ପୌର ପାଳିକାର ସ୍ବଚ୍ଛସାଥୀ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ :୩୬ ପଦବୀ, ୧୯୫ ଆବେଦନକାରୀ

ପାରାଦୀପ,୨୮ା୮(ସ୍ବ.ପ୍ର.): ରାଜ୍ୟର ସମସ୍ତ ପୌରାଞ୍ଚଳ ଓ ବିଜ୍ଞାପିତ ଅଞ୍ଚଳରେ ଏବେ ସରକାର ସ୍ବଚ୍ଛ ସାଥୀ ଓ ଓ୍ବାର୍ଡ ଅଫିସର ପଦ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏହି କ୍ରମରେ ପାରାଦୀପ ପୌରାଞ୍ଚଳ ପାଇଁ ମଙ୍ଗଳବାର ସ୍ବଚ୍ଛ ସାଥୀ ପଦବୀ ନିମନ୍ତେ ସାକ୍ଷାତକାର ଆରମ୍ଭ ହୋଇଛି। ପୂର୍ବ ପ୍ରକାଶିତ ବିଜ୍ଞପ୍ତି ଆଧାରରେ ୧୯୫ ଜଣ ମହିଳା ଓ ଯୁବତୀ ଏହି ପଦବୀ ପାଇଁ ଆବେଦନ କରିଛନ୍ତି। ଏଥିରୁ ୧୯ ଓ୍ବାର୍ଡ ପାଇଁ ୨୯ ଜଣ ସ୍ବଚ୍ଛସାଥୀ ଓ ୭ ସୁପରଭାଇଜର ନିଯୁକ୍ତି ପାଇବେ। ଏହି ନିଯୁକ୍ତି ପ୍ରକ୍ରିୟା ପାଇଁ ପୌର କାର୍ଯ୍ୟାଳୟରେ ବେଶ୍‌ ଭିଡ଼ ଦେଖିବାକୁ ମିଳିଥିଲା। ବିଜ୍ଞପ୍ତିରେ ଦର୍ଶାଯାଇଥିଲା ଯେ, ପୌରାଞ୍ଚଳରେ ରହୁଥିବା ସ୍ବୟଂସହାୟିକା ଗୋଷ୍ଠୀର ମହିଳାମାନେ ଏଥିରେ ଭାଗ ନେଇପାରିବେ। କିନ୍ତୁ ସାକ୍ଷାତକାର ଦେବାକୁ ମହିଳାଙ୍କ ଅପେକ୍ଷା ଅଧିକ ସଂଖ୍ୟାରେ ଯୁବତୀ ଆସିଥିଲେ। ସେମାନଙ୍କ ଯୋଗ୍ୟତା ଯୁକ୍ତ ୨ ଓ ଯୁକ୍ତ ୩ ଥିଲେ ହେଁ ପଞ୍ଜିକୃତ ଏସ୍‌ଏଚ୍‌ଜିରେ ସେମାନେ ସାମିଲ ହୋଇଥିବା କାଗଜପତ୍ରରେ ଜଣାଇଛନ୍ତି, ଯାହାକି ବିଚାରକଙ୍କୁ ଅଡୁଆରେ ପକାଇଛି। ଯେଉଁ ଏସ୍‌ଏଚ୍‌ଜି ନାମ ସେମାନେ ଦର୍ଶାଇଛନ୍ତି, ସେମାନଙ୍କ ନାମ ପୌର ପାଳିକାରେ ଥିବା ଏସ୍‌ଏଚଜି ସଦସ୍ୟାଙ୍କ ତାଲିକାରେ ଅଛି କି ନାହିଁ ତାହା ଯାଞ୍ଚ କରିବାକୁ ପଡୁଛି। କେତେକ ଆଶାୟୀ ପୁରୁଣା ଏସ୍‌ଏଚ୍‌ଜିରେ ଚଳିତ ଅଗଷ୍ଟ ମାସରେ ନାମ ଯୋଡ଼ିଥିବା ରେକର୍ଡରୁ ଜଣାଯାଇଛି। ଏବେ ଏହି ନିଯୁକ୍ତି ସମ୍ପର୍କିତ କାଗଜପତ୍ରକୁ ୩ ଜଣିଆ କମିଟି ଯାଞ୍ଚ କରୁଛନ୍ତି। ସେମାନେ ହେଲେ ଡିଆରଡିଏ ଅଧିକାରୀ, ଡୁଡା ଅଧିକାରୀ ଓ ସିଡିପିଓ। ଜଣେ ପ୍ରାର୍ଥୀଙ୍କ ପାଇଁ ଯାଞ୍ଚ ପ୍ରକ୍ରିୟା ଓ ପ୍ରଶ୍ନୋତ୍ତର ସମୟ ସାପେକ୍ଷ ଥିବାରୁ ମଙ୍ଗଳବାର ସାକ୍ଷାତକାର ଶେଷ ହୋଇନାହିଁ। ଆଉ ଦିନେ କିମ୍ବା ଦୁଇଦିନ ହେବ ବୋଲି କୁହାଯାଇଛି। ଏଥିରୁ ଯୋଗ୍ୟ ପ୍ରାର୍ଥତ୍ନୀଙ୍କୁ ଆସନ୍ତା ୩୦ ତାରିଖ ସୁଦ୍ଧା ଚୟନ କରାଯିବ। ସୂଚନାଯୋଗ୍ୟ, କଠିନ ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପ ଅଧୀନରେ ଏହି ସ୍ବଚ୍ଛସାଥୀମାନେ ପ୍ରତି ଓ୍ବାର୍ଡରେ ଆବର୍ଜନା ପରିଚାଳନା କରିବେ। କିପରି ଶୁଖିଲା ଆବର୍ଜନାକୁ ଅଲଗା କରି କବାଡିଆଙ୍କୁ ବିକ୍ରି କରାଯିବ ଓ ଓଦା ଆବର୍ଜନାକୁ ଖତ କରାଯିବ ସେହି କାମ ସ୍ବଚ୍ଛସାଥୀ କରିବେ। ଏଥିପାଇଁ ସର୍ବନିମ୍ନ ଯୋଗ୍ୟତା ଯୁକ୍ତ ୨ ପାଶ୍‌ ରଖାଯାଇଛି। ଆଶାୟୀ ସେହି ଓ୍ବାର୍ଡର ବାସିନ୍ଦା ପ୍ରମାଣପତ୍ର ଓ ସ୍ବୟଂସହାୟିକା ଗୋଷ୍ଠୀ ସଦସ୍ୟା ହୋଇଥିବା ଅପରିହାର୍ଯ୍ୟ। ଏବେ ଯୁବତୀମାନେ ଏହି ସାକ୍ଷାତକାରରେ ଅଂଶଗ୍ରହଣ କରିବାକୁ ନେଇ କେତେଜଣ ଏସ୍‌ଏଚ୍‌ଜି ମହିଳା ଆପତ୍ତି ଉଠାଇଛନ୍ତି। ଏହି ସାକ୍ଷାତକାର ଶେଷ ପରେ ପ୍ରସଙ୍ଗକୁ ନେଇ ବିବାଦ ସୃଷ୍ଟି ହୋଇପାରେ ବୋଲି ଆଭାସ ମିଳୁଛି।


All Right Reserved By

ଦୃଷ୍ଟି ବାଧିତ ଶିଶୁଙ୍କର ଶିଖିବାର ଅଧିକାର ରହିଛି: ଦୃଷ୍ଟିବାଧିତଙ୍କୁ ଡେଜିପ୍ଲେୟର ବଣ୍ଟନ

ନୂଆପଡା ଅଫିସ,୧୪ା୮-ଭିନ୍ନକ୍ଷମମାନେ ଅକ୍ଷମ ନୁହନ୍ତି। ସେମାନଙ୍କଠାରେ ଅନନ୍ୟ ପ୍ରତିଭା ଭରି ରହିଛି । ସେମାନଙ୍କ ମଧ୍ୟ ଶିକ୍ଷାଧିକାର ରହିଛି। ବିଶେଷ କରି ଦୃଷ୍ଟିବାଧିତ ଶିଶୁଙ୍କ ଶିଖିବାର...

ମିନିବସ୍‌ ଓଲଟି ଜଣେ ମୃତ, ୭ ଗୁରୁତର

କବିସୂର୍ଯ୍ୟନଗର,୧୨।୬-ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଥାନା ବୁଢ଼ାମ୍ବଗାଁସ୍ଥିତ ଜେମାଦେଇ ମନ୍ଦିର ନିକଟରେ ବୁଧବାର ଏକ ଯାତ୍ରୀବାହୀ ମିନବସ ଓଲଟି ପଡିଛି। ଏଥିରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବାବେଳେ...

