ନଦୀରେ ନିଖୋଜ ଯୁବତୀଙ୍କ ମୃତଦେହ ଉଦ୍ଧାର

ଶେରଗଡ଼/ହିଞ୍ଜିଳିକାଟୁ,-୨୭ା୮(ଡି.ଏନ୍‌.ଏ.)-ଶେରଗଡ଼ ବ୍ଲକ ହିଞ୍ଜିଳି ଥାନା କାଞ୍ଜିଆମା ଗ୍ରାମରେ ରବିବାର ଖୁଦୁରୁକୁଣୀ ଓଷା ପାଇଁ ବାଲୁଙ୍କା ପୂଜା କରିବାକୁ ଯାଇ ଋଷିକୂଲ୍ୟା ନଦୀରେ ଭାସିଯାଇ ନିଖୋଜ ଥିବା ସିଲି ବେହେରାଙ୍କ ମୃତଦେହ ସୋମବାର ସକାଳେ ଉଦ୍ଧାର ହୋଇଛି। ହିଞ୍ଜିଳିକାଟୁ ବ୍ଲକ ଗିରିଆ ନଦୀ ତଟରେ ଯୁବତୀଙ୍କ ମୃତଦେହ ଭାସୁଥିବା ଦେଖି ଗ୍ରାମବାସୀ ଥାନାକୁ ଜଣାଇଥିଲେ। ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ନିଖୋଜ ସିଲିଙ୍କ ପରିବାରକୁ ସୂଚନା ଦେଇଥିଲା। ପରିବାର ଲୋକେ ସେଠାରେ ପହଞ୍ଚି ତାହା ସିଲିଙ୍କ ମୃତଦେହ ବୋଲି ଚିହ୍ନଟ କରିଥିଲେ। ପରେ ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଇଥିଲା। ଏ ନେଇ ନଂ.୨୧/୧୯ରେ ଅପମତ୍ୟୁ ମାମଲା ରୁଜୁ କରାଯାଇଛି। ସୂଚନାଯୋଗ୍ୟ, ବାଲୁଙ୍କା ପୂଜା ପାଇଁ ବାଲି ଆଣିବାକୁ ଋଷିକୂଲ୍ୟା ନଦୀକୁ ଯାଇଥିବା ବେଳେ ସିଲିଙ୍କ ସମେତ ୫ ଯୁବତୀ ଭାସିଯାଇଥିଲେ। ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ ଗ୍ରାମବାସୀ ଉଦ୍ଧାର କରିଥିଲେ ମଧ୍ୟ ସିଲିଙ୍କୁ ପାଇ ନ ଥିଲେ। ଦମକଳବାହିନୀ ବି ସନ୍ଧ୍ୟା
ପର୍ଯ୍ୟନ୍ତ ନଦୀରେ ଖୋଜିଥିଲେ ମଧ୍ୟ ସିଲିଙ୍କ ପତ୍ତା ମିଳି ନ ଥିଲା।


All Right Reserved By Dharitri.Com

୧୨ ପରିବାରଙ୍କୁ ବାସନ୍ଦ ଅଭିଯୋଗ, ଜଣେ ଗିରଫ

ଦିଗପହଣ୍ଡି,୨୧ା୫(ଡି.ଏନ.ଏ.)- ଗଞ୍ଜାମ ଜିଲା ଚିକିଟି ବ୍ଲକ ରମ୍ପା ପଞ୍ଚାୟତ ବରଡ଼ା ଗ୍ରାମରେ ୧୦ ତାରିଖ ରାତିରେ ଘଟିଥିବା ଗୋଷ୍ଠୀ ସଂଘର୍ଷ ଓ ହତ୍ୟା ଉଦ୍ୟମ ଘଟଣାରେ...

ଜିଲାପାଳ, ଆରଟିଓ ଅଫିସକୁ ବ୍ରହ୍ମପୁର ସ୍ଥାନାନ୍ତର ଦାବି

ବ୍ରହ୍ମପୁର ଅଫିସ,୫ା୧୦-ଗଞ୍ଜାମ ଜିଲା ସଦର ମହକୁମା ତଥା ଜିଲାପାଳଙ୍କ କାର୍ଯ୍ୟାଳୟ ଓ ଜିଲା ପରିବହନ କାର୍ଯ୍ୟାଳୟ(ଆରଟିଓ)କୁ ବ୍ରହ୍ମପୁରକୁ ସ୍ଥାନାନ୍ତର କରିବାକୁ ଦାବି କରିଛି ଭାରତୀୟ ବିକାଶ...

ପୋଖରୀରୁ ମାଛ ଚୋରିକୁ ନେଇ ଗୁଳିମାଡ଼ ଘଟଣା: ମୁଖ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସର ତନାଘନା

ଗୋପାଳପୁର,୧୫।୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବ୍ରହ୍ମପୁର ଗୋଳନ୍ଥରା ଥାନା ଅନ୍ତର୍ଗତ ଟାମଣା କାଳୁଆଘାଟି ନିକଟରେ ଗତ ବୁଧବାର ରାତିରେ ଏକ ପୋଖରୀରୁ ମାଛ ଚୋରି ନେଇ ଦୁର୍ଦ୍ଦାନ୍ତ...

ସରକାରୀ ଦେଶୀମଦ ଭାଟିରେ ବେଆଇନ ମଦ ପ୍ରସ୍ତୁତ ଘଟଣାରେ ୩ ଗିରଫ: ୭୨୦ ଲିଟର ଦେଶୀମଦ ଜବତ

ଦିଗପହଣ୍ଡି,୭।୫(ଡି.ଏନ୍‌.ଏ.): ଦିଗପହଣ୍ଡିରୁ ୨୦ କିଲୋମିଟରରେ ଦୂରରେ ଥିବା କଳବାଡ ଗ୍ରାମ ନିକଟ ସରକାରୀ ଦେଶୀ ମଦଭାଟି ଉପରେ କେ. ନୂଆଗାଁ ପୋଲିସ ବୁଧବାର ଅତର୍କିତ ଚଢ଼ାଉ...

ଲକ୍‌ଡାଉନ୍‌: ପୋଲସରାରୁ ବଲାଙ୍ଗୀର ଅଭିମୁଖେ ଶ୍ରମିକ

ଭଞ୍ଜନଗର/ପୋଲସରା,୮ା୫(ଡି.ଏନ୍‌.ଏ.) : ଲକ୍‌ଡାଉନ୍‌ ଯୋଗୁ ଶ୍ରମିକମାନଙ୍କ ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହିଭଳି ଗଞ୍ଜାମ ଜିଲା ପୋଲସରା ନିକଟସ୍ଥ ହାତୀଓଟ ଏବଂ କେନ୍ଦୁବାଡ଼ି ଅଞ୍ଚଳର...

ତପ୍ତପାଣି ଘାଟିରେ ଓଲଟିଲା ଟ୍ରକ୍‌, ଡ୍ରାଇଭର ମୃତ

ପାଟପୁର,୨୯ା୪-ଗଞ୍ଜାମ-ଗଜପତି ସୀମାନ୍ତ ପାଟପୁର ଥାନା ତପ୍ତପାଣି ଘାଟି ହରିଣ ପାର୍କ ନିକଟରେ ବୁଧବାର ଅପରାହ୍ନ ପ୍ରାୟ ୪ ଟାରେ ଏକ ଟ୍ରକ୍‌ ଓଲଟି ଘଟଣାସ୍ଥଳରେ ଡ୍ରାଇଭରଙ୍କର...

ହରିକୃଷ୍ଣପୁରରେ ଦୋଳପୂର୍ଣିମା, ପାଞ୍ଜିପଢ଼ା

ଶେରଗଡ଼,୧୦ା୩(ଡି.ଏନ.ଏ.)-ଶେରଗଡ଼ ନିକଟସ୍ଥ ହରିକୃଷ୍ଣପୁର ଗ୍ରାମରେ ସୋମବାର ଦୋଳପୂର୍ଣିମା ଓ ପାଞ୍ଜିପଢ଼ା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ରାଧା କୃଷ୍ଣଙ୍କୁ ଦୋଳ ବିମାନରେ ବସାଯାଇ ଗ୍ରାମ...

୧୧୬୧ ଜଣଙ୍କ ୧୪ ଦିନିଆ ଆଇସୋଲେଶନ ଅବଧି ସରିଲା

ଶେରଗଡ଼,୬ା୪(ଡି.ଏନ୍‌.ଏ.)- ଶେରଗଡ଼ ବ୍ଲକକୁ ଗତ ୨୨ ତାରିଖ ପୂର୍ବରୁ ରାଜ୍ୟ ବାହାରୁରୁ ୧୧୬୧ ଜଣ ବ୍ୟକ୍ତି ଫେରିଥିଲେ। ବ୍ଲକ ପ୍ରଶାସନ ଜାଣିବା ପରେ ଗ୍ରାମପଞ୍ଚାୟତ ନୋଡାଲ...

Leave a comment

Your email address will not be published. Required fields are marked *