ଇଞ୍ଜିନିୟରିଂ ସ୍କୁଲ ଛକରୁ ଶିଳ୍ପାଞ୍ଚଳ ୮ ଶହ ମିଟର ଦୈର୍ଘ୍ୟ: କାର୍ଯ୍ୟ ସରୁନି ରେଲୱେ ଓଭରବ୍ରିଜ୍‌, ରାସ୍ତା

ବ୍ରହ୍ମପୁର ଅଫିସ,୨୭ା୮-ବ୍ରହ୍ମପୁର ଇଞ୍ଜିନିୟରିଂ ସ୍କୁଲ ଛକରୁ ଆଙ୍କୁଲି ଶିଳ୍ପାଞ୍ଚଳ ଛକ ପର୍ଯ୍ୟନ୍ତ ରେଲୱେ ଓଭରବ୍ରିଜ ନିର୍ମାଣ କାମ ସରୁନି । ୨୦୧୩ ଅକ୍ଟୋବର ୩ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶିଳାନ୍ୟାସ କରିଥିଲେ। ଏବେ ୬ ବର୍ଷ ପୂରିବାକୁ ଯାଉଛି ଏବଂ ଆଙ୍କୁଲି ପଟ ବ୍ରିଜ କାମ ଅଧାପନ୍ତରିଆ ହୋଇ ରହିଛି। ଅପରପକ୍ଷରେ ବ୍ରିଜ ଦୁଇପାର୍ଶ୍ୱ ତଳ ରାସ୍ତା ନିର୍ମାଣ ମଧ୍ୟ ଅସମ୍ପୂର୍ଣ୍ଣ ଥିବାରୁ ଯାନବାହନ ସହ ଲୋକଙ୍କ ଚଳାଚଳ ବାଧାପ୍ରାପ୍ତ ହୋଇଛି। କେବେ ଏହା ସମ୍ପୂର୍ଣ୍ଣ ହେବ ତାହା ମଧ୍ୟ ଅନିଶ୍ଚିତତାରେ ରହିଛି । ଆଙ୍କୁଲି ଅଞ୍ଚଳକୁ ଜାନିବିଲି ଜଳ ଯୋଗାଣ ନିମନ୍ତେ ଗୋଟିଏ ପଟେ ଗଦା ଗଦା ପାଇପ ଥିବାରୁ ଆଉ ଏକ ସମସ୍ୟା ହୋଇଛି । ଏଭଳି ସ୍ଥିତିରେ ଶିଳାନ୍ୟାସ ଫଳକ ମଧ୍ୟ ଅନ୍ୟତ୍ର ଉଠାଇ ନିଆଯାଇଛି ।
ଚଳିତ ମାସ ଶେଷ ସୋମବାର ସ୍ଥାନୀୟ ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ଗଞ୍ଜାମ ଜିଲାପାଳଙ୍କ ଜନ ଅଭିଯୋଗ ଶୁଣାଣି ବେଳେ ଆଙ୍କୁଲି ଅଞ୍ଚଳବାସୀ ଏବଂ ଭାଜପା ଶିଳ୍ପାଞ୍ଚଳ ମଣ୍ଡଳ ପକ୍ଷରୁ ଦୁଇଗୋଷ୍ଠୀ ସେଠାରେ ହାଜର ହୋଇଥିଲେ। ଓଭରବ୍ରିଜ ନିର୍ଦ୍ଧାରିତ ସମୟ ମଧ୍ୟରେ ନିର୍ମାଣ ହୋଇପାରୁ ନ ଥିବାରୁ ସମସ୍ୟା ବଢ଼ି ଚାଲିଥିବା ଏବଂ ନିର୍ମାଣ କାର୍ଯ୍ୟ ମଧ୍ୟ ତ୍ରୁଟିପୂର୍ଣ୍ଣ ହୋଇଥିବା ସଙ୍ଗିନ ଅଭିଯୋଗ କରାଯାଇଥିଲା। ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସରୋଜ ସାବତଙ୍କ ସମେତ ଶିଳ୍ପାଞ୍ଚଳ ମଣ୍ଡଳ ଯୁବମୋର୍ଚ୍ଚା ନେତା ଶିବ ଶଙ୍କର ନାୟକ ଓ ତୁମ୍ବେଶ୍ୱର ନାୟକ ପ୍ରମୁଖ ବହୁ କର୍ମୀ ଜିଲାପାଳଙ୍କୁ ଭେଟି ତୁରନ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ ପାଇଁ ଦାବି କରିଥିଲେ ।
