Posted inUncategorized

ନୀଳମାଧବଙ୍କ ପୀଠରେ ଲବଣୀଖିଆ ଉତ୍ସବ

ଖଣ୍ଡପଡା,୨୭।୮(ସ୍ବ.ପ୍ର.)-ସୋମବାର କାଳୀୟଦଳନ ଏକାଦଶୀ ତିଥିରେ କଣ୍ଟିଲୋ ନୀଳମାଧବ ଜୀଉଙ୍କ ପୀଠରେ ବାଳୁତ କୃଷ୍ଣଙ୍କର ଲବଣୀଖିଆ ଓ କାଳୀୟ ଦଳନ ଉତ୍ସବ ପାରମ୍ପରିକ ରୀତିରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଶ୍ରୀ ନୀଳମାଧବ ଜୀଉଙ୍କ ସ୍ନାନ ଏବଂ ଅବକାଶ ରୀତିନୀତି ଅନୁଯାୟୀ ସମ୍ପନ୍ନ ହୋଇଥିଲା । ଅପରାହ୍ନ ପ୍ରାୟ ୨ଟାରେ ଠାକୁରଙ୍କ ସନ୍ଧ୍ୟା ଆଳତି ପରେ ଶ୍ରୀଜୀଉଙ୍କ ଚଳନ୍ତି ପ୍ରତିମା ମଦନମୋହନ ଓ ବାଳୁତକୃଷ୍ଣ (ଗୁରୁଣ୍ଡି ଗୋପାଳ)ଙ୍କୁ ବେଶ କରାଯାଇଥିଲା । ଗୋପାଳ ଭୂମିକାରେ ଅବତୀର୍ଣ୍ଣ ନୀହାର ରଞ୍ଜନ ମିଶ୍ର, ବାଳଗୋପାଳ କୃଷ୍ଣ ଓ ମଦନମୋହନଙ୍କୁ ସେବକସାହିସ୍ଥ ରବୀନ୍ଦ୍ର ନାଥ ମିଶ୍ରଙ୍କ ବାସଭବନକୁ ନିମନ୍ତ୍ରଣ ରକ୍ଷା କରି ଲବଣୀ ଖାଇବାକୁ ନେଇଥିଲେ ା ନିମନ୍ତ୍ରଣ ସାଥିରେ ଅଣାଯାଇଥିବା ନୂତନ ବସ୍ତ୍ର ଓ ଅଳଙ୍କାର ପରିଧାନ କରି ବାଳୁତକୃଷ୍ଣ ସମ୍ପୃକ୍ତ ପୂଜକ ମିଶ୍ରଙ୍କ ଗୃହକୁ ଅପରାହ୍ନ ପ୍ରାୟ ସାଢେ୪ଟାରେ ବିଜେ କରିଥିଲେ । ପୂଜକ ମିଶ୍ର ଠାକୁରଙ୍କୁ ଷୋଡଶ ଉପଚାରରେ ପୂଜାର୍ଚ୍ଚନା କରିବା ପରେ ସାହିର ସମସ୍ତ ବ୍ରାହ୍ମଣ ସମ୍ପ୍ରଦାୟର ମହିଳାମାନେ ବାଳଗୋପାଳଙ୍କୁ ବନ୍ଦାପନା କରି ପୂଜାର୍ଚ୍ଚନା କରିଥିଲେ ।  ଏହାପରେ ଶ୍ରୀ ଜୀଉଙ୍କୁ ସର, ଲବଣୀ ଓ ବିଭିନ୍ନ ପ୍ରକାର ଫଳ ଅର୍ପଣ କରାଯାଇଥିଲା । ଅପରାହ୍ନ ପ୍ରାୟ ୫ଟାରେ କାଳିନ୍ଦୀ ହ୍ରଦ ଭାବରେ ନୀତି ସମ୍ପନ୍ନ ହେଉଥିବା ନୀଳମାଧବ ଜୀଉଙ୍କ ଦୟଣା ଚୋରି ବଗିଚାକୁ ବିଜେ ହୋଇଥିଲେ ବୋଲି ଦେବୋତ୍ତର ମ୍ୟାନେଜର ହରିହର ଦାଶ ସୂଚନା ଦେଇଛନ୍ତି ।


All Right Reserved By Dharitri.Com

Posted inUncategorized View All

ଏଲିସେ ପେରୀଙ୍କ ସଫଳତା

ଆଣ୍ଟିଗୁଆ, ୧୨।୯- ବିଶ୍ୱର ତୃତୀୟ ମହିଳା କ୍ରିକେଟର୍‌ ଭାବେ ଅଷ୍ଟ୍ରେଲିଆର ଷ୍ଟାର୍‌ ଅଲ୍‌ରାଉଣ୍ଡର ଏଲିସେ ପେରୀ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ୍‌ରେ ୧୫୦ ଉଇକେଟ୍‌ ଅକ୍ତିଆର କରିଛନ୍ତି।...

ବଜାଜ୍‌ ପ୍ଲାଟିନା ଏଚ୍‌ ଗିଅରର ବଜାର ପ୍ରବେଶ

କାମାକ୍ଷାନଗର, ୨୧।୭(ଡି.ଏନ୍‌.ଏ.) – ଢେଙ୍କାନାଳ ଜିଲା କାମାକ୍ଷାନଗର ଶ୍ରୀକୃଷ୍ଣ ଅଟୋ ପକ୍ଷରୁ ଶୁକ୍ରବାର ବଜାଜ ଅଟୋ କମ୍ପାନୀର ନୂତନ ମଡେଲ ବାଇକ୍‌ ‘ବଜାଜ ପ୍ଲାଟିନା ଏଚ୍‌...

ମାଧୁରୀଙ୍କ ପାଇଁ କଶ୍ମୀର ଛାଡି ଦେବାକୁ ପ୍ରସ୍ତୁତ ଥିଲା ପାକିସ୍ତାନ !

ମୁମ୍ବାଇ: ବଳିଉଡ୍‌ର ଧକ୍‌ ଧକ୍‌ ଗର୍ଲ ମାଧୁରୀ ଦିକ୍ଷିତ ଶୁକ୍ରବାର ୫୩ ବର୍ଷରେ ପଦାର୍ପଣ କରିଛନ୍ତି। ଏବେ ସେ ବଡ ପରଦାରେ ଏତେଟା ନଜର ଆସୁ...

ବଳାତ୍କାର ମାମଲାରେ କ୍ୟାପିଟାଲ ଥାନା ଏସ୍‌ଆଇ ନିଲମ୍ବିତ

ଭୁବନେଶ୍ୱର,୮।୫(ବ୍ୟୁରୋ): କମିଶନରେଟ ପୋଲିରେ ଲାଗିଛି କଳଙ୍କର ଛିଟା। କ୍ୟାପିଟାଲ ଥାନାର କାର୍ଯ୍ୟରତ ଥିବା ଏସ୍‌ଆଇ ରାକେଶ ସାମଲ ନାମରେ ଆସିଛି ବଳାତ୍କାର ଅଭିଯୋଗ। ଏପରିକି ପୋଲିସର...

ହୋମଗାର୍ଡଙ୍କ ଉପରେ ଚଢେଇ ଦେଲେ ଗଞ୍ଜେଇ ବୋଝେଇ ଟ୍ରାକ୍ଟର

ଚିତ୍ରକୋଣ୍ଡା,୨୮।୧(ଡି.ଏନ.ଏ.): ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ଗୁଣ୍ଠାୱାଡା ପଞ୍ଚାୟତ ଅଞ୍ଚଳରେ ଜଣେ ହୋମଗାର୍ଡଙ୍କ ଉପରେ ଟ୍ରାକ୍ଟର ଚଢିଯାଇଛି। ଫଳରେ ସେ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି।...

ଫଲ୍ସ୍‌ ନେଗେଟିଭ୍‌ ବ୍ୟକ୍ତି: କରୋନା ଲଢ଼େଇରେ ସାଜିଛନ୍ତି ସୁପର ସ୍ପ୍ରେଡର !

ନୂଆଦିଲ୍ଲୀ,୧୪।୪: ଭାରତରେ କରୋନା ସଂକ୍ରମଣ ଦେଇ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। ଏପରିସ୍ଥଳେ ସଂକ୍ରମଣକୁ କିପରି ରୋକାଯିବ ସେନେଇ ବହୁ ଉଦ୍ୟମ ଜାରି ରହିଛି।...

Leave a comment

Your email address will not be published. Required fields are marked *