ହରିଣ ମାଂସ ଜବତ: ୨ ଅଟକ

ଆନନ୍ଦପୁର,୨୬।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ତନେଇପାଳ ଗ୍ରାମରୁ ସୋମବାର ୨ ଶିକାରୀଙ୍କୁ ବନ ବିଭାଗ କାବୁ କରିବା ସହିତ ସେମାନଙ୍କଠାରୁ କଟା ହରିଣ ମାଂସ ଜବତ କରିଛି। ଶିକାରୀ ଦ୍ୱୟ ହେଲେ ଉକ୍ତ ଗ୍ରାମର ଦୁର୍ଗା ବିନ୍ଧାଣୀଙ୍କ ପୁଅ ଗୋପବନ୍ଧୁ(୨୮), ବୁଧୁ ମହାନ୍ତଙ୍କ ପୁଅ ଶରତ(୩୦)। ଉଭୟଙ୍କୁ ଅଟକ ରଖାଯାଇ ପଚରାଉଚରା ଜାରିରହିଛି। ସୂଚନାଯୋଗ୍ୟ, ନିକଟସ୍ଥ ସନ୍ତୋଷପୁର ସଂରକ୍ଷିତ ଜଙ୍ଗଲରୁ ଗୋପବନ୍ଧୁ ଓ ଶରତ ଏକ ହରିଣକୁ ଶିକାରକରି ମାଂସ ବିକୁଥିବା ନେଇ ବନବିଭାଗ କର୍ମଚାରୀ ଖବର ପାଇଥିଲେ। ଯୁବକ ଦ୍ୱୟ କଟା ମାଂସ ଧରି ଘରକୁ ଫେରୁଥିବାବେଳେ ବନ ବିଭାଗ କର୍ମଚାରୀ ଚଢ଼ାଉ କରି ତାଙ୍କୁ କାବୁ କରିଛନ୍ତି। ଡିଏଫ୍‌ଓ ଅଜିତ୍‌ ଶତପଥୀଙ୍କ ନିର୍ଦ୍ଦେଶ କ୍ରମେ ହୋଇଥିବା ଏହି ଚଢ଼ାଉରେ ଏସିଏଫ୍‌ ପ୍ରଫୁଲ୍ଲ କୁମାର ମଲ୍ଲିକ, ରେଞ୍ଜର ପ୍ରଶାନ୍ତ କୁମାର ସ୍ବାଇଁ, ଫରେଷ୍ଟର ଶ୍ୟାମସୁନ୍ଦର ସାହୁ, ନବକିଶୋର ନାୟକ, ସଙ୍ଗୀତାରାଣୀ ଶାସିନୀ, ଫରେଷ୍ଟଗାର୍ଡ ସବ୍ୟସାଚୀ ଜେନାଙ୍କ ସମେତ ଅନ୍ୟ କର୍ମଚାରୀ ସାମିଲ ଥିଲେ।


All Right Reserved By Dharitri.Com

ଯାଁଳାରେ ପ୍ଲାଷ୍ଟିକ ଇଣ୍ଡଷ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ

ଯାଁଳା,୨୫ା୮(ଡି.ଏନ.ଏ): ଜଟଣୀ ବ୍ଲକ ଯାଁଳା ପଞ୍ଚାୟତ ଅନ୍ତର୍ଗତ ଓଗାଳପଡ଼ା ଶିଳ୍ପାଞ୍ଚଳରେ ଥିବା ସାଇକୃପା ଚନ୍ଦନ ପ୍ଲାଷ୍ଟିକ ଇଣ୍ଡଷ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ମେଶିନ୍‌...

ବିଷାକ୍ତ ମଦ ପିଇ ଜଣେ ମୃତ, ରାସ୍ତା ଅବରୋଧ କଲେ ଗ୍ରାମବାସୀ

ପଦ୍ମପୁର,୧୯।୮(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ସାନକୃଷ୍ଣପୁର – ପାରାପୋଖରୀ ଗ୍ରାମର ନାରାୟଣ ନାୟକ (୪୨) ମଦ ପିଇ ରବିବାର ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ...

ଦାରିଙ୍ଗବାଡ଼ି ଅଞ୍ଚଳରେ ସୁଧୁରୁନି ପରିବହନ ବ୍ୟବସ୍ଥା: ଧରିତ୍ରୀରେ ଖବର ପ୍ରକାଶ ପରେ ବିଭାଗୀୟ ତତ୍ପରତା

ଦାରିଙ୍ଗବାଡ଼ି,୩୦।୬(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ପୋଲିସ ପକ୍ଷରୁ ପାଟ୍ରୋଲିଂ ସହ ଯାନବାହନ ଯାଞ୍ଚ ପ୍ରକ୍ରିୟାକୁ କଡ଼ାକଡ଼ି କରାଯାଇଛି। ଶନିବାର ସନ୍ଧ୍ୟାରେ ରାସ୍ତା ବ୍ଲକିଂ...

ଚିକିତ୍ସା ଲାଗି ଟଁକା ବାଧକ୍‌: ଗୁରୁତର ହେଉଛେ ସ୍ବାଧୀନର ଅବସ୍‌ତା

ବିନିକା,୧୫ା୫(ଡି.ଏନ୍‌.ଏ.): ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ଅଧୀନ ମହଦା ଗଁାର ଶ୍ରୀରାମ ନଗର ପଡ଼ାର ଉତ୍ତମ ବିଶ୍ୱାଳକଁର ପୁଓ ସ୍ବାଧୀନ ବିଶ୍ୱାଳ(୪)। ସେ ଜନମ ବେଲେ...

ଗ୍ୟାସ୍‌ କର୍ମଚାରୀଙ୍କ ଅସ୍ବାଭାବିକ ମୃତ୍ୟୁ: କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ବାସୁଦେବପୁର, ୨୭।୮(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁରର ସୁବଦେବପୁରସ୍ଥିତ ଭାରତ ଗ୍ୟାସ ଗୋଡ଼ାଉନ୍‌ରେ କାର୍ଯ୍ୟରତ ଜଣେ କର୍ମଚାରୀଙ୍କର ମଙ୍ଗଳବାର ଅସ୍ବାଭାବିକ ମୃତ୍ୟୁ ଘଟିଛି। ସେ ହେଲେ ଶରତ...

କଟକରେ ୩ଜଣଙ୍କୁ ଗଳାକାଟି ହତ୍ୟା ଘଟଣା: ଅଭିଯୁକ୍ତଙ୍କୁ ଗିରଫ ପାଇଁ ମିଳୁନି ଦୃଢ଼ ପ୍ରମାଣ

କଟକ ଅଫିସ,୩୧।୭: ଗୋଟିଏ ଦିନରେ ୩ଜଣଙ୍କୁ ଗଳାକାଟି ହତ୍ୟା ଘଟଣାର ସନ୍ଦିଗ୍ଧ ଅଭିଯୁକ୍ତ ଏବେ ପୋଲିସ କବ୍‌ଜାରେ ରହିଛନ୍ତି। ସୋମବାର ପୂର୍ବାହ୍ନରେ ସନ୍ଦିଗ୍ଧ ନାରାୟଣ ସାହୁଙ୍କୁ...

ମରାମତି ଅଭାବ : ନଦୀବନ୍ଧ ରାସ୍ତା ପାଲଟିଛି ମରଣଯନ୍ତା

ସିଂହପୁର,୨୧।୯(ଡି.ଏନ୍‌.ଏ.): ଯାଜପୁର ଜିଲା ବିଞ୍ଝାରପୁର ଜଳସମ୍ପଦ ବିଭାଗ ଅଧିନସ୍ଥ ଖରସ୍ରୋତା ନଦୀବନ୍ଧର ଜରୀ ନୂଆ ମାହାରାଠାରୁ ବାଛୋଳ ପର୍ଯ୍ୟନ୍ତ ରାସ୍ତା ଶୋଚନୀୟ ହୋଇପଡ଼ିଛି। ଏହି ନଦୀବନ୍ଧ...

ପିଲାଙ୍କ ସହ ମଧ୍ୟାହ୍ନ ଭୋଜନ ଖାଇଲେ ବିଧାୟକ

କୋକସରା,୨୦।୯(ଡି.ଏନ.ଏ.)-କଳାହାଣ୍ଡି ଜିଲା ଧର୍ମଗଡ ବିଧାୟକ ମୌଷଧି ବାଗ ଗୁରୁବାର କୋକସରା ବ୍ଲକର କେତେକ ସ୍କୁଲ ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେ ପିଲାମାନଙ୍କୁ ପାଠ ପଢାଇବା...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *