ପୋଖରୀ ଖୋଳା, ପୁନରୁଦ୍ଧାର କାମରେ ଅନିୟମିତତା ଅଭିଯୋଗ:ତଦନ୍ତ ଦାବିକଲେ ଗ୍ରାମବାସୀ

ଡୁବୁରୀ,୨୮।୮(ଡି.ଏନ୍‌.ଏ.)- ସୁକିନ୍ଦା ବ୍ଲକ ଅନ୍ତର୍ଗତ ସଂସାଇଲୋ ପଞ୍ଚାୟତାର ପୋଖରୀ ଖନନ ଏବଂ ପୁନରୁଦ୍ଧାର କାର୍ଯ୍ୟରେ ବ୍ୟାପକ ଅନିୟମିତତା କରାଯାଇଥିବା ଅଭିଯୋଗ ହୋଇଛି। ଏପରିକି ବିଭାଗୀୟ ଅଧିକାରୀ ଏବଂ ଠିକାଦାରଙ୍କ ମଧ୍ୟରେ ଏବାବଦ ଅର୍ଥ ହଡପ ନେଇ ମସୁଧା ହେଉଥିବା କିଛିଦିନ ତଳେ ଅଞ୍ଚଳବାସୀ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଏଥିସହ ତୁରନ୍ତ ପ୍ରକଳ୍ପଗୁଡିକ କାର୍ଯ୍ୟର ତଦନ୍ତ ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ା ସଂସାଇଲୋ ପଞ୍ଚାୟତରେ ଚାଷ ଜମିକୁ ଜଳ ସେଚିତ କରିବା ଓ ଅନ୍ୟାନ୍ୟ ସମସ୍ୟାର ସମାଧାନ ପାଇଁ ଜଳ କଷ୍ଟ ମୁକ୍ତ କରିବା ଉଦ୍ଦେଶ୍ୟରେ ୨ଟି ପୋଖରୀର ପୁନରୁଦ୍ଧାର ଓ ୨ ପୋଖରୀ ଖନନ ପାଇଁ ଜିଲା ଖଣିଜ ପାଣ୍ଠି ଅନୁଦାନ ଅର୍ଥରେ ମୃତ୍ତିକା ସଂରକ୍ଷଣ ବିଭାଗ ପକ୍ଷରୁ କାର୍ଯ୍ୟ କରାଯାଉଛି। ଏଥିପାଇଁ ମୋଟ ୫୩ ଲକ୍ଷ ଟଙ୍କା ଯୋଗାଇ ଦିଆଯାଇଛି। ହେଲେ ବିଭାଗ ଦାୟିତ୍ୱହୀନତା ଏବଂ ଠିକାଦାରଙ୍କ ଲାଭଖୋର ମନୋବୃତ୍ତି ଯୋଗୁ ପ୍ରକଳ୍ପଗୁଡିକରେ ନାମ ମାତ୍ର କାମ କରାଯାଉଛି। ଫଳରେ ପ୍ରକଳ୍ପଗୁଡିକରୁ ସାଧାରଣ ଲୋକେ ଉପକାର ପାଇବା ନେଇ ଆଶଙ୍କା ପ୍ରକାଶ ପାଇଛି। କାର୍ଯ୍ୟସ୍ଥଳରେ ସୂଚନା ଫଳକ ଲଗାଯାଇ ନାହଁି। ୪ ଟି ପ୍ରକଳ୍ପ ମଧ୍ୟରୁ ଖରଖେଚା ଓ ଗୁଟୁଖଳିକା ପ୍ରକଳ୍ପର ପୁନରୁଦ୍ଧାର କରାଯାଉଥିବାବେଳେ ଅନ୍ୟ ଦୁଇଟି ପଣଷପାଳ ଓ ସିଆରିଆ ନୂତନ ଭାବେ ପୋଖରୀ ଖନନ କରାଯାଉଛି। କିନ୍ତୁ ପ୍ରକଳ୍ପରେ ସୁଇସ ଗେଟ ନିର୍ମାଣ କରାଯାଇ ନ ଥିବାବେଳେ ସ୍ବଳ୍ପ ଗଭୀରର ମାଟି ଖୋଳା ଯାଇଛି। ଏବେ ବର୍ଷାରେ ପୋଖରୀରେ ପାଣି ରହିଥିବାରୁ କେତେ ଗଭୀର ପର୍ଯ୍ୟନ୍ତ ଖୋଳାଯାଇଛି ତହା ଜଣାପଡୁ ନାହଁି। ଯେନତେନ ପ୍ରକାର କାମ ସାରିଦେଇ ବିଲ କରିନେବାକୁ ଉଦ୍ୟମ କରାଯାଇଥିବା ଅଭିଯୋଗ କରାଯାଇଛି। ଏ ସମ୍ପର୍କରେ ମୃତ୍ତିକା ସଂରକ୍ଷଣ ବିଭାଗର ଅଧିକାରୀ ତୋଫାନ ପଣ୍ଡାଙ୍କୁ ପଚାରିବାରୁ ପ୍ରକଳ୍ପଗୁଡିକର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ନାହଁି ା ଠିକାଦାରଙ୍କୁ ଅଗ୍ରିମ କିଛି ଅର୍ଥ ପୈଠ କରାଯାଇଛି। ପ୍ରକଳ୍ପ କାମରେ କୌଣସି ଅନିୟମିତତା ହୋଇ ନ ଥିବା କହିଛନ୍ତି।


All Right Reserved By Dharitri.Com

ସର୍ବଭାରତୀୟ ହିନ୍ଦୀ ନାଟକ ପ୍ରତିଯୋଗିତା: ‘କଳାପରିଷଦ’ ହାତେଇଲା ୧୬ ପୁରସ୍କାର

ଢେଙ୍କାନାଳ ଅଫିସ, ୧୮।୧୧:  ପୁଣିଥରେ ସର୍ବଭାରତୀୟ ନାଟକ ପ୍ରତିଯୋଗିତାରେ ଚମକିଛନ୍ତି ଢେଙ୍କାନାଳ ଜିଲାର କଳାକାର। ଉତ୍ତରପ୍ରଦେଶ ଆଗ୍ରାସ୍ଥିତ ସଂସ୍କାର ଭାରତୀ ନାଟ୍ୟାନୁଷ୍ଠାନର ନାଟ୍ୟକେନ୍ଦ୍ର ପରିସରରେ ୬ଦିନ ଧରି...

କୂଅରୁ ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

କେନ୍ଦୁଝର,୨୧।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ହରିଚନ୍ଦନପୁର ଥାନା ଜାମଜୋଡି ପଞ୍ଚାୟତ ଅନ୍ତର୍ଗତ ମାନପୁର ଗ୍ରାମର ଏକ କୂଅରୁ ଶନିବାର ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃ୍‌ତକ...

ଗାଁ ଲୋକଙ୍କୁ ଚୁଆ ପାଣି ଭରସା

କପ୍ତିପଦା, ୩।୨(ଡି.ଏନ.ଏ.)-ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ ଅଧୀନ ଲାବଣ୍ୟଦେଇପୁର ପଞ୍ଚାୟତର ଗଜାପଥର ଓ ଶରତ ପଞ୍ଚାୟତର ଅଶ୍ୱକୂଟୀ ଛକ ସାହି ଗ୍ରାମ ଏବେ ବି ପ୍ରଶାସନର...

ଜଟଣୀ କୋର୍ଟରେ ପ୍ରଥମ ଦଣ୍ଡାଦେଶ

ଜଟଣୀ, ୨୬ା୧୧(ଡି.ଏନ.ଏ.):  ଜଟଣୀ ଜେଏମ୍‌ଏଫ୍‌ସିରେ ଏକ ମାମଲାର ବିଚାର କରି ମାଜିଷ୍ଟ୍ରେଟ୍‌ ଧ୍ରୁବି ସୋଲାଙ୍କିରାୟ ରାୟ ପ୍ରକାଶ କରି ଜଣେ ବିଚାରାଧୀନ ଅଭିଯୁକ୍ତଙ୍କୁ ଦଣ୍ଡାଦେଶ ଦେଇଛନ୍ତି।...

କରୋନା ମୁକାବିଲା ପାଇଁ ମାସ୍କ, ସାବୁନ ବଣ୍ଟନ

ସମ୍ବଲପୁର, ୩୧।୩ (ବ୍ୟୁରୋ)- କରୋନା ମୁକାବିଲା ପାଇଁ ସମ୍ବଲପୁର ବିଭିନ୍ନ ଅନୁଷ୍ଠାନ ଗୁଡିକ ସହଯୋଗର ହାତ ବଢ଼ାଇଛନ୍ତି । ଗ୍ରାମାଞ୍ଚଳରେ ମଧ୍ୟ ଏହା ଦେଖିବାକୁ ମିଳିଛି...

ସରକାରୀ ସୁବିଧା ସୁଯୋଗରୁ ବଁଚିତ୍‌ ପୁଷ୍ପା: ଝି’ର ଚିକିଛା ଲାଗି ଦାଦନ ଖଟୁଛେ ବାପ୍‌

କୋମନା, ୧୬।୩ (ଡି.ଏନ୍‌.ଏ.)- ନୂଆପଡ଼ା ଜିଲା କୋମନା ବ୍ଲକ ଭେଲା ଗାଁ ହରିଜନ ପଡ଼ାର ବିଜେ ସୁନାନୀକଁର ଝି’ ପୁଷ୍ପା ସୁନାନୀ(୧୬)। ସେ ଛୁଆବେଲୁ କେହେନ୍‌ସି...

ହେଡ୍‌କ୍ୱାର୍ଟର ଛାଡିବା ମହଙ୍ଗା ପଡିଲା, ୮୭ ଶିକ୍ଷକଙ୍କୁ କାରଣଦର୍ଶାଅ ନୋଟିସ୍‌

ଦାରିଙ୍ଗବାଡ଼ି,୧ା୫ (ଡି.ଏନ.ଏ)- କରୋନା ପାଇଁ ଲକ୍‌ଡାଉନ ଘୋଷଣା ପରେ ବିଦ୍ୟାଳୟ ଛୁଟି ହୋଇଥିଲେ ମଧ୍ୟ ଶିକ୍ଷୟିତ୍ରୀ ଶିକ୍ଷକମାନଙ୍କୁ ହେଡ୍‌କ୍ୱାର୍ଟର ଛାଡି ନ ଯିବାକୁ ସରକାରୀ ନିର୍ଦ୍ଦେଶ...

ପାପଡ଼ାହାଣ୍ଡିରେ କାଳବୈଶାଖୀ ତାଣ୍ଡବ: ଉଡ଼ାଇନେଲା ଘର ଛପର, ଭାଙ୍ଗିଲା ଗଛ

ପାପଡ଼ାହାଣ୍ଡି, ୨୭।୪(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକରେ ରବିବାର କାଳବୈଶାଖୀ ତାଣ୍ଡବ ଦେଖିବାକୁ ମିଳିଛି। ଏଥିରେ ବିଶେଷଭାବେ ପ୍ରଭାବିତ ହୋଇଛି ଜଟାବାଲ ପଞ୍ଚାୟତ। ପଞ୍ଚାୟତର ବାରିଗୁଡ଼ା,...

Leave a comment

Your email address will not be published. Required fields are marked *