Posted inଖେଳ

ଧୋନୀଙ୍କ ବିନା ଭାରତୀୟ ଦଳ ଖେଳିବା ଶିଖୁ: ସୌରଭ ଗାଙ୍ଗୁଲି

ମୁମ୍ବାଇ, ୨୬।୮: ମହେନ୍ଦ୍ର ସିଂ ଧୋନୀଙ୍କ ବିନା ଭାରତୀୟ ଦଳ ଖେଳିବା ଶିଖୁ ବୋଲି ଭାରୀୟ ଦଳର ପୂର୍ବତନ ସଫଳ ଅଧିନାୟକ ସୌରଭ ଗାଙ୍ଗୁଲି କହିଛନ୍ତି। ଦୁଇ ଦୁଇଥର ବିଶ୍ୱକପ୍‌ ବିଜେତା ଦଳର ଅଧିନାୟକ ସବୁବେଳେ ଦଳ ପାଇଁ ଖେଳିବେ ନାହିଁ। ଏଣିକି ଭାରତୀୟ ଦଳ ଧୋନୀଙ୍କ ବିନା ଖେଳିବା ଅଭ୍ୟାସ କରୁ। ଆଗକୁ ଦଳ ପାଇଁ ଆଉ କେତେ ଦିନ ଖେଳିବେ ସେ ନିଷ୍ପତ୍ତି ଧୋନୀଙ୍କ ଉପରେ ଛାଡିଦେବା ଉଚିତ୍‌ ବୋଲି ସେ କହିଛନ୍ତି। ଖେଳରେ ସବୁ ବଡ ଖେଳାଳି ସନ୍ୟାସ ନେଇଛନ୍ତି। ସେ ଉଦାହରଣ ଫୁଟବଲର କିମ୍ବଦନ୍ତୀ ମାରାଡୋନା ବି ଦିନେ ସନ୍ୟାସ ନେଇଥିଲେ। ସଚିନ ତେନ୍ଦୁଲକର, ଡନ୍‌ ବ୍ରାଡ୍‌ମ୍ୟାନ୍‌, ବ୍ରାଏନ ଲାରାଙ୍କ ଭଳି କ୍ରିକେଟର ଖେଳକୁ ଅଲବିଦା କହିଥିଲେ। ସେମିତି ଦିନେ ଧୋନୀ ମଧ୍ୟ ସନ୍ୟାସ ନେବେ ଏହାକୁ ନେଇ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ବୋଲି ଗାଙ୍ଗୁଲି ମତ ଦେଇଛନ୍ତି। ସୂଚନାଯୋଗ୍ୟ, ଧୋନୀ ବିଶ୍ୱକପ୍‌ ପରେ କ୍ରିକେଟରୁ କିଛିଦିନ ଦୂରେଇ ରହି ସେନାରେ ତାଲିମ୍‌ ନେଇଥିଲେ।


All Right Reserved By Dharitri.Com

Posted inଖେଳ View All

୨୨ ବର୍ଷିୟା ଆଥ୍‌ଲେଟଙ୍କ ଅବସର

ଭିଲନିଅସ(ଲିଥୁଆନିଆ),୨୨।୫- ପୂର୍ବତନ ଅଲିମ୍ପିକ୍‌ ସନ୍ତରଣ ଚାମ୍ପିୟନ ରୁଟା ମେଇଲୁଟାଇଟ ବୁଧବାର ଅବସର ଗ୍ରହଣ କରିଛନ୍ତି। କ୍ରମାଗତ ୩ଟି ଡୋପ ଟେଷ୍ଟର ସମ୍ମୁଖୀନ ହୋଇ ନ ପାରିବାରୁ...

କାନ୍ଧରେ ଅସ୍ତ୍ରୋପଚାର କରାଇବେ ମାରାଡୋନା

ବୁଏନ୍‌ସ ଏରିଜ,୨୧ା୫- ଆର୍ଜେଣ୍ଟିନା ଫୁଟ୍‌ବଲ କିମ୍ବଦନ୍ତୀ ଡିଏଗୋ ମାରାଡୋନା ବାମ କାନ୍ଧରେ ଅସ୍ତ୍ରୋପଚାର କରାଇବେ। ଏ ନେଇ ୫୮ ବର୍ଷୀୟ ପୂର୍ବତନ ଷ୍ଟାର ଆର୍ଜେଣ୍ଟିନା ରାଜଧାନୀ...

ରେକର୍ଡଠାରୁ ଗୋଟିଏ ଛକା ଦୂରରେ ରୋହିତ

ନୂଆଦିଲ୍ଲୀ,୪ା୧୨- ଭାରତୀୟ ଓପନର ରୋହିତ ଶର୍ମା ପ୍ରଥମ ଭାରତୀୟ ଭାବେ ଅନ୍ତର୍ଜାତୀୟ କ୍ରିକେଟରେ ୪୦୦ ଛକା ମାରିଥିବା ବ୍ୟାଟ୍ସମ୍ୟାନ ହେବାକୁ ଯାଉଛନ୍ତି। ଏହି ମାଇଲଷ୍ଟୋନ ସ୍ପର୍ଶ...

ଆଶେସ: ଅଷ୍ଟ୍ରେଲିଆର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ

ବର୍ମିଂହାମ, ୧।୮- ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଗୁରୁବାରଠାରୁ ସ୍ଥାନୀୟ ଏଜ୍‌ବାଷ୍ଟନ ଗ୍ରାଉଣ୍ଡରେ ଐତିହାସିକ ଆଶେସ ସିରିଜର ପ୍ରଥମ ମ୍ୟାଚ୍‌ ଆରମ୍ଭ...

ବିଶ୍ୱକପ୍‌ ଫାଇନାଲ: ପ୍ରଥମେ ବ୍ୟାଟିଂ କରିବ ନ୍ୟୁଜିଲାଣ୍ଡ

ଲଡର୍‌ସ,୧୪।୭- ଚଳିତ ବଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ରେ ବର୍ଷା ଯୋଗୁ ଟସ୍‌ ବିଳମ୍ବରେ ହୋଇଛି। ଟସ୍‌ ଜିତି ଗତଥରର ଫାଇନାଲିଷ୍ଟ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି।...

ବିଶ୍ୱକପ୍‌ରୁ ବାଦ୍‌ ପଡ଼ିବା ପରେ ରାୟୁଡୁଙ୍କ ଅବସର

ନୂଆଦିଲ୍ଲୀ,୩।୭(ପି.ଟି.)- ଚଳିତ ବିଶ୍ୱକପ୍‌ରେ ଭାରତୀୟ ଦଳରୁ ବାଦ୍‌ ପଡ଼ିବା ପରେ ମିଡ୍‌ଲ ଅର୍ଡର ବ୍ୟାଟ୍ସମ୍ୟାନ ଅମ୍ବାତି ରାୟୁଡୁ ସମସ୍ତ ପ୍ରକାର କ୍ରିକେଟରୁ ଅବସର ଘୋଷଣା କରିଛନ୍ତି।...

ଗୋଟିଏ ଓଭରରୁ ଗେଲ୍‌ଙ୍କ ୩୨ ରନ ସଂଗ୍ରହ

ବ୍ରମ୍ପଟନ (କାନାଡା), ୪।୮- ପାକିସ୍ତାନ ଲେଗ୍‌-ସ୍ପିନର ଶଦାବ ଖାଁଙ୍କ ଗୋଟିଏ ଓଭରରୁ ୩୨ ରନ୍‌ ସଂଗ୍ରହ କରିଛନ୍ତି ଦୁର୍ଦ୍ଧର୍ଷ ଓ୍ବେଷ୍ଟଇଣ୍ଡିଜ ବ୍ୟାଟ୍ସମ୍ୟାନ କ୍ରିସ ଗେଲ୍‌। ଏଠାରେ...

ବାରବାଟୀ ଫ୍ଲଡ୍‌ଲାଇଟ୍‌ ମରାମତି ଆରମ୍ଭ

କଟକ ଅଫିସ,୧୯ା୧୧- ଡିସେମ୍ବର ୨୨ରେ ହେବାକୁ ଥିବା ଅନ୍ତର୍ଜାତୀୟ ଏକଦିବସୀୟ କ୍ରିକେଟ ମ୍ୟାଚ୍‌କୁ ଦୃଷ୍ଟିରେ ରଖି ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) ପ୍ରସ୍ତୁତି ଆରମ୍ଭ କରିଛି। ସୋମବାର...

Leave a comment

Your email address will not be published. Required fields are marked *