Posted inଜାତୀୟ

ବିଦେଶୀ ଗଣମାଧ୍ୟମରେ କଶ୍ମୀର

ନୂଆଦିଲ୍ଲୀ,୨୭ା୮: ଭାରତ ସରକାର ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନ କରୁଥିବା ସମ୍ବିଧାନର ଅନୁଚ୍ଛେଦ ୩୭୦କୁ ଅଗଷ୍ଟ ୫ରେ ଉଚ୍ଛେଦ କରିଥିଲେ। ଏହା ପୂର୍ବରୁ ଶତାଧିକ ସ୍ଥାନୀୟ ନେତାଙ୍କୁ ସରକାର ଅଟକ ରଖିଥିଲେ। କଶ୍ମୀରରେ ଅବସ୍ଥା ସ୍ବାଭାବିକ ହେଉଛି ବୋଲି ସରକାର କହୁଥିବା ବେଳେ ଏବେ ମଧ୍ୟ ନେତାମାନେ ଗୃହବନ୍ଦୀ ରହିଛନ୍ତି। ୩୭୦ ଉଚ୍ଛେଦର ୨୧ ଦିନ ପରେ ବି ସୁରକ୍ଷା ଯବାନମାନେ ଉପତ୍ୟକାର ରାସ୍ତାଘାଟରେ ପଇଁତରା ମାରୁଛନ୍ତି। ବିକ୍ଷୋଭକାରୀଙ୍କୁ ଘଉଡାଇବା ପାଇଁ ପେଲେଟ ଗନ ଓ ଲୁହବୁହା ଗ୍ୟାସ୍‌ ଫାୟାରିଂ କରାଯାଉଛି ବୋଲି ନ୍ୟୁୟର୍କ ଟାଇମ୍ସରେ ପ୍ରକାଶ ପାଇଛି। ସର୍ବବୃହତ ଗଣତାନ୍ତ୍ରିକ ରାଷ୍ଟ୍ରରେ ଏତେ ସଂଖ୍ୟାରେ ନେତାଙ୍କୁ ଗୃହବନ୍ଦୀ କରି ରଖାଯିବା ପ୍ରଥମ ଘଟଣା। କଶ୍ମୀରରୁ ସ୍ବୟଂଶାସନ କ୍ଷମତା ପ୍ରତ୍ୟାହାର ପରେ କେବଳ ନେତା ନୁହନ୍ତି, ବଡ ବ୍ୟବସାୟୀ, ମାନବାଧିକାର କର୍ମୀ, ଶିକ୍ଷକଙ୍କ ସମେତ ପାଖାପାଖି ୨୦୦୦ ଲୋକଙ୍କୁ ଅଟକ ରଖାଯାଇଛି। ସେମାନେ ନିଜ ପରିବାର ସଦସ୍ୟ କିମ୍ବା ଓକିଲଙ୍କ ସହ ମଧ୍ୟ ଯୋଗାଯୋଗ କରିପାରୁନାହାନ୍ତି। ସେମାନେ କେଉଁଠି ଅଛନ୍ତି ତାହା ମଧ୍ୟ ଗୋପନ ରଖାଯାଇଛି। ଅଧିକାଂଶଙ୍କୁ ଅଗଷ୍ଟ ୪ ତାରିଖ ରାତିରେ ଗୃହବନ୍ଦୀ କରାଯାଇଥିଲା।


All Right Reserved By Dharitri.Com

ବଜାୟ ରହୁ ଗଣତାନ୍ତ୍ରିକ ମୂଲ୍ୟବୋଧ

ନୂଆଦିଲ୍ଲୀ,୨୭ା୧୧(ପି.ଟି.): ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ଭାଜପା ନେତୃତ୍ୱାଧୀନ ମେଣ୍ଟ ଓ ଶିବସେନା-ଏନ୍‌ସିପି-କଂଗ୍ରେସ ମେଣ୍ଟ ମଧ୍ୟରେ ଚାଲିଥିବା ଆଇନଗତ ଲଢ଼େଇ ଏକ ବିଚିତ୍ର ସ୍ଥିତି ସୃଷ୍ଟି...

ରାସ୍ତା ମଝିରେ ବାଘ

ହାଇଦ୍ରାବାଦ, ୧୫।୫: ପ୍ରାଣଘାତୀ କରୋନା କବଳରୁ ବର୍ତ୍ତିବା ଲାଗି ସରକାର ଦେଶବ୍ୟାପୀ ଲକ୍‌ଡାଉନ ଲାଗୁ କରିଥିବା ବେଳେ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଘଟଣା ଦେଖିବାକୁ...

ପୋଲିସ କାର୍‌ରେ ଛାତ୍ରୀଙ୍କୁ ଗଣବଳାତ୍କାର: ସିଆର୍‌ପିଏଫ୍‌ ଯବାନଙ୍କ ସମେତ ୪ ଗିରଫ

ନୂଆଦିଲ୍ଲୀ, ୫ା୧୨:ହାଇଦ୍ରାବାଦରେ ମହିଳା ଡାକ୍ତରଙ୍କୁ ଗଣବଳାତ୍କାର ଓ ହତ୍ୟା ପରେ ଏହାକୁ ନେଇ ଦେଶବ୍ୟାପୀ ଅଭିଯୁକ୍ତଙ୍କ ବିରୋଧରେ ଜନଆକ୍ରୋଶ ଦେଖିବାକୁ ମିଳିଥିବାବେଳେ ଏବେ ଉତ୍ତରପ୍ରଦେଶର ମିର୍ଜାପୁରରେ...

ପ୍ରଦୁଷଣ ପାଇଁ ଦିଲ୍ଲୀରେ ଜରୁରୀ ଘୋଷଣା: ଛଟ୍‌ରେ ଫୁଟାଯିବନି ବାଣ

ନୂଆଦିଲ୍ଲୀ,୧।୧୧: ଦିଲ୍ଲୀ-ଏନ୍‌ସିଆରରେ ସୁପ୍ରିମକୋର୍ଟର ଏକ ଖଣ୍ଡପୀଠ ଶୁକବ୍ରାର ଜନସାଧାରଣଙ୍କ ସ୍ବାସ୍ଥ୍ୟଗତ କାରଣକୁ ନଜରରେ ରଖି ଏକ ଜରୁରୀ ଘୋଷଣା କରିଛନ୍ତି। ଏଥିସହ ନଭେମ୍ବର ୫ ପର୍ଯ୍ୟନ୍ତ...

୮୪ ବର୍ଷରେ ପାଦ ଦେଲେ ଦଲାଇ ଲାମା

ଧର୍ମଶାଳା,୬।୭: ବୌଦ୍ଧ ଧର୍ମଗୁରୁ ଦଲାଇ ଲାମା ଶନିବାର ୮୪ ବର୍ଷରେ ପାଦ ଦେଇଛନ୍ତି। ସେ ୧୯୩୫ ଜୁଲାଇ ୬ରେ ଚାଇନାର ତାକତ୍‌ସେରଠାରେ ଜନ୍ମଗ୍ରହଣ କରିଥିଲେ। ମାତା...

ୟୁଏନ୍‌ଏଚ୍‌ଆର୍‌ସିରେ ଭାରତ-ପାକ୍‌ ମୁହଁ।ମୁହିଁ: ୩୭୦ ଉଚ୍ଛେଦ ସାର୍ବଭୌମ ନିଷ୍ପତ୍ତି

ଜେନେଭା,୧୧ା୯,(ପି.ଟି./ଆଇଏଏନ୍‌ଏସ୍‌): ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନକାରୀ ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦକୁ ନେଇ ମଙ୍ଗଳବାର ଭାରତ ଓ ପାକିସ୍ତାନ ପୁଣିଥରେ ଅନ୍ତର୍ଜାତୀୟ ମଞ୍ଚରେ ମୁହଁ।ମୁହିଁ ହୋଇଛନ୍ତି।...

ଲକ୍ଷ୍ମୀଙ୍କ ପ୍ରତିକ ଭାବେ ନୂଆ କାର୍‌ରେ ନିଜ ଝିଅର ଅଳତା ପାଦ ଚିହ୍ନ ଲଗାଇଲେ ନାଗେଶ

ମୁମ୍ବାଇ,୯।୧: ମହାରାଷ୍ଟ୍ରର ଜଣେ ବ୍ୟକ୍ତି ଏବେ ଏକ ଟିକ୍‌ଟକ୍‌ ଭିଡିଓ ମାଧ୍ୟମରେ ଆସିଛନ୍ତି ଚର୍ଚ୍ଚାକୁ। ସେ ତାଙ୍କର ଏକ ନୂଆ କାର୍‌ କିଣିବା ପରେ ଲକ୍ଷ୍ମୀଙ୍କ...

ମୋଦିଙ୍କ ସୁରକ୍ଷା ଲାଗି ବଜେଟରେ ୬ଶହ କୋଟି

ନୂଆଦିଲ୍ଲୀ,୨।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସ୍ପେଶାଲ ପ୍ରୋଟେକଶନ୍‌ ଗ୍ରୁପ(ଏସ୍‌ପିଜି)ଲାଗି ଏଥର ସରକାର ବଜେଟରେ ପ୍ରାୟ ୬ଶହ କୋଟି ଟଙ୍କାର ବ୍ୟୟ ବରାଦ...

Leave a comment

Your email address will not be published. Required fields are marked *