ଜେଲ୍‌ ଗଲେ ସ୍ତ୍ରୀ ହତ୍ୟାକାରୀ ଗଣେଶ, ହତ୍ୟା ପରେ କଟା ମୁଣ୍ଡକୁ ଧରି ଆତ୍ମସମର୍ପଣ କରିଥିଲେ

କାକଟପୁର, ୨୭।୮(ଡି.ଏନ୍‌.ଏ.)-ଚରିତ୍ର ଉପରେ ସନ୍ଦେହ କରି ନିଜ ସ୍ତ୍ରୀଙ୍କୁ ନୃଶଂସ ଭାବେ ପିଟିପିଟି ହତ୍ୟା କରି ମୁଣ୍ଡଗଣ୍ଡି ଅଲଗା କରି କଟା ମୁଣ୍ଡକୁ ଧରି ଥାନାରେ ଆତ୍ମସମର୍ପଣ କରିଥିବା ଅସ୍ତରଙ୍ଗ ବ୍ଲକ ରାଇବେରୁଆଁ ଗ୍ରାମର ଗଣେଶ ବେହୁରାଙ୍କୁ ଜେଲ୍‌ ଯିବାକୁ ପଡ଼ିଛି। ମଙ୍ଗଳବାର ଗଣେଶଙ୍କୁ ଅସ୍ତରଙ୍ଗ ଥାନା ପୋଲିସ ଅସ୍ତରଙ୍ଗ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇ ତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଇବା ପରେ ନିମାପଡ଼ା କୋର୍ଟକୁ ଚାଲାଣ କରିଥିଲା। କୋର୍ଟରେ ତାଙ୍କ ଜାମିନ ଆବେଦନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ୍‌ ପଠାଇ ଦିଆଯାଇଛି। ଏନେଇ ଅସ୍ତରଙ୍ଗ ଥାନାରେ ଦଫା ୪୯୮(ଏ), ୩୦୪(ବି), ୩୦୨, ୩୪ ଆଇପିସିରେ ୮୨/୧୯ ନମ୍ବରରେ ମାମଲା ରୁଜୁ ହୋଇ ଘଟଣାର ତଦନ୍ତ ଚାଲିଥିବା ଅସ୍ତରଙ୍ଗ ଆଇଆଇସି ଶରତ କୁମାର ନାୟକ କହିଛନ୍ତି।

ସୂଚନା ଥାଉକି, ଗଣେଶ ଚେନ୍ନାଇର ଏକ ଘରୋଇ କମ୍ପାନୀରେ କାମ କରୁଥିଲେ। କିଛିଦିନ ହେଲା ଗାଁକୁ ଆସିଥିବାବେଳେ ସ୍ତ୍ରୀଙ୍କ ଚରିତ୍ର ଉପରେ ସନ୍ଦେହ କରିଥିଲେ। ଏନେଇ ରବିବାର ରାତିରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ହଠାତ୍‌ ଗଣେଶ ଉତ୍‌କ୍ଷିପ୍ତ ହୋଇ ଏକ ଶାବଳରେ ସ୍ତ୍ରୀ ଅନ୍ନପୂର୍ଣ୍ଣାଙ୍କୁ ପିଟି ପିଟି ମାରି ଦେଇଥିଲେ। କିନ୍ତୁ ସେତିକିରେ ବି ତାଙ୍କ ରାଗ ଶାନ୍ତ ହୋଇ ନ ଥିଲା। ଏକ କଟୁରିରେ ତାଙ୍କ ମୁଣ୍ଡକୁ ଗଣ୍ଡିରୁ ଅଲଗା କରି ଦେଇଥିଲେ।


All Right Reserved By Dharitri.Com

ଓଡ଼ିଆ ଭାଷା ଆମ ଜାତିର ସ୍ବାଭିମାନ

ଭୁବନେଶ୍ୱର, ,୨୪ା୨((ବ୍ୟୁରୋ): ମଦନପୁରସ୍ଥିତ ନିସ୍‌ ଶିକ୍ଷାନୁଷ୍ଠାନରେ ବିଶ୍ୱ ମାତୃଭାଷା ଦିବସ ପାଳିତ ହୋଇଯାଇଛି। ଶିକ୍ଷାନୁଷ୍ଠାନର ପ୍ରତିଷ୍ଠାତା ସମ୍ପାଦକ ଡ. ସୁଭାଷ ଚନ୍ଦ୍ର ନାୟକ ଏଥିରେ ଅଧ୍ୟକ୍ଷତା...

ନୂଆବର୍ଷରେ ରାତି ୧ଟା ପର୍ଯ୍ୟନ୍ତ ଖୋଲା ରହିବ ମଦଦୋକାନ: ମଦ ପିଇ ଗାଡ଼ି ଚଲାଇଲେ ଫାଇନ୍‌ କାଟିବ ପୋଲିସ

ଭୁବନେଶ୍ୱର, ୩୧ା୧୨(ବ୍ୟୁରୋ): ନୂଆବର୍ଷକୁ ଦୃଷ୍ଟିରେ ରଖି ଅବକାରୀ ବିଭାଗ ପକ୍ଷରୁ ଏକ ବଡ଼ ଘୋଷଣା କରାଯାଇଛି। ନୂଆବର୍ଷ ରାତି ଗୋଟାଏ ପର୍ଯ୍ୟନ୍ତ କଟକ ମହାନଗର ନିଗମ...

ବାଲି ବୋଝେଇ ଟ୍ରକ ଧକ୍କାରେ କଲେଜ ଛାତ୍ରୀଙ୍କ ମୃତ୍ୟୁ: କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ପୁରୁଷୋତ୍ତମପୁର, ୧୨ା୧୧(ଡି.ଏନ୍‌.ଏ.) -ବ୍ରହ୍ମପୁର ପୁରୁଷୋତ୍ତମପୁର ମୁଖ୍ୟରାସ୍ତାର ରଣଝାଲି ନିକଟସ୍ଥ ଋଷିକୁଲ୍ୟା ନଦୀ ବ୍ରିଜ ଉପରେ ସୋମବାର ବାଲିବୋଝେଇ ଟ୍ରକ ଧକ୍କାରେ ଜଣେ କଲେଜ ଛାତ୍ରୀଙ୍କ ମୃତ୍ୟୁ...

ପରିବହନ ବନ୍ଦ ବିରୋଧରେ ଧାରଣା:ପ୍ରଶାସନ ସହ ଆଲୋଚନା ବିଫଳ

ଅନୁଗୋଳ ଅଫିସ, ୨୯ା୧୦ କୋଇଲା ପରିବହନ ନେଇ ବିବାଦ ଯୋଗୁ ତାଳଚେରଠାରେ ଥିବା ଏମ୍‌ସିଏଲ୍‌ର ବଳରାମ ଖଣି ଗତ ୧୨ ତାରିଖ ଠାରୁ ବନ୍ଦ ରହିଛି।...

ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ କୁଳପତି ପଦ ପାଇଁ ଆବେଦନ ଆରମ୍ଭ

ଭୁବନେଶ୍ୱର, ୧୫ା୧୦(ବ୍ୟୁରୋ): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନସ୍ଥ ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟ ନୂତନ କୁଳପତି ଚୟନ ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି।...

ଲୋକ ସଭାରେ ‘ଫନୀ’ ଚର୍ଚ୍ଚା

ଭୁବନେଶ୍ୱର,୪ା୧୨(ବ୍ୟୁରୋ):ସାମୁଦ୍ରିକ ଝଡ ‘ଫନୀ’ ଦ୍ୱାରା ଉପକୂଳ ଓଡ଼ିଶାର ବହୁତ କ୍ଷତି ହୋଇଛି। ଓଡ଼ିଶାର ଭୌଗୋଳିକ ଅବସ୍ଥିତି ନିୟମିତ ପ୍ରାକୃତିକ ବିପର୍ଯ୍ୟୟର ସାମ୍‌ନା କରୁଛି। ‘ଫନୀ’ ପୁନରୁଦ୍ଧାର...

ନନ୍ଦନକାନନରୁ ସାତକୋଶିଆ ଗଲେ ୫ ଘଡ଼ିଆଳ କୁମ୍ଭୀର

ବାରଙ୍ଗ,୨୦ା୭(ଡି.ଏନ୍‌.ଏ.): ପ୍ରାଣୀ ଉଦ୍ୟାନ ନନ୍ଦନକାନନରୁ ଶୁକ୍ରବାର ୫ଟି ଘଡିଆଳ କୁମ୍ଭୀର ସାତକୋଶିଆରେ ଛଡାଯାଇଛି। ନନ୍ଦନକାନନର ତିନିଜଣିଆ ଟିମ ଏହି ଘଡିଆଳ କୁମ୍ଭୀରଙ୍କୁ ସାଙ୍ଗରେ ନେଇ ଅପରାହ୍ନରେ...

ଧର୍ମେନ୍ଦ୍ରଙ୍କୁ ଭେଟିଲେ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୧।୧୧(ବ୍ୟୁରୋ): ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଏରାମ ଠାକୁର ବୁଧବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନୂଆଦିଲ୍ଲୀସ୍ଥିତ ବାସଭବନରେ ଭେଟିଛନ୍ତି। ଉଭୟଙ୍କ ମଧ୍ୟରେ ହିମାଚଳ ପ୍ରଦେଶର ବିକାଶ ପାଇଁ...

Leave a comment

Your email address will not be published. Required fields are marked *