Posted inଖେଳ

ଏଥର ବିଶ୍ୱକପ୍‌ରେ ଦେଖିବାକୁ ମିଳିବ ୩୫ ପାର୍‌ କ୍ରିକେଟରଙ୍କ ଜଲଓ୍ବା

ଇଂଲଣ୍ଡ, ୧୯।୫: ବିଶ୍ୱର ଶ୍ରେଷ୍ଠ ୧୦ଟି ଟିମ୍‌କୁ ନେଇ ଇଂଲଣ୍ଡରେ ଆରମ୍ଭ ହେବାକୁ ଯାଉଛି କ୍ରିକେଟ ବିଶ୍ୱକପ୍‌। ମେ ୩୦ରୁ ଆରମ୍ଭ ହେଉଥିବା ଏହି ମହାକୁମ୍ଭରେ ଯୁବ କ୍ରିକେଟରଙ୍କ ପ୍ରତିଭାର ପ୍ରଦର୍ଶନ ତ ଦେଖିବାକୁ ମିଳିବ, ଏହାସହ ସେହି ଖେଳାଳିଙ୍କ ଦମ ମଧ୍ୟ ଦେଖିବାକୁ ମିଳିବ ଯେଉଁମାନଙ୍କ ବୟସ ୩୫ ପାର୍‌ କରି ସାରିଛି। ସବୁ ଦଳରେ ରହିଛି ଯୁବ ଓ ବୟୋଜେଷ୍ଠ ଖେଳାଳିଙ୍କ ମିଶ୍ରଣ। ଯୁବ ଖେଳାଳି ନିଜ ଶ୍ରେଷ୍ଠ ପ୍ରଦର୍ଶନ ଦେବା ପାଇଁ ଉତ୍ସୁକ ଥିବାବେଳେ ସେହିପରି ପୁରୁଖା ଖେଳାଳିଙ୍କ ଜଲଓ୍ବା ବି କିଛି କମ୍‌ ହେବ ନାହିଁ। ବହୁ ହେଭିଓ୍ବେଟ୍‌ କ୍ରିକେଟର ୩୫ ପାର୍‌ କରି ସାରିଲେଣି। ବୋଧହୁଏ ଏଥର କ୍ରିକେଟ ମହାକୁମ୍ଭ ତାଙ୍କ ପାଇଁ ଶେଷ ହୋଇପାରେ। ଏହିସବୁ ବୟସ୍କଙ୍କ ଭିତରେ ପ୍ରଥମେ ଅଛନ୍ତି ଓ୍ବେଷ୍ଟଇଣ୍ଡିଜ୍‌ ବିସ୍ଫୋରକ ବ୍ୟାଟ୍ସମ୍ୟାନ କ୍ରିସ୍‌ ଗେଲ୍‌। ବୟସ ୩୯ ପାର୍‌ କରିଥିଲେ ସୁଦ୍ଧା ଗେଲ୍‌ଙ୍କ ପ୍ରହାରରେ ଆଜିବି ଧରାଶାୟୀ ହୋଇପଡନ୍ତି ବିପକ୍ଷ। ଲମ୍ବା ଲମ୍ବା ଛକା ମାରିବାରେ ମାହିର ଗେଲଙ୍କ ନାଁରେ ଅନ୍ତର୍ଜାତୀୟ କ୍ରିକେଟରେ ମୋଟ ୫୧୭ଟି ଛକା ରହିଛି। ଏଥିମଧ୍ୟରୁ ୩୧୪ଟି ଛକା ସେ ଏକଦିବସୀୟ କ୍ରିକେଟ ମାରିଛନ୍ତି। ସେହିପରି ଭାରତର ମିଷ୍ଟର କୁଲ୍‌ ମହେନ୍ଦ୍ର ସିଂ ଧୋନୀ ଚତୁର୍ଥ ତଥା ସମ୍ଭବତଃ ଶେଷଥର ପାଇଁ ବିଶ୍ୱକପରେ ଜଲଓ୍ବା ଦେଖାଇବେ। ବ୍ୟାଟିଂ ହେଉ ବା ଷ୍ଟମ୍ପିଂରେ ୩୭ ବର୍ଷୀୟ ମାହି ରଣନୀତି ପ୍ରସ୍ତୁତ କରିବାରେ ଏକଦମ ମାହିର। ଦକ୍ଷିଣ ଆଫ୍ରିକାର ଇମ୍ରାନ ତାହିର ତାଙ୍କ ଦେଶର ବିଶ୍ୱକପ୍‌ ଟିମର ସବୁଠୁ ବୟସ୍କ ଖେଳାଳି ତାଙ୍କ ବୟସ ଏବେ ୪୦। କିନ୍ତୁ ସେ ଦଳର ପ୍ରମୁଖ ସ୍ପିନର ଭାବେ ଗଣା ହେଉଛନ୍ତି। ଏ ବୟସରେ ବି ତାଙ୍କର ଲେଗ୍‌ ସ୍ପିନ୍‌ ପ୍ରତି ଉତ୍ସାହ କାଏମ ରହିଛି। ଇମ୍ରାନଙ୍କୁ କ୍ଲାସିକ୍‌ ସ୍ପିନର୍‌ ବୋଲି ମଧ୍ୟ କୁହାଯାଏ। ତାଙ୍କ ଯାଦୁ ଚାଲିରେ ଦକ୍ଷିଣ ଆଫ୍ରିକା ଇଂଲଣରେ ଇତିହାସ ରଚିପାରେ ବୋଲି କ୍ରିକେଟ ପଣ୍ଡିତମାନେ କହୁଛନ୍ତି। ପାକିସ୍ତାନର ଅଲରାଉଣ୍ଡର ସୋଏବ ମଲିକ ମଧ୍ୟ ଏଥର ଶେଷ ବିଶ୍ୱକପ୍‌ ଖେଳିବାକୁ ଯାଉଛନ୍ତି। ୩୭ବର୍ଷୀୟ ମଲିକ ଗତ କିଛି ମ୍ୟାଚରେ ପାକିସ୍ତାନ ପାଇଁ ଭଲ ଫିନିସର୍‌ ଭାବେ ପ୍ରମାଣିତ ହୋଇଆସିଛନ୍ତି। ମିଡିଲ ଅର୍ଡରକୁ ଦୃଢତା ଦେବା ସହ ଟିମରେ ସନ୍ତୁଳନ କାଏମ ରଖିବାର କାମ କରନ୍ତି। ଶ୍ରୀଲଙ୍କର ଦ୍ରୁତ ବୋଲର ଲାସିଥ୍‌ ମାଲିଙ୍ଗା ମଧ୍ୟ ଏଥର ଶେଷ ବିଶ୍ୱକପ୍‌ ଖେଳିବାକୁ ଯାଉଛନ୍ତି। ୩୭ ବର୍ଷୀୟ ମାଲିଙ୍ଗାଙ୍କ ପ୍ରଦର୍ଶନ ଆଇପିଏଲରେ ଭଲ ରହିଛି। ଏଥର ବିଶ୍ୱକପ୍‌ରେ ବି ସେ ଶ୍ରୀଲଙ୍କାର ଟ୍ରମ୍ପକାର୍ଡ ପ୍ରମାଣିତ ହୋଇପାରନ୍ତି।


All Right Reserved By

Posted inଖେଳ

ସଚିନ ତେନ୍ଦୁଲକର ୪୬ ବର୍ଷରେ କଲେ ପଦାର୍ପଣ

ନୂଆଦିଲ୍ଲୀ,୨୪।୪: ମାଷ୍ଟର ବ୍ଲାଷ୍ଟର କ୍ରିକେଟର ସଚିନ୍‌ ତେନ୍ଦୁଲକର ବୁଧବାର ୪୬ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୭୩ ଏପ୍ରିଲ୍‌ ୨୪ରେ ମୁମ୍ବାଇଠାରେ ଜନ୍ମ ଗ୍ରହଣ କରିଥିଲେ।...

ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିଜନ ନୂଆ ମୋଟେରା ଷ୍ଟାଡିୟମ

ମୁମ୍ବାଇ,୩୧।୮: ଆଉ କିଛି ମାସରେ ଗୁଜରାଟର ଆର୍ଥିକ ରାଜଧାନୀ ଅହମ୍ମଦାବାଦଠାରେ ରାଜ୍ୟର ନୂଆ କ୍ରିକେଟ ଷ୍ଟାଡିୟମ ଉଦ୍‌ଘାଟିତ ହେବ। ୧ ଲକ୍ଷ ୧୦ ହଜାର ଦର୍ଶକ...

ଖଣ୍ଡାରେ ଭାରତୀୟଙ୍କୁ ନିପାତ କରିବାକୁ ମିଆଁଦାଦଙ୍କ ଧମକ

ନୂଆଦିଲ୍ଲୀ,୨।୯: ଜମ୍ମୁ-କଶ୍ମୀର ରାଜ୍ୟର ସ୍ବତନ୍ତ୍ର ପାହ୍ୟା ଉଠାଇବାକୁ ବିରୋଧ କରିବା ପାଇଁ ଲାଇନ ଅଫ୍‌ କଣ୍ଟ୍ରୋଲ (ଏଲଓସି)ଠାରେ ବିକ୍ଷୋଭ କରିବାକୁ ଯାଇ ପୂର୍ବତନ ପାକିସ୍ତାନ ଅଧିନାୟକ...

କିମ୍ବଦନ୍ତୀ ଚେସ୍‌ ଖେଳାଳି ଅରାତିଙ୍କ ବିୟୋଗ

ଭୁବନେଶ୍ୱର, ୨୧।୪(ସ୍ପୋଟର୍‌ସ ବ୍ୟୁରୋ)- ରାଜ୍ୟର କିମ୍ବଦନ୍ତୀ ଚେସ୍‌ ଖେଳାଳି ତଥା ଓଡ଼ିଶା ରାଜ୍ୟ ଚେସ୍‌ ଆସୋସିଏଶନ (ଓଏସ୍‌ସିଏ)ର ଉପସଭାପତି ଓ ଭୁବନେଶ୍ୱର ଚେସ୍‌ ଆସୋସିଏଶନ (ସିବିଏ)ର...

ଦକ୍ଷିଣ ଆଫ୍ରିକା କ୍ରିକେଟର ପାର୍ଟନର ହେଲା ‘ଅମୁଲ’

ନୂଆଦିଲ୍ଲୀ, ୧୬ା୯ (ପି.ଟି.)- ଭାରତ ଚଳିତ ୩ ମ୍ୟାଚ ବିଶିଷ୍ଟ ଅନ୍ତର୍ଜାତୀୟ ଟି୨୦ ସିରିଜ ପାଇଁ ଭାରତର ପ୍ରମୁଖ ଡାଏରୀ କମ୍ପାନୀ ‘ଅମୁଲ‘ କ୍ରିକେଟ ଦକ୍ଷିଣ...

ଡ୍ରାଭିଡଙ୍କୁ ନୂଆ ଦାୟିତ୍ୱ

ନୂଆଦିଲ୍ଲୀ, ୨୯।୬(ପି.ଟି.)- ପ୍ରାକ୍ତନ ଭାରତୀୟ ଅଧିନାୟକ ତଥା ଜୁନିୟର ଦଳର କୋଚ୍‌ ରାହୁଲ ଡ୍ରାଭିଡଙ୍କୁ ଜୁଲାଇ ୧ରୁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ। ବାଙ୍ଗାଲୋରସ୍ଥିତ...

ସୁଦିରମାନ କପ୍‌: ଚାଇନା ଚାମ୍ପିୟନ

ନାନ୍ନିଂ(ଚାଇନା), ୨୬।୫(ଏଏଫ୍‌ପି)-ବିଶ୍ୱର ଶୀର୍ଷ ର଼୍ୟାଙ୍କିଙ୍ଗପ୍ରାପ୍ତ ପୁରୁଷ ସିଙ୍ଗଲ୍ସ ଖେଳାଳି କେଣ୍ଟୋ ମୋମୋଟାଙ୍କ ବିପକ୍ଷରେ ଶି ୟୁକିଙ୍କ ଚମକପ୍ରଦ ବିଜୟ ହାସଲ କରିଥିବା ବେଳେ ଚାଇନା ୧୧ତମ...

ମ୍ୟାକ୍‌କୁଲମ କେକେଆର ସହାୟକ କୋଚ୍‌

ନୂଆଦିଲ୍ଲୀ,୯।୮(ପିଟି): ପୂର୍ବତନ ନ୍ୟୁଜିଲାଣ୍ଡ ଅଧିନାୟକ ବ୍ରେଣ୍ଡନ ମ୍ୟାକ୍‌କୁଲମ ଆଇପିଏଲ ଫ୍ରାଞ୍ଚାଇଜ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ଦଳକୁ ଫେରିବାକୁ ଯାଉଛନ୍ତି। କିନ୍ତୁ ଜଣେ ଖେଳାଳି ଭାବେ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *