ଅଟୋ ଶିଳ୍ପରେ ସ୍ଥିତାବସ୍ଥା ଶୀଘ୍ର ଫେରିବ: ମର୍ସିଡିଜ୍‌ ଏମ୍‌ଡି

ଭୁବନେଶ୍ୱର, ୨୭-୮(ବ୍ୟୁରୋ): ଘରୋଇ ବଜାରର ଅଟୋମୋବାଇଲ ଶିଳ୍ପ ବର୍ତ୍ତମାନ ମାନ୍ଦାବସ୍ଥାର ଶିକାର ହୋଇଛି। ଲକଜ୍ୟୁରି କାର ନିର୍ମାଣକାରୀ କମ୍ପାନୀ ମର୍ସିଡିଜ ବେଞ୍ଜ ଇଣ୍ଡିଆ ମଧ୍ୟ ଏହା ଦ୍ୱାରା ପ୍ରଭାବିତ ହୋଇଛି। ଚଳିତ ଆର୍ଥତ୍କ ବର୍ଷ ବର୍ତ୍ତମାନ ସମୟ ପର୍ଯ୍ୟନ୍ତ କମ୍ପାନୀର ବିକ୍ରି ୧୫% କମିଥିବା ଏହାର ଏମ୍‌ଡି ତଥା ସିଇଓ ମାର୍ଟିନ ସିଓ୍ବେଙ୍କ ସୋମବାର ସୂଚନା ଦେଇଛନ୍ତି। ସ୍ଥାନୀୟ ଫୁଲନଖରାଠାରେ କମ୍ପାନୀର ନୂଆ ଡିଲରଶିପକୁ ଉଦ୍‌ଘାଟନ କରି ସିଓ୍ବେଙ୍କ କହିଛନ୍ତି, ମାନ୍ଦାବସ୍ଥା ସତ୍ତ୍ୱେ ଘରୋଇ ବଜାରର ଲକଜ୍ୟୁରୀ କାର ସେଗ୍‌ମେଣ୍ଟରେ ମର୍ସିଡିଜ୍‌ ବଜାର ଲିଡରର ସ୍ଥାନ ବଜାୟ ରଖିଛି। ଅର୍ଥନୀତିରେ ଆସିଥିବା ମାନ୍ଦାବସ୍ଥାର ମୁକାବିଲା ଲାଗି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଘୋଷଣା କରିଥିବା ଆର୍ଥତ୍କ ପ୍ୟାକେଜ ବଜାରର ନଗଦ ଅସୁବିଧାକୁ ପୂରଣ ଦିଗରେ କାର୍ଯ୍ୟ କରିବ। ଏହା ସହ ଗ୍ରାହକ ଏବଂ ଶିଳ୍ପସଂସ୍ଥାଗୁଡିକର ଆତ୍ମବିଶ୍ୱାସ ବୃଦ୍ଧି ଦିଗରେ ଏହା ସହାୟକ ହେବ। ଚଳିତ ଆର୍ଥତ୍କ ବର୍ଷ ଦ୍ୱିତୀୟାର୍ଦ୍ଧରେ ଅଟୋ ଶିଳ୍ପରେ ସ୍ଥିତାବସ୍ଥା ଫେରିବ ବୋଲି ଆଶାବାଦୀ ଥିବା ସିଓ୍ବେଙ୍କ ପ୍ରକାଶ କରିଛନ୍ତି।
କମ୍ପାନୀର ସ୍ଥିତିକୁ ନେଇ ସେ କହିଛନ୍ତି, ଭାରତରେ ମର୍ସିଡିଜର ଭଲ ବ୍ରାଣ୍ଡ ଇମେଜ ରହିଛି। ଏହାକୁ ଧ୍ୟାନରେ ୪୭ ସହରରେ ରଖି ୯୪ ଫାସିଲିଟିରେ ସେବା ଯୋଗାଇ ଦେଉଛୁ। ଦୃଢ ପ୍ରଡକ୍ଟ ଫୋର୍ଟଫୋଲିଓ, ଗ୍ରାହକ କୈନ୍ଦ୍ରିକ ଷ୍ଟ୍ରାଟେଜି ସହ ବଢୁଛୁ। କମ୍ପାନୀର ଦୁଇ ତୃତୀୟାଂଶ ପ୍ରଡକ୍ଟ ବିଏସ୍‌-୬ ଅନୁପାଳନ ଇଞ୍ଜିନ ସହ ଆସୁଛି। ଏହା ବାଦ ଏସ୍‌ୟୁଭି ପୋର୍ଟଫୋଲିଓରେ ଏକ ଶକ୍ତିଶାଳୀ ଅଫରିଂ ପ୍ରଦାନ କରୁଛୁ। ଗ୍ରାହକଙ୍କ ଲାଗି ନୂଆ ଏବଂ ଓନରଶିପ ମଡେଲ ରହିଛି। ଆକର୍ଷଣୀୟ ଫାଇନାନ୍ସରେ ପ୍ରଡକ୍ଟ ଯୋଗାଣ ଏବଂ କଷ୍ଟମରଙ୍କୁ ନିକଟରେ ପହଞ୍ଚିବାକୁ ସର୍ବଦା ପ୍ରୟାସ ଜାରି ରହିଛି। ମଡେଲ ଭିତ୍ତିକ ନିବେଶ କରାଯାଉଛି ବୋଲି ସେ ସ୍ପଷ୍ଟ କରିଛନ୍ତି।
ସିଓ୍ବେଙ୍କ କହିଛନ୍ତି, ଓଡ଼ିଶା ବଜାର ଏକ ଅଭିବୃଦ୍ଧିଶୀଳ ବଜାର। ଏଠାରେ କମ୍ପାନୀ ଭଲ ପରଫରମାନ୍ସ କରିବ। ସେହିଭଳି କମ୍ପାନୀ ପକ୍ଷରୁ ଲୋକଙ୍କୁ ଛଟେଇ ଯୋଜନା ନାହିଁ। ବଜାରକୁ ନେଇ ଆମେ ଆଶାବଦୀ ରହିଛୁ। ଶୀଘ୍ର ଭଲ ବିକ୍ରି ଅଭିବୃଦ୍ଧି ଆସିବ। ମର୍ସିଡିଜ ପାଇଁ ଭାରତ ଏକ ପ୍ରମୁଖ ବଜାର ହୋଇଥିବାରୁ ଆଗାମୀ ୩ ମାସରେ ନୂଆ ଏସ୍‌ୟୁଭି ମଡେଲ ଆଣିବା ଲାଗି ଯୋଜନା ରହିଛି। ଘରୋଇ ବଜାରର ମୋଟ ପାସେଞ୍ଜର ଯାନ ମଧ୍ୟରୁ ଲକଜ୍ୟୁରୀ କାରର ଅଂଶ ମାତ୍ର ୧.୩% ରହିଛି। ଏପରିସ୍ଥଳେ ଅଭିବୃଦ୍ଧି ନେଇ ଅନେକ ସୁଯୋଗ ରହିଥିବା ସେ ଆଶା ରଖିଛନ୍ତି।
ଖୋଲିଲା ନୂଆ ଡିଲରଶିପ
ମର୍ସିଡିଜ ଏହାର ସମ୍ପ୍ରସାରଣ ଯୋଜନା ଅନ୍ତର୍ଗତ ନୂଆ ଡିଲରଶିପ ଫୁଲନଖରାଠାରେ ଖୋଲିଛି। ଟି ଆଣ୍ଡ ଟି ମୋଟର୍ସ ଆନୁକୂଲ୍ୟରେ ଏହି ନୂଆ ଡିଲରଶିପ ଶୁଭାରମ୍ଭ ହୋଇଛି। ଏଥିରେ ୩ଏସ୍‌ ସୁବିଧା ଗ୍ରାହକ ଲାଭ କରିପାରିବେ। ଏହି ନୂଆ ଫାସିଲିଟି ଦ୍ୱାରା କମ୍ପାନୀ ଭୁବନେଶ୍ୱର ସମେତ କଟକ, ରାଉରକେଲା, ସମ୍ବଲପୁର ଏବଂ ରାଜ୍ୟର ଅନ୍ୟ ଅଞ୍ଚଳଗୁଡିକରେ ପ୍ରଡକ୍ଟ ଏବଂ ସେବା ଯୋଗାଇ ଦେବ। ଏଥିରେ ୮.୫ କୋଟି ଟଙ୍କା ନିବେଶ ହୋଇଛି। ମୋଟ ୪୦,୦୦୦ ବର୍ଗଫୁଟ ସ୍ଥାନରେ ଏହା ଅବସ୍ଥିତ। ୩୦ ପେସାଦାର ଷ୍ଟାଫ, ୬ କାର ଡିସ୍ପଲେ, ୧୦ ଉତ୍ପାଦକ ସର୍ଭିସ ବେ ଏବଂ ବର୍ଷକୁ ୩,୫୦୦ କାର ସର୍ଭିସ ହେଲା ଭଳି ସୁବିଧା କରାଯାଇଛି। ଏଠାରେ କାଫେ ମର୍ସିଡିଜ, ମର୍ସିଡିଜ ବେଞ୍ଜ ଆସେସୋରିଜ, ମାର୍ଚାଣ୍ଡାଇଜ ସେକ୍ସନ, ଗ୍ରାହକ ଲାଇଞ୍ଜ ସ୍ଥାପନା କରାଯାଇଛି। କାର୍ଯ୍ୟକ୍ରମ ଅବସରରେ ଟି ଆଣ୍ଡ ଟି ମୋଟର୍ସ ଏମ୍‌ଡି ବିଦୂର ତଲଓ୍ବାର, ଡାଇରେକ୍ଟର ରୋହନ ତଲଓ୍ବାର ପ୍ରମୁଖ ଉପସ୍ଥିତ ଥିଲେ।


All Right Reserved By

ଏୟାର ଇଣ୍ଡିଆରେ ଚାକିରି ଲାଗି ଜାଲ୍‌ ବିଜ୍ଞାପନ

ନୂଆଦିଲ୍ଲୀ,୨୯-୮: ରାଷ୍ଟ୍ରାୟତ୍ତ ବିମାନ କମ୍ପାନୀ ଏୟାର ଇଣ୍ଡିଆରେ ଚାକିରି ଲାଗି ଏକ ଜାଲ୍‌ ବିଜ୍ଞାପନ ପ୍ରକାଶ ପାଇବା ନେଇ ହଇଚଇ ସୃଷ୍ଟି ହୋଇଛି। କମ୍ପାନୀରେ ମୋଟ...

ସୁନା ଚୋରାକାରବାର ବଢ଼ିବ

ନୂଆଦିଲ୍ଲୀ,୭-୭: ବଜେଟରେ ସୁନା ଆମଦାନୀ ଉପରେ ସୀମାଶୁଳ୍କକୁ ୧୦ରୁ ୧୨.୫%କୁ ବୃଦ୍ଧି କରାଯାଇଥିବାରୁ ଏହି ଦାମୀ ଧାତୁର ଚୋରାକାରବାର ବ୍ୟାପକ ହେବ ବୋଲି ଜେମ୍ସ ଆଣ୍ଡ...

ଡେଲ୍‌,ଜିପ୍‌,ଏଲ୍‌ଆଇସି ଦେଶର ଭରସାଯୁକ୍ତ ବ୍ରାଣ୍ଡ

ନୂଆଦିଲ୍ଲୀ,୫-୬: ଲାପ୍‌ଟପ୍‌ କମ୍ପାନୀ ଡେଲ୍‌ ଭାରତର ସବୁଠାରୁ ଭରସାଯୋଗ୍ୟ ବ୍ରାଣ୍ଡ। ଏହାପରେ ଗାଡ଼ି କମ୍ପାନୀ ଜୀପ ଓ ବୀମା କ୍ଷେତ୍ରର ଶୀର୍ଷ କମ୍ପାନୀ ଏଲ୍‌ଆଇସି ରହିଛି।...

ମିଥ୍ୟା ବିଜ୍ଞାପନ ଦ୍ୱାରା ଠକିଲେ ହେବ ୨ ବର୍ଷ ଜେଲ; ଖାଉଟି ସୁରକ୍ଷା ବିଲ୍‌ ଲୋକ ସଭାରେ ପାସ୍‌

ନୂଆଦିଲ୍ଲୀ,୩୧-୭: ଖାଉଟି ସୁରକ୍ଷା ବିଲ୍‌ ମଙ୍ଗଳବାର ଲୋକସଭାରେ ପାସ୍‌ ହୋଇଛି। ଗ୍ରାହକଙ୍କ ସ୍ବାର୍ଥ ରକ୍ଷା ଦିଗରେ ଏହି ବିଲ୍‌ ସହାୟକ ହେବ ବୋଲି ବିଶେଷଜ୍ଞମାନେ କହିଛନ୍ତି।...

ବିଓବିରେ ମିଶ୍ରଣର ପ୍ରଭାବ;୯୦୦ ଶାଖା ବନ୍ଦ ହେବା ସମ୍ଭାବନା

ନୂଆଦିଲ୍ଲୀ,୨୦-୫: ବ୍ୟାଙ୍କ ଅଫ୍‌ ବରୋଦା(ବିଓବି) ସହ ଅନ୍ୟ ଦୁଇଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କର ମିଶ୍ରଣ ପରେ ଏବେ ୮୦୦ରୁ ୯୦୦ ଶାଖା ବନ୍ଦ ହୋଇଯିବ ଅଥବା ସ୍ଥାନାନ୍ତରିତ...

ଟୟୋଟା ଆଣିଲା ନୂଆ ପ୍ରିମିୟମ ହ୍ୟାଚ୍‌ ବ୍ୟାକ୍‌ ଗ୍ଲାଞ୍ଜା

ନୂଆଦିଲ୍ଲୀ,୭-୬: ଟୟୋଟା କିର୍ଲୋସ୍କାର ମୋଟର୍ସ (ଟିକେଏମ୍‌) ପକ୍ଷରୁ ପ୍ରିମିୟମ ହ୍ୟାଚ୍‌ବ୍ୟାଚ୍‌ ସେଣ୍ଟମେଣ୍ଟରେ ପ୍ରବେଶ ପୂର୍ବକ ନୂଆ ‘ଟୟୋଟା ଗ୍ଲାଞ୍ଜା’ ମଡେଲ ବଜାର ଆସିଛି। ଯୁବବର୍ଗଙ୍କ ଚାହିଦାକୁ...

ବିପିସିଏଲ୍‌ ଆଉଟଲେଟରେ ଡିଜିଟାଲ ବ୍ୟାଙ୍କିଙ୍ଗ୍‌ ସେବା

ଭୁବନେଶ୍ୱର,୧।୮, (ବ୍ୟୁରୋ)  ସାରା ରାଜ୍ୟରେ ଥିବା ଭାରତ ପେଟ୍ରୋଲିୟମ କର୍ପୋରେଶନ ଲିମିଟେଡ(ବିପିସିଏଲ୍‌) ଆଉଟଲେଟଗୁଡିକ ଡିଜିଟାଲ ବ୍ୟାଙ୍କିଙ୍ଗ୍‌ ପଏଣ୍ଟ ଭାବେ କାର୍ଯ୍ୟ କରିବ। ଓଡିଶାରେ କମ୍ପାନୀର ମୋଟ...

ଶାକାହାରୀ ଯାତ୍ରୀଙ୍କୁ ମାଂସାହାରୀ ଖ୍ୟାଦ୍ୟ ପରଷି ଅଡ଼ୁଆରେ ଏୟାର ଏସିଆ ବିମାନ: ଲାଗିଲା ଦେଢ଼ଲକ୍ଷ ଟଙ୍କାର ଜରିମାନା

ଅମୃତଶର,୨୭।୫: ଜଣେ ଶାକାହାରୀ ଯାତ୍ରୀଙ୍କୁ ବିମାନରେ ମାଂସାହାରୀ ଖାଦ୍ୟ ଦେଇ ହଇରାଣ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ କନଜ୍ୟୁମର କୋର୍ଟରେ ଅଭିଯୋଗ କରାଯାଇଥିବା ବେଳେ ଏବେ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *