Posted inଜାତୀୟ

ହୃଦଘାତରେ ଚାଲିଗଲା ୪ ପୋଲିଂ କର୍ମଚାରୀ ଜୀବନ

ଲକ୍ଷ୍ନୌ/ଭୋପାଳ, ୧୯।୫: ଶେଷ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ପାଇଁ ଚାଲିଛି ଭୋଟଗ୍ରହଣ ପ୍ରକ୍ରିୟା। ଭୋଟ ଚାଲିଥିବାବେଳେ ଉତ୍ତର ପ୍ରଦେଶରେ ଦୁଇ ଏବଂ ମଧ୍ୟ ପ୍ରଦେଶରେ ୪ଜଣ ପୋଲିଂ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଉତ୍ତର ପ୍ରଦେଶର ଗୋରଖପୁର ଜିଲାର ମାଧୋପୁର ପ୍ରାଥମିକ ବିଦ୍ୟାଳୟର ବୁଥ୍‌ ନଂ ୩୮୧ରେ କାର୍ଯ୍ୟ କରୁଥିବା ବେଳେ ହଠାତ୍‌ ଜଣେ ପୋଲିଂ କର୍ମଚାରୀଙ୍କୁ ହୃତଘାତ ହୋଇଥିଲା ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା। ସେହିପରି କୁପଓ୍ବାରେ ୨୧୩ନଂ ବୁଥରେ ମଧ୍ୟ ଜଣେ ପୋଲି କର୍ମାଚରୀଙ୍କ ହୃତଘାତରେ ପରଲୋକ ଘଟିଛି। ମଧ୍ୟ ପ୍ରଦେଶର ଧାର ଲୋକ ସଭା ଆସନର ଜଲଓ୍ବତ ପୋଲିଂ ବୁଥ୍‌ରେ ନିୟୋଜିତ ଥିବା ଗୁରୁ ସିଂ ଚୋଗଡ ନାମକ ଜଣେ କର୍ମଚାରୀଙ୍କୁ ରବିବାର ସକାଳୁ ମୃତ୍ୟୁ ହୋଇଥିଲା। ସେହିପରି ଦେବାସ ଲୋଭ ସଭା ଆସନ ପାଇଁ ନିର୍ବାଚନ ହେଉଥିବାବେଳେ ଜଣେ ପୋଲିଂ କର୍ମାଚରୀଙ୍କ ମୃତ୍ୟୁ ଘଟିଛି। ସୂଚନାଯୋଗ୍ୟ, ଶେଷ ପର୍ଯ୍ୟାୟରେ ଉତ୍ତର ପ୍ରଦେଶର ୧୩ଟି ଏବଂ ମଧ୍ୟ ପ୍ରଦେଶର ୮ଟି ଲୋକ ସଭା ଆସନ ପାଇଁ ଭୋଟଗ୍ରହଣ ପ୍ରକ୍ରିୟା ଚାଲିଛି।


All Right Reserved By

ଗଙ୍ଗା ନଦୀର ପାଣି ପିଇବା ଓ ଗାଧୋଇବା ପାଇଁ ଅନୁପଯୁକ୍ତ: ସିପିସିବି

ନୂଆଦିଲ୍ଲୀ, ୩୦।୫: ଗଙ୍ଗା ନଦୀର ପାଣି ପାନୀୟ ଜଳ ପାଇଁ ଉପଯୁକ୍ତ ନୁହେଁ ବୋଲି କହିଛି କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ସିପିସିବି)। ଏଥିସହ ଗଙ୍ଗା ନଦୀ...

ପ୍ରଜାପତି ଉଡାଇଲେ ମୋଦି

କେବଡିଆ,୧୭।୯: ପ୍ରଧାନମନ୍ତ୍ରୀ ନରନ୍ଦ୍ର ମୋଦି ମଙ୍ଗଳବାର ୬୯ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ସେ ଗୁଜରାଟର ନର୍ମଦା ନଦୀ ନିକଟରେ ଥିବା ଷ୍ଟାଚ୍ୟୁ ଅଫ୍‌...

ସିଦ୍ଧୁଙ୍କୁ ଆଉ ଏକ ଝଟକା

ଚଣ୍ଡିଗଡ଼,୯ା୬-ପଞ୍ଜାବ ସରକାରରେ କ୍ୟାବିନେଟ ମନ୍ତ୍ରୀ ଥିବା ନବଜ୍ୟୋତ୍‌ ସିଂ ସିଦ୍ଧୁଙ୍କୁ ଆଉ ଏକ ଝଟକା ଲାଗିଛି। ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ରବିବାର ସରକାରୀ...

ଫ୍ରାନ୍ସ୍‌-ସୌଦି-ବାହାରିନ୍‌ ଗସ୍ତରେ ମୋଦି: ଜି-୭ ଶିଖର ସମ୍ମିଳନୀରେ ଯୋଗ ଦେବେ

ନୂଆଦିଲ୍ଲୀ,୨୨।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଫ୍ରାନ୍ସ୍‌-ସୌଦି-ବାହାରିନ୍‌ ଗସ୍ତରେ ଯାଇଛନ୍ତି। ସେ ପ୍ରଥମେ ଫ୍ରାନ୍ସ ଗସ୍ତ କରିବେ। ଏହା ପରେ ସୌଦି ଏବଂ ବାହାରିନ୍‌ ଗସ୍ତରେ...

ସ୍ତ୍ରୀଙ୍କ ପାଇଁ ପ୍ରଚାର କଲେ ଶତ୍ରୁଘ୍ନ ସିହ୍ନା: କଂଗ୍ରେସ କହିଲା, ପ୍ରଥମେ ଦଳୀୟ ଧର୍ମ ନିଭାନ୍ତୁ

ଲକ୍ଷ୍ନୌ, ୧୮।୪: ଭାଜପା ଛାଡି କଂଗ୍ରେସରେ ଯୋଗଦେବାର ମାସେ ନ ପୂରୁଣ ଶତ୍ରୁଘ୍ନ ସିହ୍ନାଙ୍କ ନାଁରେ ଦଳରେ ବିରୋଧାଭାସ ଉଠିଛି। କଂଗ୍ରେସରେ ଥାଇ ଲକ୍ଷ୍ନୌ ଲୋକ...

ଭଗବାନ ବିଷ୍ଣୁଙ୍କୁ ଧ୍ୟାନ କରିବାକୁ ବଦ୍ରିନାଥ ପହଞ୍ଚିଲେ ମୋଦି

ଉତ୍ତରାଖଣ୍ଡ,୧୯।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେଦାରନାଥ ଦର୍ଶନ କରିବା ପରେ ରବିବାର ସକାଳୁ ଭଗବାନ ବିଷ୍ଣୁଙ୍କୁ ଧ୍ୟାନ କରିବାକୁ ବଦ୍ରିନାଥ ପହଞ୍ଚିଛନ୍ତି। ମନ୍ଦିରରେ ପୂଜା ସାରି...

୭୬ ଭାରତୀୟ, ୪୧ ପାକିସ୍ତାନ ନାଗରିକଙ୍କୁ ଆଣି ଦିଲ୍ଲୀରେ ପହଞ୍ଚିଲା ସମଝୌତା ଏକ୍ସପ୍ରେସ୍‌

ନୂଆଦିଲ୍ଲୀ, ୯।୮: ୭୬ ଭାରତୀୟ, ୪୧ ପାକିସ୍ତାନ ନାଗରିକଙ୍କୁ ଆଣି ଦିଲ୍ଲୀ ପହଞ୍ଚିଛି ସମଝୌତା ଏକ୍ସପ୍ରେସ୍‌। ଗୁରୁବାର ପାକିସ୍ତାନ ଟ୍ରେନକୁ ଅଟାରି ରେଳ ଷ୍ଟେଶନରେ ଛାଡି...

ୟୁପିରେ ୧୫୦ ମେଡିିକାଲ ଛାତ୍ରଙ୍କୁ ର଼୍ୟାଗିଂ : ଲଣ୍ଡାକରି ରାସ୍ତାରେ ବୁଲାଇଲେ

ଲକ୍ଷ୍ନୌ, ୨୨ା୮(ପି.ଟି.): ଉତ୍ତରପ୍ରଦେଶ(ୟୁପି)ର ସଇଫାଇଠାରେ ଥିବା ମେଡିକାଲ ସାଇନ୍ସ ବିଶ୍ୱବିଦ୍ୟାଳୟରେ ନବାଗତ ୧୫୦ ମେଡିକାଲ ଛାତ୍ରଙ୍କୁ ର଼୍ୟାଗିଂ କରାଯାଇଛି। ବରିଷ୍ଠ ଛାତ୍ରମାନଙ୍କ ନିର୍ଦ୍ଦେଶ କ୍ରମେ ପ୍ରଥମ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *