ଓଡ଼ିଶା ଆସିବେ ଜଗା କାଳିଆ, ସପ୍ତାହେ ଭିତରେ ହେବ ତାରିଖ ଘୋଷଣା

ଭୁବନେଶ୍ୱର, ୨୭ା୮(ବ୍ୟୁରୋ)- ଦିଲ୍ଲୀ ଏମ୍ସରେ ଅସ୍ତ୍ରୋପଚାର ମାଧ୍ୟମରେ ଅଲଗା ହୋଇ ଚିକିତ୍ସାଧୀନ ଥିବା ଯୋଡ଼ାମୁଣ୍ଡ ଶିଶୁ ଜଗା ଓ କାଳିଆ ଖୁବ୍‌ଶୀଘ୍ର ଓଡ଼ିଶା ଆସିବେ। ସେମାନଙ୍କର ପରବର୍ତ୍ତୀ ଚିକିତ୍ସା ଓ ରହଣି ପାଇଁ କଟକ ଏସ୍‌ସିବିରେ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ତେବେ ସେମାନେ କେବେ ଆସିବେ ତାହା ସପ୍ତାହକ ଭିତରେ ଘୋଷଣା ହେବ ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ କହିଛନ୍ତି। ଦୁହିଁଙ୍କ ଚିକିତ୍ସା ପାଇଁ ଏସ୍‌ସିବିରେ ଏକ ୬ଜଣିଆ ବିଶେଷଜ୍ଞ ଡାକ୍ତରୀ ଦଳ ଗଠନ କରାଯାଇଛି। ନ୍ୟୁରୋସର୍ଜରୀ ବିଭାଗ ମୁଖ୍ୟ ପ୍ରଫେସର ସୁଧାଂଶୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ଟିମ୍‌ରେ ଶିଶୁରୋଗ ବିଭାଗ ମୁଖ୍ୟ ପ୍ରଫେସର ଜେ.ଏନ୍‌. ବେହେରା, ନ୍ୟୁରୋଲୋଜି ବିଭାଗ, ସର୍ଜରୀ ବିଭାଗ ଭଳି ଅନ୍ୟ ବିଭାଗର ମଧ୍ୟ ବରିଷ୍ଠ ଡାକ୍ତର ଏଥିରେ ସାମିଲ ଅଛନ୍ତି। ଦୁଇ ଭାଇଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ ସହ ପ୍ରତିଟି ମୁହୂର୍ତ୍ତ ଉପରେ ଡାକ୍ତରୀ ଟିମ୍‌ ନଜର ରଖିବ। ଯଦି ଆବଶ୍ୟକ ପଡ଼େ, ଜଣେ ଡାଏଟିସିଆନ୍‌ ଓ ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜି ବିଶେଷଜ୍ଞଙ୍କୁ ମଧ୍ୟ ଏହି ଟିମ୍‌ରେ ରଖାଯିବ ବୋଲି ଏସ୍‌ସିବି ଜରୁରିକାଳୀନ ଅଧିକାରୀ ଡା. ଭୁବନାନନ୍ଦ ମହାରଣା ପୂର୍ବରୁ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ୨୦୧୭ ଜୁଲାଇ ୧୪ରେ କନ୍ଧମାଳ ଜିଲା ମିଲିପଡ଼ା ଗାଁର ଯୋଡ଼ାମୁଣ୍ଡ ଶିଶୁ ଜଗା କାଳିଆଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା। ଅସ୍ତ୍ରୋପଚାର କରି ଦୁଇ ଶିଶୁଙ୍କୁ ଅଲଗା କରାଯାଇଥିଲା। ସେବେଠାରୁ ଏହି ଦୁଇ ଭାଇ ଏମ୍ସରେ ରହିଥିବାବେଳେ କିଛିଦିନ ତଳେ ଓଡ଼ିଶା ଆସିପାରିବେ ବୋଲି କର୍ତ୍ତୃପକ୍ଷ କହିଥିଲେ। ଏହାପରେ ଦୁଇଜଣଙ୍କୁ ଭୁବନେଶ୍ୱର ଏମ୍ସରେ ରଖିବା ପାଇଁ ସ୍ବାସ୍ଥ୍ୟ ବିଭାଗ ସ୍ଥିର କରି ଅନୁମତି ମାଗିଥିଲେ। କିନ୍ତୁ ଭୁବନେଶ୍ୱର ଏମ୍ସରୁ କୌଣସି ଉତ୍ତର ନ ମିଳିବାରୁ ଏସ୍‌ସିବିରେ ରଖିବା ପାଇଁ ନିଷ୍ପତ୍ତି ହୋଇଛି।


All Right Reserved By Dharitri.Com

ଏଆଇସିସିରୁ ଡକରା ପାଇ ଦିଲ୍ଲୀରେ ମୋକିମ୍‌

ଭୁବନେଶ୍ୱର,୧୩ା୨(ବ୍ୟୁରୋ): କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍‌ ପ୍ରଦେଶ କଂଗ୍ରେସ କମିଟି(ପିସିସି)ର ପରବର୍ତ୍ତୀ ସଭାପତି ହେବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ମୋକିମ୍‌ ଏଆଇସିସି(ଅଖିଳ ଭାରତ କଂଗ୍ରେସ...

ତିତ୍‌ଲିର ବର୍ଷେ ପରେ ବି ନିର୍ମାଣ ହୋଇପାରୁନି ରାସ୍ତା

ପାରଳାଖେମୁଣ୍ଡି,୨୪ା୨(ସ୍ବ.ପ୍ର.) ଗଜପତି ଜିଲା ରାୟଗଡ଼ ବ୍ଲକ୍‌ ଅଧୀନ କଇଁପୁର-ତୁମ୍ବ ରାସ୍ତାଟି ତିତ୍‌ଲି ପର ବନ୍ୟାରେ ଧୋଇ ହୋଇଯାଇଛି। ହେଲେ ତିତ୍‌ଲିକୁ ଇତିମଧ୍ୟରେ ୧ବର୍ଷ ୪ମାସ ବିତିଯାଇଥିଲେ ମଧ୍ୟ...

ବଣାଇମୁଣ୍ଡା ହାଇସ୍କୁଲରୁ ହିନ୍ଦୀ ପ୍ରଶ୍ନପତ୍ର ଭାଇରାଲ

ପାଟଣାଗଡ଼, ୨୪।୨(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ପାଟଣାଗଡ଼ ବ୍ଲକ ବଣାଇମୁଣ୍ଡା ହାଇସ୍କୁଲରୁ ସୋମବାର ମାଟ୍ରିକ ହିନ୍ଦୀ ପ୍ରଶ୍ନପତ୍ର ଭାଇରାଲ ହୋଇଛି। ସୋମବାର ହିନ୍ଦୀ/ସଂସ୍କୁତ ପରୀକ୍ଷା ଚାଲିଥିଲା। ବଣାଇମୁଣ୍ଡା...

ମଧ୍ୟାହ୍ନ ଭୋଜନ ଅଣ୍ଡାଖାଇ ୧୪ ଛାତ୍ରୀଛାତ୍ର ଅସୁସ୍ଥ

ଖଣ୍ଡପଡ଼ା,୧୮ା୭(ସ୍ବ.ପ୍ର.): ଖଣ୍ଡପଡ଼ା ବ୍ଲକ ବାଣପୁର ପଞ୍ଚାୟତ ଅଧୀନ ଘଣାଶାଳିଆ ଉନ୍ନୀତ ମଧ୍ୟ ଇଂରାଜୀ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଅଣ୍ଡା ଖାଇ ବୁଧବାର ୧୪ ଛାତ୍ରୀଛାତ୍ର ଅସୁସ୍ଥ...

ଥମୁନି ଟ୍ରାଫିକ କଡ଼ା ନିୟମ ବିବାଦ

ଭୁବନେଶ୍ୱର,୯ା୯(ବ୍ୟୁରୋ) : କେନ୍ଦ୍ର ସରକାରଙ୍କ ନୂଆ ମୋଟର ଯାନ ଆଇନ ଗତ ୧ତାରିଖରୁ କଡ଼ାକଡ଼ି ଭାବେ ରାଜ୍ୟରେ ଲାଗୁ ହୋଇଛି। ପୋଲିସ ଓ ଆରଟିଓ ଯାଞ୍ଚକୁ...

ହୋଲ୍ଡିଂ ଟିକସ ବୃଦ୍ଧି ନିଷ୍ପତ୍ତି, ପାର୍କିଂ ଫିକୁ ବିରୋଧ

ଭୁବନେଶ୍ୱର, ୨ା୧୧(ବ୍ୟୁରୋ): ବିଏମ୍‌ସି ହୋଲ୍ଡିଂ ଟିକସ ବୃଦ୍ଧି ଓ ବେଆଇନ ପାର୍କିଂ ଫି ଆଦାୟକୁ ତୀବ୍ର ବିରୋଧ କରିଛି ସମାଜବାଦୀ ପାର୍ଟି, ସିପିଏମ୍‌, ଫର୍‌ଓ୍ବାର୍ଡ଼ ବ୍ଲକ୍‌...

୧୩ରେ ବାଚସ୍ପତିଙ୍କ ପୁଣେ ଗସ୍ତ

ଭୁବନେଶ୍ୱର,୧୨।୧୨(ବ୍ୟୁରୋ): ଓଡ଼ିଶା ବିଧାନସଭା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଡିସେମ୍ବର ୧୩ରେ ପୁନେ ଅଭିମୁଖେ ଯାତ୍ରା କରିବେ। ସେଠାରେ ପାତ୍ର ଏମ୍‌ଆଇଟି ସ୍କୁଲ୍‌ ଅଫ୍‌ ଗଭର୍ନମେଣ୍ଟଠାରେ...

ଶୁଦ୍ଧିକ୍ରିୟା ପାଇଁ ଟଙ୍କା ଧାର କରି ଫେରିଲେ ବାପା

ଭଞ୍ଜନଗର,୬।୧୧(ଡି.ଏନ.ଏ.): ସୁରଟର ଏକ ରାସ୍ତା ଦୁର୍ଘଟଣାରେ ଭଞ୍ଜନଗର ନିକଟସ୍ଥ ଲଣ୍ଡେଇସାହିର ସୁରଜ ବେହେରାଙ୍କ ଜୀବନ ଚାଲିଗଲା ସତ କିନ୍ତୁ ସେ ବଞ୍ଚାଇଦେଲ ଆଉ ୬ଜଣଙ୍କ ଜୀବନ।...

Leave a comment

Your email address will not be published. Required fields are marked *