Posted inUncategorized

ସପ୍ତମ ଆର୍ଥିକ ଜନଗଣନାର ଶୁଭାରମ୍ଭ: ୩ ମାସ ଧରି ଜିଲାରେ ଚାଲିବ

ନୟାଗଡ଼ ଅଫିସ,୨୭ା୮: ସପ୍ତମ ଆର୍ଥିକ ଜନଗଣନା (ଇକୋନୋମିକ ସେନ୍‌ସସ୍‌) କାର୍ଯ୍ୟକ୍ରମ ସୋମବାର ଆରମ୍ଭ ହୋଇଛି। ଜିଲାପାଳଙ୍କ ସଦ୍‌ଭାବନା ଗୃହଠାରେ ଜିଲାପାଳ ଡ. ପୋମା ଟୁଡୁ ଏହାକୁ ଉଦ୍‌ଘାଟନ କରିଥିଲେ। କାର୍ଯ୍ୟକ୍ରମର ମଧ୍ୟାନ୍ତର ସମୟରେ ଏହାର ରିପୋର୍ଟ ଦେବା ପାଇଁ ସେ ଜନସେବା କେନ୍ଦ୍ର (ସିଏସସି)ର ଅଧିକାରୀମାନଙ୍କୁ କହିଥିଲେ। ସୂଚନାଯୋଗ୍ୟ ପୂର୍ବରୁ ଶିକ୍ଷକମାନେ ଏହି ଗଣନା କାର୍ଯ୍ୟ କରୁଥିବା ବେଳେ ଏଥର କିନ୍ତୁ ସେମାନଙ୍କୁ ବିରତି ଦିଆଯାଇ ଜନସେବା କେନ୍ଦ୍ର କର୍ମଚାରୀମାନଙ୍କୁ ଏହି ଦାୟିତ୍ୱ ଦିଆଯାଇଛି। ଜନସେବା କେନ୍ଦ୍ରରେ ଥିବା ସୁପରଭାଇଜର ଓ ଗଣନାକାରୀମାନେ ମୋବାଇଲ୍‌ ଆପ୍ଲିକେସନ୍‌ ମାଧ୍ୟମରେ ଏହି ଗଣନା କାର୍ଯ୍ୟକ୍ରମ କରିବେ। ୭ଦିନ ମଧ୍ୟରେ ଜିଲାରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ ଓ ୩ମାସ ଧରି ଚାଲିବ। ସୁପରଭାଇଜର ଓ ଗଣନକାରୀମାନେ ଘର ଓ ବିଭିନ୍ନ ପ୍ରତିଷ୍ଠାନ ବୁଲି ଲୋକମାନଙ୍କଠାରୁ ତଥ୍ୟ ସଂଗ୍ରହ କରିବେ। ସେମାନଙ୍କର ନାମ, କେଉଁ ସଂସ୍ଥାରେ କ’ଣ କାମ କରୁଛନ୍ତି ଓ ଆର୍ଥିକ ସ୍ଥିତି ଆଦି ବିଷୟରେ ତଥ୍ୟ ସଂଗ୍ରହ କରିବେ। ଏହା ପରେ ଉକ୍ତ ତଥ୍ୟ କେନ୍ଦ୍ରକୁ ପଠାଯିବ ବୋଲି ସୂଚନା ଦିଆଯାଇଥିଲା। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଗଣନା ଅଧିକାରୀ ତପନ କୁମାର ମିଶ୍ର, ସହକାରୀ ନିର୍ଦ୍ଦେଶକ ଶଙ୍କର ବେହେରା, ଡ଼େପୁଟି ନିର୍ଦ୍ଦେଶକ ତାରା ପ୍ରସାଦ ପଟ୍ଟନାୟକ, ଜନସେବା କେନ୍ଦ୍ରର ଜିଲା ପରିଚାଳକ ଆଶୁତୋଷ ଶତପଥୀ, ସୁବାସ ଚନ୍ଦ୍ର ପରିଡ଼ା, ଜିଲା ସଂଯୋଜକ ହିମାଂଶୁ ଶେଖର ସାମଲ ପ୍ରମୁଖ ଉପସ୍ଥିତ ଥିଲେ। ଏ ନେଇ କୌଣସି ସମସ୍ୟା ଦେଖାଦେଲେ ୧୮୦୦-୩୦୦୦-୩୪୬୮ ଟୋଲ୍‌ ଫ୍ରି ନମ୍ବରରେ କଲ୍‌ କରିବା ପାଇଁ ସୂଚନା ଦିଆଯାଇଥିଲା।


All Right Reserved By Dharitri.Com

Posted inUncategorized View All

ଡେଭିସ୍‌ କପ୍‌ ମ୍ୟାଚ ନଭେମ୍ବରକୁ ଘୁଞ୍ଚିଲା

ନୂଆଦିଲ୍ଲୀ, ୨୩|୮ (ପି.ଟି.)- ପାକିସ୍ତାନ ବିପକ୍ଷ ଭାରତର ଡେଭିସ୍‌ କପ୍‌ ମ୍ୟାଚକୁ ନଭେମ୍ବରକୁ ଘୁଞ୍ଚାଇ ଦିଆଯାଇଛି। ପାକିସ୍ତାନର ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ ପରେ ଇଣ୍ଟରନ୍ୟାଶନାଲ ଟେନିସ...

ମହିଳା ଓ ମଧୁମେହ

ମଧୁମେହ ରୋଗୀଙ୍କର ହେଉଥିବା ବିଭିନ୍ନ ଜଟିଳତା ଏବଂ ଏହାର ଭୟାବହତାକୁ ଦୃଷ୍ଟିରେ ରଖି ଏହାର ନିରାକରଣ ଓ ଚିକିତ୍ସା ନିମନ୍ତେ ସଚେତନତା ସୃଷ୍ଟି କରିବା ସହ...

ଅନୀଲଙ୍କୁ କିମିଙ୍କ ସହିତ ଏକାଠି ଦେଖି ଶୁଟିଂସେଟ୍‌ରେ ଭଙ୍ଗାରୁଜା କରିଥିଲେ ସୁନୀତା…

ମୁମ୍ବାଇ: ବଲିଉଡ୍‌ର ଚକୋଲେଟ ହିରୋ ଅନୀଲ କପୁରଙ୍କ ଫିଲ୍ମ ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିଥାଏ। ଅନୀଲଙ୍କ ଫିଲ୍ମ କ୍ୟାରିୟର ପରି ତାଙ୍କର ବ୍ୟକ୍ତିଗତ ଜୀବନ ମଧ୍ୟ...

ରଣବୀର କପୁରଙ୍କ ବିବାହକୁ ନେଇ ସ୍ପଷ୍ଟ କଲେ ଦୀପିକା: ରିଆକ୍ସନ ଦେଲେ ଆଲିଆ

ମୁମ୍ବାଇ: ବଲିଉଡ୍‌ ନାୟିକା ଦୀପିକା ପାଦୁକୋନ ନିକଟରେ ଏକ୍‌ ଚାଟ୍‌ ଶୋ’ରେ ରଣବୀର କପୁରଙ୍କ ବିବାହକୁ ନେଇ କିଛିଟା କଥା ସ୍ପଷ୍ଟ କରିଛନ୍ତି। ହେଲେ ଏହା...

ବଗଲା ମାର୍କେଟରେ ଅଗ୍ନିକାଣ୍ଡ: ଜଳିଗଲା ଟ୍ରାନ୍ସଫର୍ମର

ବାରିପଦା ଅଫିସ,୧୪।୬: ବାଲେଶ୍ୱର ଜିଲା ବାରିପଦା ସହରର ବଗଲା ମାର୍କେଟ ତଥା ଜିଲା ପ୍ରାଣୀ ଚିକିତ୍ସାଳୟ ସମ୍ମୁଖରେ ଥିବା ଟ୍ରାନ୍ସଫର୍ମରରେ ଶୁକ୍ରବାର ହଠାତ ନିଆଁ ଲାଗି...

ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ଡକାୟତି

ଖୋର୍ଦ୍ଧା ଅଫିସ, ୧୨।୧୦: ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ଅନ୍ତର୍ଗତ ସିକୋ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ଶୁକ୍ରବାର ବିଳମ୍ବିତ ରାତିରେ ଡକାୟତି ହୋଇଛି। ଡକାୟତମାନେ ମାସର...

ପବନରେ ଚାର୍ଜ ହେବ ସ୍ମାର୍ଟଫୋନ୍‌

ନୂଆଦିଲ୍ଲୀ:ଭାରତରେ ଓୟାରଲେସ ଚାର୍ଜିଂ ଟେକ୍‌ନୋଲୋଜିର ପ୍ରବେଶ ବେଶ୍‌ ଲୋକପ୍ରିୟ ହେବାରେ ଲାଗିଛି। କିନ୍ତୁ ଆଗାମୀ ବର୍ଷ ବଜାରରେ ଉପଲବ୍ଧ ହେବ ଓାୟାରଲେସ କ୍ୟୁ-୧ ଚାର୍ଜର ଯାହା...

Leave a comment

Your email address will not be published. Required fields are marked *