Posted inଖେଳ

ରମେଶ ପାଓ୍ବାର ଭାରତ-ଏ’ର ବୋଲିଂ କୋଚ୍‌

ମୁମ୍ବାଇ, ୨୭।୮- ପ୍ରାକ୍ତନ ଭାରତୀୟ ସ୍ପିନର ରମେଶ ପାଓ୍ବାରଙ୍କୁ ଭାରତ-ଏ କ୍ରିକେଟ୍‌ ଦଳର ବୋଲିଂ କୋଚ୍‌ ନିଯୁକ୍ତ କରାଯାଇଛି। ଘରୋଇ ଭାରତ-ଏ ଗୁରୁବାରଠାରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦ୍ୱି-ପାକ୍ଷିକ ସିରିଜ ଖେଳିବାର କାର୍ଯ୍ୟସୂଚୀ ରହିଛି। ଏହି ସିରିଜରେ ଭାରତ-ଏ ୫ଟି ଏକଦିବସୀୟ ଦିନିକିଆ ମ୍ୟାଚ୍‌ ଓ ୨ଟି ୪ ଦିବସୀୟ ମ୍ୟାଚ୍‌ ଖେଳିବାର କାର୍ଯ୍ୟସୂଚୀ ରହିଛି। ଦକ୍ଷିଣ ଆଫ୍ରିକା-ଏ ବିପକ୍ଷ ପ୍ରଥମ ୩ଟି ଦିନିକିଆ ମ୍ୟାଚ୍‌ ପାଇଁ ମନୀଷ ପାଣ୍ଡେଙ୍କୁ ଭାରତ-ଏ ଦଳର ନେତୃତ୍ୱ ପ୍ରଦାନ କରାଯାଇଛି। ୪୧ ବର୍ଷୀୟ ପାଓ୍ବାର ଏଥିପୂର୍ବରୁ ଭାରତୀୟ ମହିଳା କ୍ରିକେଟ୍‌ ଦଳର ମୁଖ୍ୟ କୋଚ୍‌ ଦାୟିତ୍ୱ ତୁଲାଇଥିଲେ। ଓ୍ବେଷ୍ଟଇଣ୍ଡିରେ ଅନୁଷ୍ଠିତ ଟି୨୦ ବିଶ୍ୱକପ୍‌ ପରେ ପାଓ୍ବାରଙ୍କ କାର୍ଯ୍ୟକାଳ ସମାପ୍ତ ହୋଇଥିଲା। ଭାରତ ଏହି ବିଶ୍ୱକପ୍‌ର ସେମିଫାଇନାଲରେ ଇଂଲଣ୍ଡ ନିକଟରୁ ହାରି ପ୍ରତିଯୋଗିତାରୁ ବିଦାୟ ନେଇଥିଲା। ଏହାପରେ ଡବ୍ଲୁଭି ରମନଙ୍କୁ ଭାରତୀୟ ମହିଳା କ୍ରିକେଟ୍‌ ଦଳର ମୁଖ୍ୟ କୋଚ୍‌ ନିଯୁକ୍ତ କରାଯାଇଥିଲା। ପାଓ୍ବାର ଭାରତ ପକ୍ଷରୁ ୨ଟି ଟେଷ୍ଟ ଓ ୩୧ ଦିନିକିଆ ମ୍ୟାଚ୍‌ରେ ପ୍ରତିନିଧିତ୍ୱ କରି ଯଥାକ୍ରମେ ୬ ଓ ୩୪ଟି ଉଇକେଟ୍‌ ଅକ୍ତିଆର କରିଛନ୍ତି।


All Right Reserved By Dharitri.Com

Posted inଖେଳ View All

ଆଇପିଏଲ୍‌: ବିଦେଶୀ ଖେଳାଳିଙ୍କୁ ଆଶଙ୍କା

ନୂଆଦିଲ୍ଲୀ, ୧୨।୩- ବିଶ୍ୱର ସବୁଠାରୁ ବ୍ୟୟବହୁଳ ଟି୨୦ କ୍ରିକେଟ୍‌ ଟୁର୍ନାମେଣ୍ଟ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଆଗାମୀ ତ୍ରୟୋଦଶ ସଂସ୍କରଣ ମାର୍ଚ୍ଚ ୨୯ରୁ ଆରମ୍ଭ ହେବ।...

ଚିୟର୍‌ ଲିଡର୍ସଙ୍କ ସହ ନାଚିଲେ ଶାହରୁଖ୍‌

ଜାମାଇକା, ୯।୯:ବଲିଉଡ୍‌ ବାଦ୍‌ଶାହ ଶାହରୁଖ୍‌ ଖାନ୍‌ ଅଭିନୟ ବ୍ୟତୀତ କ୍ରିକେଟରେ ବି ରୁଚି ରଖନ୍ତି। ଆଇପିଏଲରେ କୋଲକାତା ନାଇଟ୍‌ ରାଇଡର୍ସ ଟିମ୍‌ର ମାଲିକାନା ମଧ୍ୟ ତାଙ୍କ...

ରଶ୍ମି, ଲଖି, ପ୍ରଶାନ୍ତ, ରୋଶନାରା ସମ୍ବର୍ଦ୍ଧିତ ହେବେ

ଭୁବନେଶ୍ୱର, ୨୪।୯(କ୍ରୀଡ଼ା ପ୍ରତିନିଧି)- ଜଗତଜ୍ଜନନୀ ମା’ ଦୁର୍ଗାଙ୍କର ଶାରଦୀୟ ଉତ୍ସବ ଅବସରରେ ଶହିନ ନଗର ଦୁର୍ଗାପୂଜା କମିଟି ପକ୍ଷରୁ ୪ କ୍ରୀଡ଼ାବିତ୍‌ଙ୍କୁ ସମ୍ବର୍ଦ୍ଧିତ କରାଯିବ। ୨୦୦୭ରୁ...

ଦିନେ ପିତାଙ୍କ ସହ କୃଷି କାମ କରୁଥିଲେ, ଏବେ ଭାରତକୁ ବିଶ୍ୱକପ୍‌ ସେମିଫାଇନାଲରେ ପହଞ୍ଚାଇଲେ ଏହି କ୍ରିକେଟର୍‌

ପୋଚେଫଷ୍ଟ୍ରୁମ,୨୯।୧: ଚଳିତ ଅଣ୍ଡର୍‌-୧୯ ବିଶ୍ୱକପରେ ଡିଫେଣ୍ଡିଂ ଚାମ୍ପିୟନ ଭାରତ ତା’ର ଦମଦାର ପ୍ରଦର୍ଶନ ଜାରି ରଖି ଟୁର୍ଣ୍ଣାମେଣ୍ଟର ସେମିଫାଇନାଲରେ ସ୍ଥାନ ପକ୍କା କରିନେଇଛି। ଭାରତ ସୁପର୍‌...

କୋଭିଡ-୧୯ ଲଢେଇରେ ସାମିଲ ହେଲେ ମାରାଡୋନା

ବ୍ୟୁନସ୍‌ ଆୟର୍ସ,୯।୫ (ଏଏଫ୍‌ପି): କୋଭିଡ-୧୯ ମାହମାରୀ ବିରୋଧରେ ଚାଲିଥିବା ଲଢେଇରେ ସାମିଲ ହୋଇଛନ୍ତି ଆର୍ଜେଣ୍ଟିନା କିମ୍ବଦନ୍ତୀ ଫୁଟବଲର ଡିଏଗୋ ମାରାଡୋନା। ବ୍ୟୁନସ ଆୟର୍ସର ଗରିବ ଲୋକଙ୍କ...

ଲକ୍‌ଡାଉନ୍‌ରେ ଲେଖକ ହେଲେ ମାରିଜନେ

ନୂଆଦିଲ୍ଲୀ,୧୩।୪ (ପି.ଟି.): କୋଭିଡ୍‌-୧୯ ପାଇଁ ସାରା ଦେଶ ତଥା ବିଶ୍ୱରେ ଲକ୍‌ଡାଉନ ଜାରି ହୋଇଛି। ଏହି ସମୟରେ ଭାରତୀୟ ମହିଳା ହକି ଦଳର କୋଚ ଜୋଏର୍ଡ...

ବର୍ଷେ ପରେ ଟୋକିଓ ଅଲିମ୍ପିକ୍ସ: ପଦକ ଉନ୍ମୋଚିତ

ଟୋକିଓ,୨୫।୭(ପି.ଟି.)- ୨୦୨୦ ଟୋକିଓ ଅଲିମ୍ପିକ୍ସ ଆରମ୍ଭ ହେବାକୁ ଆଉ ଗୋଟିଏ ବର୍ଷ ବାକି ରହିଛି। ଏହି ଅବଗଣନା ଆରମ୍ଭ କରିବା ଅବସରରେ ଅଲିମ୍ପିକ୍ସର ସ୍ବର୍ଣ୍ଣ, ରୌପ୍ୟ...

ସେଲ୍ଫ-କ୍ୱାରାଣ୍ଟାଇନରେ ସାଙ୍ଗାକରା

କଲମ୍ବୋ, ୨୪।୩- ଘାତକ କରୋନା ଭାଇରସ୍‌ର ପ୍ରକୋପକୁ ନଜରରେ ରଖି ଶ୍ରୀଲଙ୍କାର ପୂର୍ବତନ କ୍ରିକେଟର୍‌ ତଥା ଅଧିନାୟକ କୁମାର ସାଙ୍ଗାକରା ସେଲ୍ଫ-କ୍ୱାରାଣ୍ଟାଇନରେ ରହିଛନ୍ତି। ଶ୍ରୀଲଙ୍କା ସରକାରଙ୍କ...

Leave a comment

Your email address will not be published. Required fields are marked *