ଚନ୍ଦନକାଠ ଚୋରି ଘଟଣାର ପର୍ଦ୍ଦାଫାଶ, ୬ ଗିରଫ

ଅନୁଗୋଳ ଅଫିସ, ୨୭।୮

ଅନୁଗୋଳ ପୋଲିସ ଟ୍ରେନିଂ କଲେଜ (ପିଟିସି) ଓ ଅଙ୍ଗାରବନ୍ଧ ମହିମା ଗାଦି ମଠରୁ ଚନ୍ଦନ ଗଛ ଚୋରି ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ। ଏହି ଚୋରି ଗ୍ୟାଙ୍ଗର ୬ ସଦସ୍ୟଙ୍କୁ ଗିରଫ ପରେ କୋର୍ଟଚାଲାଣ କରାଯାଇଥିବା ବେଳେ ୨ଜଣ ଏବେ ବି ଫେରାର ରହିଥିବା ପୋଲିସ ସୂଚନା ଦେଇଛି। ଅଭିଯୁକ୍ତମାନଙ୍କ ନିକଟରୁ ଦୁଇଟି ଅଢ଼େଇ ଫୁଟର ଚନ୍ଦନ କାଠ ଓ ଗଛ କଟା କରତ ଜବତ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ପ୍ରଗତିନଗର ଅଞ୍ଚଳର ଶିଶିର ବାରିକ, ବଉଳିଗଡ଼ ଅଞ୍ଚଳର ଯୁଗଳ ବାରିକ, ଅଙ୍ଗାରବନ୍ଧ ଚଟିଆମୁଣ୍ଡା ଅଞ୍ଚଳର ସନ୍ତୋଷ ବାରିକ, ଶଙ୍କର ବାରିକ, ତୁରଙ୍ଗ ଅଞ୍ଚଳର କୁନା ବେହେରାଓ ଚଟିଆମୁଣ୍ଡା ଅଞ୍ଚଳର ଜଣେ ନାବାଳକ। ନଂ. ୬୦୧/୧୯ ଓ ୬୦୩/୧୯ରେ ଏମାନଙ୍କୁ କୋର୍ଟଚାଲାଣ କରାଯାଇଛି।
ପୋଲିସ କହିଛି, ଗତ ୬ ତାରିଖ ରାତିରେ ପିଟିସି ପରିସରରୁ ଚନ୍ଦନ ଗଛ ଚୋରି ହୋଇଥିଲା। ଏହା ପର ଦିନ ଅର୍ଥାତ ୭ ତାରିଖ ରାତିରେ ଅଙ୍ଗାରବନ୍ଧ ମହିମା ମଠରୁ ମଧ୍ୟ ଏକ ଚନ୍ଦନ ଗଛକୁ ଦୁର୍ବୃତ୍ତମାନେ କାଟି ନେଇଥିବା ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ପୋଲିସ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରି ତଦନ୍ତ ଚଳାଇଥିଲା। ପ୍ରଥମେ ସମ୍ପୃକ୍ତ ନାବାଳକଙ୍କୁ ଧରିବା ପରେ ପୋଲିସ ଅନ୍ୟମାନଙ୍କ ନିକଟରେ ପହଞ୍ଚିଥିଲା। ଚୋରି ଘଟଣାରେ ସମ୍ପୃକ୍ତ ଏହି ୮ ଜଣିଆ ଗ୍ୟାଙ୍ଗ ସୌକ ମେଣ୍ଟାଇବାକୁ ଏପରି ଚୋରି କରୁଥିବା ପୋଲିସ ଆଗରେ ସ୍ବୀକାର କରିଛନ୍ତି। ପିଟିସି ପରିସରରୁ ଚୋରି ଚନ୍ଦନ ଗଛକୁ ୩ ପିସ୍‌ କରାଯାଇଥିବା ବେଳେ ଦୁଇ ପିସ୍‌ ବିକ୍ରି ହୋଇଯାଇଛି। ଅନ୍ୟ ଏକ ପିସ୍‌କୁ ପୋଲିସ ଜବତ କରିଛି। ସେହିପରି ଅଙ୍ଗାରବନ୍ଧ ମହିମା ମଠରୁ ଚୋରି ଚନ୍ଦନ ଗଛର ଗୋଟିଏ ପିସ୍‌କୁ ପୋଲିସ ଜବତ କରିଛି। ଏହି ଗ୍ୟାଙ୍ଗକୁ ଧରିବା ପାଇଁ ପୋଲିସ ୧୫ ଦିନ ଧରି ଉଦ୍ୟମ ଚଳାଇଥିଲା। ଏସ୍‌ଆଇ ପ୍ରକାଶ ମାଝିଙ୍କ ନେତୃତ୍ୱରେ ଗଢ଼ାଯାଇଥିବା ଟିମ୍‌ରେ ତଦନ୍ତକାରୀ ଅଧିକାରୀ ଏସ୍‌ଆଇ ବିପ୍ଳବ ସାହୁ, ଏଏସ୍‌ଆଇ ଜୟ ସାହୁ ରହିଥିଲେ।


All Right Reserved By Dharitri.Com

ଅବିରରୁ ହୋଲି ପାର୍ଟି

ଭୁବନେଶ୍ୱର,୯।୩(ବ୍ୟୁରୋ): ନବରାତ୍ର ହେଉ କି ହୋଲି, ଦୀପାବଳି। ଦେଶର ବିଭିନ୍ନ ପ୍ରାନ୍ତରେ ଏହି ଉତ୍ସବକୁ ଭିନ୍ନ ଶୈଳୀରେ ପାଳନ କରାଯାଉଥିବା ଦେଖିବାକୁ ମିଳିଥାଏ। ହେଲେ ବର୍ତ୍ତମାନର...

ତଳେ ବସି ପ୍ରବେଶିକା ପରୀକ୍ଷା ଦେଲେ ଛାତ୍ରୀଛାତ୍ର

ତେଲକୋଇ, ୧୨।୧(ଡି.ଏନ.ଏ.)-ତେଲକୋଇ ଉଚ୍ଚ ବିଦ୍ୟାଳୟରେ ଶନିବାର ବ୍ଲକସ୍ତରୀୟ ୫ମ ଶ୍ରେଣୀ ଛାତ୍ରୀଛାତ୍ରଙ୍କ ପ୍ରବେଶିକା ପରୀକ୍ଷା ହୋଇଛି। ଏଥିରେ ବ୍ଲକର ୪୭୯ ଜଣ ଛାତ୍ରୀଛାତ୍ର ସାମିଲ ହୋଇଥିଲେ...

ଘରୋଇ ଛାତ୍ରୀନିବାସରେ ଅଗ୍ନିକାଣ୍ଡ

କଟକ ଅଫିସ୍‌,୧୨ା୨: କଟକ ସହର ମୁରାଦ୍‌ଘାଁପାଟଣା ଗଳିରେ ଥିବା ଏକ ଘରୋଇ ଛାତ୍ରୀନିବାସର ରୋଷେଇ ଶାଳ ଗ୍ୟାସ୍‌ଟାଙ୍କିରେ ବୁଧବାର ଅପରାହ୍ନରେ ନିଆଁ ଲାଗିଯାଇଥିଲା। ଟାଙ୍କିରୁ ଗ୍ୟାସ୍‌...

ଆଜି ବି ଚାଲିବ ପରୀକ୍ଷା ସ୍ପେଶାଲ ଟ୍ରେନ୍‌

ଭୁବନେଶ୍ୱର, ୧୮।୧୦(ବ୍ୟୁରୋ): ଆଜି ଅର୍ଥାତ୍‌ ଶୁକ୍ରବାର ଏକ ପରୀକ୍ଷା ସ୍ପେଶାଲ ଟ୍ରେନ୍‌ ଚାଲିବ। ଏ ନେଇ ପୂର୍ବତଟ ରେଲଓ୍ବେ ପକ୍ଷରୁ ସୂଚନା ଦିଆଯାଇଛି। ଉକ୍ତ ଟ୍ରେନ୍‌ଟି...

୨୦ ହଜାର ଲାଞ୍ଚ: ସହକାରୀ ନିର୍ଦ୍ଦେଶକ ଗିରଫ: ଘରୁ ବାହାରିଲା ୧୮ ଲକ୍ଷ ୩୦ ହଜାର ଟଙ୍କା

କଟକ ଅଫିସ, ୬।୧୧:ଓଡ଼ିଶା ଟେକ୍ସଟ୍‌ ବୁକ ପ୍ରଡକ୍ସନ ଆଣ୍ଡ ମାର୍କେଟିଂର ସହକାରୀ ନିର୍ଦ୍ଦେଶକ ପ୍ରସନ୍ନ କୁମାର ସେନାପତିଙ୍କୁ ଭିଜିଲାନ୍ସ ମଙ୍ଗଳବାର ଗିରଫ କରିଛି। ୨୦ହଜାର ଟଙ୍କା...

ରାଜ୍ୟ ସରକାରଙ୍କୁ ବିଜୟଙ୍କ କଟାକ୍ଷ: ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ଉଚ୍ଛେଦ ଏକ ଦିଗହରା ନିଷ୍ପତ୍ତି, ରଣକ୍ଷେତ୍ର ପାଲଟିଲାଣି ଶ୍ରୀକ୍ଷେତ୍ର

ଭୁବନେଶ୍ୱର, ୪।୯(ବ୍ୟୁରୋ): ଶ୍ରୀମନ୍ଦିର ମେଘନାଦ ପାଚେରି କଡ଼ରୁ ୭୫ ମିଟର ପରିଧି ମଧ୍ୟରେ କରାଯାଉଥିବା ଉଚ୍ଛେଦକୁ ନେଇ ବିଷଦ୍‌ଗାର କରିଛନ୍ତି ବରିଷ୍ଠ ଭାଜପା ନେତା ବିଜୟ...

ରାଜ୍ୟରେ ୧୨.୪୪ ଲକ୍ଷ ଭିନ୍ନକ୍ଷମ: ମନ୍ତ୍ରୀ

ଭୁବନେଶ୍ୱର,୧୫।୨(ବ୍ୟୁରୋ): ୨୦୧୧ ଜନଗଣନା ଅନୁଯାୟୀ ରାଜ୍ୟରେ ୧୨ ଲକ୍ଷ ୪୪ ହଜାର ୪୦୨ଜଣ ଭିନ୍ନକ୍ଷମ ଅଛନ୍ତି। ସେମାନଙ୍କୁ ୨୧ଟି ଭାଗରେ ଶ୍ରେଣୀଭୁକ୍ତ କରାଯାଇଛି। ସେମାନଙ୍କ ଶିକ୍ଷା...

ଧାରଣାରତ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ: ଅଭିଯୁକ୍ତ କୋର୍ଟଚାଲାଣ

ଭୁବନେଶ୍ୱର, ୭।୧୦(ବ୍ୟୁରୋ): ଧାରଣାରତ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ ହୋଇଛି। ଅନ୍ୟ କୌଣସି ନୁହେଁ ବରଂ ରାଜଧାନୀ ଭୁବନେଶ୍ୱେରର ଲୋୟର ପିଏମ୍‌ଜିରେ ଘଟିଛି ଏହି ଘଟଣା। କୋରାପୁଟ...

Leave a comment

Your email address will not be published. Required fields are marked *