ତୁଟୁନି ଫାଷ୍ଟ କମ୍‌ ଫାଷ୍ଟ ଲୋଡ଼ିଂ ବିବାଦ:୩ ଟ୍ରକ୍‌ ମାଲିକ ସଂଘର ସହଯୋଗରେ ବ୍ୟବସ୍ଥାକୁ ସଂଘଠିତ କରିବାକୁ ଦାବି

ଚଣ୍ଡିଖୋଲ,୨୮।୮(ଡି.ଏନ୍‌.ଏ)- ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଯାଜପୁର ଜିଲାର ସୁକିନ୍ଦା ଖଣିଗୁଡ଼ିକରେ ଫାଷ୍ଟ କମ୍‌ ଫାଷ୍ଟ ଲୋଡ଼ିଂ ବ୍ୟବସ୍ଥା ଲାଗୁ କରିବା ପାଇଁ ଜିଲା ପ୍ରଶାସନର ଉଦ୍ୟମ ସଫଳ ହୋଇପାରୁ ନାହଁି। ଫଳରେ ଦୀର୍ଘ ୧ମାସ ହେବ ଖଣି ଅଞ୍ଚଳରେ ଲୋଡ଼ିଂ ବ୍ୟବସ୍ଥା ବିପର୍ଯ୍ୟସ୍ଥ ହୋଇ ପଡ଼ିବାରୁ ହଜାର ହଜାର ଟ୍ରକ୍‌ ଛିଡ଼ା ହୋଇ ରହିଛିନ୍ତି। ଏହି ପରିପେକ୍ଷୀରେ ଯାଜପୁର ଜିଲାରେ ଥିବା ଚଣ୍ଡିଖୋଲ, ସୁକିନ୍ଦା ଓ ଯାଜପୁର ରୋଡ଼ ଟ୍ରକ୍‌ ମାଲିକ ସଂଘଗୁଡ଼ିକର ସହଯୋଗରେ ଏହି ବ୍ୟବସ୍ଥାକୁ ସଂଘଠିତ ଭାବେ କାର୍ଯ୍ୟକାରୀ କରିବାକୁ ମଙ୍ଗଳବାର ଚଣ୍ଡିଖୋଲ ଟ୍ରକ୍‌ ମାଲିକ ସଂଘ ଦାବି କରିଛି। ଚଣ୍ଡିଖୋଲସ୍ଥିତ ସଂଘ କାର୍ଯ୍ୟାଳୟ ପରିସରରେ ସଭାପତି ସନ୍ତୋଷ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ କୁହାଯାଇଥିଲା ଯେ, ଏହି ବିବାଦ ଏବେକାର ନୁହେଁ ବରଂ ୨୦୦୫ ମସିହାରୁ ଜେଏସସି ସଂଘକୁ ଭଙ୍ଗାଯାଇ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଖଣି ଅଞ୍ଚଳରେ ଫାଷ୍ଟ କମ୍‌ ଫାଷ୍ଟ ଲୋଡ଼ିଂ ବ୍ୟବସ୍ଥା ଲାଗୁ କରାଯାଇଥିଲା। ହେଲେ ପ୍ରଶାସନ ସେତେବେଳେ ଏହାକୁ ଲାଗୁ କରିପାରି ନ ଥିଲେ। ପରେ ଯାଜପୁର ଜିଲାପାଳ ଓ ଏସ୍‌ପି ଚଣ୍ଡିଖୋଲ, ସୁକିନ୍ଦା ଓ ଯାଜପୁର ରୋଡ଼ ଟ୍ରକ୍‌ ମାଲିକ ସଂଘର ସହଯୋଗ ଲୋଡ଼ିବା ପରେ ସେହି ଦିନ ଠାରୁ ଅଦ୍ୟାବଧି ଖଣି ଅଞ୍ଚଳରୁ ଟ୍ରକ୍‌ ଗୁଡ଼ିକ ଲୋଡ଼ିଂ ପାଇ ଆସୁଥିଲେ। ଏଥିନେଇ ଜିଲା ପ୍ରଶାସନ ଓ ଏହି ତିନୋଟି ଟ୍ରକ୍‌ ମାଲିକ ସଂଘ ମିଳିତ ବୈଠକରେ ଏକମତ ହୋଇ ତିନୋଟି ରିଜୋଲ୍ୟୁଶନରେ ସ୍ବାକ୍ଷର କରି ନିଷ୍ପତି ନେଇଥିଲେ। ଯାହା ଅଦ୍ୟାବଧି କାର୍ଯ୍ୟକାରୀ ହୋଇ ଆସୁଥିଲା ବୋଲି ସଂଘ କର୍ମକର୍ତ୍ତାମାନେ ସୂଚନା ଦେଇଛନ୍ତି। ତେବେ ଗତ ମାସରେ ହାଇକୋର୍ଟ ତାଙ୍କ ପୂର୍ବ ନିଷ୍ପତିକୁ କଡ଼ାକଡ଼ି ପାଳନ କରି ଖଣି ଅଞ୍ଚଳରେ ଫାଷ୍ଟ କମ୍‌ ଫାଷ୍ଟ ଲୋଡ଼ିଂ କରିବା ପାଇଁ ଜିଲାପାଳଙ୍କୁ ନିର୍ଦ୍ଦେଶ ଦେବା ପରେ ଜିଲା ପ୍ରଶାସନ ଏହି ୩ଟି ସଂଘର ସହାୟତା ନ ଲୋଡ଼ି ସିଧା ସଳଖ ଉକ୍ତ ବ୍ୟବସ୍ଥାକୁ ଲାଗୁ କରିବା ପାଇଁ ଖଣି ଅଞ୍ଚଳରେ ପ୍ରଚେଷ୍ଟା ଚଳାଇ ସେଠାର ଖଣି ମାଲିକ ଓ ପରିବହନ ସଂସ୍ଥାଗୁଡ଼ିକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ତାହା ଅଦ୍ୟାବଧି ବାସ୍ତବରେ କାର୍ଯ୍ୟକାରୀ ହୋଇପାରୁ ନାହଁି। ଯେଉଁଥିପାଇଁ ଚଣ୍ଡିଖୋଲ ସମେତ ଯାଜପୁର ଜିଲାର ୩ଟି ଟ୍ରକ୍‌ ମାଲିକ ସଂଘ ଅଧିନରେ ଥିବା ୫ ହଜାରରୁ ଊର୍ଦ୍ଧ୍ୱ ଟ୍ରକ୍‌ ଦୀର୍ଘ ଦିନ ହେବ ମାଲ ଲୋଡ଼ିଂ କରି ନ ପାରି ଛିଡ଼ା ହୋଇ ରହିଛନ୍ତି। ଯେଉଁଥିପାଇଁ ମାଲିକମାନଙ୍କ ଆର୍ଥିକ କ୍ଷତି ହେବା ସାଙ୍ଗକୁ ସେମାନେ ଟ୍ରକ ପାଇଁ କରିଥିବା ଋଣ ପରିଷୋଧ କଷ୍ଟସାଧ୍ୟ ହୋଇପଡ଼ିଛି। ଅନ୍ୟପକ୍ଷରେ ରାଜ୍ୟର ଅନ୍ୟାନ୍ୟ ଖଣି ଓ କାରଖାନା ଅଞ୍ଚଳରେ ଥିବା ସ୍ଥାନୀୟ ଟ୍ରକ ମାଲିକ ସଂଘ ଓ ତାହା ଅର୍ନ୍ତଭୁକ୍ତ ଗାଡ଼ିଗୁଡ଼ିକୁ ଅଗ୍ରାଧିକାର ଦିଆଯାଉଥିବାବେଳେ ଯାଜପୁର ଜିଲାରେ ତାହା ହେଉ ନାହିଁ। ଫଳରେ ବାହାର ରାଜ୍ୟର ଗାଡ଼ିଗୁଡ଼ିକ ଅଧିକ ଫାଇଦା ହାସଲ କରୁଛନ୍ତି ବୋଲି ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି। ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ସଂଘ ଉପଯୁକ୍ତ ଭାବେ ପାଳନ କରିବାକୁ ଚାହଁୁଥିଲେ ମଧ୍ୟ ଅଦ୍ୟାବଧି ଜିଲା ପ୍ରଶାସନ ପୂର୍ବପରି ସଂଘ ଗୁଡ଼ିକର ସହଯୋଗ ନ ଲୋଡ଼ିବା ଘଟଣାକୁ ନେଇ ଉପସ୍ଥିତ କର୍ମକର୍ତ୍ତାମାନେ କ୍ଷୋଭ ପ୍ରକାଶ କରିଥିଲେ। ଜିଲା ପ୍ରଶାସନ ଓ ଜିଲାରେ ୩ଟି ଯାକ ଟ୍ରକ୍‌ ମାଲିକ ସଂଘମାନଙ୍କ ମଧ୍ୟରେ ପୂର୍ବରୁ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ଲୋଡ଼ିଂ ପ୍ରକ୍ରିୟାରେ ସଂଘ ମତାମତକୁ ଗ୍ରହଣ କରି ଲୋଡ଼ି ପ୍ରକ୍ରିୟା ଚାଲୁ କରିବା ପାଇଁ ସଂଘ କର୍ମକର୍ତ୍ତାମାନେ ଦାବି କରିଛନ୍ତି। ଏହି ଖବରଦାତା ସମ୍ବିଳନୀରେ ରାଜ୍ୟ ଟ୍ରକ୍‌ ମାଲିକ ମହାସଂଘ ଯୁଗ୍ମ ସମ୍ପାଦକ ବିଭୁତି ଭୁଷଣ ଜେନା, ମୁଖ୍ୟ ଉପଦେଷ୍ଟା ହେମନ୍ତ କୁମାର ସାମଲ, ଚନ୍ଦନ ନାୟକ, ସଂଘ ସମ୍ପାଦକ ପୁଷ୍ପରାଜ ନାୟକ, ଉପ ସଭାପତି ଅଟଳ ଜେନା, ସୀତାନାଥ ସାହୁ, ପ୍ରଶାନ୍ତ କୁମାର ଜେନା, ନାରାୟଣ ସ୍ବାଇଁ, ବିଜୟପାଲ ଯାଦବ, ବୈକୁଣ୍ଠନାଥ ପଲେଇ, ପ୍ରମୋଦ କୁମାର ବେହେରା , ଉଦୟନାଥ ସମାଲଙ୍କ ସହ ବହୁ ଗାଡ଼ି ମାଲିକ ଓ ସଂଘ କର୍ମକର୍ତ୍ତା ଉପସ୍ଥିତ ଥିଲେ।


All Right Reserved By Dharitri.Com

ହାଇଓ୍ବା ଲୁଟ୍‌ ଘଟଣା, ୨ ଟ୍ରକ୍‌ ଡ୍ରାଇଭର କୋର୍ଟ ଚାଲାଣ

ଧର୍ମଶାଳା/ଜେନାପୁର,୧୧।୧୨(ଡି.ଏନ୍‌.ଏ.)- ଜେନାପୁର ପୋଲିସ ମଙ୍ଗଳବାର ହାଇଓ୍ବା ଲୁଟ୍‌ ଅଭିଯୋଗରେ ୨ ଜଣ ଡ୍ରାଇଭରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ଘଟଣାରେ ପୋଲିସ ଚୋରି...

ଜଙ୍ଗଲ ଜମିରେ ବେଆଇନ ଖାଦାନ: ଆରୁହାରେ ୧୪୪ ଧାରା ଜାରି

ଯାଜପୁର ଅଫିସ/ଧର୍ମଶାଳା(ଡି.ଏନ୍‌.ଏ.),୨୧ା୮: ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ଆରୁହା ଜଙ୍ଗଲ ଜମିର ୧୫୩ ଏକର ପିରିମିତ ଅଞ୍ଚଳ ଉପରେ ମଙ୍ଗଳବାର ୧୪୪ ଧାରା ଲାଗୁ...

ଅନ୍ଧାରି ନାଳରେ ଫେଣ ପାଣି ପ୍ରସଙ୍ଗ:ବିପଦମୁକ୍ତ ଦର୍ଶାଇଲା ପରୀକ୍ଷା ରିପୋର୍ଟ

ଯାଜପୁର ଅଫିସ,୪ା୧୨- ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳର ଅନ୍ଧାରି ନାଳରେ ରବିବାର ପ୍ରଚୁର ମାତ୍ରାରେ ବୋହିଥିବା ଫେଣ ପାଣି ବିପଦମୁକ୍ତ। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସ୍‌ପିସିବି)ର...

ପାରିପାର୍ଶ୍ୱିକ ଉନ୍ନୟନରେ ଫେଲ୍‌ ମାରିଛି ଫେରୋକ୍ରୋମ କାରଖାନା: ୨୩ରେ କାରଖାନା ମୁଖ୍ୟ ଫାଟକ ସମ୍ମୁଖରେ ଧାରଣା

ଡୁବୁରୀ,୨୦ା୮(ଡି.ଏନ୍‌.ଏ.)- କଳିଙ୍ଗନଗର ଶିଳ୍ପାଞ୍ଚଳ ଦାନଗଦୀ ବ୍ଲକ ଅନ୍ତର୍ଗତ ଶାଳିଜଙ୍ଗା ପଞ୍ଚାୟତର ବାଳିଆପାଳ ମୌଜାରେ ପ୍ରତିଷ୍ଠିତ ବାଲିଆପାଳ ଫେରୋକ୍ରୋମ କାରଖାନା ଉପତ୍ାଦନ କ୍ଷମ ହେବାର ଦୀର୍ଘ ବର୍ଷ...

ବିଦେଶୀ ପକ୍ଷୀଙ୍କ ଉପରେ ଶିକାରୀଙ୍କ ଲୋଲୁପ ଦୃଷ୍ଟି

ଯାଜପୁର ରୋଡ଼,୧୯।୯(ନି.ପ୍ର.): ଯାଜପୁର ରୋଡ଼ ସହରର ସାପଗଡ଼ିଆ ଅଞ୍ଚଳରେ ବିଦେଶୀ ପକ୍ଷୀଙ୍କ ସମାଗମ ହୋଇଛି। ଏହି ପକ୍ଷୀମାନେ ସାଇବେରିଆ ଅଞ୍ଚଳରୁ ଆଜକୁ ୨୦ବର୍ଷ ଧରି ଏଠାକୁ...

ଅଡୁଆରେ ଭିସା ଷ୍ଟିଲ: କାରଖାନା ବନ୍ଦ ପାଇଁ ଏନ୍‌ଜିଟିର ନିର୍ଦ୍ଦେଶ

ଯାଜପୁର ଅଫିସ,୧୭ା୮- କଳିଙ୍ଗନଗର ଭିସା ଷ୍ଟିଲ କାରଖାନା ଦ୍ୱାରା ଉକତ୍ଟ ବାୟୁ ଓ ଜଳ ପ୍ରଦୂଷଣ ପାଇଁ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ(ଏନ୍‌ଜିଟି) ପକ୍ଷରୁ ରାଜ୍ୟ ପ୍ରଦୂଷଣ...

ବଗପାଳ କ୍ଷୁଦ୍ର ଜଳସେଚନ ଡ୍ୟାମ୍‌ରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଛତିଆ,୩୦-୮(ଡି.ଏନ୍‌.ଏ.)- ବଡ଼ଚଣା ବ୍ଲକ ଅଧୀନସ୍ତ ବୈରୀ ଥାନା ଅନ୍ତର୍ଗତ ସମିଆ ପଞ୍ଚାୟତରେ ଥିବା ବଗପାଳ କ୍ଷୁଦ୍ର ଜଳସେଚନ ଡ୍ୟାମ୍‌ରୁ ଗୁରୁବାର ସକାଳେ ଜଣେ ଯୁବକଙ୍କ ମୃତଦେହ...

ଧରିତ୍ରୀ ପ୍ରଭାବ: ଅଙ୍ଗନୱାଡି କର୍ମୀଙ୍କ ଉପରେ ବର୍ଷିଲେ ଡବ୍ଲ୍ୟୁସିଡିଓ 

ବିଞ୍ଝାରପୁର,୧୩ା୧୦(ଡି.ଏନ.ଏ)- ବିଞ୍ଝାରପୁର ବ୍ଲକ ମହିଳା ଓ ସମନ୍ବିତ ଶିଶୁ ବିକାଶ ବିଭାଗର କାର୍ଯ୍ୟକଳାପକୁ ନେଇ ‘ଧରିତ୍ରୀ’ରେ ଗତ ୧୯ତାରିଖରେ ଖବର ପ୍ରକାଶିତ ହୋଇଥିଲା। ସେଥିରେ ବିଞ୍ଝାରପୁର...

Leave a comment

Your email address will not be published. Required fields are marked *