ହିମେଶଙ୍କ ପରେ ଏବେ ସଲମାନ୍‌: ରାନୁଙ୍କୁ ଘର, ‘ଦବଙ୍ଗ-୩’ରେ ଗୀତ ଗାଇବାକୁ ଦେଲେ ସୁଯୋଗ !

ପଶ୍ଚିମବଙ୍ଗ ରେଳ ଷ୍ଟେଶନରେ ଲତା ମଙ୍ଗେସକରଙ୍କ ‘ଏକ ପ୍ୟାର୍‌ କା ନଗ୍‌ମା ହୈ…’ ଗୀତ ଗାଇ ରାତାରାତି ଚର୍ଚ୍ଚାକୁ ଆସିଥିଲେ ରାନୁ ମଣ୍ଡଳ। ରାନୁଙ୍କ ଏହି ଗୀତକୁ ଅତିନ୍ଦ୍ର ଚକ୍ରବର୍ତ୍ତୀ ରେକଡିଂକରି ନିଜ ସୋସିଆଲ ମିଡ଼ିଆ ପେଜ୍‌ରେ ଶେୟାର କରିବା ପରେ ଏହି ଭିଡିଓ ଭାଇରାଲ ହୋଇଯାଇଥିଲା। ଏହାକୁ ଦେଖିବା ପରେ ସଂଗୀତକାର ହିମେଶ ରେଶମିୟା ତାଙ୍କୁ ନିଜ ଗୀତରେ ଗାଇବାର ସୁଯୋଗ ଦେଇଥିଲେ। ଏବେ ଦବଙ୍ଗ ଷ୍ଟାର ସଲମାନ୍‌ ଖାନ୍‌ ମଧ୍ୟ ରାନୁଙ୍କ ପାଇଁ ସହଯୋଗର ହାତ ବଢ଼ାଇଛନ୍ତି। ଯାହା ଶୁଣିବାକୁ ମିଳୁଛି ସଲମାନ୍‌ ତାଙ୍କୁ ଏକ ଘର ଉପହାର ରୂପେ ଦେଉଛନ୍ତି। ଯାହାର ମୂଲ୍ୟ ୫୫ ଲକ୍ଷ ଟଙ୍କା । ଖାଲି ସେତିକି ନୁହେଁ ସଲମାନ୍‌ ତାଙ୍କର ଆଗାମୀ ସିନେମା ‘ଦବଙ୍ଗ-୩’ରେ ମଧ୍ୟ ରାନୁଙ୍କୁ ଗୀତ ଗାଇବାର ସୁଯୋଗ ଦେଇଛନ୍ତି। ସୋସିଆଲ ମିଡିଆରେ ଏହି ଖବର ଶୁଣିବାକୁ ମିଳୁଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଏହାର ସତ୍ୟତା ଜଣାପଡ଼ି ନାହିଁ।


All Right Reserved By Dharitri.Com

‘ସତ୍ତେ ପେ ସତ୍ତା’ର ରିମେକ୍‌ରେ ଆସିବେନି ହ୍ରିତିକ

ମୁମ୍ବାଇ: ବିଗ୍‌ ବି ଅମିତାଭଙ୍କ ଅଭିନୀତ ଫିଲ୍ମ ‘ସତ୍ତେ ପେ ସତ୍ତା’ର ରିମେକ୍‌ ହେବା କଥା ଶୁଣିବାକୁ ମିଳିଥିଲା। ଆଉ ଏହାର ଲିଡ୍‌ ରୋଲରେ ହ୍ରିତିକ...

ଚୁଟ୍‌କିଙ୍କ ଲେଉଟାଣି

ଥରେ ମନେପକାନ୍ତୁ ନା ସେହି ଚୁଟ୍‌କି ଚରିତ୍ରକୁ। ସୁପରହିଟ୍‌ ଓଡ଼ିଆ ସିନେମା ‘ଆକାଶେ କି ରଙ୍ଗ ଲାଗିଲା’ରେ ଏହି ଭୂମିକା ତାଙ୍କୁ କେତେ ମାଇଲେଜ୍‌ ଦେଇଥିଲା,...

