ନାବାଳିକାକୁ ଅପହରଣ, ଜଣେ ଗିରଫ

ଜଗନ୍ନାଥପ୍ରସାଦ,୨୭ା୮(ଡି.ଏନ.ଏ.)- ଜଗନ୍ନାଥପ୍ରସାଦ ଥାନା ଅଞ୍ଚଳରେ ଜଣେ ନାବାଳିକା(୧୫)ଙ୍କୁ ଅପହରଣ ଅଭିଯୋଗ ହୋଇଛି। ନାବାଳିକାଙ୍କ ବାପାଙ୍କ ଅଭିଯୋଗକ୍ରମେ ପୋଲିସ ନଂ.୧୨୯/୧୯ରେ ଏକ ମାମଲା ରୁଜୁ କରି ଭଞ୍ଜନଗରର ଚିତ୍ତରଞ୍ଜନ ପ୍ରଧାନଙ୍କୁ ଗିରଫପରେ ମଙ୍ଗଳବାର କୋର୍ଟ ଚାଲାଣ କରିଛି।

ପ୍ରକାଶ ଯେ, ନାବାଳିକାଙ୍କ ବାପା ୧୫ ତାରିଖରେ ତାଙ୍କ ଝିଅ ଘରକୁ ଫେରି ନ ଥିବା ଜଗନ୍ନାଥପ୍ରସାଦ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ତଦନ୍ତ ପରେ କିଛିଦିନ ଧରି ଗ୍ରାମରେ ରହି ଗାଡ଼ି ଚଳାଉଥିବା ଚିତ୍ତରଞ୍ଜନଙ୍କ ଉପରେ ସନ୍ଦେହ ହୋଇଥିଲା। ତାଙ୍କୁ ଧରିବା ପାଇଁ ପୋଲିସ ଚେଷ୍ଟା ଚଳାଇଥିଲା। ଚିତ୍ତରଞ୍ଜନ ନାବାଳିକାଙ୍କୁ ଧରି ତାଙ୍କ ଗ୍ରାମକୁ ଆସୁଥିବା ଖବର ପାଇ ପୋଲିସ ସେ ଦୁହିଁଙ୍କୁ ଧରିଥିଲା। ସୋମବାର ଉଭୟଙ୍କର ବ୍ରହ୍ମପୁର ମେଡିକାଲରେ ଡାକ୍ତରୀମାଇନା ପରେ ମଙ୍ଗଳବାର ଅଭିଯୁକ୍ତକୁ ଗିରଫ କରି ପୋକ୍‌ସୋ ଆକ୍ଟ ଅନୁଯାୟୀ କୋର୍ଟ ଚାଲାଣ କରାଯାଇଛି। ମାଜିଷ୍ଟ୍ରେଟଙ୍କ ପାଖରେ ଧାରା ୧୬୪ରେ ନାବାଳିକାଙ୍କ ବୟାନ ରେକର୍ଡ ପରେ ବ୍ରହ୍ମପୁରସ୍ଥିତ ସୁଧାର ଗୃହକୁ ପଠାଇ ଦିଆଯାଇଥିବା ତଦନ୍ତକାରୀ ଏସ୍‌ଆଇ ଅମ୍ବିକା ବେଣିଆ ସୂଚନା ଦେଇଛନ୍ତି।


All Right Reserved By Dharitri.Com

ଫିଟ୍‌ନେସ୍‌ ନ ଥିବାରୁ ସିଜ୍‌ ହେଲା ୨ଟି ବସ୍‌: ୫୧ ହଜାର ଫାଇନ୍‌

ଭୁବନେଶ୍ୱର, ୨।୩(ବ୍ୟୁରୋ): ଦୁଇ ଦୁଇ ଥର ମହଲତ ମିଳିବା ସତ୍ତ୍ୱେ ସୁଧୁରୁ ନାହାନ୍ତି ବେପରୁଆ ଗାଡ଼ି ଚାଳକ। ରବିବାର ଟ୍ବିନ୍‌ ସିଟିରରୁ ସାଢ଼େ ୬ ଲକ୍ଷ...

ଦାରିଙ୍ଗିବାଡି ବ୍ଲକ ଅଧ୍ୟକ୍ଷାଙ୍କ ସଭ୍ୟପଦ ରଦ୍ଦ

ଫୁଲବାଣୀ ଅଫିସ/ଦାରିଙ୍ଗବାଡି,୧ା୧୦- କନ୍ଧମାଳ ଜିଲା ଦାରିଙ୍ଗିବାଡି ବ୍ଲକ ଅଧ୍ୟକ୍ଷା ସୁବେନ୍ତୀ ପ୍ରଧାନଙ୍କ ସଭ୍ୟାପଦ ମଙ୍ଗଳବାର ରଦ୍ଦ ହୋଇଛି। ୨ରୁ ଅଧିକ ସନ୍ତାନ ଥିବା ଆଗତ ଏକ...

ମିତା ସାହୁ ହତ୍ୟା ମାମଲା: ଅଭିଯୁକ୍ତ ସ୍ବାମୀ କୋର୍ଟ ଚାଲାଣ

ପରଜଙ୍ଗ, ୧୪।୧(ଡି.ଏନ.ଏ.) ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ମହାବିରୋଡ ଫାଣ୍ଡି ଅଧୀନ ପଙ୍ଗାତୀରା ଗ୍ରାମରେ ଗତ ୬ ତାରିଖ ବିଳମ୍ବିତ ରାତିରେ ସଂଘଠିତ ଜଘନ୍ୟ ହତ୍ୟାକାଣ୍ଡ...

କୋଟାରୁ ଫେରିଲେ ୨୧ ଛାତ୍ରୀଛାତ୍ର

କେନ୍ଦୁଝର,୪ା୫(ସ୍ବ.ପ୍ର.) : କେନ୍ଦୁଝର ଜିଲାରୁ ରାଜସ୍ଥାନର କୋଟାରେ ଯାଇ ପାଠ ପଢ଼ୁଥିବା ୨୧ ଛାତ୍ରୀଛାତ୍ର ସୋମବାର ସ୍ବତନ୍ତ୍ର ବସ୍‌ରେ କେନ୍ଦୁଝରକୁ ସୁରକ୍ଷିତ ଫେରିଛନ୍ତି। ସେମାନଙ୍କ ସହିତ...

ସାଇକେଲରେ ଘରକୁ ଫେରିଲେ ବାହାର ରାଜ୍ୟ ଟ୍ରକ୍‌ ଚାଳକ

ବରଗଡ଼ ଅଫିସ୍‌,୨୯।୩-ମାଲ୍‌ ପରିବହନ କାମ ପାଇଁ ବରଗଡ଼ ସହର ଉପକଣ୍ଠ ସିମେଣ୍ଟ କାରଖାନାକୁ ଆସିଥିବା ବାହ୍ୟ ରାଜ୍ୟର କେତେକ ଟ୍ରକ୍‌ ଚାଳକ ହଇରାଣ ହୋଇଛନ୍ତି। ଲକ୍‌...

ବଡ଼ଦାଣ୍ଡ ସଫେଇରେ ମୁସଲିମ ଯୁବକ ସାମିଲ

ବାରିପଦା ଅଫିସ,୧୫।୭- ବାରିପଦା ସହରରେ ସଫେଇ ସଚେତନତା ଦିଗରେ ଅନନ୍ୟ ଉଦାହରଣ ସୃଷ୍ଟି କରିଥିବା ସାମାଜିକ ଅନୁଷ୍ଠାନ ‘ସବୁଜ ସୁନ୍ଦର ବାରିପଦା’ ପକ୍ଷରୁ ରଥଯାତ୍ରା ଆରମ୍ଭରୁ...

ସର୍ଗିମୁଣ୍ଡାରେ ଅନାହାର ମୃତ୍ୟୁ ପ୍ରସଙ୍ଗ: ଦଳିତ ଅଧିକାର ମଞ୍ଚର ବୋଡେନ ବ୍ଲକ ଘେରାଉ

ନୂଆପଡା ଅଫିସ/ବୋଡେନ,୨ା୮-ନୂଆପଡା ଜିଲା ବୋଡେନ ବ୍ଲକ କର୍ଲାକୋଟ ଗ୍ରାମପଞ୍ଚାୟତ ସର୍ଗିମୁଣ୍ଡା ଗାଁର ଗୌତମ ବେହେରାଙ୍କ ମୃତ୍ୟୁ ଅନାହାର ଜନିତ ହୋଇଥିଲା। ଏହି ଘଟଣା ଉପରେ ଜିଲା...

ବୃଦ୍ଧି ପାଉଛି ଗୁଣିଗାରେଡ଼ି ଜନିତ ଅପରାଧ: ପ୍ରତିକାର ଦାବି କଲା ମାନବବାଦୀ ହେତୁବାଦୀ ସଙ୍ଗଠନ

ବ୍ରହ୍ମପୁର ଅଫିସ,୫ା୧୦-ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ବିକାଶ ହେଉଛି ା ଏହାସତ୍ତ୍ୱେ ସମାଜରେ ଗୁଣିଗାରେଡ଼ି ଓ ଅନ୍ଧବିଶ୍ୱାସଜନିତ ଅପରାଧ ସଂଖ୍ୟା ଦିନକୁ ଦିନକୁ ବୃଦ୍ଧି ପାଇବାରେ...

Leave a comment

Your email address will not be published. Required fields are marked *