ରେଳ, ଟେଲିକମ୍‌, ବ୍ୟାଙ୍କିଙ୍ଗ ସୁବିଧା ଦିଅ: ନବୀନ

ଭୁବନେଶ୍ୱର,୨୭।୮(ବ୍ୟୁରୋ): ରାଜ୍ୟର ମାଓବାଦୀ ପ୍ରଭାବିତ ଜିଲାଗୁଡିକରେ ପର୍ଯ୍ୟାପ୍ତ ରେଳ, ଟେଲି ଯୋଗାଯୋଗ ଏବଂ ବ୍ୟାଙ୍କ ସୁବିଧା ଯୋଗାଇ ଦିଆଯାଉ। ସୋମବାର ନୂଆଦିଲ୍ଲୀଠାରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ମାଓବାଦୀପ୍ରବଣ ରାଜ୍ୟଗୁଡିକୁ ନେଇ ଅନୁଷ୍ଠିତ ଆନ୍ତଃରାଜ୍ୟ ପରିଷଦ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଦାବି କରିଛନ୍ତି। ମାଓବାଦୀପ୍ରବଣ ଅଞ୍ଚଳରେ ତୁରନ୍ତ ୮୬୬ଟି ମୋବାଇଲ ଟାଓ୍ବାର ବସାଇବା ସହ ଗୋଟିଏ ସ୍ବତନ୍ତ୍ର ହେଲିକପ୍ଟର ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି। ମାଲକାନଗିରି ଓ ନବରଙ୍ଗପୁର ଜିଲାରେ ରେଳ ପ୍ରକଳ୍ପ ଆସନ୍ତା ୩୬ ମାସ ମଧ୍ୟରେ କାର୍ଯ୍ୟକାରୀ କରିହେବ । ଏହି ପ୍ରକଳ୍ପ ପାଇଁ ରାଜ୍ୟ ସରକାର ମାଗଣାରେ ଜମି ଯୋଗାଇ ଦେବା ସହ ପ୍ରକଳ୍ପର ଖର୍ଚ୍ଚରେ ମଧ୍ୟ ଭାଗିଦାର ହେବେ। ଏଥିସହିତ ଏହି ଅଞ୍ଚଳରେ ପର୍ଯ୍ୟାପ୍ତ ବ୍ୟାଙ୍କ ସୁବିଧା ଯୋଗାଇ ଦେବା ସକାଶେ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଛନ୍ତି। ସୁରକ୍ଷା ସମ୍ପର୍କିତ ଖର୍ଚ୍ଚ (ଏସଆରଇ) ଯୋଜନାରେ ବାକି ଥିବା ୨୨୭ କୋଟି ଟଙ୍କା ପ୍ରଦାନ କରିବା ଏବଂ କେନ୍ଦ୍ରୀୟ ସୁରକ୍ଷା ବଳ ନିଯୁକ୍ତି ବାବଦ ଖର୍ଚ୍ଚକୁ ଛାଡ କରିବାକୁ କେନ୍ଦ୍ର ସରକାରଙ୍କ ନିକଟରେ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି।
ବୈଠକରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମାଓବାଦୀ ସମଗ୍ର ଦେଶର ଆଭ୍ୟନ୍ତରୀଣ ନିରାପତ୍ତା ପାଇଁ ବଡ ସମସ୍ୟା ସୃଷ୍ଟି କରିଛି। ଏହାକୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ମିଳିତ ଭାବେ ଦୃଢତାର ସହ ମୁକାବିଲା କରିବାକୁ ପଡିବ। ଗତ ୩ ଦଶନ୍ଧି ଧରି ଓଡିଶା ବାମପନ୍ଥୀ ମାଓବାଦୀ ଦ୍ୱାରା ଗଭୀର ଭାବେ ପ୍ରଭାବିତ ହୋଇ ଆସିଛି। ରାଜ୍ୟ ସରକାରଙ୍କ ଆବଶ୍ୟକ ସୁରକ୍ଷା ପଦକ୍ଷେପ, ବିକାଶ ଏବଂ ବିଶ୍ୱାସମୂଳକ ପଦକ୍ଷେପ ଯୋଗୁ ରାଜ୍ୟରେ ମାଓବାଦୀ କାର୍ଯ୍ୟକଳାପ ନିୟନ୍ତ୍ରଣ କରିବା ଦିଗରେ ଯଥେଷ୍ଟ ଉନ୍ନତି ଘଟିଛି। ୨୦୧୮ ଏବଂ ୨୦୧୯ ଅଗଷ୍ଟ ୧୫ ମଧ୍ୟରେ ପୋଲିସ ଗୁଳିରେ ୨୬ ଜଣ କୁଖ୍ୟାତ ମାଓବାଦୀ କ୍ୟାଡରଙ୍କର ମୃତ୍ୟୁ ହୋଇଥିବା ବେଳେ ୮୫ ଜଣ ଗିରଫ ହୋଇଛନ୍ତି ଓ ୩୫ଜଣ ଆତ୍ମସମର୍ପଣ କରିଛନ୍ତି। ଲୋକମାନଙ୍କର ସମର୍ଥନ ନ ମିଳିବା ଯୋଗୁ ସ୍ଥାନୀୟ ମାଓବାଦୀ କ୍ୟାଡର ନିଯୁକ୍ତି ସମ୍ଭବ ହୋଇପାରୁ ନାହିଁ। ଏଥିଯୋଗୁ ମାଓବାଦୀ କ୍ୟାଡର ଗଠନ ରାଜ୍ୟରେ ବହୁମାତ୍ରାରେ ହ୍ରାସ ପାଇଛି। ମାଓବାଦୀପ୍ରବଣ ଜିଲାଗୁଡିକରେ ୧୦୦ ପ୍ରତିଶତ ଜନମଙ୍ଗଳକାରୀ ଯୋଜନା ଯଥା ବିଦ୍ୟୁତୀକରଣ, ସ୍ବାସ୍ଥ୍ୟ ଓ ଶିକ୍ଷା ସୁବିଧା ପହଞ୍ଚାଇବାରେ ସମସ୍ୟା ସୃଷ୍ଟି ହେଉଛି। ତେବେ ନିୟମିତ ଯୋଜନାଗୁଡିକର କାର୍ଯ୍ୟକାରିତାକୁ ତଦାରଖ କରାଯାଉଥିବାରୁ ଆଦିବାସୀ ଅଞ୍ଚଳରେ ଯଥେଷ୍ଟ ମାନବ ସମ୍ବଳ ବୃଦ୍ଧି ହୋଇପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟର ପଶ୍ଚିମ ଓ ଦକ୍ଷିଣ ଭାଗ ଦୁର୍ଗମ ଅଞ୍ଚଳ ସତ୍ତ୍ୱେ ରାଜ୍ୟ ସରକାର ନିଯୁକ୍ତି, ବାସଗୃହ ଯୋଗାଇବା, ରାସ୍ତା ଓ ପୋଲ ସଂଯୋଗୀକରଣ ସଫଳତାର ସହ କରାଇ ପାରିଛନ୍ତି । କେନ୍ଦ୍ର ଓ ପଡୋଶୀ ରାଜ୍ୟ ସହଯୋଗରେ ରାଜ୍ୟ ସରକାର ମାଓବାଦୀ ସମସ୍ୟାକୁ ଦୃଢହସ୍ତରେ ଦମନ କରିବାରେ ସମର୍ଥ ହୋଇଛନ୍ତି। ଗୋଇନ୍ଦା ସୂଚନା ଆଧାରରେ କେନ୍ଦ୍ରୀୟ ସୁରକ୍ଷା ବାହିନୀ, ସ୍ବତନ୍ତ୍ର ପୋଲିସ ଫୋର୍ସ ଦ୍ୱାରା ମାଓବାଦୀ ପ୍ରବଣ ଅଞ୍ଚଳ, ଆନ୍ତଃରାଜ୍ୟ ସୀମାବର୍ତ୍ତୀ ଅଞ୍ଚଳରେ ମିଳିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ମାଲକାନଗିରି ଜିଲାର ବିଚ୍ଛିନ୍ନ ଅଞ୍ଚଳକୁ ସଂଯୋଗ ପାଇଁ ଗୁରୁପ୍ରିୟା ସେତୁ ନିର୍ମାଣ କରାଯାଇପାରିଛି । ଯାହାକି ଏବେ ସ୍ବାଭିମାନ ଅଞ୍ଚଳ ବୋଲି କୁହାଯାଉଛି। ଏହାଛଡା ରାଜ୍ୟ ସରକାର ମାଓବାଦୀ ଅଞ୍ଚଳରେ ସ୍ବତନ୍ତ୍ର ପ୍ୟାକେଜ ଭାବେ ଶିକ୍ଷା, ଯୋଗାଯୋଗ, ବିଦ୍ୟୁତୀକରଣ ଇତ୍ୟାଦିକୁ କାର୍ଯ୍ୟକାରୀ କରୁଛନ୍ତି। ରାଜ୍ୟ ବାହାରୁ ଆସୁଥିବା ମାଓବାଦୀଙ୍କୁ ପ୍ରତିହତ କରିବା ସକାଶେ ଦୁଇଟି ଅତିରିକ୍ତ କେନ୍ଦ୍ରୀୟ ସୁରକ୍ଷା ବାହିନୀକୁ କାର୍ଯ୍ୟରେ ଲଗାଯାଇଛି। ମାଓବାଦୀ ପ୍ରଭାବିତ ଅଞ୍ଚଳରେ ସୁରକ୍ଷାକୁ କଡାକଡି କରିବା ସହ ସର୍ବାଙ୍ଗୀନ ବିକାଶ କରିବାକୁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ। ଏ ଦିଗରେ କେନ୍ଦ୍ର ସରକାର ସହଯୋଗ କରିବା ଦରକାର ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରୀ ଶାହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ ଏବଂ ପୋଲିସ ମହାନିର୍ଦ୍ଦେଶକ ବିଜୟ କୁମାର ଶର୍ମା ପ୍ରମୁଖ ଯୋଗ ଦେଇଥିଲେ।


All Right Reserved By Dharitri.Com

କାଲି ଆସିବେ ପ୍ରଧାନମନ୍ତ୍ରୀ ମୋଦି: ଆକାଶ ମାର୍ଗରୁ ଓଡିଶା, ପଶ୍ଚିମବଙ୍ଗର ବାତ୍ୟା ସ୍ଥିତି ପରଖିବେ

ଭୁବନେଶ୍ୱର, ୨୧।୫(ବ୍ୟୁରୋ):ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦିନିକିଆ ଓଡିଶା ଗସ୍ତରେ ଆସିବେ ବୋଲି ଜଣାପଡିଛି। ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଳମ୍ବିତ ରାତିରେ ଟୁଇଟ୍‌ ଯୋଗେ...

ସୌରିକ ଯୁବ ମହୋତ୍ସବ ପ୍ରସ୍ତୁତି ବୈଠକ

କାଳିଆପାଣି,୫ା୧୨(ଡି.ଏନ୍‌.ଏ.): କାଳିଆପାଣିସ୍ଥିତ ଖଣି ନିଗମ ଅତିଥିଶାଳାରେ ବୁଧବାର ୫ମ ବାର୍ଷିକ ସୌରିକ ଯୁବ ମହୋତ୍ସବ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ସୁକିନ୍ଦା ବିଧାୟକ...

ଘରେ ବସି ଟିକସ ଦେଇପାରିବେ ଘର ମାଲିକ

ଭୁବନେଶ୍ୱର,୨୧। ୧(ବ୍ୟୁରୋ): ସହରାଞ୍ଚଳରେ ବାସ କରୁଥିବା ଲୋକମାନଙ୍କୁ ସେମାନଙ୍କର ସମ୍ପତ୍ତି (ହୋଲ୍‌ଡିଂ) ଟିକସ ଦେବାକୁ ଏନ୍‌ଏସି, ମ୍ୟୁନିସିପାଲିଟି କିମ୍ବା ମହାନଗର ନିଗମ କାର୍ଯ୍ୟାଳୟକୁ ଦୌଡିବାକୁ ପଡିବ...

ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ସମାଲୋଚନା କଲା କଂଗ୍ରେସ

ଭୁବନେଶ୍ୱର,୧୦।।୯(ବ୍ୟୁରୋ): ନୂଆ ମୋଟର ଯାନ ଆଇନ ଅନୁଯାୟୀ ରାଜ୍ୟରେ କଡାକଡି ଭାବରେ ଟ୍ରାଫିକ ଚେକିଂ ଚାଲିଥିଲା। ଧୀରେଧୀରେ ଲୋକଙ୍କ ଆକ୍ରୋଶକ୍ରମେ ଏହା ପ୍ରଭାବଶୂନ୍ୟ ହେବାକୁ ଲାଗିଲା।...

ହ୍ବାଟ୍ସଆପ୍‌ରେ ପାଠପଢ଼ିବେ ଛାତ୍ରୀଛାତ୍ର

ଭୁବନେଶ୍ୱର,୩୦।୪(ବ୍ୟୁରୋ): କରୋନା ଭୂତାଣୁ ସଂକ୍ରମଣକୁ ନେଇ ବିଦ୍ୟାଳୟଗୁଡ଼ିକ ବନ୍ଦ ରହିଛି। ଛାତ୍ରୀଛାତ୍ରଙ୍କ ପାଠପଢ଼ା ଠପ୍‌ ହୋଇଯାଇଛି। କେତେକ ଘରୋଇ ସ୍କୁଲ୍‌ରେ ଅନ୍‌ଲାଇନ୍‌ ଜରିଆରେ ପାଠପଢ଼ା ଯାଉଛି।...

ଲକ୍‌ଡାଉନ ପ୍ରଭାବ: ରାସ୍ତାରେ କ୍ଷୀର ଢାଳିଲେ ଚାଷୀ

ବାଲିଅନ୍ତା,୨୯ା୩(ଡି.ଏନ୍‌.ଏ.)-କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ଲାଗି ସରକାରଙ୍କ ପକ୍ଷରୁ ୨୧ଦିନିଆ ଲକଡାଉନ ଘୋଷଣା କରାଯାଇଛି। ଏହାର ପ୍ରଭାବ ରାଜଧାନୀ ଉପକଣ୍ଠ ବାଲିଅନ୍ତା ବ୍ଲକର ଜଣେ ଦୁଗ୍ଧ...

ଭିସା ଷ୍ଟିଲ୍‌କୁ ସୁରକ୍ଷା ଦେଉଛି ଏସ୍‌ପିସିବି

ଯାଜପୁର ଅଫିସ୍‌/ଯାଜପୁର ଟାଉନ (ଡି.ଏନ୍‌.ଏ), ୬।୬: କଳିଙ୍ଗନଗର ଭିସା ଷ୍ଟିଲ୍‌ କାରଖାନା ବର୍ଜ୍ୟଜଳରେ ସାଇନାଇଡ, ଫେନଲ, ହେକ୍ସାଭାଲେଣ୍ଟ କ୍ରୋମିୟମ ଆବଶ୍ୟକତାଠାରୁ ଅଧିକ ରହିଛି ବୋଲି ରାଜ୍ୟ...

ସ୍ବାଭିମାନ ଅଞ୍ଚଳ ଅଶାନ୍ତ: ୪ ଗ୍ରାମରେ ପୋଲିସ ଛାଉଣୀ

ମାଲକାନଗିରି,୨୭।୧(ସ୍ବ.ପ୍ର.): ମାଲକାନଗିରି ଜିଲା ସ୍ବାଭିମାନ ଅଞ୍ଚଳର ଜନ୍ତୁରାଇରେ ମାଓବାଦୀ ଓ ଗ୍ରାମବାସୀଙ୍କ ମଧ୍ୟରେ ଗତ ୨୫ ତାରିଖରେ ହୋଇଥିବା ଖଣ୍ଡ ଯୁଦ୍ଧରେ ଅଶାନ୍ତ ହୋଇପଡିଛି ଅଞ୍ଚଳ।...

Coronavirus Update


selfi corner

Archives

Model This Week

Why Dharitri

Leave a comment

Your email address will not be published. Required fields are marked *