ସେହିପରି ଆଙ୍କୁଲିବାସୀଙ୍କ ପକ୍ଷରୁ ଆଉ ଏକ ଟିମ୍‌ ଅଭିଯୋଗ ଶୁଣାଣି ବେଳେ ପହଞ୍ଚତ୍ ରେଲୱେ ଓଭରବ୍ରିଜ ନିର୍ମାଣ ସରୁ ନ ଥିବାରୁ ଅଞ୍ଚଳବାସୀଙ୍କ ଯନ୍ତ୍ରଣା ନେଇ ଅବଗତ କରାଇଥିଲେ । ସୁରଜ କୁମାର ମଣ୍ଡଳଙ୍କ ନେତୃତ୍ୱରେ ଅନେକ ଲୋକ ଯାଇଥିଲେ । ଓଭରବ୍ରିଜ୍‌ ଦୁଇ ପାର୍ଶ୍ୱରେ ସର୍ଭିସ ରୋଡ ନିର୍ମାଣ କାମ ଶେଷ କରାଯିବାକୁ ଦାବି କରାଯାଇଥିଲା । ଏହି ମର୍ମରେ ଜିଲାପାଳଙ୍କୁ ସ୍ମାରକପତ୍ର ମଧ୍ୟ ପ୍ରଦାନ କରାଯାଇ ଦର୍ଶାଯାଇଛି ।
ସୂଚନାଯୋଗ୍ୟ, ଏହି ଓଭରବ୍ରିଜ୍‌ ନିର୍ମାଣ ଆଙ୍କୁଲି ଲେଭଲକ୍ରସିଂ ଉପରେ ରେଲୱେ ପକ୍ଷରୁ ବ୍ରିଜ ନିର୍ମାଣ ଦୀର୍ଘବର୍ଷରୁ ଶେଷ ହୋଇଛି । ରାଜ୍ୟ ସରକାରଙ୍କ ଅଂଶରେ ବ୍ରିଜ ନିର୍ମାଣ ପଦକ୍ଷେପ ନିଆଯାଇ ୨୦୧୩ ଅକ୍ଟୋବର ୩ରେ ଶୁଭ ଦିଆଗଲା ।
ବ୍ୟୟ ଅଟକଳ ୪୩.୨୯ କୋଟି ହୋଇଛି ।
ଏହାର ଦୈର୍ଘ୍ୟ ୮ ଶହ ମିଟର ଏବଂ ଓସାର ୧୨ ମିଟର ନକ୍ସା ପ୍ରସ୍ତୁତ ହୋଇଥିବା ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀଙ୍କଠାରୁ ଜଣାପଡ଼ିଛି। ୨୦୧୮ ଜାନୁୟାରୀ ୬ରେ ଓଭରବ୍ରିଜ୍‌ ନିର୍ମାଣ ସମ୍ପୂର୍ଣ୍ଣ ହେବାର ଲକ୍ଷ୍ୟ ଥିଲା। ପରେ ବର୍ଷେ ବଢ଼ାଇ ୨୦୧୮ ଡିସେମ୍ବର ୩୧ରେ ଶେଷ ହେବାର ଧାର୍ଯ୍ୟ ହୋଇଥିଲା । ଏହାର ମଧ୍ୟ ୮ ମାସ ବିତିଛି ଏବଂ ବ୍ରିଜ୍‌ ଓ ରୋଡ ନିର୍ମାଣ ଅଧାପନ୍ତରିଆ ରହିଛି ।
ସୋମବାର ଯୋଗାଯୋଗ ବେଳେ ବିଭାଗୀୟ ଅଧୀକ୍ଷଣ ଯନ୍ତ୍ରୀ ବିନୋଦ ପାଢ଼ୀ କହିଛନ୍ତି, ଜମି ଅଧିଗ୍ରହଣରେ ସମସ୍ୟା ଦେଖାଦେବାରୁ ବିଳମ୍ବ ଘଟିବାରେ ଲାଗିଛି । ଉଚ୍ଛେଦ ହେବାକୁ ଥିବା ଘର ମାଲିକ ଅଦାଲତରେ ମାମଲା ରୁଜୁ କରି ସ୍ଥଗିତାଦେଶ ଆଣିଥିବାରୁ ପ୍ରତିବନ୍ଧକ ସୃଷ୍ଟି ହୋଇଛି । ଜିଲା ଭୂ-ଅର୍ଜନ ଅଧିକାରୀ ସ୍ଥାନ ହସ୍ତାନ୍ତର କରିବା ପରେ ନିର୍ମାଣ କାର୍ଯ୍ୟକୁ ଯୁଦ୍ଧକାଳୀନ ଭିତ୍ତିରେ ଶେଷ କରାଯିବ ବୋଲି କହିଛନ୍ତି ।


