ଚୋରି କରିବାକୁ ଯାଇଥିବା ବ୍ୟକ୍ତିଙ୍କ ଟ୍ରକ ହୋଇଗଲା ଚୋରି

ଓ୍ବାଶିଂଟନ୍‌,୨୭।୮: କଥାରେ ଅଛି ଯେମିତି କର୍ମ କରିବ ସେମିତିି ଫଳ ପାଇବ। ଏହି ଉକ୍ତିଟିର ସଫଳ ରୂପାୟନ ଦେଖିବାକୁ ମିଳିଛି ଓ୍ବାଶିଂଟନ୍‌ର କେନ୍ନଓ୍ବେିକ୍‌ରେ। ଜଣେ ଟ୍ରକ ଡ୍ରାଇଭର ରାସ୍ତା କଡ଼ରେ ନିଜ ଟ୍ରକକୁ ରଖି ପାଖ ଦୋକାନକୁ ଚୋରି କରିବାକୁ ଯାଇଥିଲେ। ହେଲେ ଏପଟେ ତାଙ୍କର ନିଜର ଟ୍ରକକୁ ଆଉ କିଏ ଚୋରି କରି ନେଇଥିଲେ। ଏନେଇ ଟ୍ରକ ମାଲିକ କେନ୍ନଓ୍ବେିିକ ଥାନାରେ ଲିଖିତ ଅଭିଯୋଗ କରିବା ସହ କହିଥିଲେ, ଟ୍ରକରେ ସେ ଚାବି ଛାଡ଼ି ଦେଇଥିବାରୁ କେହି ଦୁର୍ବୃତ୍ତ ତାଙ୍କର ଗାଡିକୁ ଚୋରି କରି ନେଇଛନ୍ତି। ଏହାପରେ ପୋଲିସ ତନାଘନା ଆରମ୍ଭ କରିଥିଲା। ଯାଞ୍ଚ ସମୟରେ ସିସିଟିଭିକୁ ଦେଖିବା ପରେ ଘଟଣାରେ ଏକ ନୂଆମୋଡ଼ ଆସିଥିଲା। ଟ୍ରକ ମାଲିକ ଦୋକାନରୁ ଚୋରି କରିବା ଉଦ୍ଦେଶ୍ୟରେ ଟ୍ରକକୁ ଛାଡି ଚାଲି ଯାଇଥିଲେ ଏବଂ ସେ ଚୋରି କରୁଥିବା ସମୟରେ ତାଙ୍କର ଟ୍ରକକୁ ଆଉ ଜଣେ ବ୍ୟକ୍ତି ଚୋରି କରି ନେଇଥିବା ସିସିଟିଭିରେ ଦେଖିବାକୁ ମିଳିଥିଲା। ଏହାପରେ ପୋଲିସ ଟ୍ରକ ମାଲିକଙ୍କୁ ଚୋରି ଉଦ୍ଦେଶ୍ୟରେ ଗିରଫ କରି ବେନ୍‌ଣ୍ଟନ କାଉଣ୍ଟି ଜେଲ୍‌କୁ ପଠାଇ ଦେଇଛି। ଅନ୍ୟପଟେ ଏହି ଘଟଣା ବାବଦରେ ସ୍ଥାନୀୟ ପୋଲିସ ଫେସ୍‌ବୁକ୍‌ରେ ଶେୟାର କରିବା ପରେ ୟୁଜର୍ସମାନେ ମଜାଳିଆ କମେଣ୍ଟ କରିଛନ୍ତି।


All Right Reserved By Dharitri.Com

ହଡବଡେଇଲେ ପାକିସ୍ତାନୀ ନ୍ୟୁଜ ଆଙ୍କର

ଇସଲାମାବାଦ,୧୧।୮: ଜମ୍ମୁ-କଶ୍ମୀରରୁ ଭାରତ ଅନୁଚ୍ଛେଦ ୩୭୦ ହଟାଇବା ପରେ ପାକିସ୍ତାନର ସ୍ଥିତିକୁ ଦେଖି ଏବେ ସବୁଠି ଚର୍ଚ୍ଚା ଚାଲିଛି। ପାକିସ୍ତାନର ଜଣାଶୁଣା ନ୍ୟୁଜ ଆଙ୍କର କିରଣ...

୬ ମହାଦେଶର ୧୯୯ ଦେଶରେ କରୋନାର ମୃତ୍ୟୁ ତାଣ୍ଡବ: ଆମେରିକା-ୟୁରୋପ-ଇରାନରେ ଆତଙ୍କ

ଓ୍ବାଶିଂଟନ,୩୦।୩: କରୋନା ସଂକ୍ରମଣ ଯୋଗୁ ସାରା ପୃଥିବୀରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ଏହାକୁ ରୋକିବାରେ କୌଣସି ରାଷ୍ଟ୍ର ସକ୍ଷମ ହୋଇପାରୁ ନାହାଁନ୍ତି। ଇତିମଧ୍ୟରେ ଆଣ୍ଟାର୍କଟିକାକୁ ଛାଡ଼ି...

ପାକିସ୍ତାନରେ ରହିଛି ୪୦ ଆତଙ୍କବାଦୀ ସଂଗଠନ: ଇମ୍ରାନ୍‌

ଓ୍ବାଶିଂଟନ,୨୪।୭: ପାକିସ୍ତାନରେ ୪୦ ଆତଙ୍କବାଦୀ ସଂଗଠନ କାମ କରୁଛି। ଏସବୁ ସଂଗଠନରେ ୩୦ରୁ ୪୦ ହଜାର ସଦସ୍ୟ ରହିଛନ୍ତି।ଏନେଇ ପୂର୍ବରୁ କ୍ଷମତାରେ ଥିବା ସରକାର ଗତ...

୧୮ ଭାରତୀୟ ନାବିକଙ୍କୁ ଅପହରଣ କଲେ ଜଳଦସ୍ୟୁ

ଅବୁଜା,୫।୧୨: ନାଇଜେରିଆର ବୋନି ଅଫ୍‌ଶୋର୍‌ ଟର୍ମିନାଲ୍‌ରୁ ଏକ କଞ୍ଚାମାଲ ବୋଝେଇ ଜାହାଜରୁ ଜଳଦସ୍ୟୁମାନେ ୧୮ ଭାରତୀୟ ନାବିକଙ୍କୁ ଅପହୃତ କରିଛନ୍ତି। ସେମାନେ ଗତ ମଙ୍ଗଳବାର ରାତିରେ...

ବାଥ୍‌ରୁମ୍‌ ବାହାରେ ବାଇଓମେଟ୍ରିକ ମେଶିନ ଲଗାଇବେ ପାକିସ୍ତାନ ସରକାର

ଇସଲାମାବାଦ,୧୯।୭: ଇମ୍ରାନ ଖାଁଙ୍କ ପାକିସ୍ତାନ ତେହେରିକ-ଇ-ଇନସାଫ(ପିଟିଆଇ) ସରକାର ଏବେ ବାଥ୍‌ରୁମ୍‌ ବାହାରେ ବାଇଓମେଟ୍ରିକ୍‌ ମେଶିନ ଲାଗାଇବାର ବ୍ୟବସ୍ଥା କରିଛନ୍ତି। ଉଦ୍ଦ୍ୟୋଗ ଓ ଉତ୍ପାଦନ ମନ୍ତ୍ରଣାଳୟରେ ଥିବା...

ତାଲିବାନ ଆକ୍ରମଣରେ ୧୦ ଆଫଗାନ ସୈନ୍ୟ ନିହତ

କାନ୍ଦାହାର,୨୯ା୧୨(ଏଏଫ୍‌ପି): ଆଫଗାନିସ୍ତାନର ହେଲମଣ୍ଡ ପ୍ରଦେଶର ଏକ ସାମରିକ ଘାଟି ଉପରେ ତାଲିବାନ ଆତଙ୍କବାଦୀ ଆକ୍ରମଣ କରିବାରୁ ୧୦ ଜଣ ସୈନ୍ୟ ନିହତ ହୋଇଛନ୍ତି। ତାଲିବାନମାନେ ସାଙ୍ଗିନ୍‌...

ସିରିଆର ରାସାୟନିକ ଅସ୍ତ୍ରଶସ୍ତ୍ର ଗୋଦାମ ଉପରେ ତୁର୍କୀର କ୍ଷେପଣାସ୍ତ୍ର ମାଡ଼

ଆଙ୍କ୍ରା,୨୯।୨: ସିରିଆର ରାସାୟନିକ ଅସ୍ତ୍ରଶସ୍ତ୍ର ଗୋଦାମ ଉପରେ ତୁର୍କୀ କ୍ଷେପଣାସ୍ତ୍ର ମାଡ଼ କରିଛି। ଏଥିରେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଧ୍ୱଂସ ହୋଇଥିବା ତୁର୍କୀ ଦାବି କରିଛି।...

ଭାରତ ସହ ଯୁଦ୍ଧ ହେଲେ ହାରିବ ପାକିସ୍ତାନ: ଇମ୍ରାନ୍‌

ଇସ୍‌ଲାମାବାଦ,୧୫।୯: ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟାଇ ଦିଆଯିବା ପରଠାରୁ ପାକିସ୍ତାନ ଏକ ପ୍ରକାର କାନ୍ଦିବାରେ ଲାଗିଛି। ଏହାକୁ ନେଇ ସେ ବିଶ୍ୱ ଦରବାରରେ ନିନ୍ଦାର ପାତ୍ର...

Leave a comment

Your email address will not be published. Required fields are marked *