କମ୍‌ ବୟସରେ ଆତ୍ମହତ୍ୟା କରିଥିବା ସେଲିବ୍ରିଟି

କୌଣସି ନା କୌଣସି କାରଣକୁ ନେଇ ଖୁବ୍‌ କମ୍‌ ବୟସରେ ବଲିଉଡ୍‌ର କେତେଜଣ ସେଲିବ୍ରିଟି ଆତ୍ମହତ୍ୟା କରିଥିବା ନଜିର ରହିଛି। ଜାଣନ୍ତୁ ଏମାନଙ୍କ ସମ୍ପର୍କରେ… ପ୍ରତ୍ୟୁଷା...

ରାଜ୍‌ଙ୍କ ସହ ଓ୍ବାର୍କଆଉଟ୍‌ କଲେ ଶିଳ୍ପା

ମୁମ୍ବାଇ: ଶିଳ୍ପା ସେଟ୍ଟୀ ନିଜ ଇନ୍‌ଷ୍ଟା ଆକାଉଣ୍ଟରେ ସୋମବାର ଏକ ମୋଟିଭେଶନାଲ ଭିଡିଓ ଶେୟାର କରିଛନ୍ତି। ଏହି ଭିଡିଓରେ ସେ ତାଙ୍କ ସ୍ବାମୀ ରାଜ କୁନ୍ଦ୍ରାଙ୍କ...

କ୍ଷୀର ପରି ତୋଫା ଗୋରା ୪ ଅଭିନେତ୍ରୀଙ୍କ ଚେହେରା: ନେବାକୁ ପଡ଼େନି ମେକ୍‌ ଅପ୍‌

ମୁମ୍ବାଇ: ଫିଲ୍ମ ଶୁଟିଂ ସମୟରେ ଅଭିନେତ୍ରୀ, ଅଭିନେତା ତଥା ଅନ୍ୟ କଳାକାରଙ୍କୁ ମେକ୍‌ ଅପ୍‌ ନେବାକୁ ପଡ଼ିଥାଏ। ତେବେ ବିଲିଉଡ୍‌ର ୪ ଅଭିନେତ୍ରୀଙ୍କ ଚେହେରା କ୍ଷୀର...

ରିଲିଜ ହେଲା ‘ଝୁଣ୍ଡ’ର ଟିଜର

ମୁମ୍ବାଇ: ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନଙ୍କ ଅଭିନୀତ ତଥା ବହୁ ପ୍ରତିକ୍ଷିତ ଫିଲ୍ମ ‘ଝୁଣ୍ଡ’ର ଟିଜର ରିଲିଜ୍‌ ହୋଇଯାଇଛି। ଏହା ଅମିତାଭଙ୍କ ଦମଦାର ଭଏସରୁ ଆରମ୍ଭ...

‘ମ୍ୟାନ ଭର୍ସେସ ଓ୍ବାଇଲ୍ଡ’ରେ ରଜନୀକାନ୍ତଙ୍କ ଲୁକ୍ସକୁ ପସନ୍ଦ କରୁଛନ୍ତି ଦର୍ଶକେ

ମୁମ୍ବାଇ,୧୦।୩: ସାଉଥ୍‌ ସୁପରଷ୍ଟାର ରଜନୀକାନ୍ତ ୬୯ ବର୍ଷ ବୟସରେ ବି ପ୍ରଶଂସକଙ୍କ ମନରେ ଘର କରି ରହିଛନ୍ତି। ଏବେବି ଦର୍ଶକେ ତାଙ୍କୁ ସେହି ସୁପରଷ୍ଟାର ବୋଲି...

ବଡ଼ ଭାଇ ଜୋ’ଙ୍କ ହେବ ବିବାହ, ହେଲେ ଫ୍ରାନ୍ସରେ ରୋମାନ୍ସ କରୁଛନ୍ତି ପିସି-ନିକ୍‌

ମୁମ୍ବାଇ: ବିବାହ କରିବେ ହଲିଉଡ୍‌ ଗାୟକ ନିକ୍‌ ଜୋନାସଙ୍କ ବଡ଼ ଭାଇ ଜୋ’ ଜୋନାସ। ପୂର୍ବରୁ ଜୋ ପ୍ରେମିକା ସୋଫି ଟର୍ନରଙ୍କୁ ଗୁପ୍ତ ଭାବେ ବିବାହ...

Leave a comment

Your email address will not be published. Required fields are marked *