୍ରତିନିଧିତ୍ୱ କରିବାର ସୁଯୋଗ ମୋ ପାଇଁ ଆଶୀର୍ବାଦ ସଦୃଶ ଥିଲା। ମଡେଲିଂ ଅର୍ଥ କେବଳ ଛୋଟ କପଡ଼ା ପିନ୍ଧି ର଼୍ୟାମ୍ପ୍‌ରେ ଚାଲିବା ନୁହେଁ କି ସୋଫିଷ୍ଟିକେଟେଡ୍‌ ଲୋକଙ୍କ ପାଇଁ ନୁହେଁ। ଜଣେ ସାଧାରଣ ଲୋକ ଚାହିଁଲେ ବି ମଡେଲିଂ କରିପାରିବ। ଆଗାମୀଦିନରେ ମୁଁ ସେଭଳି ଲୋକଙ୍କୁ ମଡେଲିଂ ଦୁନିଆକୁ ଆଣିବାକୁ ଉଦ୍ୟମ କରିବି ବୋଲି ପୂଜା କହିଛନ୍ତି।


All Right Reserved By Dharitri.Com

ସରକାରୀ ସଂସ୍ଥାକୁ ଦକ୍ଷ କରିବ ‘ମୋ ସରକାର’: ମନ୍ତ୍ରୀ

ଭୁବନେଶ୍ୱର,୧୪।୨(ବ୍ୟୁରୋ): ରାଜ୍ୟ କୃଷକଙ୍କ ଆୟ ବୃଦ୍ଧିରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି। ତେଣୁ ଏହାକୁ ତ୍ରୁଟିଶୂନ୍ୟ ଏବଂ...

୭ରେ ‘କାଳିଆ’ ଅଯୋଗ୍ୟ ହିତାଧିକାରୀଙ୍କ ତାଲିକା: ସହାୟତା ରାଶି ଫେରସ୍ତ ନେଇ ରୋଡ୍‌ମ୍ୟାପ ପ୍ରସ୍ତୁତ

ଭୁବନେଶ୍ୱର,୧ା୯(ବ୍ୟୁରୋ)- ସେପ୍ଟେମ୍ବର ୭ରେ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପକ୍ଷରୁ ‘କାଳିଆ’ ଅଯୋଗ୍ୟ ହିତାଧିକାରୀଙ୍କ ନାମ ଘୋଷଣା କରାଯିବ। ଏଥିପାଇଁ ଆବଶ୍ୟକ ବ୍ଲକ ଏବଂ...

ସରକାରୀ ନିର୍ଦ୍ଦେଶକୁ ବେଖାାତିର: ସ୍କୁଲ ବ୍ୟାଗ୍‌ର ଓଜନ କମିଲାନି

ବଡବିଲ, ୧୧।୯(ସ୍ବ.ପ୍ର.)-ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସ୍କୁଲ ବ୍ୟାଗର ଓଜନ କମାଇବାକୁ ଦିଆଯାଇଥିବା ନିର୍ଦ୍ଦେଶନାମା ପାଳନ ହେଉ ନ ଥିବା ଅଭିଯୋଗ...

ଜଗତ୍‌ସିଂହପୁର ଜିଲାରେ ଶଙ୍ଖନାଦ

ଜଗତ୍‌ସିଂହପୁର ଅଫିସ, ୨୪।୫ : ୨୦୧୯ ନିର୍ବାଚନ ଫଳାଫଳକୁ ନେଇ ଲାଗି ରହିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିଛି। ଜଗତ୍‌ସିଂହପୁର ଲୋକସଭା ଆସନ ସମେତ ଜିଲାର ୪...

ମହାଭାରତ ଯୁଗରୁ ବିରଜାକ୍ଷେତ୍ର….

ବରାହମାଧବ ବା ବରାହ ବିଷ୍ଣୁଙ୍କ ଉପସ୍ଥିତି ଯୋଗୁ ଯାଜପୁରକୁ ବରାହକ୍ଷେତ୍ର ବୋଲି କୁହାଯାଏ। ବରାହମାଧବଙ୍କ ଉପତ୍ତ୍ତି ସମ୍ପର୍କରେ ବିରଜାକ୍ଷେତ୍ର ମହାତ୍ମ୍ୟରେ ବର୍ଣ୍ଣନା କରାଯାଇଛି। ଆର୍ଯ୍ୟଙ୍କ ଆର୍ଯ୍ୟେତର...

ଧଳାବାଘ ‘ସମ୍ରାଟ’ ଅସୁସ୍ଥ

ବାରଙ୍ଗ,୨୭ା୬(ଡି.ଏନ୍‌.ଏ.): ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଅନ୍ୟତମ ଆକର୍ଷଣ ଧଳାବାଘ ସମ୍ରାଟ ଅସୁସ୍ଥ ହୋଇପଡ଼ିଛି। ତା’ର ପିଠି ବଙ୍କା ହୋଇରହିବା ସହ ସେ ଛୋଟେଇ ଛୋଟେଇ ଚାଲୁଛି।...

ସୂଚନା ଅଧିକାର କର୍ମୀ ଅଭିମନ୍ୟୁ ପଣ୍ଡା ହତ୍ୟା ଘଟଣାର ପର୍ଦ୍ଦାଫାଶ: ୫ ଗିରଫ

କୋଟଗଡ଼,୨୯।୧୨ (ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ଅଞ୍ଚଳ ସୂଚନା ଅଧିକାର କର୍ମୀ ଅଭିମନ୍ୟୁ ପଣ୍ଡାଙ୍କୁ ଗତ ୧୦ ତାରିଖରେ ଗୁଳିକରି ହତ୍ୟା କରାଯାଇଥିଲା। ଏହି ବହୁ...

ବାରିଷ୍ଟର ରଣଜିତ୍‌ ମହାନ୍ତିଙ୍କ ଶ୍ରାଦ୍ଧୋତ୍ସବ ଓ ସ୍ମାରକୀ ବକ୍ତୃତା:ଆଇନ ଶିକ୍ଷାରେ ବିପ୍ଳବ ଆଣିଥିଲେ ରଣଜିତ୍‌ ମହାନ୍ତ

କଟକ ଅଫିସ,୩।୯: ଦେଶରେ ଆଇନ ଶିକ୍ଷାରେ ବିପ୍ଳବ ଆଣିଥିଲେ ବାରିଷ୍ଟର ରଣଜିତ୍‌ ମହାନ୍ତି। ତାଙ୍କ ପ୍ରଚେଷ୍ଟାରେ ବାଙ୍ଗାଲୋରରେ ପ୍ରଥମ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହୋଇପାରିଥିଲା।...

Leave a comment

Your email address will not be published. Required fields are marked *