Posted inଖେଳ

ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ ପ୍ରସଙ୍ଗ: ଏଥିକ୍ସ ଅଫିସରଙ୍କ ନିକଟରେ ହାଜର ହେବେ ଡ୍ରାଭିଡ

ନୂଆଦିଲ୍ଲୀ,୨୭ା୮(ପି.ଟି.)-ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ (କନଫ୍ଲିକ୍ଟ ଅଫ୍‌ ଇଣ୍ଟରେଷ୍ଟ) ଅଭିଯୋଗରେ ଭାରତର ପୂର୍ବତନ ଅଧିନାୟକ ରାହୁଲ ଡ୍ରାଭିଡ ସେପ୍ଟେମ୍ବର ୨୬ରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଏଥିକ୍ସ ଅଫିସର ଡି.କେ. ଜୈନଙ୍କ ନିକଟରେ ହାଜର ହେବାକୁ ପଡ଼ିବ। ଡ୍ରାଭିଡ ବର୍ତ୍ତମାନ ବେଙ୍ଗାଲୁରୁସ୍ଥିତ ନ୍ୟାଶନାଲ କ୍ରିକେଟ ଏକାଡେମୀ(ଏନ୍‌ସିଏ)ର ନିର୍ଦ୍ଦେଶକ ଅଛନ୍ତି। ଏହାଛଡ଼ା ସେ ଆଇପିଏଲ ଫ୍ରାଞ୍ଚାଇଜ୍‌ ଚେନ୍ନାଇ ସୁପର କିଙ୍ଗ୍ସ ମାଲିକ ଇଣ୍ଡିଆନ ସିମେଣ୍ଟ୍ସର ଭାଇସ୍‌ ପ୍ରେସିଡେଣ୍ଟ ରହିଛନ୍ତି। ୪୬ବର୍ଷୀୟ ପୂର୍ବତନ ମହାନ ବ୍ୟାଟ୍ସମ୍ୟାନ ଏନ୍‌ସିଏର ମୁଖ୍ୟ ହେବା ପୂର୍ବରୁ ଭାରତ ଏ’ ଏବଂ ୧୯ବର୍ଷରୁ କମ୍‌ ଟିମ୍‌ର ମୁଖ୍ୟ କୋଚ୍‌ ଥିଲେ। ଏନସିଏ ଦାୟିତ୍ୱ ବ୍ୟତୀତ ଉପରୋକ୍ତ ଦୁଇ ଦଳ ଉପରେ ତାଙ୍କର ନଜର ରହିବ। ଡ୍ରାଭିଡଙ୍କ ବିରୋଧରେ ମଧ୍ୟ ପ୍ରଦେଶ କ୍ରିକେଟ ଆସୋସିଏଶନ (ଏମ୍‌ପିସିଏ)ର ଆଜୀବନ ସଦସ୍ୟ ସଞ୍ଜୀବ ଗୁପ୍ତା ଅଭିଯୋଗ ଆଣିଛନ୍ତି। ଇଣ୍ଡିଆ ସିମେଣ୍ଟ୍ସର କର୍ମଚାରୀ ଏବଂ ଏନସିଏର ମୁଖ୍ୟ ମୁଖ୍ୟ ଭାବେ ଦୈତ ଭୂମିକା ପାଇଁ ଡ୍ରାଭିଡ ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ ପରିସରକୁ ଆସୁଥିବା ସେ କହିଛନ୍ତି। ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି ଜୈନଙ୍କ ନିର୍ଦ୍ଦେଶ ଅନୁସାରେ ଡ୍ରାଭିଡ ପୂର୍ବରୁ ଲିଖିତ ଭାବେ ତାଙ୍କ ଜବାବ ଉପସ୍ଥାପନ କରିସାରିଛନ୍ତି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ସମ୍ବିଧାନ ଅନୁସାରେ ଜଣେ ବ୍ୟକ୍ତି ଏକକାଳୀନ ଦୁଇଟି ପଦବୀରେ ରହିପାରିବ ନାହିଁ। ବିସିସିଆଇ କର୍ମଚାରୀ ମୟଙ୍କ ପାରିଖଙ୍କ ବିରୋଧରେ ମଧ୍ୟ ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ ଅଭିଯୋଗ ଆସିଛି। ତାଙ୍କୁ ମଧ୍ୟ ସମାନ ଦିବସରେ ବ୍ୟକ୍ତିଗତ ହାଜର ହେବାକୁ କୁହାଯାଇଛି। ପାରିଖ ବିସିସିଆଇ କ୍ରିକେଟ ଅପରେଶନ ଟିମ୍‌ର ଜଣେ ସଦସ୍ୟ ରହିଛନ୍ତି। ସେ ଆହୁରି ମଧ୍ୟ ମୁମ୍ବାଇ କ୍ରିକେଟ ଆସୋସିଏଶନ (ଏମସିଏ)ରେ ଭୋଟିଂ ଅଧିକାର ପାଇଥିବା ଏକାଧିକ କ୍ଲବ ସହିତ ସଂଶ୍ଳିଷ୍ଟ। ଖବର ଅନୁସାରେ ଡ୍ରାଭିଡ ତାଙ୍କ ଲିଖିତ ଜବାବରେ ଇଣ୍ଡିଆ ସିମେଣ୍ଟ୍ସ୍ସରୁ ସେ ଛୁଟି ନେଇଛନ୍ତି। ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ତାଙ୍କର କିଛି କହିବାର ନାହିଁ ବୋଲି କହିଛନ୍ତି। ଡ୍ରାଭିଡଙ୍କ ଭଳି ବ୍ୟକ୍ତିଙ୍କୁ ନୋଟିସ ଜାରି କରାଯାଇଥିବାରୁ ସୌରଭ ଗାଙ୍ଗୁଲି ଭଳି ମହାନ କ୍ରିକେଟର ଏବଂ ଭେଟେରାନ ସ୍ପିନର ହରଭଜନ ସିଂ ଏହାକୁ ନାପସନ୍ଦ କରିଛନ୍ତି। ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ କନ୍‌ଫ୍ଲିକ୍ଟ ଅଫ୍‌ ଇଣ୍ଟରେଷ୍ଟ ଭାରତୀୟ କ୍ରିକେଟ ପାଇଁ ଏକ ନୂଆ ଫ୍ୟାଶନ; ଭାରତୀୟ କ୍ରିକେଟକୁ ଭଗବାନ ସହାୟ ହୁଅନ୍ତୁ ବୋଲି ଗାଙ୍ଗୁଲି ଟୁଇଟ୍‌ କରିଛନ୍ତି। ଡ୍ରାଭିଡଙ୍କୁ ନୋଟିସ ପଠାଯିବାର ଫଳସ୍ବରୂପ ବର୍ତ୍ତମାନ ଭାରତୀୟ କ୍ରିକେଟର ପରିଚାଳନା ଦାୟିତ୍ୱରେ ଥିବା ପ୍ରଶାସକ କମିଟି(ସିଓଏ) ଏବଂ ପୂର୍ବତନ ଖେଳାଳିମାନଙ୍କ ମଧ୍ୟରେ ଏକ ବୈଠକ ଇତିମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଦିଲୀପ ଭେଙ୍ଗସରକାର, ସଞ୍ଜୟ ମଞ୍ଜ୍ରେକର, ଅଜିତ ଅଗରକର, ଇର୍ଫାନ ପଠାନ, ପାର୍ଥିବ ପଟେଲ ଏବଂ ରୋହନ ଗାଭାସ୍କର ପ୍ରମୁଖ ଯୋଗ ଦେଇଥିଲେ। ଗାଙ୍ଗୁଲି ସ୍କାଇପ୍‌ ଜରିଆରେ ଏଥିରେ ଅଂଶଗ୍ରହଣ କରିଥିଲେ। ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ ଉପରେ ଏକ ଶ୍ୱେତପତ୍ର ପ୍ରସ୍ତୁତ କରି ସୁପ୍ରିମ କୋର୍ଟରେ ଉପସ୍ଥାପନ କରିବା ଲାଗ ଏଥିରେ ସ୍ଥିର କରାଯାଇଛି। ପ୍ରଶାସକ କମିଟି ଇତିମଧ୍ୟରେ କହିସାରିଛି ଯେ, ଲୋଧା କମିଟି ସଂସ୍କାରରେ ସ୍ଥାନ ପାଇଥିବା ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ ନିୟମକୁ କାର୍ଯ୍ୟକାରୀ କରିବା ବେଳେ ବିଭିନ୍ନ ସମସ୍ୟା ଉପୁଜୁଛି।


All Right Reserved By Dharitri.Com

Posted inଖେଳ View All

ମହିଳା ବକ୍ସିଂ ଆଇକନ ଆଡାମ୍ସଙ୍କ ଅବସର

ଲଣ୍ଡନ,୬।୧୧(ଏଏଫ୍‌ପି): ଦୁଇ ଥର ଅଲିମ୍ପିକ୍‌ ଚାମ୍ପିୟନ ନିକୋଲା ଆଡାମ୍ସ ବୁଧବାର ଅନ୍ତର୍ଜାତୀୟ ବକ୍ସିଂରୁ ଅବସର ନେଇଛନ୍ତି। ଦୃଷ୍ଟି ଜନିତ ସମସ୍ୟା ଯୋଗୁ ୩୭ବର୍ଷୀୟା ବ୍ରିଟେନ ବକ୍ସର...

କରୋନା ଭାଇରସ ପ୍ରଭାବ: ଶୁଟିଂ ବିଶ୍ୱକପ୍‌ରେ ଭାଗ ନେବ ନାହିଁ ଭାରତ

ନୂଆଦିଲ୍ଲୀ, ୨୮ା୨ (ପି.ଟି.)-କରୋନା ଭାଇରସ ସଂକ୍ରମଣର ଆଶଙ୍କା ଦର୍ଶାଇ ଆସନ୍ତା ମାସରେ ସାଇପ୍ରସରେ ହେବାକୁଥିବା ଶୁଟିଂ ବିଶ୍ୱକପ୍‌ରୁ ଭାରତ ଓହରିଯାଇଛି। ଇଣ୍ଟରନ୍ୟାଶନାଲ ଶୁଟିଂ ସ୍ପୋଟର୍‌ସ ଫେଡେରେଶନ...

ପ୍ରଥମ ଟି-୨୦: ବାଂଲାଦେଶ ବିପକ୍ଷରେ ପ୍ରଥମେ ବ୍ୟାଟିଂ କରିବ ଭାରତ

ନୂଆଦିଲ୍ଲୀ,୩।୧୧: ଭୟଙ୍କର ଓ ବିଷାକ୍ତ ପ୍ରଦୂଷଣ ଭିତରେ ଦିଲ୍ଲୀର ଜେଟଲୀ ଷ୍ଟାଡିୟମରେ ଭାରତ ଓ ବାଂଲାଦେଶ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ ଆରମ୍ଭ ହୋଇଛି। ବାଂଲାଦେଶ...

ମହିଳା ହକି: ଜାତୀୟ ଶିବିରରେ ଓଡ଼ିଶାରୁ ୪

ନୂଆଦିଲ୍ଲୀ, ୧୪।୭ (ପି.ଟି.)- ଜାତୀୟ ସିନିୟର ମହିଳା ହକି ଦଳର କୋଚିଂ କ୍ୟାମ୍ପ୍‌ ଲାଗି ଶନିବାର ହକି ଇଣ୍ଡିଆ ପକ୍ଷରୁ ୩୩ ଜଣିଆ କୋର୍‌ ଗ୍ରୁପ୍‌...

ରୋହିତ ଆହତ

ନୂଆଦିଲ୍ଲୀ,୧।୧୧- ସ୍ଥାନୀୟ ଅରୁଣ ଜେଟଲୀ ଷ୍ଟାଡିୟମରେ ଆସନ୍ତା ରବିବାର ଭାରତ ଓ ବାଂଲାଦେଶ ମଧ୍ୟରେ ପ୍ରଥମ ଟି୨୦ ଖେଳାଯିବ। ଏହି ମ୍ୟାଚ୍‌ ପୂର୍ବରୁ ବିରାଟ କୋହଲିଙ୍କ...

ଏହି ୪ ଭାରତୀୟ ଖେଳାଳିଙ୍କ ପାଖରେ ରହିଛି ନିଜସ୍ବ ବିମାନ

ବିସିସିଆଇ ବିଶ୍ୱର ସବୁଠୁ ଧନୀ କ୍ରିକେଟ ବୋର୍ଡ ଭାବେ ପରିଚିତ। ଅନ୍ୟ ଦେଶର କ୍ରିକେଟ ଖେଳାଳିଙ୍କ ତୁଳନାରେ ଭାରତୀୟ କ୍ରିକେଟରମାନେ ସବୁଠୁ ଅଧିକ ପାରିଶ୍ରମିକ ନେଇଥାନ୍ତି।...

ପ୍ରଥମ ଶ୍ରେଣୀ କ୍ରିକେଟର୍‌ଙ୍କ ଆର୍ଥିକ ସ୍ଥିତିକୁ ଗୁରୁତ୍ୱ ଦେବି: ଗାଙ୍ଗୁଲି

ମୁମ୍ବାଇ, ୧୫।୧୦ (ପି.ଟି.)- ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ବିଶ୍ୱର ସବୁଠାରୁ ବିତ୍ତଶାଳୀ କ୍ରିକେଟ୍‌ ବୋର୍ଡ ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ନୂତନ ସଭାପତି...

ବିଡବ୍ଲ୍ୟୁଏଫ୍‌ ର଼୍ୟାଙ୍କିଙ୍ଗ୍‌: କ୍ୟାରିୟାର ଶ୍ରେଷ୍ଠ ୨୯ତମ ସ୍ଥାନରେ ସୌରଭ

ନୂଆଦିଲ୍ଲୀ,୩।୧୨(ପି.ଟି.)- ମଙ୍ଗଳବାର ପ୍ରକାଶିତ ହୋଇଥିବା ବିଡବ୍ଲ୍ୟୁଏଫ୍‌ ର଼୍ୟାଙ୍କିଙ୍ଗ୍‌ରେ ଭାରତୀୟ ତାରକା ବ୍ୟାଡମିଣ୍ଟନ ଖେଳାଳି ସୌରଭ ବର୍ମା ୭ଟି ସ୍ଥାନ ଉପରକୁ ଉଠି କ୍ୟାରିୟରର ଶ୍ରେଷ୍ଠ ୨୯ତମ...

Leave a comment

Your email address will not be published. Required fields are marked *