ଗୁଣିଗାରେଡି ସନ୍ଦେହରେ ଜଣଙ୍କୁ ହତ୍ୟା: ପୋଲିସ ଗିରଫରେ ୩ ଅଭିଯୁକ୍ତ, ଜଣେ ଫେରାର; ପ୍ରମାଣ ନଷ୍ଟ କରିବାକୁ ନିକଟସ୍ଥ ଜଙ୍ଗଲରେ ପୋଡିଥିଲେ ମୃତଦେହ

ଏମ୍‌ଭି-୭୯/କାଲିମେଳା,୨୭।୮(ଡି.ଏନ.ଏ.): ଜଣେ ବୃଦ୍ଧଙ୍କୁ ହତ୍ୟା କରାଯିବାର ୨୨ ଦିନ ପରେ ଘଟଣା ଉପରୁ ପରଦା ଉଠିଛି। ଗୁଣିଗାରେଡି ସନ୍ଦେହରୁ ହତ୍ୟାକାଣ୍ଡ ହୋଇଥିବା ବେଳେ ଅଭିଯୁକ୍ତମାନେ ପ୍ରମାଣ ନଷ୍ଟ କରିବା ପାଇଁ ମୃତଦେହକୁ ଜଙ୍ଗଲରେ ପୋଡି ଦେଇଥିଲେ। ଏହି ଘଟଣାରେ ମଙ୍ଗଳବାର ଗିରଫ ହୋଇଥିବା ୩ଜଣ ଯୁବକ ପୋଲିସ ଆଗରେ ଉପରୋକ୍ତ ଅପରାଧ ସ୍ବୀକାର କରିଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ଉରୁମାଗୁଡ଼ା ଗାଁର ମୁକା ମାଡକାମି, ମାସା ମାଡକାମି ଓ ଜବାନପାଲ୍ଲୀର ଲାକା କାର୍ତାମି। ଉରୁମାଗୁଡ଼ା ଗାଁର ଅନ୍ୟ ଜଣେ ଅଭିଯୁକ୍ତ ଆଇତା ମାଡକାମି ଫେରାର ଅଛନ୍ତି।

ପ୍ରକାଶ ଯେ, ନାଙ୍ଗା ମାଡକାମି ଉରୁମାଗୁଡ଼ାର ନାଙ୍ଗା କବାସୀ (୬୦) ଗୁଣିଗାରେଡି ଓ ଝଡାଫୁଙ୍କା କରି ଲୋକଙ୍କ ରୋଗ ଭଲ କରୁଥିବା ସ୍ଥାନୀୟ ଲୋକେ ବିଶ୍ୱାସ କରୁଥିଲେ। ରୋଗ ହେଲେ ସେମାନେ ମେଡିକାଲ ଯିବା ପରିବର୍ତ୍ତେ ତାଙ୍କ ନିକଟକୁ ଯାଉଥିଲେ। ଗତ ୩ ତାରିଖରେ ଉକ୍ତ ଗାଁର ଦୁଲା ମାଡକାମୀ ଜ୍ୱରରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିଲେ। ନାଙ୍ଗା ଗୁଣି କରି ବାପାଙ୍କୁ ମାରିଥିବା ଦୁଲାଙ୍କ ତିନିପୁଅ ମୁକା, ମାସା ଓ ଆଇତା ସନ୍ଦେହ କରିଥିଲେ। ଗତ ୫ ତାରିଖରେ ଜବାନପାଲୀ ଗାଁର ସମ୍ପର୍କୀୟ ଲାକା କର୍ତ୍ତାମୀଙ୍କ ସହ ମିଶି ୩ଭାଇ ନାଙ୍ଗା ଶୋଇଥିବାବେଳେ ତାଙ୍କ ଘରେ ପଶି ପିଟିପିଟି ହତ୍ୟା କରିଥିଲେ। ନାଙ୍ଗାଙ୍କ ପରିବାର ଲୋକେ ତାଙ୍କୁ ଛାଡିଦେବା ପାଇଁ କହିଥିଲେ ମଧ୍ୟ ସେମାନେ ଶୁଣି ନ ଥିଲେ। ଘଟଣା ସମ୍ପର୍କରେ କାହାରିକୁ ଜଣାଇଲେ ସମସ୍ତଙ୍କୁ ଜୀବନରୁ ମାରିଦେବୁ ବୋଲି ସେମାନେ ନାଙ୍ଗାଙ୍କ ପରିବାର ଲୋକଙ୍କୁ ଧମକ ଦେଇଥିଲେ। କିଛି ଦିନ ଚୁପ୍‌ ରହିବା ପରେ ଜଣେ ସମ୍ପର୍କୀୟଙ୍କ ସହଯୋଗରେ ନାଙ୍ଗାଙ୍କ ପୁଅ ସୋମବାର ଏମ୍‌ଭି-୭୯ ଥାନାରେ ଏତଲା ଦେଇଥିଲେ। ଏହାକୁ ଭିତ୍ତିକରି ପୋଲିସ ତଦନ୍ତ କରିବା ସହ ମଙ୍ଗଳବାର ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ପରେ ପୋଲିସ ଜଙ୍ଗଲକୁ ଯାଇ ମୃତଦେହ ପୋଡା ଯାଇଥିବା ସ୍ଥାନରୁ ପାଉଁଶ ଓ ହାଡ ଜବତ କରିଛି। ଏ ନେଇ ୬୦/୧୯ରେ ମାମଲା ରୁଜୁ କରି ପୋଲିସ ଘଟଣାର ଅଧିକ ତଦନ୍ତ କରୁଥିବା ଥାନାଧିକାରୀ ମମତା ପାଣିଗ୍ରାହୀ ସୂଚନା ଦେଇଛନ୍ତି।


All Right Reserved By Dharitri.Com

ଥାନା ହାଜତରେ ଛେଳି

ପୁରୁଣା ଭୁବନେଶ୍ୱର,୨୨ା୬ (ଡି.ଏନ.ଏ.): ଥାନା ହାଜତରେ ଅପରାଧୀଙ୍କୁ ଅଟକ ରଖିବାକୁ କମିଶନରେଟ୍‌ ପୋଲିସ ପଛାଉଥିବା ବେଳେ ଧଉଳି ଥାନାରେ ଛେଳିକୁ ହାଜତ ଭିତରେ ରଖିବା ଫଟୋ...

ବାଲି ଚୋରା ଚାଲାଣ ନ ରୋକିଲେ ଆନ୍ଦୋଳନ

ଭଣ୍ଡାରିପୋଖରୀ, ୩୧।୧୦ (ଡି.ଏନ.ଏ.)- ଭଣ୍ଡାରିପୋଖରୀ ତହସିଲ ବୈତରଣୀ ନଦୀର ବିଭିନ୍ନ ଘାଟରୁ ବେଆଇନ ଭାବେ ବାଲି ଉତ୍ତୋଳନ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ବିଭିନ୍ନ...

ପାଟକୁରା ନିର୍ବାଚନ: ୯ମ ରାଉଣ୍ଡ ସୁଦ୍ଧା ବିଜେଡି ୧୪୦୭୭ ଭୋଟରେ ଆଗୁଆ

କେନ୍ଦ୍ରାପଡ଼ା ଅଫିସ, ୨୪।୭: ବହୁ ପ୍ରତୀକ୍ଷିତ ପାଟକୁରା ନିର୍ବାଚନର ଭୋଟ ଗଣତି ଜାରି ରହିଛି। ୯ମ ରାଉଣ୍ଡ ସୁଦ୍ଧା ବିଜେଡି ୧୪୦୭୭ ଖଣ୍ଡ ଭୋଟରେ ଆଗୁଆ...

ଦାରିଙ୍ଗବାଡ଼ିରେ ଶୀତ ଅନୁଭୂତ: ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ

ଦାରିଙ୍ଗବାଡ଼ି,୧୩।୧୧(ଡି.ଏନ.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଶୀତ ଅନୁଭୂତ ହୋଇଛି। ମଙ୍ଗଳବାର ଅପରାହ୍ନରେ ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ୧୧ ଡିଗ୍ରୀ ରହିଥିବାବେଳେ ବୁଧବାର ସକାଳ ୮ଟା...

ବିଦ୍ୟୁତ୍‌ ସଂଯୋଗ ଦାବି ନେଇ ବିକ୍ଷୋଭ

ଉଦଳା,୨୦ା୮(ଡି.ଏନ.ଏ)- ମୟୂରଭଞ୍ଜ ମୁକ୍ତି ମୋର୍ଚ୍ଚା ସଂଗଠନ କପ୍ତିପଦା ଉପଖଣ୍ଡ ପକ୍ଷରୁ ସୋମବାର ଉଦଳା ନେସ୍କୋ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ା...

ଦ୍ୱିତୀୟ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର, ଅଭିଯୁକ୍ତ ଗିରଫ

ଗୋପାଳପୁର,୨୪ା୧୦-ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଗୋଳନ୍ଥରା ଥାନା ଅଞ୍ଚଳରେ ଏକ ଲଜ୍ଜାଜନକ ଘଟଣା ଘଟିଛି। ଜଣେ ଯୁବକ ଚକୋଲେଟ ଦେବା ବାହାନାରେ ଜଣେ ଦ୍ୱିତୀୟ ଶ୍ରେଣୀ...

ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ସଂସ୍କାର ମାମଲା: ଉଚ୍ଛେଦ କାର୍ଯ୍ୟ ଆଇନ ଅନୁସାରେ କରିବାକୁ ନିର୍ଦ୍ଦେଶ

ପୁରୀ ଅଫିସ,୧୭।୯: ଶ୍ରୀମନ୍ଦିର ସଂସ୍କାର ମାମଲାରେ ମଙ୍ଗଳବାର ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ୭୫ମିଟର ପରିଧିରେ ଉଚ୍ଛେଦ ପ୍ରସଙ୍ଗରେ ସମସ୍ତ କାମ ଆଇନ ଅନୁସାରେ କରିବାକୁ...

ପଥର ବୋଝେଇ ଟ୍ରକ୍‌କୁ ଧକ୍କା ଦେଲା ଆମ୍ବୁଲାନ୍ସ: ରୋଗୀଙ୍କ ସମେତ ୪ ଆହତ

ସୋର, ୨୮।୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ସୋର ଥାନା ଅଧୀନ ୧୬ନମ୍ବର ଜାତୀୟ ରାଜପଥ ବରଫକଳ ଛକଠାରେ ଏକ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଆମ୍ବୁଲାନ୍ସ ମଧ୍ୟରେ ଥିବା ରୋଗୀଙ୍କ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *