Posted inଜାତୀୟ

ମାନ୍ଦାବସ୍ଥା ମାଡ଼:ମାରୁତି ସୁଜୁକିର ୩୦୦୦ ଅସ୍ଥାୟୀ କର୍ମଚାରୀଙ୍କୁ ଛଟେଇ

ନୂଆଦିଲ୍ଲୀ,୨୮-୮:ଅଟୋ ଉଦ୍ୟୋଗରେ ମାନ୍ଦାବସ୍ଥା ଉତ୍କଟ ହେବାରେ ଲାଗିଛି। ଦୈନିକ ବିକ୍ରି ହ୍ରାସ ପାଇବା କାରଣରୁ ମାରୁତି ସୁଜୁକି ଏହାର ୩୦୦୦ ଅସ୍ଥାୟୀ କର୍ମଚାରୀଙ୍କୁ ଛଟେଇ କରିବାକୁ ବାଧ୍ୟ ହୋଇଛି। କମ୍ପାନୀ ଅଧ୍ୟକ୍ଷ ଆର୍‌.ସି.ଭାର୍ଗବ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି। କମ୍ପାନୀର ବାର୍ଷିକ ସାଧାରଣ ବୈଠକ(ଏଜିଏମ୍‌)ରେ ଉଦ୍‌ବୋଧନ ଦେଇ ସେ କହିଛନ୍ତି ଯେ, ସରକାରଙ୍କ ସୁରକ୍ଷା ନିୟମ ଓ ଉଚ୍ଚ ଟିକସ ହାର ଯୋଗୁ ଅଟୋ ସେକ୍ଟର ଅବସ୍ଥା ଦିନକୁ ଦିନ ଖରାପ ହେବାରେ ଲାଗିଛି। ଏହି ଉଦ୍ୟୋଗ ଧିମା ହେଲେ ରାଜସ୍ବ ମଧ୍ୟ ପ୍ରଭାବିତ ହେବ। ଅନ୍ୟପକ୍ଷରେ ଚଳିତ ବର୍ଷ ଏପ୍ରିଲରୁ ଅଦ୍ୟାବଧି ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ୧୫୦୦ ଅସ୍ଥାୟୀ କର୍ମଚାରୀଙ୍କୁ ଛଟେଇ କରିସାରିଲାଣି। ଏହା ଆରମ୍ଭ ମାତ୍ର ବୋଲି କମ୍ପାନୀ ଏମ୍‌ଡି ପଓ୍ବନ ଗୋଏଙ୍କା କହିଛନ୍ତି। ସ୍ଥିତି ଏଭଳି ଜାରି ରହିଲେ ଆଗାମୀ ଦିନରେ ଅଧିକ ସଂଖ୍ୟାରେ କର୍ମଚାରୀଙ୍କୁ ଛଟେଇ କରାଯିବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ଏପ୍ରିଲ-ଜୁନ ତ୍ରୈମାସରେ ମାରୁତି ସୁଜୁକିର ସବୁ ସେଗ୍‌ମେଣ୍ଟରେ ବିକ୍ରି ୪, ୭୪,୪୮୭ ୟୁନିଟକୁ ହ୍ରାସ ପାଇଛି, ଯାହାକି ବର୍ଷକ ପୂର୍ବେ ଏହି ସମୟରେ ୬,୧୭,୯୯୦ ୟୁନିଟ ଥିଲା। ବାର୍ଷିକ ହିସାବରେ ବିକ୍ରି ୨୩.୨ ପ୍ରତିଶତ ହ୍ରାସ ପାଇଛି ବୋଲି ଭାର୍ଗବ କହିଛନ୍ତି। ଉଲ୍ଲେଖ କରାଯାଇପାରେ ଯେ, ମାନ୍ଦାବସ୍ଥା କାରଣରୁ ଏବେ ଅଟୋମୋବାଇଲ ସେକ୍ଟର ବିକ୍ରି ୧୯ ବର୍ଷର ସର୍ବନିମ୍ନ ସ୍ତରରେ ରହିଛି। ଏହି ସମୟରେ ଗାଡ଼ି ବିକ୍ରି ୧୮.୭୧%କୁ ହ୍ରାସ ପାଇଛି। ଫଳସ୍ବରୂପ ଗତ ୩ ମାସ ମଧ୍ୟରେ ୧୫ ହଜାରରୁ ଊର୍ଦ୍ଧ୍ୱ କର୍ମଚାରୀଙ୍କୁ ଚାକିରି ହରାଇବାକୁ ପଡିଛି ବୋଲି ଅଟୋ ମହାସଂଘ ‘ସିଆମ୍‌’ ପକ୍ଷରୁ କୁହାଯାଇଛି। ଆଇଏଲ୍‌ଆଣ୍ଡଏଫ୍‌ଏସ୍‌ ସଙ୍କଟ କାରଣରୁ ବଜାରରେ ଏବେ ନଗଦ ସଙ୍କଟ ଉତ୍କଟ ହୋଇଛି। ଏହି କାରଣରୁ ଏବେ ଅଟୋ ସେକ୍ଟରରେ ଋଣ ଯୋଗାଣ ପ୍ରଭାବିତ ହେଉଛି ବୋଲି ମହାସଂଘ କହିଛି।


All Right Reserved By Dharitri.Com

ଡାକ୍ତରଙ୍କ ଧର୍ମଘଟ: କେନ୍ଦ୍ର ସରକାର ଏବଂ ମେଡ଼ିକାଲ କାଉନସିଲ୍‌କୁ ନୋଟିସ୍‌ ଜାରି କଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୨।୧୨: ଦେଶରେ ଜାରି ରହିଥିବା ଡାକ୍ତରଙ୍କ ଧର୍ମଘଟ ନେଇ ସୁପ୍ରିମ୍‌କୋର୍ଟ କେନ୍ଦ୍ର ସରକାର ଏବଂ ମେଡ଼ିକାଲ କାଉନସିଲ୍‌କୁ ନୋଟିସ୍‌ ଜାରି କରିଛନ୍ତି। ଧର୍ମଘଟ ବିରୋଧରେ ଦାଖଲ...

ସୋନିଆ ରାଜନୀତିଠାରୁ ଦୂରେଇ ରହିବାକୁ ଚାହୁଁଥିଲେ !

ନୂଆଦିଲ୍ଲୀ,୯।୧୨: କଂଗ୍ରେସର ବରିଷ୍ଠ ନେତ୍ରୀ ତଥା ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ରବିବାର ୭୩ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୪୬ ଡିସେମ୍ବର ୯ରେ ସେ ଇଟାଲୀର...

କରମ୍‌ବୀର ସିଂ ନୌସେନା ମୁଖ୍ୟ

ନୂଆଦିଲ୍ଲୀ, ୧ା୬ : ଦେଶର ୨୪ତମ ନୌସେନା ମୁଖ୍ୟଭାବେ ଆଡମିରାଲ୍‌ କରମବୀର ସିଂ ଶୁକ୍ରବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଆଡ଼ମିରାଲ୍‌ ସୁନୀଲ ଲାନ୍‌ବା ଅବସର ନେଲା...

ପରପାରିରେ ‘ଶୋଲେ’ର କାଲିଆ

ମୁମ୍ବାଇ,୩୦।୯: ‘ଶୋଲେ’ ଫିଲ୍ମରେ କାଲିଆ ଭୂମିକାରେ ଅଭିନୟ କରି ଖ୍ୟାତି ହାସଲ କରିଥିବା ଅଭିନେତା ବିଜୁ ଖୋଟେଙ୍କର ସୋମବାର ୭୮ ବର୍ଷରେ ପରଲୋକ ହୋଇଛି। ଦୀର୍ଘ...

ଆସନ୍ତା ନିର୍ବାଚନରେ ସମସ୍ତ ୧୫ ଆସନରେ ଲଢିବ ଜେଡି(ଏସ୍‌)

ବେଙ୍ଗାଲୁରୁ,୨୧।୯: କର୍ନାଟକରେ ହେବାକୁଥିବା ଆସନ୍ତା ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୈତିକ ବାତାବରଣ ହେଲାଣି ସରଗରମ। ତେବେ ଏଥର ଜେଡି(ଏସ୍‌) ସମସ୍ତ ୧୫ଟି ଆସନରେ ଏକାକି...

ସବୁ ଜିଲାରେ ମାନବାଧିକାର କୋର୍ଟ ପ୍ରତିଷ୍ଠା ଆବେଦନ: କେନ୍ଦ୍ରକୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୯ା୭(ପି.ଟି.): ପ୍ରତି ଜିଲାରେ ମାନବାଧିକାର ଅଦାଲତ ସ୍ଥାପନ ପାଇଁ କରାଯାଇଥିବା ଏକ ଆବେଦନକୁ ସୁପ୍ରିମକୋର୍ଟ ଶୁଣାଣି ପାଇଁ ଗ୍ରହଣ କରିବା ସହ ଏଥିପାଇଁ କେନ୍ଦ୍ର ସରକାରଙ୍କୁ...

ରାମ ରହିମଙ୍କ ଜନ୍ମଦିନ କାର୍ଡ, ରାଖୀରେ ଭର୍ତ୍ତି ହୋଇଗଲାଣି ପୋଷ୍ଟ ଅଫିସ

ରୋହତକ,୧୫।୮: ଆତ୍ମ ଘୋଷିତ ଭଗବାନ ଗୁରୁମିତ ରାମ ରହିମ ସିଂ ଏବେ ଜେଲ୍‌ରେ। ବଳାତ୍କାର ଅଭିଯୋଗରେ ସେ ଦୋଷୀ ସାବ୍ୟସ୍ତ ହେବା ପରେ ଜେଲ୍‌ରେ ସଜା...

ମୋଦିଙ୍କ ହାତରେ ଭାରତ ସୁରକ୍ଷିତ ନୁହେଁ: ରବୀନ୍ଦ୍ର ଚୌବେ

ରାୟପୁର,୧୨।୧୨: ଉତ୍ତର-ପୂର୍ବ ଭାରତରେ ନାଗରିକତ୍ୱ (ସଂଶୋଧନ) ବିଲ୍‌(ସିଏବି)କୁ ନେଇ ଯେଉଁ ଅଶାନ୍ତ ବାତାବରଣ ସୃଷ୍ଟି ହାଇଛି ତାକୁ ନେଇ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ...

Leave a comment

Your email address will not be published. Required fields are marked *