ପୋଲରୁ କଙ୍କ୍ରିଟ୍‌ ଉଠି ଯିବାରୁ ଯାତାୟାତରେ ଅସୁବିଧା

ଡେଲାଙ୍ଗ, ୨୭ା୮(ଡି.ଏନ୍‌.ଏ.)-ଖୋର୍ଦ୍ଧା-ପଟ୍ଟନାୟିକିଆ ରାସ୍ତାର ତିରିମଲଠାରେ ଦୟାନଦୀ ଉପରେ ନିର୍ମାାଣ ହୋଇଥିବା ସେତୁ ଉପରୁ କଙ୍କ୍ରିଟ ଉଠିଯିବା ଫଳରେ ରଡ ଗୁଡିକ ବାହାରି ପଡିଥିବାରୁ ଯାତାୟତରେ ଅସୁବିଧା ହୋଇଛି। କଙ୍କ୍ରିଟ ଉଠି ଯିବା ଯୋଗୁ ସେତୁ ଉପରେ ଏକ ବଡ଼ ଖାଲ ସୃଷ୍ଟି ହୋଇଛି। ଏହି ସେତୁ ଉପରେ ଦୈନନ୍ଦିନ ହଜାରହଜାର ଭାରିଯାନ ଯାତାୟାତ କରୁଥିବାରୁ ଲୋକେ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି। ଏହି ସେତୁଟି ଡେଲାଙ୍ଗ ବ୍ଳକ ଓ ଜଟଣୀ ବ୍ଳକ ସୀମାରେ ଅବସ୍ଥିତ। ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ ଖୋର୍ଦ୍ଧା ପୁର୍ତ୍ତ ବିଭାଗର ହୋଇଥିବାରୁ ଏହାକୁ ମରାମତି କରିବା ପାଇଁ ବାରମ୍ବାର ଦାବିହୋଇ ଆସୁଥିଲେ ସୁଦ୍ଧା ଅଦ୍ୟାବଧି ବିଭାଗୀୟ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚତ୍ ନ ଥିବା ସ୍ଥାନୀୟ ଅଧିବାସୀ ମାନଙ୍କୁ ବ୍ୟଥିତ କରିଛି। ବର୍ଷା ହେଲେ ସୃଷ୍ଟି ହୋଇଥିବା ଖାଲରେ ପାଣି ଜମି ରଡ଼ ଦେଖାଯାଉ ନ ଥିବାରୁ ବାଇକ ଗୁଡ଼ିକ ଲିକ୍‌ ହୋଇଯାଉଛି। ବିଭାଗୀୟ ଅଧିକାରୀମାନେ ତୁରନ୍ତ ଏଥିପ୍ରତି ଦୃଷ୍ଟିଦେବାକୁ ତିରିମଲ ବେଣାପଞ୍ଜୁରୀ, ବିଶିଆପଡା, ବେଗୁନିଆପଡା, କୁଆପଦା, ମୋଟରି, ଜଗଦଳପୁର ଆଦି ଗ୍ରାମବାସୀ ଦାବି କରିଛନ୍ତି।


All Right Reserved By

ଶୀତଳଷଷ୍ଠୀ ଯାତ୍ରା ଉଦ୍‌ଯାପିତ : ଦେବଦମ୍ପତିଙ୍କ ମନ୍ଦିର ପ୍ରବେଶ

ସମ୍ବଲପୁର, ୧୦।୬ (ବ୍ୟୁରୋ) : ଦେବଦେବ ମହାଦେବ ଓ ଜଗଜ୍ଜନନୀ ମାତା ପାର୍ବତୀ ସୁସଜ୍ଜିତ ବିମାନରେ ଉପବିଷ୍ଟ ହୋଇ ରବିବାର ଗୋଧୂଳି ଲଗ୍ନରେ ସ୍ବ ମନ୍ଦିର...

ପୋଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ

ଭଦ୍ରକ ଅଫିସ, ୧୧।୮ – ଭଦ୍ରକ ପୁରୁଣାବଜାର ଥାନା ପୋଲିସ ପକ୍ଷରୁ ଶନିବାର ଅପରାହ୍ନରେ ବିଭିନ୍ନ ଅଞ୍ଚଳରେ ଫ୍ଲାଗମାର୍ଚ୍ଚ କରାଯାଇଛି। ଆସନ୍ତା ସୋମବାର ପବିତ୍ର ଇଦ୍‌-ଉଲ୍‌-ଜୁହା...

ଭୋଟ ହରଣଚାଳ ଅଭିଯୋଗ ଆଣିଲେ ଜୟନାରାୟଣ

ଜଳେଶ୍ୱର, ୨୬।୫(ଡି.ଏନ.ଏ.)-ସରକାରୀ କଳ ଜରିଆରେ ଇଭିଏମ୍‌ରେ ହେରଫେର କରାଯାଇଥିବାରୁ ଭାଜପା ଓଡ଼ିଶାରେ ପରାଜୟର ମୁହଁ ଦେଖିଛି। ଦଳର ନିଶ୍ଚିତ ଭୋଟ୍‌କୁ ହରଣଚାଳ କରାଯାଇଛି ବୋଲି ବାଲେଶ୍ୱର...

ସେକ୍ସ ର଼୍ୟାକେଟ୍‌ ଠାବ : ଦୁଇ ଯୁବକଙ୍କ ସହ ଜଣେ ଯୁବତୀ ଅଟକ

ବାସୁଦେବପୁର,୧୭।୧୦: ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ବେତଡ଼ା ବଜାରରେ ଗଜଲକ୍ଷ୍ମୀ ପୂଜା ଅବସରରେ ଭିଡ଼ ଲାଗିଥିବାବେଳେ ଭଡ଼ା ଘରୁ ପୋଲିସ ସେକ୍ସ ର଼୍ୟାକେଟ୍‌ ଠାବ କରିଛି।...

ବାମୁର ଅଞ୍ଚଳରେ ଅଘୋଷିତ ବିଦ୍ୟୁତକାଟ

ବଇଣ୍ଡା,୨୭।୭(ଡି.ଏନ.ଏ.)-ଅନୁଗୋଳ ଜିଲା କିଶୋରନଗର ବ୍ଲକ ବାମୁର ବିଦ୍ୟୁତ୍‌ ସବଷ୍ଟେଶନ ଅଧିନସ୍ଥ ଧଉରାପାଲି, ଜଏରାଟ, ଝରାବେରେଣୀ, ହିମିତିରା, ସଞ୍ଜାମୁରା, ଅଙ୍ଗପଡ଼ା, ଧଡ଼ରପାଳ, ନାକିଚି, ଉରୁକୁଳା, ଠେଲକନାଳୀ, ଆମ୍ବପାଳ...

ସରକାରୀ ସହାଯ୍‌ ଅପେକ୍ଷାରେ ଡମ୍ବରୁଧର

ଲାଠୋର, ୧ା୬ (ଡି.ଏନ.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଲାଠୋର କଲୋନୀ ପଡ଼ାର ଡମ୍ବରୁଧର ନାଗ(୫୮)। ତାକର ପରିବାର କହେଲେ ମାଏକିନା ଯଶୋଦା(୫୨) ଆର ପୁଷିଅଁା...

ସପ୍ତମ ଆର୍ଥିକ ଜନଗଣନାର ଶୁଭାରମ୍ଭ: ୩ ମାସ ଧରି ଜିଲାରେ ଚାଲିବ

ନୟାଗଡ଼ ଅଫିସ,୨୭ା୮: ସପ୍ତମ ଆର୍ଥିକ ଜନଗଣନା (ଇକୋନୋମିକ ସେନ୍‌ସସ୍‌) କାର୍ଯ୍ୟକ୍ରମ ସୋମବାର ଆରମ୍ଭ ହୋଇଛି। ଜିଲାପାଳଙ୍କ ସଦ୍‌ଭାବନା ଗୃହଠାରେ ଜିଲାପାଳ ଡ. ପୋମା ଟୁଡୁ ଏହାକୁ...

ଜରାଜୀର୍ଣ୍ଣ ଅବସ୍ଥାରେ ଗାନ୍ଧୀପାର୍କ

ଆଠମଲ୍ଲିକ, ୩୦।୭(ଡି.ଏନ.ଏ.)ଜନସାଧାରଣଙ୍କ ଚିତ୍ତବିନୋଦନ ଏବଂ ଅଞ୍ଚଳର ସୌନ୍ଦର୍ଯ୍ୟ ବୃଦ୍ଧି କରିବାକୁ ଆଠମଲ୍ଲିକ ସହର ପ୍ରବେଶ ଦ୍ୱାରରେ ନିର୍ମାଣ ହୋଇଥିଲା ଗାନ୍ଧୀପାର୍କ। ହେଲେ ପରିଚାଳନାଗତ ଅବ୍ୟବସ୍ଥାରୁ ଏହା...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *