Posted inଜାତୀୟ

ସରିଲା ନିର୍ବାଚନ: ଏବେ ମେ ୨୩କୁ ସମସ୍ତଙ୍କ ଅପେକ୍ଷା

ନୂଆଦିଲ୍ଲୀ, ୧୯।୫: ଶେଷ ହୋଇଛି ୨୦୧୯ ସାଧାରଣ ନିର୍ବାଚନ। ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ଲୋକସଭା ର୍ନିବାଚନ ପାଇଁ ରବିବାର ମତଦାନ ଶେଷ ହୋଇଛି। ତେବେ ଅପରାହ୍ନ ୫ଟା ସୁଦ୍ଧା ୫୨.୯୮ ପ୍ରତିଶତ ମତଦାନ ହୋଇଥିବା ଜଣାପଡିଛି। ଏବେ ମେ ୨୩ ଉପରେ ସମସ୍ତଙ୍କ ନଜର ରହିଛି। ଏହି ଦିନ ଲୋକସଭା ଏବଂ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ ଓ ସିକ୍କିମ ବିଧାନସଭା ନିର୍ବାଚନର ଭୋଟଗଣତି ଏବଂ ଫଳାଫଳ ଘୋଷଣା ହେବ। ଶେଷ ପର୍ଯ୍ୟାୟରେ ଦେଶର ୭ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ୫୯ଟି ଆସନପାଇଁ ମତଦାନ ଅନୁଷ୍ଠିତ ହୋଇଛି। ଏହି ପର୍ଯ୍ୟାୟରେ ପ୍ରମୁଖ ପ୍ରାର୍ଥୀମାନଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଂଗ୍ରେସର ମୀରା କୁମାର,ଶତ୍ରୁଘ୍ନ ସିଂହ୍ନା ଏବଂ ଜେଏମଏମର ଶିବୁ ସୋରେନଙ୍କ ଭାଗ୍ୟ ନିର୍ଦ୍ଧାରିତ ହେବ।


All Right Reserved By

ଏହି ସବୁ କାରଣରୁ ଅଟକି ରହିଥାଏ ଆପଣଙ୍କ ସଫଳତା, ଆଉ ପିଛା ଛାଡିନଥାଏ ଦୁର୍ଭାଗ୍ୟ

ଅଧିକାଂଶ ସମୟରେ ଅନେକ ବ୍ୟକ୍ତିମାନେ ବାରମ୍ବାର ପ୍ରୟାସ ଜାରି କରିବା ସତ୍ତ୍ବେ ମଧ୍ୟ ସଫଳତା ପାଇ ନ ଥାନ୍ତି। କିନ୍ତୁ ଆପଣମାନେ ଜାଣିଛନ୍ତି କି ଘରର...

ମାନେକା ପଛରେ, ସୋନିଆ, ବରୁଣ ଆଗରେ

ନୂଆଦିଲ୍ଲୀ,୨୩।୫: ଲୋକ ସଭା ନିର୍ବାଚନ ଫଳାଫଳକୁ ନେଇ ସବୁଠି ରାଜନୀତି ସରଗରମ ଥିବା ବେଳେ ଭାଜପା ନେତ୍ରୀ ମାନେକା ଗାନ୍ଧୀ ସୁଲତାନପୁର ଆସନରୁ ପଛରେ ଥିବା...

ମୋଦିଙ୍କୁ ଭେଟିଲେ ୟେଦୁରପ୍ପା

ନୂଆଦିଲ୍ଲୀ,୧୬।୮: କର୍ନାଟକ ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦୁରପ୍ପା ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନୂଆଦିଲ୍ଲୀଠାରେ ଭେଟିଛନ୍ତି। କର୍ନାଟକ ବନ୍ୟା କ୍ଷୟକ୍ଷତିକୁ ନେଇ ସେ ମୋଦିଙ୍କ ସହ ଆଲୋଚନା...

ବନ୍ୟାଞ୍ଚଳ ଗସ୍ତ ନ କରି ବିରିୟାନୀ ଖାଇବାରେ ବ୍ୟସ୍ତ ସିଦ୍ଧରମେୟା: ଭାଜପା

ବେଙ୍ଗାଲୁରୁ,୧୩।୮: ଲଗାଣ ବର୍ଷା ଓ ବନ୍ୟା ଯୋଗୁ ବେହାଲ ହୋଇପଡ଼ିଛି କର୍ନାଟକ। ରାଜ୍ୟର କେତେକ ସହର ଜଳାର୍ଣ୍ଣବ ହୋଇଥିବା ବେଳେ ଏଥିଯୋଗୁ ୪୮ଜଣଙ୍କ ଜୀବନ ଗଲାଣି।...

ନିଜ ଅପାରଗତା ପାଇଁ ହାରିଲି ରାଜ ବବର୍‌

ଲକ୍ଷ୍ନୌ, ୨୪।୫: ଲୋକ ସଭା ନିର୍ବାଚନରେ ପରାସ୍ତ ହୋଇଛନ୍ତି ଅଭିନେତାରୁ ରାଜନେତା ପାଲଟିଥିବା ରାଜ ବବର। ଉତ୍ତର ପ୍ରଦେଶର ଫତେପୁର ସିକ୍ରିରୁ ନିର୍ବାଚନ ଲଢୁଥିବା ରାଜ...

ସିଡିଏସ୍‌ ଦୌଡ଼: ଆଗରେ ଜେନେରାଲ ବିପିନ ରାଓ୍ବତ୍‌

ନୂଆଦିଲ୍ଲୀ, ୧୭ା୮(ପି.ଟି.): ସ୍ଥଳ ସେନାଧ୍ୟକ୍ଷ ଜେନେରାଲ ବିପିନ ରାଓ୍ବତ୍‌ ସିଡିଏସ୍‌ ମୁଖ୍ୟ( ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌) ହେବାର ସମ୍ଭାବନା ରହିଛି। ଗୁରୁବାର ୭୩ତମ ସ୍ବାଧୀନତା ଦିବସ...

ସ୍ମୃତି ଇରାନୀଙ୍କ ଘନିଷ୍ଠ ସହଯୋଗୀଙ୍କୁ ହତ୍ୟା ଘଟଣା: ୩ ଗିରଫ, ୨ ଫେରାର

ଲକ୍ଷ୍ନୌ, ୨୭।୫: ଆମେଠିର ନବନିର୍ବାଚିତ ଭାଜପା ଏମ୍‌ପି ସ୍ମୃତି ଇରାନୀଙ୍କର ଘନିଷ୍ଠ ସହଯୋଗୀ ସୁରେନ୍ଦ୍ର ସିଂହଙ୍କୁ ହତ୍ୟା ଘଟଣାରେ ପୋଲିସ ୩ ଜଣଙ୍କ ଗିରଫ କରିଛି।...

ଟିଏମ୍‌ସି ଛାଡି ଭାଜପାରେ ଯୋଗଦେଲେ ୩ ବିଧାୟକ ୫୦ କାଉନସିଲର୍‌

ନୂଆଦିଲ୍ଲୀ,୨୮।୫: : ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ପୁଣି ଥରେ ଲାଗିଛି ଝଟକା। ମଙ୍ଗଳବାର ତ୍ରୁଣମୂଳ କଂଗ୍ରେସର ୩ ବିଧାୟକ ଓ ୫୦ କାଉନସିଲର...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *