ଏମିତି ଚାଲିଛି ଅଙ୍ଗନୱାଡ଼ି କେନ୍ଦ୍ର: ଅସୁରକ୍ଷିତ ପରିବେଶରେ ପାଠପଢା

ସଜନାଗଡ଼, ୨୮।୮(ଡି.ଏନ.ଏ.)-ଶିଶୁଙ୍କ ମୂଳଦୂଆ ସୁରକ୍ଷିତ ଭାବେ ଗଢିବା ଲାଗି ସରକାର ଅଙ୍ଗନଓ୍ବାଡି କେନ୍ଦ୍ର ମାଧ୍ୟମରେ ବିଭିନ୍ନ ଯୋଜନାରେ ଅର୍ଥ ଖର୍ଚ୍ଚ କରୁଛନ୍ତି। ହେଲେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ତାହା ବାସ୍ତବରେ ଫଳପ୍ରଦ ହୋଇପାରୁନାହିଁ। ସରକାରୀ କଳର ଉଦାସୀନତା ଯୋଗୁ ଶିଶୁମାନେ ଦୁର୍ଦ୍ଦଶା ଭୋଗୁଛନ୍ତି। ନୀଳଗିରି ଉପଖଣ୍ଡ ଅଧୀନ ନରସିଂହପୁର ପଞ୍ଚାୟତ ବଇଞ୍ଚା ଅଙ୍ଗନୱାଡ଼ି କେନ୍ଦ୍ରରେ ଏଭଳି ଚିତ୍ର ଦେଖିବାକୁ ମିଳେ।
ଏହି ଅଙ୍ଗନୱାଡ଼ି କେନ୍ଦ୍ର ଦୀର୍ଘଦିନ ହେଲା ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ଯେଉଁ କୋଠରିରେ ଶିଶୁଙ୍କୁ ଶିକ୍ଷାଦାନ କରାଯାଉଛି, ସେଠାରେ ହିଁ ରୋଷେଇ ପାଇଁ ଜାଳେଣି ଜମା କରି ରଖାଯାଉଛି। ଘର ଭିତରେ ଜାଳେଣି ଜମା କରାଯିବା ଯୋଗୁ ସେଥିରେ ଅନେକ ସମୟରେ ସାପ, ବେଙ୍ଗ ଭଳି ଜୀବଜନ୍ତୁ ମଧ୍ୟ ଦେଖିବାକୁ ମିଳୁଛି। ଏହି କେନ୍ଦ୍ରରେ ରୋଷେଇ ଘର ସୁବିଧା ନ ଥିବାରୁ ଘର ପିଣ୍ଡାରେ ରୋଷେଇ କରାଯାଉଛି। ସେହିଠାରେ ପିଲାମାନେ ବସି ଖାଦ୍ୟ ଖାଉଛନ୍ତି। ଦୁଃଖର ବିଷୟ ଯେ, ଏହି କେନ୍ଦ୍ରରେ ମଙ୍ଗଳବାରଠାରୁ ଗତ ୫ଦିନ ହେଲା ଚାଉଳ ନ ଥିବାରୁ ରୋଷେଇ ବନ୍ଦ ରହିଛି। ଅଙ୍ଗନୱାଡ଼ି କର୍ମୀ କେନ୍ଦ୍ରରେ ଚାଉଳ ନାହଁି ବୋଲି କହି ରୋଷେଇ ବନ୍ଦ କରି ଦେଇଛନ୍ତି। ଅଭିଭାବକମାନେ ପୂର୍ବରୁ ଏ ସମ୍ପର୍କରେ ପ୍ରଶାସନକୁ ଜଣାଇଥିବା ବେଳେ ମଙ୍ଗଳବାର ଗଣମାଧ୍ୟମ ପ୍ରତିନିଧିଙ୍କୁ ଡାକି କେନ୍ଦ୍ରରେ ତାଲା ଝୁଲିବା, କେନ୍ଦ୍ରରୁ ପିଲା ଆସି ଫେରିଯିବା ସମ୍ପର୍କରେ ଅବଗତ କରାଇଥିଲେ। କେନ୍ଦ୍ର ପାଖରେ ରହୁଥିବା ଅଙ୍ଗନୱାଡ଼ି ପାଚିକା କର୍ମୀ ସୁବର୍ଣ୍ଣା ମାଝି ଚାଉଳ ନ ଥିବା ଯୋଗୁ ଖାଦ୍ୟ ଦିଆଯାଇନାହଁି ବୋଲି ସ୍ବୀକାର କରିଥିଲେ। ଅନ୍ୟପକ୍ଷରେ କିଛିଦିନ ପୂର୍ବରୁ ଗ୍ରାମବାସୀଙ୍କ ବହୁ ଅନୁରୋଧ ପରେ ସରକାରଙ୍କ ତରଫରୁ ଅଙ୍ଗନୱାଡ଼ି ଘର ନିର୍ମାଣ ଲାଗି ଅଟକଳ ହୋଇଥିଲା। ଏହି ଅର୍ଥରେ କାର୍ଯ୍ୟାଳୟ ଆରମ୍ଭ ହୋଇଥିଲେ ମଧ୍ୟ ଅଧାକାମ ହୋଇରହିଛି। କାମ ଯେତେ ହୋଇଛି ତା’ ଠାରୁ ଅଧିକ ଟଙ୍କା ଖର୍ଚ୍ଚ ହେବାରୁ କାମ ବନ୍ଦ ରହିଛି। ଏ ସମ୍ପର୍କରେ ନୀଳଗିରି ବ୍ଲକ ପରିସରରେ ଅଙ୍ଗନୱାଡ଼ି ସୁପରଭାଇଜର ଜୟନ୍ତୀ କରଙ୍କୁ ପଚାରିବାରୁ ମୁଁ ନୂଆ କରି ଏଠାକୁ ଆସିଛି। ମୋତେ ଏ ବିଷୟରେ କିଛି ଜଣା ନାହଁି। ଏ ସମ୍ପର୍କରେ ସିଡ଼ିପିଓଙ୍କ ଦୃଷ୍ଟି ଆକର୍ଷଣ କରାଯିବାରୁ ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଛନ୍ତି।


All Right Reserved By Dharitri.Com

ଜାଲ ଟିକଟ ବିକ୍ରି ଅଭିଯୋଗରେ ୨ ଗିରଫ

ବାଲେଶ୍ୱର ଅଫିସ,୨୩।୧-ଜାଲ ଟିକଟ ବିକ୍ରି କରୁଥିବା ଅଭିଯୋଗରେ ରେଲୱେ ଡିଭିଜନାଲ ଟାସ୍କଫୋର୍ସ ଟିମ୍‌ ୨ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସୋର ଅଞ୍ଚଳର ଜଗନ୍ନାଥ ଦାସ...

ଲୁଣାପାଣି ଅଟକାଇବା ପାଇଁ ବନ୍ଧ ବାନ୍ଧିଲେ ଚାଷୀ

ଆରଡ଼ି, ୨୧।୧୧ (ଡି.ଏନ.ଏ.)-ପ୍ରଥମେ ମରୁଡ଼ିର ପଦଧ୍ୱନି। ପରେ ବାତ୍ୟାର ତାଣ୍ଡବ। ଯାହା କିଛି ଫସଲ ଥିଲା ଏବେ ବି ପାଣିରେ ଭାସୁଛି। ଖରିଫ ଫସଲ ନଷ୍ଟ...

କାଗଜକଲମରେ ରାସ୍ତା ନିର୍ମାଣ

ଝୁମ୍ପୁରା, ୨୯।୧ (ଡି.ଏନ.ଏ.)- ଝୁମ୍ପୁରା ବ୍ଲକର ଗ୍ରାମାଞ୍ଚଳରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ନିର୍ମିତ ହେଉଥିବା ରାସ୍ତାକୁ ନେଇ ଅଭିଯୋଗର ଫର୍ଦ୍ଦ...

ଜଙ୍ଗଲ ଛାଡି ସହରରେ ବୁଲୁଛି ଭାଲୁ

ନବରଙ୍ଗପୁର,୨୭।୭(ବି.ପ୍ର.)-ସନ୍ଧ୍ୟାହେଲେ ଜମାଲ କଲୋନୀରେ ଦାଣ୍ଡ କବାଟ ଓ ଘରର ମୁଖ୍ୟ ଫାଟକ ବନ୍ଦ ରହୁଛି। ଜନସାଧାରଣ ଭୟଭୀତ ହୋଇ ରହୁଛନ୍ତି। ଜଙ୍ଗଲ ଛାଡି ଏବେ ଦୁଇଟି...

ପୁରୀରେ କାଉ ମଡ଼କ: ବାର୍ଡ ଫ୍ଲୁ ସନ୍ଦେହ

ପୁରୀ ଅଫିସ,୧୫।୨ : ପୁରୀ ସହରରେ କାଉ ମଡ଼କ ଦେଖା ଦେଇଛି। ବାର୍ଡ ଫ୍ଲୁ ଯୋଗୁ କାଉଙ୍କ ମୃତ୍ୟୁ ହେଉଥିବା ସନ୍ଦେହ କରି ସହରବାସୀ ମଧ୍ୟ...

ନିଷ୍କାସିତ ହୋଇପାରୁନି ନର୍ଦ୍ଦମା, ବର୍ଷା ଜଳ: ପଦକ୍ଷେପ ନ ହେଲେ ଆନ୍ଦୋଳନ ଚେତାବନୀ

ଖଣ୍ଡପଡ଼ା,୧୪ା୮(ସ୍ବ.ପ୍ର.)-ମନ୍ଦିର ଉନ୍ନତି ନାମରେ ଦେବୋତ୍ତର ବିଭାଗ ବିଭିନ୍ନ ସ୍ଥାନରେ ଥିବା ଦେବୋତ୍ତର ଜାଗାକୁ ବିକ୍ରିକରି ଦେବା ଯୋଗୁ ଏହା କଣ୍ଟିଲୋ ଗ୍ରାମବାସୀଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ...

ପୋଖରୀରେ ପଡ଼ି ଦିବ୍ୟାଙ୍ଗ ଯୁବତୀ ମୃତ

ଚାନ୍ଦବାଲି,୧୯।୯(ଡି.ଏନ.ଏ.)- ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଖଦାଳପୋଖରୀ ପଞ୍ଚାୟତ ଅଣ୍ଡିଆପାଟ ଗ୍ରାମର ସୁମିତ୍ରା ସାମଲ ନାମ୍ନୀ ଜଣେ ଦିବ୍ୟାଙ୍ଗ ଯୁବତୀ ଗୁରୁବାର ପୋଖରୀରେ ପଡ଼ି ପ୍ରାଣ...

ଗାଁ ଯୁବକଙ୍କ ପ୍ରଚେଷ୍ଟାରେ ରାସ୍ତା ପାର୍ଶ୍ୱରୁ ହଟିଲା ଆବର୍ଜନା

ଗଞ୍ଜାମ,୬।୯(ଡି.ଏନ୍‌.ଏ): ଗଞ୍ଜାମ ଜିଲା ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଗ୍ରାମର ଉତ୍ସାହୀ ଯୁବକମାନେ ଶୁକ୍ରବାର ସକାଳୁ ବନ୍ଧ ଏବଂ ରାସ୍ତାରୁ ଅଳିଆ ଆବର୍ଜନା ହଟାଇବାରେ ଲାଗିପଡ଼ିଛନ୍ତି। ଗ୍ରାମ...

Leave a comment

Your email address will not be published. Required fields are marked *