All Right Reserved By Dharitri.Com

ସୁବ୍ରତଙ୍କୁ ପ୍ରଥମ ଶାସ୍ତ୍ରୀୟ ଭାଷା ସମ୍ମାନ

ଭୁବନେଶ୍ୱର,୧୭ା୮(ବ୍ୟୁରୋ): ଯୁବ ଭାଷା ଗବେଷକ ଡ. ସୁବ୍ରତ କୁମାର ପୃଷ୍ଟି ପାଇବେ ପ୍ରଥମ ଶାସ୍ତ୍ରୀୟ ଭାଷା ସମ୍ମାନ। ୭୩ତମ ସ୍ବାଧୀନତା ଦିବସ ଅବସରରେ ଏନେଇ ରାଷ୍ଟ୍ରପତି ଭବନରୁ...

୨ ବ୍ରାଉନସୁଗାର ବ୍ୟବସାୟୀ ଗିରଫ

ଯାଜପୁର ଟାଉନ,୧୨।୯(ଡିଏନଏ): ଯାଜପୁର ସହରରେ ଅନେକ ଯୁବକ ବ୍ରାଉନସୁଗାର ସେବନ କରୁଛନ୍ତି। ଏହି ସହରର ବିଭିନ୍ନ ମଠ, ମନ୍ଦିର ଓ ନଦୀପଠା ଆଦି ନିଛାଟିଆ ସ୍ଥାନରୁ...

କଟକଣା ସତ୍ତ୍ୱେ ବନ୍ଦ ହେଲାନି ଫର୍ମାଲିନ ବ୍ୟବହାର

ପାରାଦୀପ,୪ା୭(ସ୍ବ.ପ୍ର.): ସମୁଦ୍ରରୁ ଉତ୍ପାଦିତ ମାଛକୁ ଏ, ବି, ସି, ଡି ଭଳି ଗ୍ରେଡ୍‌ କରାଯାଇ ବିକ୍ରୟ କରାଯାଏ। ଏ ଓ ବି ଗ୍ରେଡ୍‌ ମାଛ ବିଦେଶକୁ...

ରଥଯାତ୍ରା ଆୟୋଜନକୁ ନେଇ ଶଙ୍କରାଚାର୍ଯ୍ୟଙ୍କୁ ଚିଠି

ପୁରୀ ଅଫିସ,୨୪।୪: କରୋନା ପାଇଁ ରଥଯାତ୍ରା ଆୟୋଜନକୁ ନେଇ ଆଶା, ଆଶଙ୍କା ଲାଗି ରହିଥିବା ବେଳେ ଶୁକ୍ରବାର ଶ୍ରୀମନ୍ଦିର ଛତିଶା ନିଯୋଗ ନାୟକ ଜନାର୍ଦ୍ଦନ ପାଟ୍ଟଯୋଶୀ...

କରୋନା ସଚେତନତାର ବାର୍ତ୍ତା ବାଣ୍ଟୁଛନ୍ତି ପୌର କର୍ମଚାରୀ, ସାଧାରଣରେ ପ୍ରଶଂସା

ଖୋର୍ଦ୍ଧା ଅଫିସ, ୭ା୪: କରୋନା ଭୁତାଣୁ ସଂକ୍ରମଣ ରୋକିବା ଲାଗି ଦେଶରେ ଲକ୍‌ଡାଉନ୍‌ ରହିଛି। ଏଥିଲାଗି ଖୋର୍ଦ୍ଧା ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି।...

ଚାଷୀଙ୍କୁ ଘାରିଛି ଫସଲ ଅମଳ, ବିକ୍ରି ଚିନ୍ତା

ଜଟଣୀ,୧୧ା୪(ଡି.ଏନ.ଏ): କରୋନା ଭୂତାଣୁ ସଂକ୍ରମଣ ମୁକାବିଲା ପାଇଁ ସରକାର ଲକ୍‌ଡାଉନ୍‌ ସହ ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଏଥିଯୋଗୁ ଚାଷୀ ପ୍ରଭାବିତ ହୋଇଛନ୍ତି। ବିଭିନ୍ନ ଫସଲ ଓ...

CORONAVIRUS UPDATE: ରାଜ୍ୟରେ ଆଉ ୭୪ କରୋନା ପଜିଟିଭ ଚିହ୍ନଟ; ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୫୨କୁ ବୃଦ୍ଧି, ୭୨ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ, ୨ ଲୋକାଲ କେସ୍‌

ଭୁବନେଶ୍ୱର, ୨୦।୫(ବ୍ୟୁରୋ): ରାଜ୍ୟରେ ବୁଧବାର ଆଉ ୭୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ବୌଦ୍ଧ ଜିଲାରୁ ସର୍ବାଧିକ ୨୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା...

କୋହଳ ହେବନାହିଁ ଟ୍ରାଫିକ୍‌ ଜରିମାନା: ମନ୍ତ୍ରୀ

ଭୁବନେଶ୍ୱର,୪।୧୨(ବ୍ୟୁରୋ): ଆଉ କୋହଳ ହେବନାହିଁ ଟ୍ରାଫିକ୍‌ ଜରିମାନା। ଏବେ ଲୋକମାନେ ସଚେତନ ହେବା ଆରମ୍ଭ କଲେଣି ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ତେବେ...

Leave a comment

Your email address will not be published. Required fields are marked *