Posted inଖେଳ

ମୁମ୍ବାଇ ଦଳରେ ଅର୍ଜୁନ

ମୁମ୍ବାଇ, ୨୭।୮- କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ମୁମ୍ବାଇ କ୍ରିକେଟ୍‌ ଦଳରେ ସ୍ଥାନ ପାଇଛନ୍ତି। ନାଗପୁରରେ ସେପ୍ଟେମ୍ବର ୫ରୁ ହେବାକୁ ଥିବା ‘ବପୁନା କପ୍‌’ ଲାଗି ସୋମବାର ମୁମ୍ବାଇ କ୍ରିକେଟ୍‌ ଆସୋସିଏଶନ (ଏମ୍‌ସିଏ) ପକ୍ଷରୁ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ୧୫ ଜଣିଆ ମୁମ୍ବାଇ ଦଳ ଘୋଷଣା କରାଯାଇଛି। ଯେର୍ଉଥିରେ ବାମହାତୀ ଦ୍ରୁତ ବୋଲର ଅର୍ଜୁନଙ୍କୁ ସୁଯୋଗ ମିଳିଛି। ଘରୋଇ କ୍ରିକେଟ୍‌ ସିଜନ ପୂର୍ବରୁ ବିଦର୍ଭ କ୍ରିକେଟ୍‌ ଆସୋସିଏଶନ ପକ୍ଷରୁ ପ୍ରତିବର୍ଷ ଏହି ଟୁର୍ନାମେଣ୍ଟ ଆୟୋଜନ କରାଯାଇଥାଏ। ଚଳିତ ବର୍ଷ ଏହାକୁ ୫୦ ଓଭର ବିଶିଷ୍ଟ କରାଯାଇଛି। ୧୯ ବର୍ଷୀୟ ଅର୍ଜୁନ ଏଥିପୂର୍ବରୁ ଗତବର୍ଷ ଟି୨୦ ମୁମ୍ବାଇ ଲିଗ୍‌ରେ ଖେଳିଥିଲେ। ନିଲାମୀରେ ତାଙ୍କୁ ୫ ଲକ୍ଷ ଟଙ୍କାରେ କ୍ରୟ କରାଯାଇଥିଲା। ମୁମ୍ବାଇ ଦଳ: ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ଆଦିତ୍ୟ ତାରେ, ଜୟ ବିସ୍ତ, ସର୍ଫରାଜ ଖାଁ, ଶୁଭମ ରଞ୍ଜନ, ରନୁକ ଶର୍ମା, ଏକନାଥ କେର୍କର, ସୁଫିୟାନା ଶୈଖ, ଆକାଶ ପାର୍‌କର, ଶାମ୍ସ ମୁଲାନି, ଆଦିତ୍ୟ ଧୁମାଲ, ଶଶାଙ୍କ ଅତ୍ରାଡେ, ଆକିବ୍‌ କ୍ୟୁରେଶି, କୃଥିକ ହଙ୍ଗ୍‌ଭାଡି ଓ ଅର୍ଜୁନ ତେନ୍ଦୁଲକର।


All Right Reserved By Dharitri.Com

Posted inଖେଳ View All

ମେଓ୍ବେଦର ଚାଇନା ବକ୍ସିଂ ଟିମ୍‌ର ସ୍ବତନ୍ତ୍ର ପରାମର୍ଶଦାତା ନିଯୁକ୍ତ, ରିଙ୍ଗ୍‌ରେ ରହିଛି ୫୦-୦ ରେକର୍ଡ

ସାଂଘାଇ, ୨୩ା୭ (ଏଏଫ୍‌ପି)- ଚାଇନା ୨୦୨୦ ଟୋକିଓ ଅଲିମ୍ପିକ୍ସରେ ଏହାର ପଦକ ସଂଖ୍ୟା ବୃଦ୍ଧି କରିବା ଲକ୍ଷ୍ୟରେ ରହିଛି। ଏହି ପରିପ୍ରେକ୍ଷୀରେ ଚାଇନିଜ ବକ୍ସିଂ ଫେଡେରେଶନ...

୮୫ବର୍ଷରେ ଅବସର ନେବେ ପେସ୍‌ ବୋଲର

ଲଣ୍ଡନ,୨୮ା୮(ଏଏଫ୍‌ପି)-ଓ୍ବେଷ୍ଟଇଣ୍ଡିଜ କିମ୍ବଦନ୍ତୀ ଭିଭିଆନ ରିଚାର୍ଡ, ଗ୍ୟାରି ସୋବର୍ସ ଏବଂ ଫ୍ରାଙ୍କ୍‌ ଓରେଲ୍‌ଙ୍କ ଭଳି କିମ୍ବଦନ୍ତୀ ଖେଳାଳିଙ୍କ ସହିତ ଯଦିଓ ସମକକ୍ଷ ନୁହଁନ୍ତି କିନ୍ତୁ କ୍ରିକେଟରେ ଅଧିକ...

ଆଇ-ଲିଗ୍‌:ଇଷ୍ଟବେଙ୍ଗଲର ପ୍ରଥମ ବିଜୟ

ଇମ୍ଫାଲ, ୧୧ା୧୨ (ପି.ଟି.)-ଚଳିତ ଆଇ-ଲିଗ୍‌ ସିଜନରେ ଇଷ୍ଟ ବେଙ୍ଗଲ ଏାହର ପ୍ରଥମ ବିଜୟ ହାସଲ କରିଛି। ସ୍ଥାନୀୟ ଖୁମାନ ଲାମ୍ପାକ ଷ୍ଟାଡିୟମରେ ମଙ୍ଗଳବାର ଖେଳାଯାଇଥିବା ନେରୋକା...

ଜ୍ୟାକ୍‌ କାଲିସ୍‌ ଗୋଟିଏ ପାର୍ଶ୍ୱ ନିଶ କାଟି ଛାଡିଲେ ଫଟୋ, କାରଣ ଜାଣିଲେ କରିବେ ସଲାମ୍‌

ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଲରାଉଣ୍ଡର ଜ୍ୟାକ୍‌ କାଲିଲ ନିଜ ସୋସିଆଲ ଆକାଉଣ୍ଟରେ ଏକ ଫଟୋ ଛାଡିଛନ୍ତି। ଯାହାକୁ ନେଇ ଏବେ ଜୋରଦାର ଚର୍ଚ୍ଚା ଚାଲିଛି। ଏହି...

ଏନ୍‌ବିଏ: ସାକ୍ରାମେଣ୍ଟୋକୁ ହରାଇଲା ଇଣ୍ଡିଆନା

ମୁମ୍ବାଇ,୫।୧୦(ପି.ଟି.)- ଆମେରିକାର ଜଣାଶୁଣା ବାସ୍କେଟବଲ୍‌ ଲିଗ୍‌ ଏନ୍‌ବିଏ ଭାରତରେ ପଦାର୍ପଣ କରିଛି। ଶୁକ୍ରବାର ଏଠାରେ ପ୍ରଥମ ଏନ୍‌ବିଏ ମ୍ୟାଚ୍‌ ଅନୁଷ୍ଠିତ ହୋଇଛି। ଏହି ଐତିହାସିକ ମ୍ୟାଚ୍‌ରେ...

ଅଜୟ ଜାଡେଜାଙ୍କୁ ପୂରିଲା ୪୯: ମାଧୁରୀଙ୍କ ସହ ଥିଲା ପ୍ରେମ ସମ୍ପର୍କ

ମୁମ୍ବାଇ, ୧।୨: ଭାରତୀୟ କ୍ରିକେଟର ଅଜୟ ଜାଡେଜା ଖେଳ ପଡ଼ିଆରୁ ବିଦାୟ ନେଇଥିଲେ ମଧ୍ୟ ଏବେ ବି କ୍ରିକେଟ୍‌ ନିଶା ଛାଡି ନାହାଁନ୍ତି। କେତେକ ସମୟରେ...

ବିଜୟ ହଜାରେ ଟ୍ରଫି: ଶୁଭ୍ରାଂଶୁଙ୍କ ଶତକରେ ଜିତିଲା ଓଡ଼ିଶା

ଭୁବନେଶ୍ୱର, ୧୦।୧୦(କ୍ରୀଡ଼ା ପ୍ରତିନିଧି)- ଅଧିନାୟକ ଶୁଭ୍ରାଂଶୁ ସେନାପତିଙ୍କ ଅପରାଜିତ ଶତକ ବଳରେ ଓଡ଼ିଶା ସୋମବାର ଭଦୋଦରାରେ ଅନୁଷ୍ଠିତ ବିଜୟ ହଜାରେ ଟ୍ରଫି ଦିନିକିଆ କ୍ରିକେଟ ଟୁର୍ନାମେଣ୍ଟର...

ନ୍ୟୁଜିଲାଣ୍ଡ ଦଳରୁ ଆହତ ବୋଲ୍ଟ, ଫର୍ଗୁସନ ବାଦ୍‌

ଓ୍ବେଲିଂଟନ, ୧୬।୧ (ପି.ଟି.)- ଭାରତ ବିପକ୍ଷ ଆଗାମୀ ଟି୨୦ ସିରିଜ ଲାଗି ଗୁରୁବାର ଘରୋଇ ନ୍ୟୁଜିଲାଣ୍ଡ ଦଳ ଘୋଷଣା କରାଯାଇଛି। ଆଘାତଜନିତ ସମସ୍ୟା ଲାଗି ଦ୍ରୁତ...

Leave a comment

Your email address will not be published. Required fields are marked *