ବିଗ୍‌ ବସ୍‌-୧୩: ଷ୍ଟେଶନ ମାଷ୍ଟର ସାଜି ଦର୍ଶକଙ୍କ ଉତ୍କଣ୍ଠା ବଢ଼ାଇଲେ ସଲମାନ୍‌

ଛୋଟ ପରଦାର ଚର୍ଚ୍ଚିତ ଟିଭି ଶୋ’ ‘ବିଗ୍‌ ବସ୍‌-୧୩’କୁ ନେଇ ଚର୍ଚ୍ଚା ଲାଗି ରହିଛି। ଇତିମଧ୍ୟରେ ଶୋ’ର ପ୍ରଥମ ପ୍ରମୋ ସମ୍ମୁଖକୁ ଆସିଯାଇଛି। କଲର୍ସ ଚ୍ୟାନେଲ ନିଜର ଅଫିସିଆଲ ଆକାଉଣ୍ଟରେ ଏହାକୁ ଶେୟାର କରିଛି। ପ୍ରତିଥର ପରି ଏଥର ମଧ୍ୟ ସଲମାନ୍‌ ଖାନ୍‌ ଶୋ’ର ହୋଷ୍ଟ ଦାୟିତ୍ୱରେ ରହିଛନ୍ତି। ପ୍ରମୋରେ ସଲମାନ୍‌ଙ୍କୁ ଷ୍ଟେଶନ ମାଷ୍ଟର ଚରିତ୍ରରେ ଦେଖିବାକୁ ମିଳୁଛି। ତେବେ ଯାହା ଅନୁମାନ କରାଯାଉଛି ଏଥର ସଲମାନ୍‌ ଷ୍ଟେଶନ ମାଷ୍ଟର ସାଜି ବିଗ୍‌ ବସ୍‌ ଘରର ସାଥୀଙ୍କୁ ସମ୍ଭାଳିବେ। ପ୍ରମୋରେ ତାଙ୍କୁ ଏକ ଟ୍ରେନ୍‌ରେ ବସି ଆଗାମୀ ସିଜନ୍‌ ବିଷୟରେ ବୁଝାଉଥିବା ଦେଖିବାକୁ ମିଳୁଛି। ଏହାକୁ ଦେଖାଇ ସଲମାନ୍‌ ଦର୍ଶକଙ୍କ ମଧ୍ୟରେ ‘ବିଗ୍‌ ବସ୍‌-୧୩’ ପାଇଁ ଅଧିକ ଉତ୍କଣ୍ଠା ବଢ଼ାଇ ଦେଇଛନ୍ତି। ଏଥର ଶୋ’ରେ କିଛି ନୂଆ ହେବ ବୋଲି ମଧ୍ୟ ଅନୁମାନ କରାଯାଉଛି। ଶୋ’ରେ ହୋଷ୍ଟ କରିବା ସଲମାନ୍‌ଙ୍କର ଏହା ୧୦ମ ସିଜନ୍‌ ହେବ। ଏକ ରିପୋର୍ଟ ଅନୁସାରେ, ଏଥର ବିଗ୍‌ ବସ୍‌ ଘରେ ଚଙ୍କି ପାଣ୍ଡେ, ସିଦ୍ଧାର୍ଥ ଶୁକ୍ଲା, ଆଦିତ୍ୟ ନାରାୟଣ, ମୁଗ୍ଧା ଗୋଡ୍‌ସେ ଏବଂ ରିଚା ଚଢ଼ା ପରି କଳାକାରଙ୍କୁ ଦେଖିବାକୁ ମିଳିବ।


All Right Reserved By Dharitri.Com

ରଣବୀରଙ୍କୁ କପି କଲେ ହ୍ରିତିକ୍‌: ଦୁବାଇରେ ଗାମୁଛା ପିନ୍ଧି ବୁଲିଲେ

ବଲିଉଡ୍‌ ଅଭିନେତା ରଣବୀର ସିଂହ ନିଜ ଡ୍ରେସିଂ ଷ୍ଟାଇଲ୍‌ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ନିଜ ପୋଷାକ ପାଇଁ ତାଙ୍କୁ ଅନେକ ସମୟରେ ଟ୍ରୋଲ ମଧ୍ୟ...

ଡୋନାଲ୍ଡ ଟ୍ରମ୍ପଙ୍କ ବାୟୋପିକରେ କାମ କରିବାକୁ ଚାହାନ୍ତି ସଞ୍ଜୟ

ମୁମ୍ବାଇ: ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତ ବେଶ୍‌ କିଛି ସମୟ ପରେ ପୁଣି ବଡ ପରଦାକୁ ଫେରିଛନ୍ତି। ଐତିହାସିକ ମୁଭି ‘ପାନିପତ’ରେ ପୁଣିଥରେ ସଞ୍ଜୟଙ୍କର ଦମଦାର...

‘ଡଟର ଅଫ ଦ ନେଶନ’ ସମ୍ମାନରେ ସମ୍ମାନିତ ହେବେ ସୁର ସାମ୍ରାଜ୍ଞୀ

ନୂଆଦିଲ୍ଲୀ,୬।୯ : ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ଗୀତ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥାଏ। ତାଙ୍କ ସଙ୍ଗୀତର ଚର୍ଚ୍ଚା ସାରା ବିଶ୍ୱରେ ରହିଛି। ଲତାଙ୍କ ସଙ୍ଗୀତରେ ଦେଶକୁ...

ରିଲିଜ୍‌ ହେଲା ସଞ୍ଜୟଙ୍କ କେ.ଜି.ଏଫ୍‌-୨ର ଫାଷ୍ଟ ଲୁକ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତଙ୍କ ୬୦ତମ ଜନ୍ମଦିନ ଅବସରରେ ତାଙ୍କର ପ୍ରଶଂସକଙ୍କୁ ବଡ଼ ଉପହାର ମିଳିଛି। ସାଉଥ୍‌ର ସୁପରହିଟ ଫିଲ୍ମ ‘କେ.ଜି.ଏଫ୍‌ର ଦ୍ୱିତୀୟ ଭାଗ...

ଭଂସାଲିଙ୍କ ସହ କାମ କରିବାକୁ ଚାହୁଁଛନ୍ତି ତନୁଶ୍ରୀ

ବଲିଉଡ୍‌ର ଖ୍ୟାତନାମା ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂଶାଲୀଙ୍କ ସହ କାମ କରିବାକୁ ଚାହୁଁଛନ୍ତି ଅଭିନେତ୍ରୀ ତନୁଶ୍ରୀ ଦତ୍ତା। ଏକଦା ବଲିଉଡ୍‌ରେ ଚାଲିଥିବା ‘ମିଠୂ’ ଅଭିଯାନକୁ ନେଇ...

ଭିନ୍ନ ଢଙ୍ଗରେ ପିତାଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ଜାହ୍ନବୀ

ମୁମ୍ବାଇ: ବଲିଉଡ୍‌ ନିର୍ଦ୍ଦେଶକ ବୋନି କପୁର ୬୪ ବର୍ଷରେ ପଦାର୍ପଣ କରିଛନ୍ତି। ତାଙ୍କ ଜନ୍ମଦିନ ଖୁସିକୁ ଦ୍ୱିଗୁଣିତ କରିଛନ୍ତି ବଲିଉଡ୍‌ ନାୟିକା ତଥା ବୋନିଙ୍କ ଝିଅ...

ଦିନେ ଥିଲେ ବଲିଉଡ୍‌ ଷ୍ଟାର୍‌: ଏବେ ଜୀବନ ବିତୁଛି ପାଗଳଖାନାରେ !

ମୁମ୍ବାଇ,୭।୧୧: ଦିନେ ବଲିଉଡ୍‌ରେ ଆଗଧାଡ଼ିର ଷ୍ଟାର୍‌ ଥିବା ରାଜ କିରନ୍‌ଙ୍କ ଜୀବନ ଏବେ ପାଗଳଖାନାରେ ବିତୁଛି। ରାଜ କିରନ୍‌ଙ୍କ ପୂରା ନାମ ରାଜ କିରନ୍‌ ମହାତାନି।...

କରୋନା ପାଇଁ ସହାୟତାର ହାତ ବଢାଇଲେ ଅକ୍ଷୟ, ବରୁଣ ଧନ୍ୟବାଦ ଦେଲେ ମୋଦି

ମୁମ୍ବାଇ,୨୯।୩: କରୋନା ଭାଇରସ ଏବେ ବିଶ୍ୱକୁ ତା କବଳକୁ ନେଇଯିବା ଫଳରେ ସବୁଠି ଲକ୍‌ ଡାଉନ୍‌ ପରିସ୍ଥିତି। ଭାରତରେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୧...

Leave a comment

Your email address will not be published. Required fields are marked *