ଦୁର୍ଦ୍ଦଶା ଭୋଗୁଛନ୍ତି ବଡ଼ଶିଲିଙ୍ଗା ପଞ୍ଚାୟତବାସୀ:କର୍ଦ୍ଦମାକ୍ତ ରାସ୍ତା ମୁଖ୍ୟ ସମସ୍ୟା

ଗଣିଆ,୨୮।୮(ଡି.ଏନ.ଏ.)-ନୟାଗଡ ଜିଲା ଗଣିଆ ବ୍ଲକ ବଡଶିଲିଙ୍ଗା ପଞ୍ଚାୟତବାସୀଙ୍କୁ ଦୁର୍ଦ୍ଦଶା ସତେ ଯେମିତି ପିଛା ଛାଡୁନି ା ଉକ୍ତ ପଞ୍ଚାୟତରେ ସଦାସର୍ବଦା ବହୁବିଧ ସମସ୍ୟା ଲାଗି ରହୁଛି। ସରକାରଙ୍କ ବିଭିନ୍ନ ଯୋଜନାର ସୁଫଳ ପାଇପାରୁନଥିବା ଉକ୍ତ ପଞ୍ଚାୟତବାସୀ ଗମନାଗମନ ପାଇଁ ଆଜି ବି ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି ା
ବଡଶିଲିଙ୍ଗା ପଞ୍ଚାୟତକୁ ସଂଯୋଗ କରୁଥିବା ୧୫ କିଲୋମିଟର ମୁଖ୍ୟ ରାସ୍ତା ସାରା ଖାଲଖମାରେ ପରିଣତ ହୋଇଛି ା ଫଳରେ ଅସରାଏ ବର୍ଷା ହେଲେ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡୁଛି । ପରିସ୍ଥିତି ଏଭଳି ହେଉଛି ଯେ, ସାଇକେଲ ଟିଏ ଯିବା କଷ୍ଟକର ହୋଇପଡୁଛି ା ରାସ୍ତାର ଦୁରବସ୍ଥା ଯୋଗୁ ବିଭିନ୍ନ କାର୍ଯ୍ୟ ପାଇଁ ଉକ୍ତ ପଞ୍ଚାୟତର ଲୋକମାନେ ଛାମୁଣ୍ଡିଆ ଓ ଗଣିଆ ଆସିବାକୁ ହେଲେ ଅଧିକ ଖର୍ଚ୍ଚାନ୍ତ ହୋଇ ଦଶପଲ୍ଲା ଦେଇ ଆସିବାକୁ ପଡୁଛି । ଅନ୍ୟପକ୍ଷେ ରାସ୍ତା ସମସ୍ୟା ଯୋଗୁ ଏହି ପଞ୍ଚାୟତବାସୀ ଆମ୍ବୁଲାନ୍ସ ପରି ଜରୁରିକାଳୀନ ସେବା ମଧ୍ୟ ପାଇପାରୁ ନ ଥିବା ଅଭିଯୋଗ କରିଛନ୍ତି ା
ଯେ, ବଡ଼ମୂଳଠାରୁ ବଡ଼ଶିଲିଙ୍ଗା ପଞ୍ଚାୟତକୁ ସବୁଦିନିଆ ରାସ୍ତା ନିର୍ମାଣ ପାଇଁ ପଞ୍ଚାୟତବାସୀଙ୍କ ତରଫରୁ ଦୀର୍ଘଦିନ ଧରି ପ୍ରଶାସନ ନିକଟରେ ଦାବି ହୋଇଆସୁଥିଲା ା ସରକାରଙ୍କ ଜିଲା ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ଛାମୁଣ୍ଡିଆ ପଞ୍ଚାୟତର ବଡ଼ମୂଳ ପିଡବ୍ଲୁଡି ରାସ୍ତାଠାରୁ ବଡ଼ଶିଲିଙ୍ଗା ପଞ୍ଚାୟତର ଶିଖରଗୋଛା ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ୨୦୧୮ ଜୁନ୍‌ରେ ନୂତନ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା ା ତେବେ ଗତ ଜୁଲାଇ ଶେଷ ସୁଦ୍ଧା ସମ୍ପୃକ୍ତ ଠିକାଦାର ଏହି ରାସ୍ତାର ସମସ୍ତ କଲଭର୍ଟ କାର୍ଯ୍ୟ ଶେଷ କରିଥିବା ବେଳେ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ କରି ନ ଥିବା ଦେଖିବାକୁ ମିଳିଛି ା ଏହି ରାସ୍ତାର କେତେକ ସ୍ଥାନରେ ବିଛାଯାଇଥିବା ମାଟି ମୋରମ ବର୍ଷାରେ ଧୋଇଯିବା ସହ କାଦୁଅ ଖାଲଖମାରେ ପରିଣତ ହୋଇଛି ା ବିଶେଷକରି ଗତ କିଛିଦିନ ଧରି ଲଘୁଚାପଜନିତ ବର୍ଷା ଯୋଗୁ ଏହି ରାସ୍ତାରେ ଯାତାୟାତ କରିବା କଷ୍ଟକର ହୋଇପଡୁଛି ା ଅପରପକ୍ଷେ ଗତ ଦୁଇ ଦିନ ତଳେ ଲଗାଣ ବର୍ଷାରେ ପାହାଡ଼ରୁ ମାଟି ଅତଡ଼ା ଖସି ରାସ୍ତା ଜାମ୍‌ ହୋଇଥିଲା ା ଏହି ରାସ୍ତା ଉପରେ ମାଟି ପଥର ଗଦା ହୋଇ ରହିବା ଦ୍ୱାରା ଉକ୍ତ ପଞ୍ଚାୟତବାସୀ ରବିବାର ମଧ୍ୟାହ୍ନରୁ ସୋମବାର ଅପରାହ୍ନ ପର୍ଯ୍ୟନ୍ତ ଯାତାୟାତ କରି ପାରୁ ନ ଥିଲେ। ଯାତାୟାତ ସମ୍ପୂର୍ଣ୍ଣ ଠପ୍‌ ହୋଇପଡ଼ିଥିଲା ା ସୋମବାର ଅପରାହ୍ନରେ ବନ୍ୟପ୍ରାଣୀ ବିଭାଗର କେତେକ ଅସ୍ଥାୟୀ କର୍ମଚାରୀ ରାସ୍ତାରୁ ମାଟି ପଥର ହଟାଇବା ପରେ ଯାତାୟାତ ସ୍ବାଭାବିକ ହୋଇଥିଲା ା ତେବେ ଚଳିତ ବର୍ଷାଋତୁରେ ରାସ୍ତାର ଖାଲୁଆ ସ୍ଥାନଗୁଡିକରେ ମୋରମ ବିଛାଗଲେ ଅଞ୍ଚଳର ସମସ୍ୟା ଦୂର ହୋଇପାରନ୍ତା ବୋଲି ବଡ଼ଶିଲିଙ୍ଗା ସରପଞ୍ଚ ପୁଷ୍ପଲତା ନାୟକ କହିଛନ୍ତି ା ଏ ସମ୍ପର୍କରେ ଗଣିଆ ଗ୍ରାମ୍ୟ ଉନ୍ନୟନ ବିଭାଗ କନିଷ୍ଠଯନ୍ତ୍ରୀ ଲକ୍ଷ୍ମୀକାନ୍ତ ରାଉତଙ୍କୁ ପଚାରିବାରୁ ବର୍ଷାଋତୁ ପରେ ଏହି ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ା ତେବେ ରାସ୍ତାରେ ପିଚୁ ବଦଳରେ ସିମେଣ୍ଟ କଂକ୍ରିଟରେ ନିର୍ମାଣ କରାଯିବ ବୋଲି କହିଥିଲେ ା


All Right Reserved By

ଟାଙ୍ଗୀ ଗ୍ରାମ ନ୍ୟାୟାଳୟ ପକ୍ଷରୁ ଚାରାରୋପଣ

ଟାଙ୍ଗୀ(ଖୋର୍ଦ୍ଧା),୧୭।୮(ଡି.ଏନ.ଏ.)-ଓଡିଶା ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକ୍ରମେ ସ୍ଥାନୀୟ ବନ ବିଭାଗ ସହଯୋଗରେ ଟାଙ୍ଗୀ ଗ୍ରାମ ନ୍ୟାୟାଳୟ ପ୍ରଥମ ଶ୍ରେଣୀ ବିଚାର ବିଭାଗ ପକ୍ଷରୁ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ...

ନିମ୍ନମାନର ଚାଉଳ ନେଲେନି ହିତାଧିକାରୀ : ନରସିଂହପୁର ପଞ୍ଚାୟତରେ ଚାପା ଉତ୍ତେଜନା

ରଣପୁର,୧୬ା୯(ସ୍ବ.ପ୍ର.): ରଣପୁର ବ୍ଲକ ନରସିଂହପୁର ପଞ୍ଚାୟତର ରାଶନ କାର୍ଡ ହିତାଧିକାରୀମାନେ ନିମ୍ନମାନର ଚାଉଳ ନ ନେଇ ଫେରାଇ ଦେଇଛନ୍ତି। ଏହି ଘଟଣାକୁ ନେଇ ରବିବାର କିଛି...

ଆବାସ ଗୃହ ବଣ୍ଟନରେ ଅନିୟମିତତା: ଜଣେ ହିତାଧିକାରୀ ହାତୋଉଛନ୍ତି ୨ ଗୃହ

ନୂଆଗାଁ, ୩ା୧୦ (ଡି.ଏନ.ଏ.): ଝାଟିମାଟି ଘରେ ରହୁଥିବା ଲୋକମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଘରଟିଏ ପାଇବା ପାଇଁ ଚାତକ ପରି ଚାହିଁ ରହିଛନ୍ତି। ଏପରିସ୍ଥଳେ...

ବିପଦ ସଙ୍କେତ ଉପରେ ମହାନଦୀ, କମେଇ : ବନ୍ୟାଜଳରେ ବୁଡ଼ିଲା ଫସଲ ଜମି

ଖଣ୍ଡପଡ଼ା,୧୪ା୮(ସ୍ବ.ପ୍ର.): ୩ ଦିନ ଧରି ମହାନଦୀର ଉପର ମୁଣ୍ଡରେ ପ୍ରବଳ ବର୍ଷା ହେବା ଫଳରେ ବନ୍ୟା ସୃଷ୍ଟି ହୋଇଛି । ମହାନଦୀର ବିପଦ ସଙ୍କେତ ଜଳପତ୍ତନ...

ନୟାଗଡ଼ ଜିଲା ମୁଖ୍ୟ ଚିକତ୍ସାଳୟ : ୮ମାସ ହେଲା ବନ୍ଦ ରହିଛି ଇସିଜି

ନୟାଗଡ଼ ଅଫିସ,୧୭ା୮- ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଦଲାଲମାନେ ଅବାଧରେ ପଶି ରୋଗୀମାନଙ୍କ ଇସିଜି (ଇଲୋକ୍ଟ୍ରୋ କାଡ଼ିଓଗ୍ରାମ) ପରୀକ୍ଷା କରୁଛନ୍ତି। ଦିନେ କି ଦୁଇଦିନ ନୁହେଁ...

ରାସ୍ତାକଡରେ ବିପଦ ସାଜିଛି ଶୁଖିଲା ଗଛ, ତୁରନ୍ତ ହଟାଇବା ଦାବି

ଗଣିଆ,୧ା୯(ଡି.ଏନ.ଏ.): ଗଣିଆ-ବଡମୂଳ ପୂର୍ତ୍ତ ବିଭାଗ ରାସ୍ତା ପାର୍ଶ୍ୱରେ ଥିବା ଶୁଖିଲା ଗଛଗୁଡିକ ବିପଦସଙ୍କୁଳ ଅବସ୍ଥାରେ ରହିଛି । ଏହି ରାସ୍ତାର ଉଭୟ ପାର୍ଶ୍ୱରେ ଅନେକ ବଡ...

ନୂଆ ମୋଟର ଯାନ ଆଇନ ଭୟ: ଯାତ୍ରୀବାହୀ ବସ୍‌ ଚଳାଚଳ ବନ୍ଦ, ଯାତ୍ରୀ ହନ୍ତସନ୍ତ

ଗଣିଆ,୭ା୯(ଡି.ଏନ.ଏ.): ଗତ ସେପ୍ଟେମ୍ବର ୧ତାରିଖରୁ ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ଗାଡିମୋଟର ଚେକିଂ, ବ୍ଲକିଂ ଓ ଧରପଗଡକୁ...

ରାସ୍ତା କାର୍ଯ୍ୟ ଅଧାପନ୍ତରିଆ, ଶଙ୍ଖେଇ ଗ୍ରାମବାସୀ ହନ୍ତସନ୍ତ

ନୟାଗଡ଼ ଅଫିସ,୨୮।୭-ସମସ୍ତ ଗ୍ରାମକୁ ଗମନାଗମନର ସୁବିଧା ପାଇଁ ସରକାରଙ୍କ ତରଫରୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା (ପିଏମ୍‌ଜିଏସ୍‌ୱାଇ)ରେ ରାସ୍ତା ତିଆରି କରାଯାଉଛି। ନୟାଗଡ଼ ଜିଲା ସଦର...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *