ବକ୍ସ ଅଫିସରେ ସୁପର୍‌ହିଟ୍‌ ସାବ୍ୟସ୍ତ ହେଲା ବାଟ୍‌ଲା ହାଉସ୍‌

ଅଗଷ୍ଟ ୧୫ରେ ରିଲିଜ ହୋଇଥିବା ଜନ ଆବ୍ରାହମଙ୍କ ସିନେମା ‘ବାଟ୍‌ଲା ହାଉସ’ ବକ୍ସ ଅଫିସ୍‌ରେ ସୁପର୍‌ହିଟ୍‌ ସାବ୍ୟସ୍ତ ହୋଇଛି। ଅକ୍ଷୟ କୁମାଙ୍କ ‘ମିଶନ୍‌ ମଙ୍ଗଲ୍‌’କୁ ଏହି ଫିଲ୍ମ କଡ଼ା ଟକ୍କର ଦେବାକୁ ସମର୍ଥ ହୋଇଛି। ରିଲିଜର ୧୨ ଦିନ ପରେ ଫିଲ୍ମଟି ୮୬.୦୪ କୋଟି ଟଙ୍କା ଆୟ କରିଛି। ଖୁବଶିଘ୍ର ୧୦୦କୋଟି କ୍ଲବରେ ସାମିଲ ହେବ ବୋଲି ଫିଲ୍ମ ବିଶେଷଜ୍ଞମାନେ କହିଛନ୍ତି। ନିଖିଲ ଆଡଭାଣୀଙ୍କ ଦ୍ବାରା ନିର୍ଦେଶିତ ଏହି ଫିଲ୍ମକୁ ଦର୍ଶକ ଦୀର୍ଘ ଦିନ ହେଲାଣି ଅପେକ୍ଷା କରି ରହିଥିଲେ। ଏହି ଫିଲ୍ମରେ ଜନ ଆବ୍ରାହମଙ୍କ ସହ ମୃଣାଳ ଠାକୁର, ନୋରା ଫତେହୀ ଓ ରବି କିଶନ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଏହା ଏକ ସତ୍ୟ ଘଟଣା ଉପରେ ଆଧାରିତ ଏକ ଫିଲ୍ମ, ଯାହା ଦେଶଭକ୍ତିରେ ଭରି ରହିଛି। ଗତ କିଛି ବର୍ଷ ହେଲାଣି ଜନ୍‌ ଦେଶଭକ୍ତି ଉପରେ ଆଧାରିତ ସିନେମା କରୁଥିବା ଦେଖିବାକୁ ମିଳୁଛି। ଏହାପୂର୍ବରୁ ଜନ ‘ପରମାଣୁ’, ‘ସତ୍ୟମେବ ଜୟତେ’ ଭଳି ଫିଲ୍ମ କରି ଦର୍ଶକଙ୍କ ହୃଦୟ ଜିତିବାରେ ସଫଳ ହୋଇଛନ୍ତି।


All Right Reserved By Dharitri.Com

ବଲିଉଡ୍‌ରେ ଡେବ୍ୟୁ କରିବେ ଟିକ୍‌ ଟକ୍‌ ଷ୍ଟାର

ମୁମ୍ବାଇ,୧୦।୯: ଭାରତୀୟ କ୍ରିକେଟ ଜଗତରେ ନିଜର ଦମ୍‌ଦାର ପ୍ରଦର୍ଶନ ପାଇଁ ଜଣାଯାଉଥିବା ବିରାଟ କୋହଲିଙ୍କ ଭଳି ଦେଖାଯାଉଥିବା ଟିକ୍‌ ଟକ୍‌ ଷ୍ଟାର ଗୌରବ ଆରୋରା ଏବେ...

ଫିଲ୍ମ ‘ଡିଡିଏଲ୍‌ଜେ’କୁ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ପ୍ରଶଂସା: ଏହାର ପାର୍ଟ-୨ କରିବାକୁ ଶାହାରୁଖ୍‌ଙ୍କୁ ପରାମର୍ଶ ଦେଲେ ଗୌରୀ

ଏହି ନିକଟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୨ ଦିନିଆ ଭାରତ ଗସ୍ତରେ ଆସିଥିଲେ। ଅହମ୍ମଦାବାଦର ମୋଟେରା ଷ୍ଟାଡିୟମ୍‌ରେ ସେ ଭାଷଣ ଦେବା ଅବସରରେ ବଲିଉଡ୍‌ର...

ଚାରୁ ଅସୋପାଙ୍କୁ ବିବାହ କରିବେ ସୁଷ୍ମିତା ସେନଙ୍କ ଭାଇ ରାଜୀବ, ପ୍ରି-ଓ୍ବେଡିଂ ଫଟୋ ଭାଇରାଲ

ମୁମ୍ବାଇ: ଖୁବ୍‌ଶୀଘ୍ର ବିବାହ କରିବାକୁ ଯାଉଛନ୍ତି ସୁଷ୍ମିତା ସେନଙ୍କ ଭାଇ ରାଜୀବ ସେନ। ଭାରତୀୟ ରୀତିନୀତି ଅନୁଯାୟୀ ଗୋଆରେ ବିବାହ ଅନୁଷ୍ଠିତ ହେବ। ରାଜୀବ ପ୍ରେମିକା...

‘ମିଶନ ମଙ୍ଗଲ’କୁ ମହାରାଷ୍ଟ୍ର ସରକାରଙ୍କ ଉପହାର

ମୁମ୍ବାଇ: ବଲିଉଡ୍‌ ବକ୍ସ ଅଫିସରେ ହିଟ୍‌ ସାବ୍ୟସ୍ତ ହୋଇଛି ଖିଲାଡି ବୟ ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ ‘ମିଶନ ମଙ୍ଗଲ’। ଏହା ଏବେ ୧୫୦ କୋଟି...

ଓଡ଼ିଶାକୁ ପ୍ରତିନିଧିତ୍ୱ କରୁଥିବାରୁ ଖୁସି ଲାଗେ

ଡ୍ୟାନ୍ସରରୁ ଇଞ୍ଜିନିୟର। ଇଞ୍ଜିନିୟରରୁ ବ୍ଲଗର୍‌। ଆଉ ବ୍ଲଗର୍‌ରୁ ଆକ୍ଟର। ଏକାଧାରାରେ ଏତେ ପ୍ରତିଭାର ଅଧିକାରୀ ମେଘା ରାୟ ଏବେ ଜି ଟିଭିରେ ପ୍ରସାରିତ ହେଉଥିବା ଟେଲିଭିଜନ...

ମହତ୍‌ ଉଦ୍ଦେଶ୍ୟ ରଖି ସୃଷ୍ଟି ହୋଇଥିଲା ‘ବିଶ୍ୱଦରବାର’

କିଶୋରଚନ୍ଦ୍ର ମିଶ୍ରଙ୍କୁ ଓଡ଼ିଶାର ଅଗଣିତ ଯାତ୍ରାପ୍ରେମୀ ହୁଏତ ଜଣେ ପ୍ରଯୋଜକ ଭାବେ ଜାଣିଥାଇ ପାରନ୍ତି। ମାତ୍ର ସେ କେବଳ ପ୍ରଯୋଜକ ନୁହନ୍ତି; ସେ ଜଣେ ଦରଦୀ...

ଫିଲ୍ମ ‘ରାଧେ’ରେ ୩ ଖଳନାୟକଙ୍କୁ ସାମ୍ନା କରିବେ ସଲମାନ

ମୁମ୍ବାଇ: କରୋନା ଭାଇରସକୁ ସାମ୍ନା କରୁଥିବା ସାରା ବିଶ୍ୱ ଏବେ ଏହି ମହାମାରୀ କବଳରୁ ରକ୍ଷା ପାଇବାକୁ ଚାହୁଁଛି। ଏହି ସମୟରେ ବଲିଉଡ୍‌ ମଧ୍ୟ ତା’ର...

ଶାହିଦ୍‌ କପୁରଙ୍କ ସହ ଡେଟ୍‌ରେ ଯିବାକୁ ଚାହୁଁଛନ୍ତି ଏହି ଅଭିନେତା

ନିକଟରେ ଅଭିନେତ୍ରୀ ଦିଶା ପଟାନୀଙ୍କ ସହ ଅନ୍ତରଙ୍ଗ ଦୃଶ୍ୟ କରିବାକୁ ଇଚ୍ଛା ପ୍ରକାଶ କରିଥିବା ଅଭିନେତା ଅପରାଶକ୍ତି ଖୁରାନା ଏବେ ଶାହିଦ କପୁରଙ୍କୁ ଡେଟ୍‌ କରିବାକୁ...

Leave a comment

Your email address will not be published. Required fields are marked *