୨ କରତକଳ ଉପରେ ଚଢ଼ାଉ୬ଲକ୍ଷ ଟଙ୍କାର କାଠ ଓ ଯନ୍ତ୍ରାଂଶ ଜବତ

ବସ୍ତା, ୧୦।୬(ସ୍ବ.ପ୍ର.)-ଭିଜିଲାନ୍ସ ଓ ବନବିଭାଗ ପକ୍ଷରୁ ସୋମବାର ମିଳିତ ଭାବେ ଚଢ଼ାଉ କରାଯାଇ ଦୁଇଟି ସ୍ଥାନରେ ବେଆଇନ ଭାବେ ଚାଲିଥିବା କରତ କଳରୁ ପ୍ରାୟ ୬...

ଅଂଶୁଘାତ ମୃତ୍ୟୁ ଅଭିଯୋଗ ହେଲେ ଜଣାଇବାକୁ ନିର୍ଦ୍ଦେଶ

ଛତ୍ରପୁର,୧୬ା୫(ଡି.ଏନ.ଏ.)-ଗଞ୍ଜାମ ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଚାଲିଥିବା ବିଭନ୍ନ କାର୍ଯ୍ୟକ୍ରମର ଏକ ସମୀକ୍ଷା ବୈଠକ ବୁଧବାର ଛତ୍ରପୁରସ୍ଥିତ ଜିଲାପରିଷଦ ଭବନ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଥିଲା।...

କୋରାପୁଟ ଜିଲାରେ ୬୩୫ ମିଲିମିଟର ବର୍ଷା ରେକର୍ଡ: କୋଟପାଡ଼ ବ୍ଲକରେ ସର୍ବାଧିକ

କୋରାପୁଟ,୧୩।୮(ସ୍ବ.ପ୍ର): ୨ ଦିନ ହେବ ବର୍ଷା ଲାଗି ରହିଥିବା ବେଳେ କୋରାପୁଟ ଜିଲାରେ ମଙ୍ଗଳବାର ୬୩୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। କୋଟପାଡ଼ ବ୍ଲକରେ ସର୍ବାଧିକ...

ଜୁନ ୧୫ରୁ ବନ୍ଦ ରହିବ ଶିମିଳିପାଳ

ବାରିପଦା ଅଫିସ,୨୮।୫- ପ୍ରତିବର୍ଷ ଭଳି ଏଥର ବର୍ଷା ଋତୁକୁ ଦୃଷ୍ଟିରେ ରଖି ଆସନ୍ତା ୧୫ରୁ ନଭେମ୍ବର ପହିଲା ପର୍ଯ୍ୟନ୍ତ ଶିମିଳିପାଳ ଅଭୟାରଣ୍ୟ ପର୍ଯ୍ୟଟକଙ୍କ ପାଇଁ ବନ୍ଦ...

ତୁଟୁନି ଫାଷ୍ଟ କମ୍‌ ଫାଷ୍ଟ ଲୋଡିଂ ବିବାଦ : ସମାଧାନ ପରିବର୍ତ୍ତେ ବ୍ୟକ୍ତିଗତ ସ୍ବାର୍ଥକୁ ଗୁରୁତ୍ୱ, ବନ୍ଦ ହେବାକୁ ବସିଛି କଳିଙ୍ଗନଗର କାରଖାନା

ଯାଜପୁର ଅଫିସ/ସୁକିନ୍ଦା(ଡି.ଏନ.ଏ.),୨ା୯: ଦୁର୍ନୀତିର ଚେର ଓପାଡି ସ୍ବଚ୍ଛ ଓ ପାରଦର୍ଶୀ ପ୍ରଶାସନ ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ସେଥିପାଇଁ ବିଭିନ୍ନ ସରକାରୀ ଯୋଜନାର କାର୍ଯ୍ୟକାରିତାରେ...

ଭିତ୍ତିଭୂମି ଅଭାବରୁ ଶ୍ରୀହୀନ ଶିକ୍ଷାନୁଷ୍ଠାନ

ଧାମନଗର ୩୦।୭(ଡି.ଏନ.ଏ.)- ପ୍ରାଥମିକ ଶିକ୍ଷାକୁ ମୌଳିକ ଅଧିକାରଭୁକ୍ତ କରାଯାଇଥିଲେ ବି ଭିତ୍ତିଭୂମି ଅଭାବରୁ ଗ୍ରାମାଞ୍ଚଳର ଅନେକ ଶିକ୍ଷାନୁଷ୍ଠାନ ଥାଇ ନ ଥିଲା ପରି ଚାଲିଛି। ଗରିବ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *